Advertisment

ବିପଦରେ ଅଟେଇ ସଂରକ୍ଷିତ ଜଙ୍ଗଲ : ଖୁଲମଖୁଲ୍ଲା ଶହ ଶହ ଟ୍ରିପ ମାଟି ଲୁଟି ନେଉଛନ୍ତି ଠିକା ସଂସ୍ଥା, ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ

ଜାତୀୟ ରାଜପଥ ୨୦ ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲରୁ ଲୂଟ ଚାଲିଛି ଶହ ଶହ ଟ୍ରିପ ମାଟି। ଜୈନେକ ଠିକା ସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଚଲାଇଛି ଲୁଟ

author-image
Prangyan Parimita
sand loot

sand loot

ଦିନକୁ ଦିନ ପରିବେଶ ପ୍ରଦୂଷଣ ବଢ଼ୁଥିବା ବେଳେ ଏହାକୁ ସନ୍ତୁଳିତ ରଖିବା ଓ ଜୀବଜନ୍ତୁ ଙ୍କୁ ସୁରକ୍ଷା ଦେବା ନିମନ୍ତେ ନିୟମ ପରେ ନିୟମ କରାଯାଉଛି । ହେଲେ ସବୁ ନିୟମ ଯେମିତି ଫସର ଫାଟି ଯାଏ ବଡ଼ବଡିଆ ଠିକା ସଂସ୍ଥା ନିକଟରେ । ଅଟେଇ ସଂରକ୍ଷିତ ଜଙ୍ଗଲରୁ ଦିନ ଦ୍ୱିପ୍ରହରେ କିଭଳି ଭାବ ଠିକା ସଂସ୍ଥା ଲୁଟି ନେଉଛନ୍ତି ଶହ ଶହ ଟ୍ରିପ ମାଟି । ସବୁ ଜାଣିଶୁଣି ଚୁପ ବସିଛନ୍ତି ସରକାରୀ ବାବୁ ମାନେ ।

Advertisment

ଜାତୀୟ ରାଜପଥ ୨୦ ର ସମ୍ପ୍ରସାରଣ ନାଁରେ କେନ୍ଦୁଝର ଜିଲ୍ଲାର ଅଟେଇ ଜଙ୍ଗଲରୁ ଲୂଟ ଚାଲିଛି ଶହ ଶହ ଟ୍ରିପ ମାଟି। ଜୈନେକ ଠିକା ସଂସ୍ଥା କାହାରିକୁ ଖାତିର ନକରି ଦିନ ଦ୍ୱିପ୍ରହରେ ଚଲାଇଛି ଲୁଟ । ସବୁ ଜାଣି ମଧ୍ୟ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଜଙ୍ଗଲ ବିଭାଗ ଠାରୁ ଆରମ୍ଭ କରି ତହସିଲ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସମସ୍ତେ ନିରବ ଦ୍ରଷ୍ଟା। ଗରିବ ଲୋକଟିଏ ଘର ନିର୍ମାଣ ନିମନ୍ତେ ବାଲି ଟ୍ରିପ ଟିଏ କିମ୍ବା ମାଟି ଟ୍ରିପ ଟିଏ ନେଉଥିଲେ ଗଣିବାକୁ ପଡେ ଲକ୍ଷାଧିକ ଟଙ୍କା । ହେଲେ ଠିକା ସଂସ୍ଥା ନିମନ୍ତେ ଏତେ ଆତ୍ମୀୟତା କାହିଁକି ତାକୁ ନେଇ ଉଠେ ବିରାଟ ପ୍ରଶ୍ନ।

ଅନେକ ଦିନ ପରେ ଜାତୀୟ ରାଜପଥ ୨୦ ର ଅସମ୍ପୂର୍ଣ୍ଣ କାର୍ଯ୍ୟ,କୁ ଶେଷ କରିବା ନିମନ୍ତେ ପ୍ରୟାସ ଆରମ୍ଭ କରାଯାଇଛି । ଏହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ହେଲେ ଯେଉଁଭଳି ଭାବେ ସରକାରୀ ନିୟକୁ ଦଳି ଚକଟି ସଂରକ୍ଷିତ ଜଙ୍ଗଲରୁ ଗଛ ନଷ୍ଟ କରି ବନ୍ୟଜନ୍ତୁଙ୍କ ଜୀବନ ସହିତ ଖେଳ ଖେଳି ବେଆଇନ ମାଟି ଚାଲାଣ କରାଯାଉଛି ତାହା ଚିନ୍ତାଜନକ ।

Advertisment

ଦରଖଳା ନିକଟସ୍ଥ ଅଟେଇ ସଂରକ୍ଷିତ ଜଙ୍ଗଲରୁ ଦୈନିକ ଶହ ଶହ ଟ୍ରିପ ମାଟି ଉଠାଇ ଯାଜପୁର ଯାଏଁ ନିଆ ଯାଉଛି । ଏତେ ଲମ୍ବା ରାସ୍ତାରେ ଘଟଗାଁ ଜଙ୍ଗଲ ବିଭାଗ, ଆନନ୍ଦପୁର ଜଙ୍ଗଲ ବିଭାଗ, ଘଟଗାଁ ତହସିଲ, ଘଷିପୁରା ତହସିଲ, ଆନନ୍ଦପୁର ତହସିଲ ,ଯାଜପୁର ତହସିଲ ସମେତ , ଘଟଗାଁ, ଘଷିପୁରା, ରାମଚନ୍ଦ୍ରପୁର, ବ୍ୟlସନଗରଥାନା ମଧ୍ୟ ପଡିଥାଏ ହେଲେ ସମସ୍ତେ କାହା ଚାପରେ ଚେପା ତାହା ଚର୍ଚ୍ଚାର ବିଷୟ।

ପୂର୍ବରୁ ଘଷିପୁରା ତହସିଲ ଅଞ୍ଚଳରେ ସମ୍ପୃକ୍ତ ଠିକା ସଂସ୍ଥା ମୋରମ ଚୋରା ଚାଲାଣ କରୁଥିବାର ଅଭିଯୋଗ ହେବା ପରେ ଧର୍ମକୁ ଆଖିଠାର ଭଳି କିଛି ଟଙ୍କା ଜୋରିମାନା କାଟିଦେଇ ଚୁପ ରହିଗଲେ ଘଷିପୁରା ତହସିଲ କର୍ତ୍ତୃପକ୍ଷ। ଯାହାବି ହେଉ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ର ଆବଶ୍ୟକ ରହିଛି। ବେଆଇନ ଲଘୁଜ ଖଣି ରେ ସାମିଲ ଥିବା ଠିକା ସଂସ୍ଥା ବିରୁଦ୍ଧରେ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏନେଇ କେନ୍ଦୁଝର ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଆନନ୍ଦପୁରରୁ ମୁନାସିଂହଙ୍କ ରିପୋର୍ଟ

Soil Loot
Advertisment
Advertisment