ବିଷ୍ଣୁ ସେଠୀଙ୍କ ପରଲୋକରେ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳଙ୍କଠୁ ଆରମ୍ଭ ବିଭିନ୍ନ ପାର୍ଟିର ନେତା ଓ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।
ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
ଆଇଏଏସ୍ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର ।
ଗୃହରେ ଉଠିଲା ରାଜ୍ୟ ସୀମା ସୁରକ୍ଷା ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ଉଠିଲା ରାଜ୍ୟର ସୀମା ସୁରକ୍ଷା ପ୍ରସଙ୍ଗ ।
ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଇଏ ଏମିତି ସ୍କୁଲ ଯେ ୩୦୦ ପିଲାଙ୍କୁ ପଢାଇବାକୁ ଅଛନ୍ତି ମାତ୍ର ୬ ଜଣ ମାଷ୍ଟର। ପାଠ ପଢା ବେଳେ ଛାତରୁ ଖସି ପଡୁଛି ସ୍ଲାବ୍...ଟିକିଏ ବର୍ଷା ହେଲେ ପୂରା ଓଦା ହେଉଛନ୍ତି ପିଲା। ପ୍ରଶାସନ ପାଖରେ ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭବିଷ୍ୟତକୁ ନେଇ ଏବେ ଚିନ୍ତାରେ ପିଲା...
ବିକ୍ଷୋଭକାରୀମାନଙ୍କୁ ବିଭିନ୍ନ ପ୍ରକାରରେ ପୋଲିସ୍ ବୁଝାସୁଝା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନଥିଲା ।
ଜାତୀୟ ରାଜପଥ ୨୦ ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲରୁ ଲୂଟ ଚାଲିଛି ଶହ ଶହ ଟ୍ରିପ ମାଟି। ଜୈନେକ ଠିକା ସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଚଲାଇଛି ଲୁଟ
ଗୋଟିଏ ପଟେ ବିଜେଡି ପକ୍ଷରୁ କ୍ଲିନ୍ ସ୍ୱିପ୍ ନେଇ କୁହାଯାଉଥିବା ବେଳେ ବିଜେପି କହିଛି ୩୦ ରୁ ୩୫ ପୌର ପରିଷଦ ହାତେଇବ । ଆସନ୍ତାକାଲି ଫଳାଫଳ ଆସିବାକୁ ଥିବା ବେଳେ, ତା’ପୂର୍ବରୁ ଏଭଳି ଦୃଢୋକ୍ତି ଦେଖାଇଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ ।
ପ୍ରଥମ ଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟର ରହିବ । ବିରୋଧୀଙ୍କ ପାଇଁ ୫୫ ମିନିଟ୍ ଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର ସହ ଶାସକ ଦଳଙ୍କ ପାଇଁ ୩୫ ମିନିଟ୍ ସମୟ ଧାର୍ଯ୍ୟ କରାଯାଇଛି ।
ଦରଦାମ୍ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି।
ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?
ବ୍ରାହ୍ମଣୀ ନଦୀରେ ବିଶାଳକାୟ ବିଷ୍ଣୁମୂର୍ତ୍ତି। ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି? ଏବେ ଡର ଏ ଐତିହ ପୁଣି ଥରେ ନଦୀ ବାଲିରେ ଲିନ୍ନ ହୋଇ ଯିବନି ତ?
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂବର୍ତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଛି।
ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଆରମ୍ଭ ହୋଇଥିବା ବେଳେ ଦୂରଦର୍ଶନ ଲୋକମାନଙ୍କର ମନୋରଞ୍ଜନ କରିବା ଗୋଟେ ପରେ ଗୋଟେ ପୁରୁଣା ଧାରାବାହିକର ପୁନଃ ପ୍ରସାରଣ କରି ଲୋକମାନଙ୍କ ସ୍ମୃତି ଉଦ୍ଜୀବୀତ କରୁଛି। ପ୍ରଥମେ ରାମାୟଣ ପରେ ମହାଭାରତ ତା ପରେ, ଶ୍ରୀକୃଷ୍ଣ, ସରକସ, ଶ୍ରୀମାନ ଶ୍ରୀମତୀ ଆଦି ଧାରାବାହିକର ପୁନଃ ପ୍ରସାରଣ କରିବା ପରେ ଏବେ ଆଉ ଏକ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ବିଷ୍ଣୁପୁରାଣ’ର ପୁନଃ ପ୍ରସାରଣ କରିଛି ଦୂରଦର୍ଶନ। ଏନେଇ ଚ୍ୟାନେଲ୍ ପକ୍ଷରୁ […]
ଭୁବନେଶ୍ୱର: ବିଧାନସଭାରେ ନିଜ ବିବାଦୀୟ ବୟାନକୁ ନେଇ ଗୃହରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ। ଏପରି ମନ୍ତବ୍ୟ ସେ ଉଦ୍ଦେଶ୍ୟମୂଳକ ଭାବେ ଦେଇ ନଥିବା କହିଛନ୍ତି ବିଷ୍ଣୁ। ଏଥିସହିତ ଗୃହର ବିବରଣୀରୁ ତାଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ସେ ଅନୁରୋଧ ମଧ୍ୟ କରିଛନ୍ତିf। ବାଚସ୍ପତି ମଧ୍ୟ ବିଧାନସଭା ବିବରଣୀରୁ ବିଷ୍ଣୁଙ୍କ ମନ୍ତବ୍ୟକୁ ବାଦ୍ ଦେବାକୁ ରୁଲିଂ ଦେଇଛନ୍ତି। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ସ୍ୱାଭାବିକ ରହିଛି ଗୃହ […]
ଭୁବନେଶ୍ୱର: ଟ୍ରିପଲ୍ ତଲାକ ବିଲ୍ ସଂପର୍କରେ ବିଧାନସଭାରେ ଆଲୋଚନା ହେଉଥିବା ବେଳେ ହଙ୍ଗାମା ହେବାରୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ ୩ଟା ଯାଏ ମୁଲତବୀ ରଖିଲାଲେ। ଆଲୋଚନା ଚାଲିଥିବା ବେଳେ ବିଜେପିର ବିଷ୍ଣୁ ସେଠୀ ମୁସ୍ଲିମ୍ ମହିଲାଙ୍କ ବିରୋଧରେ କିଛି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିସହିତ ବିଭିନ୍ନ ମାଗାଜିନ ଓ ଗଣମାଧ୍ୟମ ରିପୋର୍ଟ ଉଦାହରଣ ଦେଇଥିଲେ ବିଷ୍ଣୁ ସେଠୀ। ଯାହାର ଘୋର ବିରୋଧ କରିଥିଲେ କଂଗ୍ରେସ ବିଧାୟକ। ବିଜେଡି ବିଧାୟକ ମଧ୍ୟ ବିଷ୍ଣୁଙ୍କ ମନ୍ତବ୍ୟକ୍ତୁ ତୀବ୍ର ବିରୋଧ […]
ଭୁବନେଶ୍ୱର: ଗାନ୍ଧି ବନାମ ଗଡ୍ସେ ପ୍ରସଙ୍ଗରେ ଗୃହରେ ଆଜି ପୁଣି ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଗୃହରେ ରଖିଥିବା ପ୍ରତିକ୍ରିୟାକୁ ନେଇ ଆଜି ଖୁବ୍ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଗତକାଲି ନରସିଂହ ଅଭିଯୋଗ କରି କହିଥିଲେ, କେନ୍ଦ୍ର ସରକାରଙ୍କ କିଛି ନେତା ଗଡ୍ସେଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ। ଏହାପରେ ବିଷ୍ଣୁ ମଧ୍ୟ କଂଗ୍ରେସ ନେତା ମଣିଶଙ୍କର ଆୟାର ଓ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ନଦୀ ପଠାରେ ଚାଲିଛି ବାଲି ମାଫିଆଙ୍କ ରାଜୁତୀ। ଦିନ ଦ୍ୱି ପ୍ରହରରେ ବେଧଡ଼କ ଭାବେ ଶହ ଶହ ବାଲି ଟ୍ରକ୍ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଡୁଙ୍ଗୁରିପାଲି ବ୍ଲକ୍ ରାମପୁର ତହସିଲର ପହଣ୍ଡି, ଦିଗଶିରାରେ ଅଙ୍ଗନଦୀ ପଠାରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥନୀୟ ବାସିନ୍ଦା ଅଭିଯୋଗ କଲେ ବି ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ […]
ବ୍ରହ୍ମପୁର : ବ୍ରହ୍ମପୁରରେ ବହୁଚର୍ଚ୍ଚିତ HDFC ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୋଗରେ ଗିରଫ ହୋଇଛନ୍ତି କ୍ଲିନିକର ମାଲିକ ଡାକ୍ତର ହୃଷିକେଶ ତ୍ରିପାଠୀ। ଗିରଫ ପରେ ସଂପୃକ୍ତ ଡାକ୍ତରଙ୍କୁ ଧରି ତନାଘନା ଜାରି ରଖିଛି ପୁଲିସ। କ୍ଲିନିକ୍ ସମେତ ମୃତଦେହକୁ ପୋତାଯାଇଥିବା ସ୍ଥାନକୁ ନେଇ ଛାନ୍ଭିନ୍ କରୁଛି ବ୍ରହ୍ମପୁର ପୁଲିସ। ଭୁବନେଶ୍ୱରରୁ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅନେକ ଦିନ ଧରି ନିଖୋଜ ଥିବା ଗଞ୍ଜାମ ଖଲ୍ଲିକୋଟ ଚିକିଲିଗା […]