ଆଜି ପବିତ୍ର ସ୍ନାନଯାତ୍ରା । ୧୦୮ ସୁନା କଳସରେ ପାଣି ଆସିବ। ସ୍ନାନବେଦି ଉପରେ ବସି ମହାପ୍ରଭୁ କରିବେ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ହେବେ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ। ଯେତେ ଶୁଣିଲେ ବି ନୂଆ ଲାଗେ। ଆସନ୍ତୁ ଜାଣିବା, ସ୍ନାନଯାତ୍ରାରେ ମହାପ୍ରଭୁଙ୍କର ହେଉଥିବା କେତେକ ନୀତିକାନ୍ତି ବିଷୟରେ। -ଆଜି ତ ଠାକୁର କରିବେ ମହାସ୍ନାନ। ୧୦୮ କଳସ ସୁବାସିତ ଜଳରେ ଗଧୋଇବେ। ତେବେ ବର୍ଷଯାକ […]
ସ୍ନାନଯାତ୍ରା-ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ଆଜି ସ୍ନାନମଣ୍ଡପରେ ସ୍ନାନ କରିବେ ତିନି ଠାକୁର। ସଜେଇ ହେଇଛି ସ୍ନାନ ବେଦି। ସେ ବି ମହାପ୍ରଭୁଙ୍କ ସ୍ପର୍ଶ ପାଇବା ପାଇଁ ଆତୁର। ମହାପ୍ରଭୁ ସ୍ନାନବେଦିରେ ବିଜେ କଲା ପରେ ସୁନା କୂଅରୁ ଜଳ ଆସିବ। ୧୦୮ ଗରା ପାଣିରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସ୍ନାନ କରିବେ। ଏହି ଅପୂର୍ବ ଦୃଶ୍ୟ ଦେଖିବାର ସୌଭାଗ୍ୟ କିଏ ବା ହାତଛଡ଼ା କରିବ ? […]
ଘୋଷଯାତ୍ରାର ପ୍ରଥମ ପର୍ବ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଇ ପବିତ୍ର ହେବ ଭକ୍ତଙ୍କ ଚର୍ମଚକ୍ଷୁ । ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଝୁଲି ଝୁଲି କାଳିଆ ଠାକୁର ଆସିଗଲେଣି ସ୍ନାନ ମଣ୍ଡପକୁ । ରାଘବଦାସ ମଠରୁ ପ୍ରସ୍ତୁତ ହୋଇଥିବା ଗଜାନନ ବେଶର ମୁକୁଟ ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ପରିଧାନ କରି ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ନିର୍ଦ୍ଧାରିତ ସମୟ ଅନୁସାରେ ରାତି ୧ଟାରେ ମଙ୍ଗଳାର୍ପଣ […]
ନୂଆଦିଲ୍ଲୀ: ଏମିତି ଏକ ସମୟ ଥିଲା, ଆକାଶରୁ ଜହ୍ନ ନିଖୋଜ ହୋଇଗଲା। ଦିନେ ଗଲା, ଦୁଇଦିନ ଗଲା…ଜହ୍ନ ଆସିଲାନି। ଭାଳେଣି ପଡ଼ିଗଲା ଲୋକଙ୍କ ଭିତରେ। କି ବିପର୍ଯ୍ୟୟ ଆସିଲା ? ଏମିତି ଆଶଙ୍କା ଭିତରେ ଏକମାସ ବିତିଗଲା। ହେଲେ ନିଖୋଜ ଜହ୍ନର ଠିକଣା ମିଳିଲାନି। ଏହା କୌଣସି ଗପ ନୁହେଁ। ଏକଦମ୍ ସତ କଥା। ଏକାଦଶ ଶତାବ୍ଦୀରେ ଘଟିଥିଲା ଏମିତି ଏକ ଘଟଣା। ପ୍ରାୟ ୧ ମାସ ଧରି ନିଖୋଜ ହୋଇଯାଇଥିଲା ଜହ୍ନ। ଖାଲି ଜହ୍ନ ନୁହେଁ, […]
ପ୍ୟାରିସ୍: ଏଇ କୋଠାକୁ ଦେଖୁଛନ୍ତି। କୋଠା ନୁହେଁ ତ ଧନର ଭଣ୍ଡାର। ହଁ, ଏଇ କୋଠାରେ ରହିଛି ୨୮ ଟନ୍ ସୁନା ଯାହା ମାଟି ତଳେ ପୋତି ଦିଆଯାଇଛି। କୁହାଯାଉଛି, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆଡଲଫ ହିଟଲରଙ୍କ ୨୮ ଟନ୍ ସୁନା ପୋଲାଣ୍ଡର ଏଇ ମହଲରେ ଲୁଚାଇ ରଖାଯାଇଛି। ହିଟଲରଙ୍କ ସେନାରେ ସାମିଲ ହୋଇଥିବା ଜଣେ ସୈନିକଙ୍କ ଡାଇରୀରୁ ଏହି ରହସ୍ୟର ପର୍ଦ୍ଦାଫାଶ ହୋଇଛି। ସୈନିକ ଜଣକ ତାଙ୍କ ଡାଇରୀରେ ଲେଖିଛନ୍ତି, ରୁଷ୍ ସେନାଠାରୁ ବଞ୍ଚାଇବା ପାଇଁ […]
ନୂଆଦିଲ୍ଲୀ:କରୋନା ଭାଇରସଠାରୁ ଦୂରେଇ ରହିବାର ସବୁଠାରୁ ନିରାପଦ ଉପାୟ ହେଲା ସାମାଜିକ ଦୂରତା। ତେଣୁ ପରସ୍ପରଠାରୁ ୬ ଫୁଟ ଦୂରତାରେ ରହିବା ପାଇଁ ଡାକ୍ତର ପରାମର୍ଶ ଦେଉଥିଲେ । ହେଲେ ଏବେ ଆଉ ଏକ ଗବେଷଣାରୁ ଜଣାପଡ଼ିଛି ୬ ଫୁଟ ଦୂରତା ବି ସୁରକ୍ଷିତ ନୁହେଁ। କାରଣ କାଶିବା, ଛିଙ୍କିବା କିମ୍ବା ନିଃଶ୍ୱାସରେ ବାହାରୁଥିବା ଡ୍ରପ୍ଲେଟ୍ ସହ ଘାତକ କରୋନା ଭାଇରସ ୨୦ ଫୁଟ ଦୂର ପର୍ଯ୍ୟନ୍ତ ବ୍ୟାପି ପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକାର ସେଣ୍ଟା […]
ଲୁଣ ବିନା ଖାଦ୍ୟର ସ୍ୱାଦ ନାହିଁ। ହେଲେ ଖାଦ୍ୟରେ ଅଧିକ ଲୁଣ ଖାଉଛନ୍ତି କି? ଯଦି ଖାଉଛନ୍ତି, ସାବଧାନ । କାରଣ ଲୁଣ ସିନା ଖାଦ୍ୟକୁ ସ୍ୱାଦିଷ୍ଟ କରେ ହେଲେ ଶରୀର ପାଇଁ ଡାକି ଆଣେ ଅନେକ ବିପଦ । ଲୁଣ ଏକ ପ୍ରକାର ସ୍ଲୋ ପଏଜନ। ତେବେ ଲୁଣ ଖାଇଲେ କ’ଣ ସବୁ ରୋଗ ହୋଇଥାଏ ? ଆସନ୍ତୁ ଜାଣିବା। ଅଧିକ ଲୁଣ ଖାଇବା ଦ୍ୱାରା ହୃଦରୋଗ ଜନିତ ସମସ୍ୟା ଦେଖା ଦେଇଥାଏ । […]
ବିଦାୟ ନେଇଛି ବର୍ଷ ୨୦୧୯। ଆଉ ଅନେକ ଖୁସି, ଉନ୍ମାଦନା ନେଇ ଆସିଛି ନୂଆବର୍ଷ ୨୦୨୦। ସବୁଠି ଚାଲିଛି ସ୍ୱାଗତ ଉତ୍ସବ। ସରି ଯାଇଛି ଜିରୋ ନାଇଟ୍ ସେଲେବ୍ରେସନ, କେକ୍ କାଟିବାର ପର୍ଯ୍ୟାୟ। ଏସବୁ ଭିତରେ ଜ୍ୟୋତିର୍ବିଦମାନେ ବି ତାଙ୍କର ଆକଳନ ଲଗାଇଛନ୍ତି କେମିତି କଟିବ ୨୦୨୦। କେଉଁ ରାଶି ପାଇଁ ପାଇଁ କେମିତି ରହିବ୨୦୨୦ ? ଏନେଇ କ’ଣ କହୁଛନ୍ତି ଆନ୍ତର୍ଜାତୀୟ ଜ୍ୟୋର୍ତିବିଦ୍ ଡଃ ମନୋଜ ଲେଙ୍କା ? ଆସନ୍ତୁ ଜାଣିବା… ବର୍ଷ ଆରମ୍ଭରୁ ଜାନୁଆରୀ […]
କଟକ: ‘ଯେତେବେଳେ ମୁଁ ମେଡାଲ୍କୁ ହାତରେ ଧରିଲି ସେହି ସମୟରେ ମୋ ଆଖିରେ ଲୁହ ଆସି ଯାଇଥିଲା। ଦେଶ ପାଇଁ ଗୌରବ ଆଣିଛି ଭାବି ମୁଁ କାନ୍ଦି ପକାଇଥିଲି। ଏ ଲୁହ ଖୁସିର ଲୁହ ଥିଲା’। ଏମିତି କିଛି କହିଛନ୍ତି Musclemania Asia ୨୦୧୯ ନାଚୁରାଲ୍ ଚାମ୍ପିଅନ୍ଶିପ୍ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିବା ଓଡ଼ିଆ ପୁଅ କୁଲ୍ଦୀପ ସାମଲ। ଚଳିତ ବର୍ଷ ଡିସେମ୍ବର ୧୪ରେ ସିଙ୍ଗାପୁରରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେ ପୁରୁଷ […]
ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜାଙ୍କ ଆଖିରେ ଲୁହ। ଆପଣ ଭାବୁଥିବେ ଏମିତି କ’ଣ ଘଟିଲା ଯେ ଯେଉଁଥିପାଇଁ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ପ୍ରକୃତରେ ସାନିଆଙ୍କ ଭଉଣୀ ଅନମ୍ ମିର୍ଜା ଇନ୍ଷ୍ଟାଗ୍ରାମରେ ତାଙ୍କ ୱେଡିଂ ଭିଡିଓ ଶେଆର୍ କରିଛନ୍ତି। ଯେଉଁଥିରେ ଭାବପ୍ରବଣ ହୋଇ ସାନିଆ କାନ୍ଦୁଥିବା ଦେଖିବାକୁ ମିଳିଛି। ନିକଟରେ ଅନମ୍, ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ କ୍ୟାପେଟେନ୍ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ପୁଅ ଅସଦଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ଅନମ୍ଙ୍କ ପ୍ରି-ୱେଡିଂ ସେଲେବ୍ରିସନ୍ […]
ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ୍ ଦୁନିଆରେ ଲୋକମାନେ କ୍ଷଣିକ ପାଇଁ ମଧ୍ୟ ଫୋନ୍କୁ ନିଜଠାରୁ ଦୂରେଇ ରଖୁ ନାହାନ୍ତି। କିଛି ଲୋକ ଫୋନ୍କୁ ଶରୀରର ଅତି ନିକଟରେ ରଖିଥାନ୍ତି। ଯେପରିକି ପ୍ୟାଣ୍ଟ୍ର ପଛ ପକେଟ୍, ଶାର୍ଟର ଆଗ ପକେଟ୍ ଇତ୍ୟାଦି। ହେଲେ ଜାଣି ରଖିବା ଉଚିତ୍ ଶରୀରର ଅତି ନିକଟରେ ସ୍ମାର୍ଟଫୋନ୍ ରହିବା ଦ୍ୱାରା ଏହା ଆମ ଶରୀର ପାଇଁ କ୍ଷତି ପହଞ୍ଚାଇଥାଏ। ଆସନ୍ତୁ ଜାଣିବା ଫୋନ୍କୁ କେଉଁ କେଉଁ ସ୍ଥାନରେ ରଖିଲେ ଏହା ସ୍ୱାସ୍ଥ୍ୟ ପାଇଁ […]
ଭୁବନେଶ୍ୱର : ଆଜିର ଦୁନିଆରେ ଅର୍ଥ ସ୍ୱାର୍ଥ ମୋହରେ ସମସ୍ତେ ମାତିଛନ୍ତି। ଅନ୍ୟର କଥା ବୁଝିବାକୁ କାହା ପାଖରେ ସମୟ ନାହିଁ। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ। ହେଲେ ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି, ଯିଏ କି ସବୁବେଳେ ଅନ୍ୟର କଥା ବୁଝିଥାନ୍ତି। ନିଜେ ଖାଇବା ବଦଳରେ ଅନ୍ୟର ପେଟ କଥା ଚିନ୍ତା କରନ୍ତି। ସେମାନଙ୍କ ପାଖରେ ନା ଥାଏ ନିଜେ ବଂଚିବା ପାଇଁ ସମ୍ୱଳ ନା ରହିବା ପାଇଁ ଆଶ୍ରୟ। ତଥାପି […]
ଆମେରିକାରେ ରହୁଥିବା ଜଣେ ମହିଳା ନିଜ ପାଇଁ ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ ସେ ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ ସେତେବେଳେ ଜଣେ ପୋଲିସ ଅଧିକାରୀ ତାଙ୍କ ଘରର କବାଟ ବାଡେଇଥିଲେ ।
ନୂଆଦିଲ୍ଲୀ: ଟ୍ରେନ୍ ବିଳମ୍ବ ଓ ନିମ୍ନମାନର ଖାଦ୍ୟ ଏବଂ ସେବାକୁ ନେଇ ଚର୍ଚ୍ଚାରେ ଥିବା ଭାରତୀୟ ରେଲ୍ୱେ ଏମିତି ଏକ କାମ କରିଛି ଯାହାକୁ ନେଇ ସମସ୍ତଙ୍କ ହୃଦୟ ଜିତି ପାରିଛି। ଆପଣ ଭାବୁଥିବେ ରେଲ୍ୱେ ଏମିତି କି କାମ କଲା ଯେ, ଗୋଟିଏ ଘଟଣାକୁ ନେଇ ଲୋକ ଏତେ ପ୍ରଶଂସା କରିବାରେ ଲାଗିଛନ୍ତି। ଆଜ୍ଞା ହଁ, ଏମିତି ହିଁ କିଛି ଘଟଣା ହୋଇଛି ଆପଣ ବି ଜାଣି ସାରିଲା ପରେ ନିଶ୍ଚୟ ଏହି କାମ ପାଇଁ […]
ଗାଁରେ ସମସ୍ତେ ତାଙ୍କୁ ଜାଣନ୍ତି। ହେଲେ ଅସୁବିଧା ସେତେବେଳେ ହୋଇଥାଏ ଯେତେବେଳେ ସେ ଗାଁ ବାହାରକୁ କେଉଁଆଡ଼େ ଯାଆନ୍ତି। ଆଉ ତାଙ୍କୁ ଜାଣି ନ ଥିବା ଲୋକେ ହଠାତ୍ ତାଙ୍କ ଚେହେରା ଦେଖିଲେ ଚମକି ଉଠନ୍ତି। ଆଉ ଚିତ୍କାର କରନ୍ତି। ଏପରିକି ଛୁଆମାନେ ତାଙ୍କୁ ମାଙ୍କଡ଼ ବୋଲି ବି ଡାକନ୍ତି। କେହି କେହି ତ ତାଙ୍କ ଉପରକୁ ପଥର ଫିଙ୍ଗନ୍ତି। ଆପଣମାନେ ଭାବୁଥିବେ ଆମେ ଏଠି କାହା କଥା କହୁଛୁ ! ହଁ, ଆମେ ଏଠି ଏମିତି […]
ଭୁବନେଶ୍ୱର: ବନୀକରଣର ନୂଆ ଉପାୟ। ଏବେ ଆଉ ଗାତ ଖୋଳି ଚାରା ରୋପଣ ନୁହେଁ, ବରଂ ବଲ୍ ଫିଙ୍ଗି ହେବ ବୃକ୍ଷରୋପଣ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଧୁନିକ ସମୟରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଗଛ ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ ଏଭଳି ନୂଆ ପଦ୍ଧତି ଆରମ୍ଭ ହୋଇଛି। ଏହି ନୂଆ ପଦ୍ଧତିରେ ଆଠଗଡ଼ ବନଖଣ୍ଡ ବନୀକରଣ କାର୍ଯ୍ୟ ଆରମ୍ଭ କରିଛି। ଉର୍ବର ମାଟି, ବାଲି ଓ ଗୋବରର ମିଶ୍ରଣ କରାଯାଇ […]
ରାଉରକେଲା(ପୱନ ତିୱାରି): ଆଜି ଗୁରୁ ଦିବସ। ଆଜି ହେଉଛି ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। ଏହି ଅବସରରେ ଆଜିର ଦିନକୁ ପ୍ରତିବର୍ଷ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଙ୍କ ସମ୍ମାନାର୍ଥେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ତେବେ ଆଜି ଭଳି ଏହି ଦିନରେ ଆସନ୍ତୁ ଜାଣିବା ଏମିତି ଜଣେ ଆଦର୍ଶ ଶିକ୍ଷକଙ୍କ କାହାଣୀ, ଯାହାଙ୍କ ପାଇଁ ସ୍କୁଲ ହିଁ ସବୁକିଛି। ଆଉ ସ୍କୁଲର ଛାତ୍ରଛାତ୍ରୀ […]
ଖୋର୍ଦ୍ଧା: ଘର ବାହାରକୁ ଗୋରୁଗାଈ ଛାଡ଼ୁଛନ୍ତି କି? ତେବେ ସାବଧାନ ରୁହନ୍ତୁ। କାହିଁକି ନା ନିମିଷକ ମଧ୍ୟରେ ଉଭାନ୍ ହୋଇପାରେ ଆପଣଙ୍କ ଗୃହପାଳିତ ପଶୁ। କାରଣ ଏବେ ରାଜ୍ୟରେ ଗୋରୁ ମାଫିଆ ମାତିଛନ୍ତି। ମଧ୍ୟ ରାତ୍ରରେ ଏହି ଗୋରୁ ମାଫିଆମାନେ ବେଧଡକ୍ ଭାବେ ସେମାନଙ୍କ ଅପରେସନ୍ ଚଳାଇଛନ୍ତି। ଏଭଳି କିଛି ଘଟଣାକୁ ନେଇ ଏକ ଏକ୍ସକ୍ଲୁସିଭ୍ ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଜଟଣୀ କୁଦିଆରୀ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଏକ […]
ଜୟପୁର: ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ପ୍ରଶାସନିକ ଅଚଳାବସ୍ଥା ଦେଖା ଦେଇଛି। ସରକାରଙ୍କ ମନମୁଖି ନିଷ୍ପତ୍ତି ଯୋଗୁ ବିକାଶରେ ବ୍ରେକ୍ ଲାଗିଛି। ଜିଲ୍ଲାରେ ୧୨ ବର୍ଷରେ ୧୨ ଜଣ ଜିଲ୍ଲାପାଳଙ୍କ ବଦଳିକୁ ନେଇ ବୁଦ୍ଧୀଜୀବୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଜିଲ୍ଲାରେ ନିଯୁକ୍ତି ପାଉଥିବା ଜିଲ୍ଲାପାଳମାନେ ନିଜର ୨ ବର୍ଷ କାର୍ଯ୍ୟକାଳ ପୂର୍ବରୁ ହିଁ ସେମାନଙ୍କର ଅନ୍ୟ ଜିଲ୍ଲାକୁ ବଦଳି ହେଇଯାଉଛି। ଗତ ୧୨ ବର୍ଷ ଧରି ଠିକ୍ ଏମିତି ହିଁ ଚାଲିଛି। ଯାହାକୁ ନେଇ ବୁଦ୍ଧୀଜୀବୀମାନେ […]
ଜୟପୁର: ଜଳ ହିଁ ଜୀବନ। କେଉଁଠି ପାଣି ମୁନ୍ଦାଏ ପାଇଁ ଲୋକେ ମାଇଲ ମାଇଲ ବାଟ ଯାଉଛନ୍ତି ତ ଆଉ କେଉଁଠି ପାଣି ପାଇଁ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଏଭଳି କ୍ଷେତ୍ରରେ ଜୀବନ ବଞ୍ଚିବା ପାଇଁ ଜଳ କେତେ ଯେ ଆବଶ୍ୟକ ଏହାକୁ ବୁଝି ପାରିଛନ୍ତି କୋରାପୁଟର ଜଣେ ଯୁବକ। କୋଟପାଡ଼ ଅଞ୍ଚଳର ଶ୍ରୀକୁମାର ଶତପଥୀ ଏକ ସ୍ମାର୍ଟ କିଟ୍ ତିଆରି କରିଛନ୍ତି। ଯାହାକୁ ସ୍ମାର୍ଟ ୱାଟର ଆଣ୍ଡ୍ ଇଲେକ୍ଟ୍ରିକ୍ ସେଭର୍ କୁହାଯାଉଛି। ଏହାକୁ ବ୍ୟବହାର କରିବା ଫଳରେ ଘରେ ଆଉ […]
ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୫ରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ। ବଜେଟ୍ରେ ହୋଇଥିବା ଘୋଷଣା ଅନୁସାରେ କିଛି ଜିନିଷ ଶସ୍ତା ହୋଇଥିବା ବେଳେ, କିଛି ମହଙ୍ଗା ହୋଇଛି। ମହଙ୍ଗା ଜିନିଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ରହିଛି। ପେଟ୍ରୋଲ ଦାମ ଲିଟର ପିଛା ୨ ଟଙ୍କା ୫୦ ପଇସା ବଢ଼ିଥିବା ବେଳେ ଡିଜେଲ ଦାମ ଲିଟର ପିଛା ୨ ଟଙ୍କା ୩୦ ପଇସା ବଢ଼ିଛି। ବଜେଟ୍ରେ ପେଟ୍ରୋଲ ଓ ଡିଜେଲ୍ ଉପରେ […]
ଭୁବନେଶ୍ୱର: ଗମନାଗମନର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଗଲା। ହେଲେ ଏହି ରାସ୍ତାକୁ ଲାଗିଥିବା ଜଳସେଚନ ବିଭାଗର କେନାଲକୁ ବି ଖୋଳି ଦିଆଗଲା। ଏଭଳି ଭାବେ ଖୋଳି ଦିଆଗଲା ଯେ, କେନାଲରେ ପାଣି ଆସିଲେ ବି ଚାଷୀ ଏହାର ଫାଇଦା ପାଇ ପାରୁ ନାହାନ୍ତି। ଏଭଳି ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ଚାଷୀମାନେ । ସାଲେପୁର ବ୍ଲକ୍ର ବୋଦାମୁଣ୍ଡେଇଠାରୁ ଝରମୁହଁ ଯାଏ ପ୍ରାୟ ୩ କି.ମି. ରାସ୍ତା। ଦୀର୍ଘ ଦିନର […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ସରକାରୀ ସ୍କୁଲର ଫଳାଫଳ ଆଶାଜନକ ନ ହେବା ଓ ଛାତ୍ରଛାତ୍ରୀମାନେ ସରକାରୀ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ ନ କରିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିଛି। ତେବେ ଏପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସରକାରୀ ସ୍କୁଲ ପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଜିଲ୍ଲାର ସମସ୍ତ ସ୍କୁଲରେ ପାଠପଢ଼ା ବେଳେ ଶିକ୍ଷକମାନେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି। ଏନେଇ ଜିଲ୍ଲାପାଳ କଡ଼ା […]
ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ। ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି […]
ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍ ରହିଛି- ଶେୟାର୍ କଲ୍ଚର, ଶେୟାର୍ ହେରିଟେଜ୍, ଶେୟାର୍ ରେସ୍ପନ୍ସିବିଲିଟି। ଅର୍ଥାତ୍ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ ନେଇ ମିହିର […]