ଝାରସୁଗୁଡ଼ା (ଭାଗିରଥି ସାହୁ) : ଝାରସୁଗୁଡ଼ାର କଂଗ୍ରେସ ବିଧାନସଭା ପ୍ରାର୍ଥୀଙ୍କୁ ଦଳ ଭିତରୁ ବିରୋଧ। ପ୍ରାର୍ଥୀ ମହେନ୍ଦ୍ର ନାଏକଙ୍କୁ ବିରୋଧ କରି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଲା ପକାଇଦେଲେ କର୍ମୀ। ସ୍ଥାନୀୟ ଅଞ୍ଚଳରେ ଅନେକ ଯୋଗ୍ୟ ପ୍ରାର୍ଥୀ ଥିବା ବେଳେ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ କର୍ମୀ ଆପତ୍ତି ଉଠାଇଛନ୍ତି। ନିର୍ବାଚନରେ ସହଯୋଗ ନକରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ରାଉରକେଲାରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି କଂଗ୍ରେସ କର୍ମୀ। ଜିଲ୍ଲା […]
ନୂଆପଡ଼ା : ବିଜେପି ଛାଡିଲେ ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ଖରିଆରରୁ ବିଜେପି ତାଙ୍କୁ ପ୍ରାର୍ଥୀ ନ କରିବାରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି। ୫ ଥରର ଏହି ବିଧାୟକ। ଏଥର ଖରିଆରରେ ଦୁର୍ଯ୍ୟୋଧନଙ୍କ ବଦଳରେ ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ପତ୍ନୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ୍ ଦେଇଛି ବିଜେପି। ଦୁର୍ଯ୍ୟୋଧନ ମାଝୀ ୨୦୧୪ […]
ଭୁବନେଶ୍ୱର : ଏଆଇସିସି ସ୍କ୍ରିନିଂ କମିଟିର କସରତ ପରେ ଆଜି କଂଗ୍ରେସର ପ୍ରଥମ ପର୍ଯ୍ୟାୟ ବାକି ତାଲିକା ପ୍ରକାଶ ପାଇପାରେ। କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ୧୦ ଲୋଧି ରୋଡ଼ରେ କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ ଜାରି ରହିଛି। ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଟି.ଏସ୍ ସିଂଦେଓ ଏବଂ ରୁଦ୍ର ରାଜୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଗତ ୧୮ ତାରିଖରେ ୩୬ଟି ବିଧାନସଭା ଆସନ ଓ ୬ଟି ଲୋକସଭା […]
ନୟାଗଡ଼( ସତ୍ୟ ନାରାୟଣ ସୁରଜଗ୍ଦେବ) : ବିଜେଡିରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଇସ୍ତଫା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ପ୍ରତ୍ୟୁଷା। ପ୍ରଥମେ କନ୍ଧମାଳ ଟିକେଟ୍ କଟିବା ପରେ ତାଙ୍କୁ ନୟାଗଡ଼ ବିଧାନସଭା ଆସନରୁ ଟିକେଟ୍ ଦିଆଯାଉ ବୋଲି ଗତକାଲି ସେ ଦାବି କରିଥିଲେ। ନହେଲେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ ବୋଲି କହିଥିଲେ। ତେବେ ଆଜି ସେ ଦଳରୁ ଇସ୍ତଫା ଦେବା ସହ ତାଙ୍କ ପ୍ରତି […]
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଆରମ୍ଭ ହେଲା ବିଜେଡିର ନାମାଙ୍କନ ଦାଖଲ ପ୍ରକ୍ରିୟା। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ହିଂଜିଳି ବିଧାନସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ଦଳୀୟ ବିଧାୟକ, ମନ୍ତ୍ରୀ ଓ ନେତାଙ୍କ ଗହଣରେ ଯାଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ବି ବିଜେଡି ବହୁ ସିଟ୍ରେ ବିଜୟ ଲାଭ କରିବ। ସେହିଭଳି ଖୁବ୍ଶୀଘ୍ର ସେ ବିଜେପୁର […]
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଂଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଆଜି ଶୁଭବେଳା ଦେଖି ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି। ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ତେବେ ଏଥର ସେ […]
ବରଗଡ଼ : ପ୍ରାର୍ଥୀ ତାଲିକା ପ୍ରକାଶ ଓ ଟିକେଟ ବଣ୍ଟନକୁ ନେଇ ରାଜ୍ୟ କଂଗ୍ରେସରେ ବିଦ୍ରୋହ ଦେଖାଦେଇଛି। ବରଗଡ଼ର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସାଧୁ ନେପାକ ଦଳରୁ ଇସ୍ତଫା ଦେଇଛନ୍ତି। ସାଧୁଙ୍କ ସହ ହଜାର ହଜାର ସମର୍ଥକ ମଧ୍ୟ ଆଜି କଂଗ୍ରେସ ଛାଡ଼ିଛନ୍ତି। ବରଗଡ଼ରେ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ସଂପର୍କରେ ଘୋଷଣା କରିଛନ୍ତି ସାଧୁ ନେପାକ। କିଛିଦିନ ପୂର୍ବରୁ ରାଜ୍ୟ ନେତୃତ୍ୱ ପକ୍ଷରୁ ତାଙ୍କୁ ଟିକେଟ ଦିଆଯିବ ବୋଲି କୁହାଯାଇଥିଲା। […]
ଫୁଲବାଣୀ( ତ୍ରିନାଥ ସାହୁ) : କନ୍ଧମାଳରୁ ଟିକେଟ କଟିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ନୟାଗଡ଼ ବିଧାନସଭା ଆସନରୁ ସେ ଲଢ଼ିବାକୁ ଚାହୁଁଛନ୍ତି। ଯଦି ନୟାଗଡ଼ରୁ ଟିକେଟ ନ ମିଳେ ତାହାଲେ ସେ ସ୍ୱାଧୀନ କିମ୍ବା ଅନ୍ୟ ଦଳରୁ ନିର୍ବାଚନ ଲଢିବେ। ସେ ଆହୁରି ମଧ୍ୟ କହିଛନ୍ତି, ଦଳ ବଡ଼ ନୁହେଁ, ନୟାଗଡ଼ବାସୀଙ୍କ ସେବା କରିବାକୁ ଚାହୁଁଛି। ଉଲ୍ଲେଖନୀୟ ଯେ,ଗତକାଲି ବିଜେଡିର ପ୍ରଥମ […]
ଭୁବନେଶ୍ୱର : କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ପୂର୍ବରୁ ଦଳର ସମସ୍ତ ବିଧାୟକଙ୍କ ଟିକେଟ୍ ଫାଇନାଲ୍ ବୋଲି କୁହାଯାଇଥିଲେ ବି କୋଟପାଡ଼ ଓ ଲକ୍ଷ୍ମୀପୁର ଟିକେଟ୍ ଏଯାଏଁ ଫାଇନାଲ ନହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ପ୍ରଦୀପ ମାଝୀ ଚାହିଁଲେ ଟିକେଟ୍ ଦିଅନ୍ତି ଓ କାଟନ୍ତି, ମୋ କଥା ଦଳରେ ରହେନି ବୋଲି ତାରା କହିଛନ୍ତି। ତେବେ ମୁଁ ସନ୍ତୁଷ୍ଟ, କିନ୍ତୁ କୋରାପୁଟ […]
ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ପାଇଁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଦୁଇ ନେତାଙ୍କୁ ବହିଷ୍କାର କରିଛି ବିଜୁ ଜନତା ଦଳ। ବିଜେଡି ନେତା ତଥା ବ୍ରହ୍ମଗିରି ବ୍ଲକର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ ଏବଂ ପ୍ରସନ୍ନ ବରାଳଙ୍କୁ ବହିଷ୍କାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଆଜି ପ୍ରେସ୍ ଇସ୍ତାହାରରେ ସୂଚନା ଦିଆଯାଇଛି। ଗତକାଲି କୃଷ୍ଣଚନ୍ଦ୍ରଙ୍କ ନେତୃତ୍ୱରେ ବ୍ରହ୍ମଗିରିରି କିଛି ବିଜେଡି କର୍ମୀ ଓ ନେତା ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବିରୋଧରେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ […]
ଭୁବନେଶ୍ୱର : ମାଓ ଉପଦ୍ରୁତ, ଦୁର୍ଗମ ଅଞ୍ଚଳ ପାଇଁ ଭୋଟିଂ ସମୟ କଟକଣା ଜାରି ହୋଇଛି। ୨୨ଟି ବିଧାନସଭା କ୍ଷେତ୍ରରେ ମତଦାନ ସକାଳ ୭ଟାରୁ ଅପରାହ୍ନ ୪ଟା ମଧ୍ୟରେ କରାଯିବ। ସକାଳ ୭ଟାରୁ ମତଦାନ ହେବାକୁ ଥିବା ବିଧାନସଭା କ୍ଷେତ୍ରଗୁଡ଼ିକ ହେଲା- ମୋହନା, ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗୀ, ଜୟପୁର, ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, କଳାହାଣ୍ଡି, ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା।
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟା। ବିଜେଡିର ଟିକେଟ୍ କସରତ ଚାଲିଥିବା ବେଳେ ଗୀତା ମେହେଟାଙ୍କୁ ଆଜି ସେଠାରେ ଦେଖିବାକୁ ମିଳିଥିଲା। ନିର୍ବାଚନ ସମୟରେ ସେ ଆସିଥିବାରୁ ତାଙ୍କ ଉପସ୍ଥିତିକୁ ନେଇ ଅନେକ ଚର୍ଚ୍ଚା ହେଉଛି। ବିଜେଡିର ଷ୍ଟ୍ରାଟେଜିରେ ଗୀତାଙ୍କ କିଛି ଭୂମିକା ରହିବ କି ବୋଲି କଳ୍ପନା ଜଳ୍ପନା ହେଉଛି। ପୂର୍ବରୁ ଗୀତା ମେହେଟା ଅନେକ ଥର ନବୀନ ନିବାସ ଆସି ସେଠାରେ ରହିଛନ୍ତି। ଏବେ କିନ୍ତୁ […]
ଭୁବନେଶ୍ୱର : ରାଜ୍ୟ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ସେ କେଉଁ ଦଳକୁ ଯିବେ ସେ ନେଇ ଏଯାଏଁ କୌଣସି ନିଷ୍ପତ୍ତି ନେଇନଥିବା କହିଛନ୍ତି। ଏ ସଂପର୍କରେ ସେ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଆଲୋଚନା କରୁଥିବା କହିଛନ୍ତି ବିଜୟ। ବିଜେପିକୁ ପୁଣି ଫେରିପାରନ୍ତି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯୋଗାଯୋଗ ସମସ୍ତଙ୍କ ସାଙ୍ଗରେ ଅଛି; କିନ୍ତୁ କିଛି ନିଷ୍ପତ୍ତି ହୋଇନାହିଁ। ସେହିପରି […]
ଭୁବନେଶ୍ୱର : ନବୀନ ନିବାସରେ ମିଶ୍ରଣ ପର୍ବ। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା, ଧରିଛନ୍ତି ଶଙ୍ଖ। ସେପଟେ ଦଳରେ କିନ୍ତୁ ବଢ଼ିବାରେ ଲାଗିଛି ଅସନ୍ତୋଷ। ନିର୍ବାଚନ ମଣ୍ଡଳୀ ଛାଡ଼ି ସିଧା ନବୀନ ନିବାସ ଆସି, ବିଧାୟକଙ୍କ ବିରୋଧରେ ଫେରାଦ ହେଉଛନ୍ତି ଆଶାୟୀ ପ୍ରାର୍ଥୀ। ଶୋଭାଯାତ୍ରାରେ ନିଜନିଜ ସମର୍ଥକଙ୍କ ସହ ପହଞ୍ଚି ବିଧାୟକଙ୍କ ବିରୋଧରେ ଗର୍ଜୁଛନ୍ତି। ଆଜି ବିଜେଡିର ୩ ବିଧାୟକଙ୍କ ବିରୋଧରେ ଏଭଳି ଢଙ୍ଗରେ ଫେରାଦ ହୋଇ, ସେମାନଙ୍କୁ ଆଉ ଟିକଟ […]
ଭୁବନେଶ୍ୱର : ଆସନ୍ତାକାଲି ବିଜେଡିରେ ମିଶି ପାରନ୍ତି ଦିଲ୍ଲୀପ ରାୟ। ଆଜି ସନ୍ଧ୍ୟାରେ ଦିଲ୍ଲୀପ ରାୟ ନବୀନ ନିବାସ ଆସି ଆଲୋଚନା କରି ଫେରିଛନ୍ତି। ନବୀନ ନିବାସ ଆସି ଦିଲୀପ ଆଲୋଚନା କରିବା ପରେ ତାଙ୍କର ବିଜେଡିକୁ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏ ନେଇ ଦିଲ୍ଲୀପ କିମ୍ବା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ଗତବର୍ଷ ନଭେମ୍ବର ୧୮ ତାରିଖରେ ବିଜେପିରୁ ଇସ୍ତଫା ଦେବା ସହ […]
ବ୍ରହ୍ମପୁର : ଟିକେଟ ଘୋଷଣା ପୂର୍ବରୁ ବ୍ରହ୍ମପୁର ବିଜେଡିରେ ବିଦ୍ରୋହର ପଦଧ୍ୱନୀ। ବ୍ରହ୍ମପୁରର ସିଟିଂ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କଟିବା ଚର୍ଚ୍ଚା ପରେ ବିଜେଡିରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏହାକୁ ନେଇ ବ୍ରହ୍ମପୁରରେ ଆଜି ଅପରାହ୍ନରେ ବିଜେଡିର ଏକ କର୍ମୀ ସମ୍ମିଳନୀ ବସିଥିଲା। ଯେଉଁଥିରେ ଚ୍ୟାଉ ପଟ୍ଟନାୟକଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରାଯାଇଛି। ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସୁବାସ ମହାରଣା କହିଛନ୍ତି ବିଧାୟକ ଚ୍ୟାଉ ପଟ୍ଟନାୟକଙ୍କୁ ବାରମ୍ବାର ଡାକି ଅନ୍ୟ […]
ଭୁବନେଶ୍ୱର : ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବାପରେ ତାଙ୍କ ଝିଅ ତଥା ଭୁବନେଶ୍ୱରର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିତାଙ୍କ ବିରୁଦ୍ଧରେ ଯାଇ ପୁଅ ସମ୍ବିତ ରାଉତରାୟ ଏବେ ବି ବିଜେଡିର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଝିଅ ପ୍ରୀତିନନ୍ଦା ପ୍ରଥମରୁ ହିଁ ପିତାଙ୍କ ପ୍ରତ୍ୟେକ ପଦକ୍ଷେପକୁ ସମର୍ଥନ କରିଆସୁଥିଲେ। ଶ୍ରୀମତୀ ରାଉତରାୟ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ […]
ଭୁବନେଶ୍ୱର : ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିପିଏମ୍ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏନେଇ ସିପିଆଇର ସେଣ୍ଟ୍ରାଲ କମିଟି ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା କରାଯାଇଛି। ଏଥିରେ ୪୫ଜଣ ପ୍ରାର୍ଥୀଙ୍କ ନାଁ ରହିଛି। ଭୁବନେଶ୍ୱର ଲୋକସଭା ପାଇଁ ଜନାର୍ଦ୍ଦନ ପତିଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି। ପଶ୍ଚିମବଙ୍ଗ ଓ କେରଳର ୧୬ଟି ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଗତକାଲି ପଶ୍ଚିମବଙ୍ଗରେ ଏକାଠି ଲଢ଼ିବେ ବୋଲି କଂଗ୍ରେସ୍ […]
ଭୁବନେଶ୍ୱର : ପୁଣି ତୁତୁ ମେଁମେଁ ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମୋଦର ରାଉତ ଓ ବିଷ୍ଣୁ ଦାସ। ଦାମ ବିଜେପିକୁ ଯିବା ପରେ ପୁଣି ଆକ୍ଷେପ-ପ୍ରତିଆକ୍ଷେପ ଆରମ୍ଭ ହୋଇଛି। ଆଜି ଦାମ କହିଛନ୍ତି ବିଷ୍ଣୁଙ୍କୁ ମୁଁ ରାଜନୀତିକୁ ଆଣିଥିଲି। ତାଙ୍କର ରାଜନୈତିକ ଚରିତ୍ର ନାହିଁ। ସେ ଜଣେ ଅବାଞ୍ଛିତ ବ୍ୟକ୍ତି। ବିଷ୍ଣୁ ବଞ୍ଚିଥିବା ଯାଏ ଲୋକସଭା କି ବିଧାନସଭା ଦେଖିବେ ନାହିଁ। ଅନ୍ୟପକ୍ଷରେ ଦାମଙ୍କୁ ବି ସମାନ ଢଙ୍ଗରେ କଟାକ୍ଷ କରିଛନ୍ତି ବିଜେଡି ନେତା ବିଷ୍ଣୁ […]
ସାଲେପୁର : କଂଗ୍ରେସ ଛାଡ଼ିଲେ ଆଉ ଜଣେ ବିଧାୟକ। ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଆଜି ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଅଣଦେଖା କରାଯାଇଛି। କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ତାଙ୍କୁ ହଟାଯିବା ସହ ଦଳୀୟ ନେତୃତ୍ୱ ତାଙ୍କୁ ବାରମ୍ବାର ଅପମାନିତ କରିଛନ୍ତି। ଏ ନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ […]
ଭୁବନେଶ୍ୱର : ବିଜେଡ଼ି ବିଧାୟକମାନଙ୍କୁ ବିରୋଧ କରି ନବୀନ ନିବାସରେ ଫେରାଦ। ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ କରି ତାଙ୍କ ନିର୍ବାଚନମଣ୍ଡଳୀର କିଛି ନେତା କର୍ମୀ ନବୀନ ନିବାସ ଆସିଛନ୍ତି। ବିଧାୟକ ପିସି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କୁ ଟିକେଟ ନ ଦେବା ଲାଗି ସେମାନେ ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ମଧ୍ୟ ବିରୋଧ କରିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର କିଛି ଲୋକ। ଏ ନେଇ ସେମାନେ […]
ବଲାଙ୍ଗିର: ପୁଲିସ୍ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ଫଟାମୁଣ୍ଡାର ନିରଂଜନ ସାହୁଙ୍କୁ ପୁଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ରାଲି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବସ୍ ଉପରକୁ ଅଣ୍ଡା ମାଡ଼ ନେଇ ପୁଲିସ୍ କିଛି ଯୁବକଙ୍କୁ ଥାନାରେ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ନିରଞ୍ଜନ ବି ଥିଲେ। ଗତକାଲି ନିରଞ୍ଜନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତାଙ୍କୁ ଡୁଙ୍ଗୁରିପାଲି ମେଡିକାଲକୁ ଆଣିଥିଲେ। ତେବେ ସେଠାରେ […]
ଭୁବନେଶ୍ୱର: ସରକାରୀ ସଙ୍ଗଠନ ‘ବିଜୁ ଯୁବ ବାହିନୀ’କୁ ନିର୍ବାଚନ ପ୍ରଚାର କାମରେ ଲଗାଉଛି ବିଜେଡି। ଆଜି ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ସୁନାକର ବେହେରା ଏହି ଅଭିଯୋଗ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ତଥା ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ଗତ ବୁଧବାର ଦିନ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ […]
ଭୁବନେଶ୍ୱର:କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି। ଦିଲ୍ଲୀ ଫେରିଗଲେ ରାହୁଲ ଗାନ୍ଧି। ବିଳମ୍ବିତ ହୋଇପାରେ ଓଡ଼ିଶା ଗସ୍ତ। ଏନେଇ ରାହୁଲ ଗାନ୍ଧି ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଜି ନିର୍ବାଚନୀ ପ୍ରଚାର ପାଇଁ ରାହୁଲ ବାଲେଶ୍ୱର ଆସିବାର କାର୍ଯ୍ୟକ୍ରମ ଥିଲା। ତେବେ ଆଜି ସକାଳେ ପାଟନାରେ ରାହୁଲଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। Engine trouble on our flight to Patna today! We’ve been forced to return […]
ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି ପିସିସି ସଭାପତିନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ଏନେଇ ଏଡିଆର୍ ଓ ଇଲେକସନ୍ ଓ୍ୱାଚ୍ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ନିରଞ୍ଜନ ପଟ୍ଟନାୟକ।ଭଣ୍ଡାରୀପୋଖରୁ ଆସନରୁ ପ୍ରାର୍ଥୀ ହୋଇଥିବା ନିରଞ୍ଜନଙ୍କ ସମ୍ପତ୍ତି ହେଉଛି ୬୦ କୋଟି। ତାଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଗତସିଂହପୁର ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳ। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୩୩ କୋଟି। ଏହାପରେ ୧୭କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି ଧର୍ମଶାଳାର ବିଜେଡି ପ୍ରାର୍ଥୀପ୍ରଣବକୁମାର ବଳବନ୍ତରାୟ। ସେହିପରି ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଆଗରେ ଅଛନ୍ତି ତଥା ବାଲେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ତଥା ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ତାଙ୍କର ସମ୍ପତ୍ତିର ପରିମାଣ ୧୦୪ କୋଟି ଟଙ୍କା। ତାଙ୍କ ପରେ ଅଛନ୍ତି ବାଲେଶ୍ୱରର ବିଜେଡି ଲୋକସଭା ପ୍ରାର୍ଥୀ ରବୀନ୍ଦ୍ରକୁମାର ଜେନା। ତାଙ୍କ ସମ୍ପତ୍ତିର ପରିମାଣ ହେଉଛି ୭୨ କୋଟି ଟଙ୍କା। ଏହାସହ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପିର କେନ୍ଦ୍ରାପଡା ଲୋକସଭାପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ତାଙ୍କ ସମ୍ପତ୍ତିର ପରିମାଣ ୫୭ କୋଟି ଟଙ୍କା ରହିଛି।