• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "729" result for "ଦୋଳ" in https://otvkhabar.in

ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅସ୍ୱାଭାବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜେଲ୍‌ ପରିସରରେ କ୍ୟାମ୍ପ୍‌ କୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୋଟମୋଟ ଘଟଣାରେ ବନ୍ଦୀ ଥିବା ତଥା ଜାମିନଯୁକ୍ତ ମାମଲା ଗୁଡ଼ିକର ବିଚାର କରି ସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କାର୍ଯ୍ୟଦିବସର ସମୟ ଅନୁଯାୟୀ କ୍ୟାମ୍ପ୍ କୋର୍ଟ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ହାଇକୋର୍ଟ।

111111
କୃଷି ବିଲକୁ ବିରୋଧ ଜାରି, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ପୋଡ଼ିଦେଲେ ଆନ୍ଦୋଳନକାରୀ

ନୂଅଦିଲ୍ଲି:  ଦେଶବ୍ୟାପି କୃଷି ବିଲ୍‌ (Agricultural Bill)କୁ ବିରୋଧ ଜାରି ରହିଛି।   ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦସ୍ତଖତ ଦେଇ ଏହାକୁ ଆଇନରେ ପରିଣତ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି। ହେଲେ ବିରୋଧୀ ଦଳ ଏବେ ବି ଏହି ବିଲ୍‌ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି। କୃଷି ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା କୃଷକଙ୍କ ଧାରଣା ଏବେ ଗାଁ, ସହରରୁ ଆସି ରାଜଧାନୀ ଦିଲ୍ଲୀରେ ପହଞ୍ଚିଲାଣି। ଏ ନେଇ ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ଆଜି […]

shahin bag
ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ବନ୍ଦ କରାଯାଇ ପାରିବନି-ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହିନବାଗ ପ୍ରତିବାଦ ମାମଲାର ଶୁଣାଣି କରି ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବସାଧାରଣ ସ୍ଥାନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇ ପାରିବନି ବୋଲି  କୋର୍ଟ ମାମଲାର ଶୁଣାଣି ବେଳେ କହିଛନ୍ତି । ନାଗରିକତା ସଂଶୋଧନ ଆଇନ CAA ବିରୋଧରେ ଦିଲ୍ଲୀ ଶାହିନବାଗରେ ମାସାଧିକ କାଳ ପ୍ରତିବାଦ ଚାଲିଥିଲା। ଦିଲ୍ଲୀ-ନୋଏଡ଼ା ରାସ୍ତା ବନ୍ଦ କରି ପ୍ରତିବାଦ କରିଥିଲେ ଆନ୍ଦୋଳନକାରୀ । କୋର୍ଟ କହିଛନ୍ତି ଯେ, କେବଳ ନିର୍ଦ୍ଧାରିତ ସ୍ଥାନରେ ହିଁ ବିକ୍ଷୋଭ […]

ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ
ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ

ଖୋର୍ଦ୍ଧା : ଚିଲିକା ଭିତରେ ମତ୍ସ୍ୟଜୀବୀଙ୍କ ଅାନ୍ଦୋଳନ । ଏହି ହ୍ରଦ ଭିତରକୁ ଯାଇଛନ୍ତି ହଜାର ହଜାର ମତ୍ସ୍ୟଜୀବୀ।  ନଈରେ ଜେଟି ଦେଇ ପ୍ରାୟ ୨ ହଜାର ମତ୍ସ୍ୟଜୀବୀ ବେଅାଇନ ଘେରି ଓ ଜାଲ ଉଚ୍ଛେଦ ପାଇଁ ଚିଲିକା ଭିତରେ ପଶିଛନ୍ତି। ଏହାର ନେତୃତ୍ୱ ନେଇଛି ଚିଲିକା ମତ୍ସ୍ୟଜୀବୀ ମହାସଂଘ। ଏମାନଙ୍କ ଅଭିଯୋଗ ହେଲା, ଚିଲିକା ଭିତରେ ଘେରି ଓ ଜାଲ୍ ପକାଯିବାରୁ ସାଧାରଣ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି। ସେମାନେ ଠିକ୍‌ରେ ମାଛ ମାରି ପାରୁ ନାହାନ୍ତି। […]

ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଅଗ୍ନିଶମ କର୍ମଚାରୀ ସଂଘ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ। ଓଡ଼ିଶା ପୁଲିସ୍‌ କର୍ମଚାରୀଙ୍କ ଭଳି ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍‌ସନ୍ ପ୍ରଦାନ ଓ ଫାୟାର୍‌ ମ୍ୟାନ୍ ହାବିଲ୍‌ଦାର ସଂଘର ପଞ୍ଜିକରଣ ଆଦି ଦାବି କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ସାମିଲ ହୋଇଛନ୍ତି।  ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର୍‌ […]

ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ
ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର : ଅାନ୍ଦୋଳନ କୋହଳ କଲା ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ। ଅାସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଅାନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି।  କଳାବ୍ୟାଜ୍ ପିନ୍ଧି ସ୍କୁଲରେ ପାଠ ପଢ଼ାଇବେ ଶିକ୍ଷକ । କିନ୍ତୁ ଭୁବନେଶ୍ୱରରେ ଅାନ୍ଦୋଳନ ଜାରି ରହିବ। ଦୈନିକ ୨ଟି ଜିଲ୍ଲାର ଶିକ୍ଷକ ଅାସି ଅାନ୍ଦୋଳନ କରିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଅାଗରେ ଧାରଣା ଦିଅାଯିବ। ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ […]

ଢେଙ୍କାନାଳ ହିନ୍ଦୋଳରେ ‘ହେଇଯାଉ’ କାର୍ଯ୍ୟକ୍ରମ

ଢ଼େଙ୍କାନାଳ: ଭୁବନେଶ୍ୱର, କଟକ ଓ ଦିଲ୍ଲୀ ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ହେଇଯାଉ’ କାର୍ଯ୍ୟକ୍ରମ ହୋଇଛି। ହିନ୍ଦୋଳ ବ୍ଲକ ସାତ ମାଇଲ୍ ଛକରେ ଅାୟୋଜିତ ଏହି ଚା ଖଟି କାର୍ଯ୍ୟକ୍ରମରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବହୁ ବାସିନ୍ଦା ଯୋଗ ଦେଇଥିଲେ। ବିଶେଷ କରି ବହୁ ସଂଖ୍ୟାରେ ଯୁବକଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥଲା। ବୈଜୟନ୍ତ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା କରିଥିଲେ। ଓଡ଼ିଶାରେ ଶିକ୍ଷା ଓ ବେକାରୀ ସମସ୍ୟା […]

ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷକଙ୍କ ଅାନ୍ଦୋଳନ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆନ୍ଦୋଳନରତ ଶିକ୍ଷକଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବାକୁ ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକଙ୍କ ଅାନ୍ଦୋଳନ ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବାରୁ ମଧ୍ୟ ସେ ଚିନ୍ତାପ୍ରକାଶ କରିଛନ୍ତି। ୨୩ ଦିନ ଧରି ଜାରି ରହିଛି ବ୍ଲକ୍‌ଗ୍ରାଣ୍ଟ୍ ଶିକ୍ଷକ ସଂଘର ଅାନ୍ଦୋଳନ। ଏହି କାରଣରୁ ରାଜ୍ୟର ସବୁ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ, କଲେଜ ସହ ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ଠପ୍ ହୋଇପଡ଼ିଛି। […]

high-court
୨୫ ବର୍ଷ ପରେ ହରାଇଥିବା ଚାକିରି ପାଇବେ ଦୋଳମଣି

କଟକ: ୨୫ ବର୍ଷ ପରେ ପୋଲିସ କର୍ମଚାରୀଙ୍କୁ ମିଳିଲା ନ୍ୟାୟ। ଚାକିରୀରୁ ବହିଷ୍କୃତ ହୋଇଥିବା ପୋଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ୍ଣ ରାୟ। ତେବେ ନୋ ଓ୍ୱାର୍କ ନୋ ପେ ନୀତିରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉତ୍ତିର୍ଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର ରାଇଟର କନଷ୍ଟେବଳ ଭାବେ ୧୯୯୩ ମସିହା ଫେବୃୟାରୀ […]

ଆନ୍ଦୋଳନ ବେଳେ ଚାଷୀ ମୃତ

ବରଗଡ: ଆନ୍ଦୋଳନ ବେଳେ ଚାଷୀ ମୃତ। ଏମିତି ଏକ ଅଘଟଣ ଘଟିଛି ବରଗଡ଼ ଜିଲ୍ଲା ପାଇକମାଲର ପଲସଦା ଗାଁରେ। ମୃତକଙ୍କ ନାମ ଗୋବିନ୍ଦ ବିଶ୍ୱାଳ ବୋଲି ଜଣାପଡ଼ିଛି। ୫୦ ବର୍ଷୀୟ ଗୋବିନ୍ଦ ଫସଲ ବୀମା ପ୍ରଦାନ ଦାବିରେ ପଲସଦା ସମବାୟ ସମିତି ଆଗରେ ୫ ଦିନ ହେଲା ଆନ୍ଦୋଳନ କରୁଥିଲେ। ଚାଷୀ ସମବାୟ ସମିତିରେ ତାଲା ପକାଇ ଚାଷୀମାନେ ଆନ୍ଦୋଳନ କରୁଥିଲେ। କିନ୍ତୁ ଆଲୋଚନା ପାଇଁ ଚାଷୀଙ୍କ ନିକଟରେ କୌଣସି ପ୍ରାଶାସନିକ ଅଧିକାରୀ ପହଞ୍ଚି ନଥିଲେ ବୋଲି […]

sambalpur
ବନ୍ଦ ହୋଇଯିବ ସମ୍ବଲପୁର ରୋଡ ରେଳ ଷ୍ଟେସନ : ରେଳବାଇର ନିଷ୍ପତ୍ତିକୁ ବିରୋଧ କରି ଆନ୍ଦୋଳନ ଧମକ

ସମ୍ବଲପୁର : ବନ୍ଦ ହୋଇଯିବ ସମ୍ବଲପୁରର ଲାଇଫ ଲାଇନ୍ । ସମ୍ବଲପୁର ରୋଡ ରେଳ ଷ୍ଟେସନ ରେଳ ଲାଇନ ଦୋହରୀକରଣ ପାଇଁ ଫାଟକ ଷ୍ଟେସନ ଭାବେ ଜଣାଶୁଣା ଷ୍ଟେସନକୁ ସ୍ଥାୟୀ ଭାବେ ଉଚ୍ଛେଦ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ…

ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ
ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ

ପାରାଦୀପ  : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି।  ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମିତି କି ୧୪ଟି ଜାହାଜରେ ମାଲ୍‌ ଲୋଡିଂ ଓ ଅନଲୋଡିଂ ବାଧାପ୍ରାପ୍ତ ହୋଇଛି। ଓଏସଏଲ ହେଲପର କର୍ମଚାରୀମାନେ ଅପରେଟର ମାନ୍ୟତା ଦାବି କରି କାର୍ଯ୍ୟବନ୍ଦ ଅାନ୍ଦୋଳନ କରିଛନ୍ତି।  ତୁରନ୍ତ ଅାଲୋଚନା ମାଧ୍ୟମରେ ସମାଧାନ ପାଇଁ ବନ୍ଦର କର୍ତ୍ତୃପକ୍ଷ […]

ରାଜଧାନୀରେ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ ବସିବ ବୋଲି ମନ୍ତ୍ରୀ କହିଛନ୍ତି। ଗତଥର ମିଳିତ ଶିକ୍ଷକ ମଞ୍ଚର ଯେଉଁ ସବୁ ଦାବି ଥିଲା ତାହା ପୂରଣ ହୋଇଥିଲା। ତେବେ ଚାକିରି ସର୍ତ୍ତାବଳୀ ସମ୍ବନ୍ଧୀୟ ଦାବି […]

jagannath
ଦୋଳିରୁ ପଡ଼ି ହାତ ଭାଙ୍ଗିଲେ ବଡ଼ ଠାକୁର

୧୪୮୨ ଶକାବ୍ଦ। ଉତ୍କଳରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳ। ସାରା ଶ୍ରୀକ୍ଷେତ୍ର ଅବିର ରଙ୍ଗରେ ରଙ୍ଗମୟ। ବଡ଼ ଦେଉଳରେ ସବୁ ଉପକ୍ରମ ସାରି ଦିଅଁ ଦୋଳମଣ୍ଡପ ସାହିକୁ ପହଣ୍ଡି ବିଜେ କରନ୍ତି। ଦୋଳି ପ୍ରସ୍ତୁତ ହୋଇ ରହିଥାଏ, ତା ବଡ଼…