ଭୁବନେଶ୍ୱର: ଆଜି ପୁଣିଥରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ସେ ପୁରୀରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି। ଅମିତ୍ ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ। ସେ ସିଂହଦ୍ୱାରରୁ ବଳଗଣ୍ଡି ଛକ ଯାଏ ରୋଡ୍ ଶୋ’ କରିବେ। ସେହିପରି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବିଜେପି ସୂତ୍ରରୁ ସୂଚନା ଦିଆଯାଇଛି। ମୋଦି ଆସନ୍ତା ୧୫ କିମ୍ବା ୧୬ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଦିନ ୧୦ଟାରେ ସେ ବଉଳ ବିହାରର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ପ୍ରଥମେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ରାମ ମନ୍ଦିର ଯାଇ ପୂଜା କରିଥିଲେ। ପୂଜାର୍ଚ୍ଚନା ପରେ ସେ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ। ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ବାଲିକୁଦା-ଏର୍ସମା ଆସନ ପାଇଁ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜଗତସିଂହପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାରାଥନ୍ ନିର୍ବାଚନ ପ୍ରଚାର କରିବେ। ପ୍ରଥମେ ନୂଆପଡ଼ାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ଏହାପରେ ନବୀନ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ପ୍ରଚାର କରିବେ। ସିନାପାଲି, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ଟାଉନରେ ରୋଡ୍ ଶୋ’ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସମୟ ନିକଟତର ହେଉଛି। ଆଉ ଏଭଳି ସମୟରେ ଓଡ଼ିଶାର ବିକାଶ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୀର୍ଯ୍ୟକ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଗାଦିରେ ବସିଥିଲେ ମଧ୍ୟ ରାଜ୍ୟର ବିକାଶ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ସ୍ୱଚ୍ଛ ପାନୀୟ ଜଳ, ଚାଷ-ଚାଷୀ, ଶିକ୍ଷକ ସମସ୍ୟା, ନାରୀଙ୍କୁ ସୁରକ୍ଷା ଆଦି ଅନେକ ପ୍ରସଙ୍ଗରେ ପ୍ରଶ୍ନ […]
ଭୁବନେଶ୍ୱର: ମହିଳା ସଶକ୍ତିକରଣକୁ ଡବଲ ଇଞ୍ଜିନ୍ର ଆଖ୍ୟା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି ବୋଲି କଂଗ୍ରେସ ଉପସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ପଚାରିଛନ୍ତି ଯେ, ୧୯ ବର୍ଷରେ କେତେ ମହିଳାଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ନବୀନ। ନିର୍ବାଚନ ଆସିବାରୁ ନବୀନଙ୍କୁ ମହିଳାଙ୍କ କଥା ମନେପଡ଼ିଲା। ବିଜେପୁରରେ ଜଣେ ମହିଳା ବିଧାୟକ ଥିବାସତ୍ତ୍ୱେ ନିଜେ ପ୍ରାର୍ଥୀ ହେଲେ। ଏହାଛଡ଼ା […]
ପାରାଦୀପ: ପାରାଦୀପରେ କଂଗ୍ରେସକୁ ଝଟକା। କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ସଂପାଦକ ପ୍ରମୋଦ କିଶୋର ଜେନା। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲା କଂଗ୍ରେସର ନେତୃତ୍ୱ ନେଇଥିବା ଚିରଞ୍ଜିବ ବିଶ୍ୱାଳଙ୍କୁ ସମାଲୋଚନା କରିଛନ୍ତି। ଚିରଞ୍ଜିବ ବିଶ୍ୱାଳ ଜଗତସିଂହପୁରରେ ନିଜର ସ୍ଥିତି ବଜାୟ ରଖିବାପାଇଁ, ବିଜେଡି ସହ ସଲାସୁତରା […]
ଭୁବନେଶ୍ୱର: ନବୀନ ନିବାସ ଆଗରେ କାକାଟପୁର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍ ମିଳିବା ପରେ ଗତକାଲି ସୁରନ୍ଦ୍ର ସେଠୀ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ପୁରୀ ବାହାରିଥିଲେ। ଶୋଭାଯାତ୍ରାରେ ପ୍ରାୟ ୧୫ହଜାର ସମର୍ଥକ ସାମିଲ ହୋଇଥିଲେ। ତେବେ ହଠାତ ତାଙ୍କୁ ନାମାଙ୍କନ ଦାଖଲ ପାଇଁ ମନା କରାଯାଇଥିଲା। ଫଳରେ ସେ ଅଧା ରାସ୍ତାରୁ ନାମାଙ୍କନ ନଭରି ଫେରିଥିଲେ। ପରେ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ହାତରେ ମାତ୍ର ଆଉ ୪ଦିନ ରହିଲା। ୯ତାରିଖ ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ତରଫରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ରାଇଘର ଯାଇ ସେଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ପରେ ସେଠାରୁ ଝରିଗାଁ ଯିବେ। ସେଠାରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେବେ। ଏହା ପରେ ନବୀନ ମଇଦଳପରୁ ପାପଡାହାଣ୍ଡି ଓ ପରେ […]
ଭୁବନେଶ୍ୱର: ଶନିବାର ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଧ୍ୟାହ୍ନ ୨ଟାବେଳେ ବ୍ରହ୍ମପୁରରେ ପହଞ୍ଚିବା ପରେ ଆମ୍ବପୁଆ ବିବେକ ବିହାର ସ୍ଥିତ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଯୋଗୀ। ଏଥିପାଇଁ ସମାବେଶ ପଡ଼ିଆରେ ଆରମ୍ଭ ହୋଇଛି ପ୍ରସ୍ତୁତି। ପଡ଼ିଆକୁ ସମତୁଲ କରିବା ସହ ଟେଣ୍ଟ ଭିଡିବା କାର୍ଯ୍ୟ ବି ଆରମ୍ଭ ହୋଇଛି। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ଦାମୋଦର ରାଉତ […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, କୋରାପୁଟ ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ। ସ୍ୱତନ୍ତ୍ର ବସ୍ରେ ନବୀନ ରୋଡ୍ ଶୋ’ କରିବା ସହ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମେ ମୁଖ୍ୟମନ୍ତ୍ରୀ ଜୟପୁରରେ ପହଞ୍ଚିବା ପରେ ମାଲକାନଗିରି ଯାତ୍ରା କରିବେ। ମାଲକାନଗିରିର କାଲିମେଳା ଓ ମାଥିଲିରେ ସଭା କରିବେ। ଏହାପରେ ନବୀନ ପଟାଙ୍ଗୀ ଓ ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ […]
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶାର ୬ଟି ଲୋକସଭା ତଥା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୯ ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୨ ତାରିଖ ସୁଦ୍ଧା […]
ପୁରୀ (ମଧୁସୂଦନ ମିଶ୍ର) : ପୁରୀ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ନୋଟିସ୍। ସମ୍ବିତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ପୁରୀ ଜିଲ୍ଲାପାଳ। ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି ନୋଟିସ୍ ଜାରି ହୋଇଛି। ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ଶୋଭାଯାତ୍ରା ପାଇଁ ଅନୁମତି ନ ନେଇ ଶୋଭାଯାତ୍ରା କରିଥିବାରୁ ନୋଟିସ୍ ଜାରି ହୋଇଛି। ସେପଟେ ସମ୍ବିତ ପାତ୍ର କହିଛନ୍ତି ପୁରୀ ଜିଲ୍ଲାପାଳଙ୍କ ନୋଟିସ୍ ହସ୍ତଗତ ହୋଇନି। ନୋଟିସ୍ ପାଇଲେ ଏହାର […]
ଭୁବନେଶ୍ୱର: ବିଜେପି ଛାଡ଼ିଲେ ବରଗଡ଼ ଜିଲ୍ଲାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ। ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସୁବାସ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ ସୁବାସ ବରଗଡ଼ରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏଥର ଦଳ ତାଙ୍କୁ ଟିକେଟ୍ ନଦେବାରୁ ସେ ଇସ୍ତଫା ଦେଇଛନ୍ତି। ଦଳ ଏଥର ତାଙ୍କ ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପ୍ରତି ଘୋର ଅପମାନ ବୋଲି ଗତକାଲି ସୋଶାଲ ମିଡିଆରେ […]
ଭୁବନେଶ୍ୱର: ଆଜି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ। ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବ୍ଲକର ତୁଳସୀପୁର ଗାଁର ବଳଙ୍ଗ ପଡ଼ିଆରେ ଏହି ସମାବେଶ ଅନୁଷ୍ଠିତ ହେବ। ସଭା ପରେ ଶିବରାଜ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ରେମୁଣା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ […]
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ପୂର୍ବରୁ ଅନେକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ, ବାକି ରହିଥିବା ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିବେ। ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଏବଂ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ୍ କରାଯିବ। ୨୯ ତାରିଖ ସୁଦ୍ଧା ଏହା ପ୍ରତ୍ୟାହାର […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଆସନ୍ତାକାଲିଠାରୁ ପ୍ରଥମ ପର୍ଯ୍ୟାୟ ପାଇଁ ଦାଖଲ ହୋଇଥିବା ନାମାଙ୍କନପତ୍ରର ଯାଞ୍ଚ ହେବ। ୨୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ। ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ। ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା। ଏହି ପର୍ଯ୍ୟାୟରେ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ଟି ଲୋକସଭା […]
ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ୧୧ ଓ ୧୮ରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ଲାଗି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ତେବେ ଏହି ଦୁଇ ପର୍ଯ୍ୟାୟ ପାଇଁ ତଥା ୬୩ଟି ବିଧାନ ସଭା ଓ ୯ଟି ଲୋକସଭା ଲାଗି ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଏହି ୯ଟି ଲୋକସଭା ଆସନ ହେଲା ଲାଞ୍ଜିଗଡ଼, ଝରିଗାଁ ଓ ମାଲକାନଗିରି, ପଟ୍ଟାଙ୍ଗି, ବ୍ରଜରାଜନଗର, ବୀରମିତ୍ରପୁର, ଲୋଇସିଂହା, ବଲାଙ୍ଗିର ଓ ଫୁଲବାଣୀ। ତେବେ ଆଜି […]
ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହ ବିଜେଡି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ବି ରହିଛି। ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସହିତ ବରଗଡ଼ ଜିଲ୍ଲାର ବିଜେପୁରରୁ ବି ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ଅଭିନେତା ତଥା ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ କଂଗ୍ରେସ […]
ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ। ତେଜୁଛି ପ୍ରତିବାଦ ଓ ପଲିଟିକ୍ସ। ରାଜ୍ୟବାସୀଙ୍କ ପ୍ରମୁଖ ସମସ୍ୟାକୁ ଆଧାର କରି ଜନତାଙ୍କ ନିକଟତର ହେବାକୁ ଅଣ୍ଟା ଭିଡିଲେଣି ବିରୋଧୀ ଦଳମାନେ। ଆବାସ କେଳେଙ୍କାରୀ ଓ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗକୁ ଧରି ବିଜେପି ରାଜ୍ୟ ସରକାରଙ୍କୁ ଘନ ଘନ ଆକ୍ରମଣ ଜାରି ରହିଥିବାବେଳେ ତୈଳ ଦର ବୃଦ୍ଧି ପ୍ରତିବାଦରେ ବାମଦଳଙ୍କ ସହ ମିଶି ହୁଙ୍କାର ଦେଲାଣି କଂଗ୍ରେସ।
ଆବାସ କେଳେଙ୍କାରୀ ବିରୋଧରେ ରଣହୁଙ୍କାର ସରୁ ସରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗରେ ବିଜେପିର ଗର୍ଜନ। ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ୍ ସମସ୍ୟା ସହ ଶୁଳ୍କ ବୃଦ୍ଧି ଦାଉରେ ଛଟପଟ ଉପଭୋକ୍ତାଙ୍କ ଅସନ୍ତୋଷକୁ ଅସ୍ତ୍ର କରି ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପୀ ପ୍ରତିବାଦ
ଆସନ୍ତାକାଲିଠାରୁ ଖରିଫ ଧାନ ସଂଗ୍ରହ ପାଇଁ ଆରମ୍ଭ ହେଉଛି ଚାଷୀଙ୍କ ପଞ୍ଜୀକରଣ । ତେବେ ଏହା ପୂର୍ବରୁ ଧାନ ସଂଗ୍ରହ ଯେଭଳି ସୁବିଧାରେ କରାଯିବ ସେ ନେଇ ରାଜ୍ୟ ସରକାରଙ୍କୁ ୮ ଦଫା ଦାବି ପତ୍ର ଦେଇଛି ବିଜେପି ।
ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ବିଜେପିର ରାଜ୍ୟସଭା ସଂସଦୀୟ ଦଳ ନେତା ଘୋଷଣା କରାଯାଇଛି । ଥାୱରଚନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବିଜେପିର ଆନ୍ଦୋଳନ । ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତ କାଟ୍ ନେଇ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସବୁ ବିଦ୍ୟୁତ ଅଫିସ ଆଗରେ ଦଳ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି।