ଆନନ୍ଦପୁର ( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ନହଙ୍ଗୀରେ ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା। ଏହି ପ୍ରତିବାଦରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ଆନନ୍ଦପୁର ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଶତାଧିକ କଂଗ୍ରେସ କର୍ମୀ ଶୈଲଙ୍ଗ ଛକରୁ ବାହାରି ଏସଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଗତକାଲି ସଂଧ୍ୟାରେ ପ୍ରଚାର ସାରି ଫେରୁଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିବା ଥାନାରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି ଅଭିନବ ପ୍ରତିବାଦ କରାଯାଉଛିା ଭୁବନେଶ୍ୱରରେ ମଧ୍ୟ କଂଗ୍ରେସ ତରଫରୁ ରାଜ୍ୟସ୍ତରୀୟ ଉପବାସ ପାଳନ କରାଯାଉଛିା SC/ST ଅତ୍ୟାଚାର ନିରୋଧ ଆଇନରେ ସଂଶୋଧନକୁ ନେଇ ଗତ ଏପ୍ରିଲ ୨ […]
ଭୁବନେଶ୍ୱର : ଚଳିତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସହପ୍ରଭାରୀ ଟିଏସ୍ ସିଂହଦେଓଙ୍କ ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ଆଜି ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନବେଳେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଏହି ନେତାମାନଙ୍କୁ ଦଳରୁ […]
ଭୁବନେଶ୍ୱର : ମୟୂରଭଞ୍ଜର ମୋରଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ଦେଲା କଂଗ୍ରେସ। ଦଳ ଆଜି ପ୍ରଭାସ କର ମହାପାତ୍ରଙ୍କୁ ମୋରଡ଼ା ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ମୋରଡ଼ା ଆସନ ଲାଗି କଂଗ୍ରେସ ଓ JMM ମଧ୍ୟରେ ବୁଝାମଣା ହୋଇଥିଲା। ଏହି ଅନୁସାରେ କଳିଙ୍ଗ କେଶରୀ ଜେନା ମୋରଡ଼ାରେ JMMର ପ୍ରାର୍ଥୀ ହୋଇଥିଲେ। ତେବେ ଆଜି କଂଗ୍ରେସ ଦଳ ଏହି ଆସନ ପାଇଁ ପୁଣି ନିଜ ଦଳରୁ ପ୍ରାର୍ଥୀ ଘୋଷଣା ପରେ ଏଠାରେ ଉଭୟ ଦଳର ପ୍ରାର୍ଥୀ […]
ଆନନ୍ଦପୁର( ମୁନା ସିଂହ) : କେନ୍ଦୁଝର ଜିଲ୍ଲା ଘସିପୁରାରେ କଂଗ୍ରେସ ଶୋଭାଯାତ୍ରା ବେଳେ ଉତ୍ତେଜନା। କଂଗ୍ରେସ ନେତା ଜୟଦେବ ଜେନାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ସୈଲଂଗ ଛକରୁ ଘସିପୁରା ଥାନା ଅଭିମୁଖେ ଯାଉଥିବା ବେଳେ ପୁଲିସ ସହିତ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସ କର୍ମୀ ଗତ ୫ ତାରିଖ ରାତିରେ ଘସିପୁରା ଥାନାରେ ଗଣ୍ଡଗୋଳ ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷ ସୁରେଶ ସାହୁ ଓ ତାଙ୍କ ଭାଇଙ୍କ ଗିରଫର ପ୍ରତିବାଦରେ କଂଗ୍ରେସ ଏହି ରାଲି କରୁଥିଲା। ତେବେ ବିନା ଅନୁମତିରେ […]
ଭୁବନେଶ୍ୱର : ଗଲେ ବି.କେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର ସିଂ। ଓଡିଶା ପ୍ରଭାରୀ ଭାବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜିତେନ୍ଦ୍ର ସିଂଙ୍କୁ ଓଡିଶା ଦାୟିତ୍ୱ ଦେଇଛନ୍ତି। ପଂଚାୟତ ନିର୍ବାଚନ, ବିଜେପୁର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ ବି.କେ ହରିପ୍ରସାଦଙ୍କୁ ପରିବର୍ତ୍ତନ କରାଗଲା ବୋଲି କୁହାଯାଉଛି। ସେପଟେ ଜିତେନ୍ଦ୍ର ସିଂ ହେଉଛନ୍ତି ରାହୁଲଙ୍କ ଟିମ୍ର ୟଙ୍ଗ ଚେହେରା। ପ୍ରସାଦଙ୍କୁ ହଟାଇବା ପାଇଁ ବିଧାୟକ ଗୋଷ୍ଠୀ ଦାବୀ କରିବା […]
ଭୁବନେଶ୍ୱର: ପୁଣି କଂଗ୍ରେସ ଛାଡିଲେ ନେତା। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଚନ୍ଦ୍ରଶେଖରଙ୍କ […]
ଭୁବନେଶ୍ୱର : ପ୍ରଚାର ଆଳରେ ଆଜି ବିଜେଡି ଓ କଂଗ୍ରେସକୁ ଘାଇଲା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଓଡ଼ିଶାର ବିକାଶରେ ବିଜେଡି ରୋକ ଲଗାଇଛି। ୧୯ ବର୍ଷ ଧରି ଲୋକେ ବିଶ୍ୱାସ କରି ଆସିଥିବା ବିଜେଡି ସରକାର କିଛି କରିନଥିବାରୁ ଏହାକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି-“ବିଜେଡିର ନୀତି ନିୟମ ଠିକ୍ ଥିଲେ କୃଷକଙ୍କୁ ଦେଢ଼ ଗୁଣା ସମର୍ଥନ ମୂଲ୍ୟ ମିଳୁଥାନ୍ତା। ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ପ୍ରାୟ ୫୦ […]
ସମ୍ବଲପୁର ( ସଞ୍ଜୟ ଜେନା ) : ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ଜିଲ୍ଲା କଂଗ୍ରେସ କମିଟିରେ ଦେଖାଦେଇଛି ବିଦ୍ରୋହ। ସାଂସଦ ପ୍ରାର୍ଥୀ ଶରତ ପଟ୍ଟନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ବିଭିନ୍ନ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ପି.ସି.ସି ସଭାପତିଙ୍କୁ ସେମାନେ ଇସ୍ତଫା ପତ୍ର ଦେଇଛନ୍ତି। ଆଗକୁ ଆହୁରି ଅନେକ କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ମଧ୍ୟ […]
ଭୁବନେଶ୍ୱର : କଂଗ୍ରେସ ଛାଡ଼ିଲେ ଦଳର ମୁଖପାତ୍ର ବିଭୂ ପ୍ରସାଦ ତରାଇ। ଜଗତସିଂହପୁର ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ବିଭୂ ତରାଇଙ୍କୁ ଲୋକସଭା ପରିବର୍ତ୍ତେ ତିର୍ତ୍ତୋଲ ବିଧାନସଭା ଆସନରେ ଟିକେଟ୍ ମିଳିବାରୁ ସେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିବା କୁହାଯାଉଛି। ଦଳ ଛାଡ଼ିବା ନେଇ ବିଭୂ ତରାଇ ଓଟିଭିକୁ ପ୍ରତିକ୍ରିୟା ରଖି କହିଛନ୍ତି,କଂଗ୍ରେସ ଓ ବିଜେଡି ମଧ୍ୟରେ ଗୁପ୍ତ ବୁଝାମଣା ରହିଛି। ବର୍ତ୍ତମାନ କଂଗ୍ରେସ ଦିଗହରା ଭାବେ ପ୍ରାର୍ଥୀ ଚୟନ କରୁଛି। ସବଳ ପ୍ରାର୍ଥୀଙ୍କ […]
ଭୁବନେଶ୍ୱର : ସମ୍ବଲପୁର ଲୋକସଭା ଆସନ ସହ ଆଉ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ୍। ସମ୍ବଲପୁର ଲୋକସଭା ଆସନ ପାଇଁ ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି। ସେହିପରି ଘୋଷଣା ହୋଇଥିବା ୯ ବିଧାନସଭା ସିଟ୍ ମଧ୍ୟରୁ ୩ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଇଛି। ବେଗୁନିଆରୁ ଗତକାଲି ପ୍ରାର୍ଥୀ ଘୋଷଣା କରାଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ବଦଳରେ ପ୍ରଦୀପ ସାହୁଙ୍କୁ ଟିକଟ୍ ଦିଆଯାଇଛି। ସେହିପରି ସମ୍ବଲପୁର ବିଧାନସଭା […]
ଭୁବନେଶ୍ୱର : ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ବହୁଜନ ସମାଜ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ। ଭୁବନେଶ୍ୱର ଠାରେ ଆୟୋଜିତ ସମାବେଶରେ କେନ୍ଦ୍ର ସରକାରଙ୍କୁ ସେ ସମାଲୋଚନା କରିଛନ୍ତି। ଅଚ୍ଛେ ଦିନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ଏକ ଚତୁର୍ଥାଂଶ ପ୍ରତିଶ୍ରୁତି ପୂରଣ କରିବାରେ ସକ୍ଷମ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି ମାୟାବତୀ। କଂଗ୍ରେସ ଭଳି ବିଜେପି ମଧ୍ୟ ସିବିଆଇ, ଇଡି ଓ ଆଇଟିର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। […]