ବ୍ରହ୍ମପୁର (ଅଶୋକ ବ୍ରହ୍ମା) : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଶୁକ୍ରବାର ରାତିରେ ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ହୋଇଥିବା ଏନ୍କାଉଣ୍ଟରରୁ ମିଳିଛି କଂଗ୍ରେସ ନେତା ମନୋଜ ଜେନାଙ୍କ ହତ୍ୟାକାଣ୍ଡର ଲିଙ୍କ୍। ଏନ୍କାଉଣ୍ଟରରେ ଆହତ ହୋଇଥିବା ଦୁଇ ଅଭିଯୁକ୍ତ, ମନୋଜ ଜେନାଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ପଷ୍ଟ କରିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର। ଦୁଇ ଅପରାଧୀ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ଉଭୟଙ୍କୁ ଗିରଫ କରାଯାଇଛି। ଆସିକାର କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ […]
ଭୁବନେଶ୍ୱର : ନିର୍ବାଚନ ହାରିବା ପରେ ରାଜ୍ୟ କଂଗ୍ରେସର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଉପରେ ବର୍ଷିଛନ୍ତି ଆଉ ଜଣେ ବର୍ଷୀୟାନ ନେତା କାହ୍ନୁଚରଣ ଲେଙ୍କା। ସେ କହିଛନ୍ତି,“ରାଜ୍ୟର ୧୨୧ ଦିନର ମୁଖ୍ୟମନ୍ତ୍ରୀ ଭାବେ ହେମାନନ୍ଦ ବିଶ୍ୱାଳଙ୍କୁ ଲୋକେ ଜାଣିଛନ୍ତି। ଏବେ ସେ କଂଗ୍ରେସର ଶୃଙ୍ଖଳା କମିଟିର ଚେୟାରମ୍ୟାନ ଅଛନ୍ତି। ସେ କାହିଁକି ନିଜେ ଶୃଙ୍ଖଳା ଭଙ୍ଗ କରି ବାରମ୍ୱାର ମିଡିଆରେ ଚର୍ଚ୍ଚିତ ହେଉଛନ୍ତି? ଯିଏ ଶୃଙ୍ଖଳା କମିଟିର […]
ଭୁବନେଶ୍ୱର : ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆଜି କଂଗ୍ରେସ ଭବନରେ ଦଳର ନେତା ପରାଜୟର କାରଣ ଖୋଜିବା ସହ ନିର୍ବାଚନୀ ଫଳାଫଳର ସମୀକ୍ଷା କରିଛନ୍ତି। ପ୍ରଥମଥର ପାଇଁ କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହରାଇଥିବାରୁ ଦଳର ବରିଷ୍ଠ ନେତାମାନେ ଉଦବେଗ ପ୍ରକାଶ କରିବା ସହ ବ୍ୟାପକ ପୁନର୍ଗଠନ ଓ ଅତିକମରେ ୩୦ ପ୍ରତିଶତ ଭୋଟ୍ ଶେୟାର ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଦଳର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ଦେଶବ୍ୟାପୀ କଂଗ୍ରେସର ବିପର୍ଯ୍ୟୟ ପରେ ରାଜ୍ୟ କଂଗ୍ରେସ ସଭାପତିଙ୍କ ଇସ୍ତଫାର ସୁଅ ଛୁଟିଛି। ଆଜି ସୁଦ୍ଧା ୬ ଜଣ ପିସିସି ସଭାପତି ପଦ ଛାଡ଼ି ସାରିଲେଣି। ଝାଡ଼ଖଣ୍ଡ ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ, ଆସାମ ପିସିସି ସଭାପତି ରିପୁନ ବୋରା ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ସୁନିଲ ଝାକର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇମେଲ୍ କରି ଦେଇଛନ୍ତି। ଏହା ପୂର୍ବରୁ ଉତ୍ତରପ୍ରଦେଶ ପିସିସି ମୁଖ୍ୟ ରାଜ […]
ଭୁବନେଶ୍ୱର : ରାଜ୍ୟ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ ଦଳୀୟ ଶୀର୍ଷ ନେତୃତ୍ୱଙ୍କ ଉପରେ ବର୍ଷିଲେ କଂଗ୍ରେସର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା। ଦଳର ବିଫଳତା ପାଇଁ ସେ ସିଧାସଳଖ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି। ଏହାସହ ଦଳର ସାଂଗଠନିକ ଦାୟିତ୍ୱରେ ଥିବା ବରିଷ୍ଠ ନେତା ଭକ୍ତ ଦାସ ଓ ହେମାନନ୍ଦ ବିଶ୍ୱାଳଙ୍କ ସମେତ ଅନ୍ୟ କିଛି ତୁଙ୍ଗ ନେତାଙ୍କ ବିରୋଧରେ ବି ବିଷୋଦଗାର କରିଛନ୍ତି। ଏପରିକି ପିସିସି ସଭାପତି କଂଗ୍ରେସ ଭଳି ଜାତୀୟ ଦଳକୁ […]
ଆସିକା : ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥିବା ଆସିକାର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନାଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ସୂଚନା ଯେ, ଗତ ୨୨ ତାରିଖରେ ଲାଂଜିପଲ୍ଲୀ ବାଇପାସ୍ ନିକଟରେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ କରିବା ସହ ତାଙ୍କ ଗଳା କାଟି ଦେଇଥିଲେ ୪ ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ସେ ଭୁବନେଶ୍ୱର ସ୍ଥାନାନ୍ତର ହୋଇଥିଲେ।
ବେଙ୍ଗାଲୁରୁ : କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ ମେଣ୍ଟକୁ ମାତ୍ ଦେଇଛି ରାଜ୍ୟର ବିରୋଧୀ ଦଳ ବିଜେପି। ୨୮ ଲୋକସଭା ଆସନରୁ ବିଜେପି ୨୪ଟିରେ ଜିତିଥିବା ଜଣାପଡ଼ିଛି। ଅନ୍ୟ ୪ଟିରେ କଂଗ୍ରେସ-ଜେଡିଏସ ମେଣ୍ଟ ଆଗୁଆ ରହିଛି। ବିଜେପିର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ କମ୍ ବୟସ୍କ ପ୍ରାର୍ଥୀ ତେଜସ୍ୱୀ ସୂର୍ଯ୍ୟା ଦକ୍ଷିଣ ବେଙ୍ଗାଲୁରୁରୁ କଂଗ୍ରେସର ବରିଷ୍ଠ ନେତା ବି. କେ ହରିପ୍ରସାଦଙ୍କୁ ହରାଇଛନ୍ତି। ଚଳିତଥର ତେଜସ୍ୱୀ ବିଜେପିରେ ଯୋଗ ଦେଇଥିଲେ। ଏବଂ ସେ ଟିକେଟ ପାଇବେ ବୋଲି କେବେ ଆଶା […]
ଭୁବନେଶ୍ୱର : ଗତ ବିଧାନସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରୁ ପୁଣି ନିର୍ବାଚିତ ହୋଇଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଅର୍କେଶ କେଶରୀ ସିଂହଦେଓଙ୍କୁ ପ୍ରାୟ ୬ ହଜାର ଭୋଟରେ ହରାଇ ନରସିଂହ ମିଶ୍ର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ସଂଜୟ କୁମାର ଦାସବର୍ମାଙ୍କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଜୟଦେବ ବିଧାନସଭା […]
ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ କଂଗ୍ରେସର ଜନ ଆକ୍ରୋଶ ରାଲି। ରାମଲୀଳା ମୈଦାନରେ ଜନ ସାଧାରଣଙ୍କୁ ଉଦ୍ବୋଧନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ଅବସରରେ କେନ୍ଦ୍ର ସରକାର ଉପରେ ପ୍ରବଳ ବର୍ଷିଛନ୍ତି ରାହୁଲ। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ବିକାଶ ପାଇଁ ୬୦ ମାସ ମାଗିଥିଲେ। କିନ୍ତୁ ନିଜ ସମସ୍ତ ପ୍ରତିଶୃତି ପାଳନ କରିବାରେ ମୋଦି ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ। ଦେଶର ଆଇନ ପରିସ୍ଥିତି ବିଗିଡ଼ିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢ଼ିଛି, […]
ବେଙ୍ଗାଲୁରୁ: କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ରାଜ୍ୟର କୃଷକ ଏବଂ ଯୁବ ପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଅଧିକ ଗୁରୁତ୍ୱ ଦେଇଛି ଦଳ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏହାକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ କୃଷକଙ୍କ ଆୟ ଦୁଇ ଗୁଣା କରିବା, ଚାଷୀଙ୍କ ପାଇଁ ଇନ୍କମ୍ କମିଶନ୍ ଗଠନ ଏବଂ କୃଷି କରିଡର୍ ନିର୍ମାଣ କରିବା ପାଇଁ ଦଳ ପ୍ରତିଶୃତି ଦେଇଛି। ବେକାରୀ ସମସ୍ୟାକୁ ମଧ୍ୟ ଘୋଷଣା […]
ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ। ଏ ନେଇ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ ହେବ। ରାଜ୍ୟ କଂଗ୍ରେସର ନବନିଯୁକ୍ତ କାର୍ଯ୍ୟକାରୀ ସଭାପତି ନବକିଶୋର ଦାସ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ର ମନମୁଖୀ ପାଇଁ ଓଡ଼ିଶାରେ ମହାନଦୀ ଜଳ କମ୍ ପ୍ରବାହିତ ହେଉଛି। ତେଣୁ ଜଳ ସମସ୍ୟା ନେଇ ପ୍ରତି ବ୍ଲକ ଓ ପଞ୍ଚାୟତକୁ ଯାଇ କଂଗ୍ରେସ ଆନ୍ଦୋଳନ କରିବ। ଏହି ସମୟରେ […]
ଭୋପାଳ : କଂଗ୍ରେସ ରାଲିରେ ମୋଦି ସ୍ଲୋଗାନ୍। ଏପରି କିଛି ଘଟଣା ଏବେ ଭୋପାଳ ରାଜନୀତିକୁ ଅଧିକ ଉଷ୍ମ କରିଛି। ଆଜି ଭୋପାଳରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଦିଗ୍ବିଜୟ ସିଂ ରାଲିର ଆୟୋଜନ କରିଥିଲେ। ହେଲେ ଏହି ସମୟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା କିଛି ବ୍ୟକ୍ତି ମୋଦି ସ୍ଲୋଗାନ୍ ଦେଇଥିଲେ। ଏପରିକି ଲମ୍ବା ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା। ପୁଲିସ ଏବଂ ସୁରକ୍ଷାବଳଙ୍କ ଉପସ୍ଥିତିରେ ଏପରି ଘଟଣା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି। […]
କୋରାପୁଟ: ନୂଆ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କୋରାପୁଟର ବରିଷ୍ଠ କଂଗ୍ରେସ ନେତା ଶିବପ୍ରସାଦ ପଟ୍ଟନାୟକ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ପୂର୍ବରୁ କୋରାପୁଟ ଜିଲ୍ଲାର କଂଗ୍ରେସ ସଭାପତି ଥିଲେ। ଦଳ ସଜାଡ଼ିବା ଲାଗି ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ଗୁରୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳ ଛାଡ଼ିଛନ୍ତି ବରିଷ୍ଟ ନେତା ଶିବପ୍ରସାଦ। ୪ଟି କାରଣ ପାଇଁ ସେ ଦଳ ଛାଡ଼ିଥିବା କହିଛନ୍ତି। କଂଗ୍ରେସର ବ୍ରିଟିଶ ଶାସନ ଚାଲିବା ସହ ଦଳର […]
ଭୁବନେଶ୍ୱର: କଂଗ୍ରେସ ଉଠିଲେ, ଓଡ଼ିଶା ହସିବ। ଅତୀତର ଭୁଲ୍କୁ ସୁଧାରିଲେ କଂଗ୍ରେସ ସୁଦୃଢ଼ ହେବ। ମୁଖିଆ ମୁକୁଟ ପିନ୍ଧି ନୂଆଦିଲ୍ଲୀରୁ ଫେରିବା ପରେ ଗତକାଲି ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏଭଳି ଉଦ୍ବୋଧନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଏହାସହ ନିଜ ଉଦ୍ବୋଧନରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ କର୍ମୀଙ୍କୁ ଆହ୍ୱାନ କରିଛନ୍ତି। ଭୁବନେଶ୍ୱରରେ ଥିବା ଲୋକଙ୍କୁ ନୁହଁ, ବରଂ ଗାଁର ଲୋକଙ୍କୁ ଟିକେଟ୍ ମିଳିବ ବୋଲି ନିରଞ୍ଜନ ଖୋଲା ମଞ୍ଚରେ […]
କଟକ : ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଘରେ କମିଶନରେଟ୍ ପୁଲିସର ରେଡ୍। ତିନି କୋଣିଆ ବଗିଚା ସ୍ଥିତ ଏକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବୋମା ମାଡ଼ ଘଟଣାରେ ଦର୍ଘା ବଜାର ପୁଲିସ ମୋକିମଙ୍କ ଘରେ ରେଡ୍ କରିଥିଲା। ଏହି ଚଢାଉ ବେଳେ ପୁଲିସ ମୋକିମଙ୍କ ଘର ଓ ତାଙ୍କ କାର୍ଯ୍ୟାଳୟର ସିସିଟିଭି ଫୁଟେଜ ଯାଞ୍ଚ କରିଛି। ଚଢାଉ ସମୟରେ ମୋକିମ୍ ନଥିବା ସୂଚନା ମିଳିଛି।
ପାରାଦୀପ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଦାନ ଚାଲିଥିବା ବେଳେ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଏକ ରାଜନୈତିକ ହତ୍ୟାକାଣ୍ଡ ଘଟିଛି। ଜଣେ କଂଗ୍ରେସ କର୍ମୀଙ୍କୁ ବୋତଲରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଲଛମନ ବେହେରା। ଲଛମନ ଗତକାଲି ବିଜେଡି ଛାଡ଼ି କଂଗ୍ରେସରେ ମିଶିଥିଲେ। ସେଥିପାଇଁ ଜଣେ ବିଜେଡି କର୍ମୀ ଆକ୍ରୋଶମୂଳକ ଭାବେ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଗଡ଼କୁଜଙ୍ଗ ନୋଳିଆସାହିରେ ଏହି ହତ୍ୟାକାଣ୍ଡ ଘଟିଛି। ଲଛମନ […]
ନୂଆଦିଲ୍ଲୀ: ଫେସ୍ବୁକ ତଥ୍ୟ ଲିକ୍ ମାମଲାରେ ନିଜ ପକ୍ଷ ରଖିବାକୁ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୟୁଏସ୍ କଂଗ୍ରେସ୍ ସମ୍ମୁଖରେ ହାଜର ହେଲେ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ। ୟୁଏସ୍ କଂଗ୍ରେସ ସମ୍ମୁଖରେ ହାଜର ହୋଇ ସେ ନିଜ ଦୋଷ ସ୍ୱୀକାର କରିବା ସହ କହିଥିଲେ ଯେ, ‘‘ମୁଁ ଫେସ୍ବୁକ ଆରମ୍ଭ କରିଥିଲି, ତେଣୁ ସେଥିରେ ହୋଇଥିବା ସମସ୍ତ ଭୁଲ୍ର ଦାୟିତ୍ୱ ମୁଁ ନେଉଛି।’’ କିଛି ଘଣ୍ଟା ଧରି ଚାଲିଥିବା ଆଲୋଚନାରେ ଜୁକରବର୍ଗଙ୍କୁ ୟୁଏସ୍ କଂଗ୍ରେସ […]
ଭଦ୍ରକ(ତପନ ସ୍ୱାଇଁ) : କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ିକୁ ଆକ୍ରମଣ। ଭଦ୍ରକ ବନ୍ତ ଛକରେ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣେ ମନ୍ତ୍ରୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଆର୍ଯ୍ୟ କୁମାରଙ୍କ ଗାଡ଼ି କାଚ ଭାଙ୍ଗି ଯାଇଛି। ଗାଡ଼ି କାଚ ଭାଙ୍ଗିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।
ବାଲେଶ୍ୱର( ରଶ୍ମୀରଂଜନ ଦାସ) : ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ କଂଗ୍ରେସ କର୍ମୀଙ୍କୁ ଗିରଫ ଦାବିରେ ବିଏସ୍ପି ନେତା କୃଷ୍ଣ ସଗରିଆଙ୍କ ଆନ୍ଦୋଳନ। କୃଷ୍ଣ ସଗରିଆଙ୍କ ନେତୃତ୍ୱରେ ଶତାଧିକ ବିଏସ୍ପି କର୍ମୀ ଭଣ୍ଡାରୀପୋଖରୀ ଥାନା ଘେରାଉ କରିଥିଲେ। ଗତ ୧୯ ତାରିଖରେ କୃଷ୍ଣ ସଗରିଆ ନିଜ ଦଳର କର୍ମୀଙ୍କ ସହ ସଭା କରିବାକୁ ଆସିଥିବାବେଳେ ତାଙ୍କୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସମର୍ଥକ ଠେଲାପେଲା କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ […]