ଭୁବନେଶ୍ୱର: ନୂଆଁଖାଇ ଅବସରରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ସର୍ବପୁରାତନ ପର୍ବର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ କରି ପରିଶ୍ରମୀ ଚାଷୀ ଭାଇଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ପ୍ରଧାମନ୍ତ୍ରୀ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୋଦି ଟୁଇଟ୍ କରିଛନ୍ତି।
ନୂଆଁଖାଇ ଜୁହାର
ଓଡିଶାର ଏକ ସର୍ବପୁରାତନ ପର୍ବ ନୂଆଁଖାଇର ପବିତ୍ର ଅବସରରେ ସମାଜର ସବୁବର୍ଗ ବିଶେଷ ଭାବରେ ଆମର ପରିଶ୍ରମୀ ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛି । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ।
— Narendra Modi (@narendramodi) September 3, 2019