ଭୁବନେଶ୍ୱର : ରାଫେଲ ଡିଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ କଟାକ୍ଷ। ଚୌକିଦାର ବନିଗଲେ ପାର୍ଟନର ବୋଲି କହିଛନ୍ତି ନିରଂଜନ। ପିସିସି ସଭାପତି ଅଭିଯୋଗ କରିଛନ୍ତି, ରାଫେଲ ଦୁର୍ନୀତିରେ ଅନିଲ ଅମ୍ବାନିଙ୍କ ସହିତ ମୋଦି ମଧ୍ୟ ସଂପୃକ୍ତ ଅଛନ୍ତି । ହାଲ୍କୁ ନିର୍ମାଣ ଦାୟିତ୍ୱ ଦିଅାଯାଇଥିଲେ ଓଡ଼ିଶା ଉପକୃତ ହୋଇଥାନ୍ତା। ରାଫେଲ ଦୁର୍ନୀତି ଯୋଗୁଁ ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛି। ସୁନାବେଡ଼ା ହାଲ୍ରେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଓଡିଶାର ଯୁବକ […]
ଭୁବନେଶ୍ୱର: ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ସର୍ବପୁରାତନ ପର୍ବର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ କରି ପରିଶ୍ରମୀ ଚାଷୀ ଭାଇଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାମନ୍ତ୍ରୀ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ…
ୱାଶିଂଟନ୍: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି। ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି। #WATCH New York: Donald Trump Jr says, "I think the relationship of my father President Donald Trump & PM Modi is incredible…It has […]
ନୂଆଦିଲ୍ଲୀ : ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନୀତି ଆୟୋଗର ବୈଠକରେ ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହା ହେଉଛି ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକ। ଏଥିରେ ସ୍ଥାନ ପାଇଛି କୃଷିର ଉନ୍ନତି, ଚାଷୀଙ୍କ ଆୟ ଦୁଇଗୁଣା କରିବା, ଆୟୁଷ୍ମାନ ଭାରତ, ପୋଷଣ ମିଶନ, […]
ସୁରତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗୁଜରାଟ ପାଇଁ ତିନୋଟି ପ୍ରମୁଖ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ୩ଟି ପ୍ରକଳ୍ପ ହେଲା- ୟୁ.ଏନ୍ ମେହଟା ଇନଷ୍ଟିଚ୍ୟୁଟ ଅଫ୍ କାର୍ଡିଓଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର ଠାରେ ଶିଶୁ ହୃଦ୍ରୋଗ ହସ୍ପିଟାଲ୍, ଗୁଜରାଟର କୃଷକମାନଙ୍କ ପାଇଁ ‘କିସାନ ସୂର୍ଯ୍ୟୋଦୟ ଯୋଜନା’ ଓ ଗିରନାରଠାରେ ୨,୩୨୦ ମିଟର ଲମ୍ବା ବିଶିଷ୍ଟ ରୋପ୍ୱେର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କିସାନ ସୂର୍ଯ୍ୟୋଦୟ ଯୋଜନା…. ଜଳସେଚନ ପାଇଁ ଦୈନିକ ବିଦ୍ୟୁତ […]
କଟକ : କଟକ କିଲ୍ଲାପଡିଅାରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି, ମହାନଦୀ ତାର ବଡ ଉଦାହରଣ ବୋଲି ସେ କହିଛନ୍ତି। ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଥିବା ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଥିଲେ। କେନ୍ଦ୍ର ବିବାଦର ସମାଧାନ ଚାହୁଁଛି। ତେବେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ମହାନଦୀକୁ ଛାଡି ଅନ୍ୟ ୫ଟି […]
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତିକୁ ବିରୋଧ କରି ଆଜି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’। ଏହି ଅବସରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍। ଗତ ଚାରି ବର୍ଷ ମଧ୍ୟରେ ମୋଦି ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ବୋଲି କହିଛନ୍ତି ସିବଲ୍। ଅଚ୍ଚେ ଦିନ ନୁହଁ ବରମ୍ ସାଧାରଣ ଲୋକ ମୋଦିଙ୍କ ପାଇଁ ସମସ୍ୟା […]
ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୨୦୧୧ ଜନଗଣନା ଅନୁସାରେ ହିତାଧିକାରୀ ଚୟନ କରାଯାଇଛି। ଏହା ମଧ୍ୟରେ ରାଜ୍ୟର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୧ ଠାରୁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ୧୦.୨୨% ବଢ଼ିଛି। ତେଣୁ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଉ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ରାଜ୍ୟରେ ଏବେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ରାସନ […]
ପାଟନା: ଗୋଟିଏ ପଟେ ଭୋଟ୍, ଆରପଟେ ହାଇଭୋଲଟେଜ୍ କ୍ୟାମ୍ପେନିଂ। ବିହାର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାରେ ଆଜି ୭୧ଟି ଆସନରେ ମତଦାନ ହୋଇଛି। ତେଣେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଜବରଦସ୍ତ ପ୍ରଚାର ବି ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନିତିଶ କୁମାର ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ସେପଟେ ମହାଗଠବନ୍ଧନ ଲାଗି ରାହୁଲ ଗାନ୍ଧୀ ଓ ତେଜସ୍ୱୀ ଯାଦବ ବି ଜୋରଦାର ପ୍ରଚାର କରିଛନ୍ତି। ଏନଡିଏ ପ୍ରାର୍ଥୀ ନୀତୀଶ […]
ଭୁବନେଶ୍ୱର: ପଞ୍ଚଦଶ ଅର୍ଥ କମିଶନଙ୍କ ଟର୍ମ ଅଫ୍ ରେଫରେନ୍ସରେ ଅସଙ୍ଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଯେ, ଅର୍ଥ କମିଶନ ୧୯୭୧ ଜନଗଣନାକୁ ୧୭ ପ୍ରତିଶତ ୱେଟେଜ ଦେଇଥିବାବେଳେ ୨୦୧୧ର ଜନଗଣନାକୁ ୧୦ ପ୍ରତିଶତ ୱେଟେଜ ଦେଇଥିଲେ। ତେଣୁ ପ୍ରଥମ ଥର ପାଇଁ ପଞ୍ଚଦଶ ଅର୍ଥ କମିଶନ ଏଭଳି ସୁପାରିଶ କରିନାହିଁ। ଚତୁର୍ଦ୍ଦଶ ଅର୍ଥ କମିଶନ ମଧ୍ୟ ଅନୁରୂପ ସୁପାରିଶ କରିଥିବା ଧର୍ମେନ୍ଦ୍ର […]
କେଭାଡିଆ: ରାଷ୍ଟ୍ରୀୟ ଏକତା ଦିବସରେ ପୁଲଓ୍ୱାମା ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଲଓ୍ୱାମା ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୋଦି। ଦେଶ କେବେ ବି ପୁଲଓ୍ୱାମା ଆକ୍ରମଣ ଭୁଲି ପାରିବନି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କିଛି ବ୍ୟକ୍ତି ପୁଲଓ୍ୱାମା ଆକ୍ରମଣରେ ବି ରାଜନୈତିକ ସ୍ୱାର୍ଥ ଦେଖୁଥିଲେ। ସ୍ୱାର୍ଥରେ ଭରା ରାଜନୀତି ସେମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସବୁ ଶୁଣିବା ପରେ ବି ସେ ମୁହଁ ଖୋଲିନଥିଲି ବୋଲି ମୋଦି କହିଛନ୍ତି। […]
ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି…
କୋଲକାତା : ମୋଦିଙ୍କୁ ଆମ୍ବ ପଠାଇଲେ ଦିଦି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସହ ତିକ୍ତତା ସତ୍ତ୍ୱେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବ ପଠାଇଛନ୍ତି । ପଶ୍ଚିମବଙ୍ଗରେ ମିଳୁଥିବା ବିଭିନ୍ନ କିସମର ଆମ୍ବ ମଧ୍ୟରୁ ଶ୍ରେଷ୍ଠ ଆମ୍ବ ମୋଦିଙ୍କ…
ନୂଆଦିଲ୍ଲୀ: ବିହାରରେ ସଫଳତା ପରେ ବିଜେପି ମୁଖ୍ୟାଳୟରେ ବିଜୟ ଉତ୍ସବ ଆୟୋଜିତ ହୋଇଛି। ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବକ୍ତବ୍ୟ ରଖିଛନ୍ତି। ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସଂପନ୍ନ ହୋଇଥିବାରୁ ମୋଦି ଧନ୍ୟବାଦ ଦେଇଛନ୍ତି। ପୂର୍ବରୁ ନିର୍ବାଚନ ହେଲେ କେତେ ବୁଥ୍ ଲୁଟ୍ ହୋଇଛି ତାହା ଖବରର ଶିରୋନାମା ଥିଲା। ବିହାରରେ କେତେ ଲୋକଙ୍କ ମୃତ୍ୟୁ ଘଟିଛି ପୂର୍ବରୁ ପ୍ରମୁଖ ଖବର ଥିଲା। ତେବେ ବର୍ତ୍ତମାନ କେତେ ପ୍ରତିଶତ ଭୋଟ ହୋଇଛି ଏବେ ମୁଖ୍ୟ ଖବର ପାଲଟିଛି। […]
ବିହାର: ସାଇଲେଣ୍ଟ ଭୋଟର୍ ହେଲେ ସାଇଲେଣ୍ଟ ଚେଞ୍ଜର। ବିହାରରେ ଅଧିକାଂଶ ଏକ୍ଜିଟ୍ ପୋଲ୍ ତେଜସ୍ୱୀ ଯାଦବଙ୍କ ସପକ୍ଷରେ ମତ ଦେଇଥିବା ବେଳେ ମୋଦିଙ୍କ ଭାଷାରେ ସାଇଲେଣ୍ଟ ଭୋଟର୍ ବା ମହିଳା ଭୋଟର୍ ହିଁ ଗେମ୍ ଚେଞ୍ଜର୍ ହୋଇଛନ୍ତି। ତେଣୁ ଏବେ ମହିଳା ଭୋଟର୍ ଫୋକସ୍ରେ ରହିବେ। ଏହି କାର୍ଡ ଓଡ଼ିଶାରେ ପୂର୍ବରୁ ଅତି ସଫଳତାର ସହ ବିଜେଡି ଖେଳି ସାରିଛି। ତେବେ ମୋଦିଙ୍କ ବାର୍ତ୍ତା ପରେ ରାଜ୍ୟ ବିଜେପି ବି ବିଜେଡିର ଏହି ଭୋଟ୍ବ୍ୟାଙ୍କ୍ ଭାଙ୍ଗିବାକୁ ଷ୍ଟ୍ରାଟେଜି […]
ଶ୍ରୀନଗର: ଦୀପାବଳିରେ ଯବାନମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ରାଜସ୍ଥାନର ଜୈସଲମେର ଲୋଙ୍ଗୋୱାଲା ପୋଷ୍ଟ ଯାଇ ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ଭେଟିଥିଲେ। ସାରା ଦେଶ ଯବାନମାନଙ୍କ ସହ ରହିଛି । ବୀର ଯବାନମାନଙ୍କ ବଳିଦାନ ଯୋଗୁଁ ଦେଶ ସୁରକ୍ଷିତ ରହିଛି। କଠିନ ପରିସ୍ଥିତିରେ ଦେଶକୁ ଯବାନମାନେ ସୁରକ୍ଷା ଦେଉଛନ୍ତି॥ କେତେବେଳେ ୫୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କାର୍ଯ୍ୟ କରୁଛନ୍ତି ତ ଆଉ କେତେବେଳେ ପାରଦ ଶୂନ ତଳେ ରହୁଛି । କିନ୍ତୁ ସବୁ […]
ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି। ନାଁ ନ ନେଇ ପାକିସ୍ତାନକୁ ଟାର୍ଗେଟ କରି ମୋଦି କହିଛନ୍ତି, ଆତଙ୍କବାଦ ବିଶ୍ୱ ପାଇଁ ସବୁଠୁ ବଡ଼ ସମସ୍ୟା । ଆତଙ୍କବାଦକୁ ସମର୍ଥନ ଦେଉଥିବା ଦେଶକୁ ଦୋଷୀ ମାନ୍ୟତା ମିଳୁ । ମୋଦି ଆହୁରି କହିଛନ୍ତି, ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି, ସେ ଏଥିପାଇଁ ଉତ୍ତରଦାୟୀ। ସବୁ ରାଷ୍ଟ୍ର ମିଳିତ ଭାବେ ସଂଗଠିତ ଢାଞ୍ଚାରେ ଆତଙ୍କବାଦର ମୁକାବିଲା କରନ୍ତୁ। ଜାତୀୟ ସୁରକ୍ଷା ପରିଷଦରେ ସଂସ୍କାର […]
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। କରୋନା ସଂକ୍ରମଣ ବଢ଼ିଲେ କଣ ପଦକ୍ଷେପ ନିଆଯିବ? ମୁକାବିଲା ପାଇଁ କଣ ସବୁ ପ୍ରସ୍ତୁତି ହେବ? କିପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ […]
ଲକ୍ଷ୍ନୌ: ୨୦୧୯ ନିର୍ବାଚନରେ ବାରଣସୀରୁ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହିଁଥିବା ପୂର୍ବତନ ବିଏସ୍ଏପ୍ କନଷ୍ଟେବଲଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ। ବିଏସ୍ଏଫ୍ କନଷ୍ଟେବଲ ପଦରୁ ବହିସ୍କାର ହୋଇଥିବା ତେଜବାହାଦୁର ନାମକ ଜଣେ ବ୍ୟକ୍ତି ଏହି ଆବେଦନ କରିଥିଲେ। ପ୍ରଥମେ ଆଲ୍ଲାହବାଦ କୋର୍ଟରେ ଆବେଦନ ଖାରଜ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ତେଜ୍ ବାହାଦୁର, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବାରଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ସେ ନାମାନଙ୍କନ ପତ୍ର […]
ଭୁବନେଶ୍ୱର: ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଏକ ଗାଇଡ୍ଲାଇନ୍ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ୱନ୍ଦ୍ୱ ଦୂର ହୋଇପାରିବ। ସବୁ ଉଚ୍ଚତର ଶିକ୍ଷା ଇଣ୍ଟରଲିଙ୍କ ଥିବାରୁ ଜାତୀୟ ଗାଇଡଲାଇନ ହେଉ। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ […]