
କେନ୍ଦୁଝର : କେନ୍ଦୁଝରରେ କାଶ୍ମୀରର ଭ୍ରମ। ପ୍ରବଳ କୁଆପଥର ମାଡ ହେବା ପରେ ଆଜି କେନ୍ଦୁଝର ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର ସହରର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ବୃଷ୍ଟି ହୋଇଥିଲା। ବର୍ଷା ସାଙ୍ଗକୁ କୁଆପଥର ମାଡ ବ୍ୟାପକ କ୍ଷୟକ୍ଷତି କରିଥିଲା। ଏପରିକି ଲୋକଙ୍କ ଛପର ମଧ୍ୟ ଉଡାଇଦେବା ସହ ଗଛ ମଧ୍ୟ ଭାଙ୍ଗିଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ବର୍ଷା ସାଙ୍ଗକୁ […]
କେନ୍ଦୁଝର(ପ୍ରଣୟ ପାଣି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାରାଥନ ପ୍ରଚାର। କେନ୍ଦୁଝର ଲୋକସଭା କ୍ଷେତ୍ରର ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ପ୍ରଥମେ ତେଲକୋଇ ନିର୍ବାଚନ ମଣ୍ଡଳୀର ହରିଚନ୍ଦନପୁର, ପରେ ପାଟଣା ନିର୍ବାଚନ ମଣ୍ଡଳୀର ତୁରମୁଙ୍ଗା ଏବଂ ଶେଷରେ ସଦର ନିର୍ବାଚନ ମଣ୍ଡଳୀର ମୁରୁସୁଆଁରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ଧର୍ମେନ୍ଦ୍ର। ସନାତନ ମହାକୁଡ଼ ଏବଂ ଖଣି ଠିକାଦାର […]
କେନ୍ଦୁଝର( ପ୍ରଣୟ ପାଣି) : ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଲୋକସଭା ଆସନକୁ ନେଇ ଏଥର ଜୋରଦାର ଚର୍ଚ୍ଚା। କାରଣ ଏଠାକାର କେମେଷ୍ଟ୍ରି ସୃଷ୍ଟି କରିପାରେ ନୂଆ ରାଜନୈତିକ ସମୀକରଣ। ପୂର୍ବରୁ କଂଗ୍ରେସର ଗଡ଼ ଥିଲା କେନ୍ଦୁଝର। ତେବେ ୧୯୯୮ମସିହାରେ କଂଗ୍ରେସ ହାତରୁ ଏହି ଆସନକୁ ଛଡାଇ ନେଇଥିଲା ବିଜେପି ବିଜେଡି ମେଣ୍ଟ। ୨୦୦୦ ଓ ୨୦୦୪ରେ ଏଠାରୁ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ। ତେବେ ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଏହି ଆସନକୁ ଅକ୍ତିଆର […]
ଭୁବନେଶ୍ୱର : ବିଜେଡିର କେନ୍ଦୁଝର ଲୋକସଭା ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହିଛି। ଯାହାକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେପି। ନିଜ ନାମାଙ୍କନ ପତ୍ରରେ ଚନ୍ଦ୍ରାଣୀ ବାପାଙ୍କ ନାଁ ରହିଛି ସଞ୍ଜୀବ ମୁର୍ମୁ। ତେବେ ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଛି। ସେହିପରି ଆଇଟିଇଆର୍ କଲେଜରେ ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଛି। […]
ଭୁବନେଶ୍ୱର : କେନ୍ଦୁଝର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଚନ୍ଦ୍ରାଣୀ ସୋରେନ୍। ଆଜି ଏ ସମ୍ପର୍କରେ ସେ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନବୀନ ନିବାସ ଆସି ବିଜେଡିରେ ମିଶିବା ପରେ ଏଭଳି ସୂଚନା ଦେଇଛନ୍ତି ଯୁବ ମେକାନିକାଲ ଇଞ୍ଜିନିୟର ଚନ୍ଦ୍ରାଣୀ ସୋରେନ। ଚନ୍ଦ୍ରାଣୀ ହେଉଛନ୍ତି କେନ୍ଦୁଝରର ପୂର୍ବତନ ଲୋକସଭା ସାଂସଦ ହରିହର ସୋରେନଙ୍କ ନାତୁଣୀ। ତେବେ ନବୀନ କିନ୍ତୁ ଏ ନେଇ ବିଧିବଦ୍ଧ ଘୋଷଣା କରିନାହାନ୍ତି।
ଆନନ୍ଦପୁର(ମୁନା ସିଂହ) : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏ ମାତ୍ର ୩ଜଣଙ୍କୁ ଗିରଫ କରିଛି। ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୁଲିସ। ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି। ମୃତକ ରାମଚନ୍ଦ୍ର ବେହେରାଙ୍କ ଘରେ ଏବଂ ଧକୋଠା ବଜାରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେପଟେ ବ୍ରାହ୍ମଣୀଦେବୀ ନିକଟ ପୋଖରୀରୁ […]
କେନ୍ଦୁଝର : ଗ୍ରାମାଞ୍ଚଳରେ ଏବେ ବି ଦୂର ହେଉନାହିଁ ଅନ୍ଧବିଶ୍ୱାସ। ପେଟ ରୋଗ ନ ହେବା ପାଇଁ ଶିଶୁଙ୍କୁ ଦିଆଯାଉଛି ଚେଙ୍କ। ଏଭଳି ଏକ ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ବରଦାପାଳ ପଞ୍ଚାୟତ ରୁଗୁଡିସାହିରୁ। ରୋଗ ନ ହେବା ଲାଗି ଗାଁରେ ରହୁଥିବା ୨୫ ପରିବାରର ୫୬ ଜଣ ଶିଶୁଙ୍କୁ ଦିନକ ତଳେ ଚେଙ୍କ ଦିଆଯାଇଥିବା ଜଣାପଡିଛି। ପୁରୁଣା ବିଶ୍ୱାସ ଅନୁସାରେ ଏହି ଚେଙ୍କ ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।