• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "269" result for "କେନ୍ଦୁଝର" in https://otvkhabar.in

1
ଅବହେଳିତ ଅବସ୍ଥାରେ କେନ୍ଦୁଝରର ପୁଟଘର ଜଳପ୍ରପାତ

କେନ୍ଦୁଝର: ପ୍ରକୃତିର କୋଳରେ ଅବସର ବିନୋଦନ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କେନ୍ଦୁଝର ଜିଲ୍ଲା ତେଲକୋଇ କଳାପଟ ପାହାଡ଼ରେ ଥିବା ପୁଟଘର ଜଳପ୍ରପାତ ପର୍ଯ୍ୟଟନସ୍ଥଳୀକୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଯଦିଓ ପୁଟଘର ଜଳପ୍ରପାତ ସୌନ୍ଦର୍ଯ୍ୟରେ ବିମୋହିତ, ତେବେ ସେଠାକାର ଅବ୍ୟବସ୍ଥାରେ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଏ ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ପାହାଡ ଚଢ଼ାର ମଜା ନେଉଛନ୍ତି। କଳାପଟ ପାହାଡ଼ରେ ପୁଟଘର ଓ ସାନଘାଗରା ଜଳପ୍ରପାତ ରହିଛି। ଏହା ସହିତ […]

ratha
କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ GRRF ପକ୍ଷରୁ ଘୋଷଣା

କେନ୍ଦୁଝର: କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ବଡ଼ ରଥ ବୋଲି ଗ୍ଲୋବାଲ୍ ରେକର୍ଡସ୍‌ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (GRRF) ଘୋଷଣା କରିଛି। ଫଳରେ ଏହା ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇବାକୁ ପଥ ପରିଷ୍କାର ହୋଇଛି ବୋଲି ସୂଚନା ମିଳିଛି। ପୂର୍ବରୁ କେନ୍ଦୁଝର ଦେବୋତ୍ତର ବିଭାଗ ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ବଡ଼ରଥ ବୋଲି ବାରମ୍ବାର ବିଭିନ୍ନ ଫୋରମ୍‌ରେ ଦାବି ହୋଇ ଆସୁଥିଲା। ତେବେ GRRF ପକ୍ଷରୁ ଏନେଇ ଯାଞ୍ଚ କରାଯିବା ପରେ ବିଧିବଦ୍ଧ ଘୋଷଣା […]

accident-up
କେନ୍ଦୁଝର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା

କେନ୍ଦୁଝର  : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍‌ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।

elephant
କେନ୍ଦୁଝରରେ ହାତୀ ‌ଉପଦ୍ରବ

କେନ୍ଦୁଝର: କେନ୍ଦୁଝରରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଜିଲ୍ଲାର କଦମଡିହିଠାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ବୁଧରାମ୍‌ ମୁଣ୍ଡା। ସୂଚନା ଅନୁସାରେ, ଗତକାଲି ବୁଧରାମ୍‌ ନିଜ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।