• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

patient-1
ଆଶ୍ଚର୍ଯ୍ୟ: ବ୍ରେନ୍‌ ସର୍ଜରୀ ବେଳେ ଗୀଟାର ବଜାଇଲେ ଯୁବକ

ବାଙ୍ଗାଲୁରୁ : ମେଡିକାଲରେ କୌଣସି ଅପରେସନ ହେବାର କଥା ଶୁଣିଲେ ନିଶ୍ଚୟ ମନରେ ଭୟ ଆସୁଥିବ। ଡାକ୍ତରମାନେ ଅପରେସନ କରୁଥିବାର ଭିଡ଼ିଓ ଦେଖିଲେ ଦେହ ଥରି ଯାଏ। ଆଉ ସବୁଠୁ କଠିନ କାମ ହୋଇଥାଏ ବ୍ରେନ୍‌ ସର୍ଜରୀ। ଏହି ସର୍ଜରୀ ବେଳେ ରୋଗୀର ଅବସ୍ଥା ଖୁବ୍‌ ସଙ୍କଟାପନ୍ନ ଥାଏ ଆଉ ବିପଦ ମଧ୍ୟ। କାରଣ ଟିକିଏ ଏପଟ ସେପଟ ହୋଇଗଲେ, ଜୀବନ ଯାଇପାରେ। କିନ୍ତୁ ଏବେ ଏମିତି ଏକ ଘଟଣା ସାମନାକୁ ଆସିଛି, ଯାହାକୁ ଜାଣିଲେ ଆପଣ […]

  • Saturday, 17 July 2021
jajpur medical
ଅବ୍ୟବସ୍ଥା ମଧ୍ୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଯାଜପୁର: ୬୩ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୧ଜଣ ଡାକ୍ତର। ତା’ ସାଙ୍ଗକୁ ବେଡ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ବି ନାହିଁ। ଫଳରେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିକଟରେ ୧୪ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ନୂଆ କୋଠା ବି କାର୍ଯ୍ୟକ୍ଷମ ହୋଇନି। ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସୁଥିବା ରୋଗୀ ହନ୍ତସନ୍ତ ହେଉଛନ୍ତି। ଆଉ ବିଭିନ୍ନ ଘରୋଇ ଡାକ୍ତରଖାନା ଆଡ଼କୁ ମୁହାଉଛନ୍ତି ଏମାନେ। ଏପରିକି ବାରଣ୍ଡାରେ ଗଡ଼ୁଛନ୍ତି […]

  • Saturday, 17 July 2021
sekh
ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ

ଫୁଲବାଣୀ: ରମଜାନ ମାସରେ ରୋଜା ଭାଙ୍ଗି ପ୍ରସୂତିଙ୍କୁ ରକ୍ତ ଦେଲେ ଯୁବକ। ରକ୍ତଦାନ କରିଥିବା ଯୁବକ ହେଲେ ଫୁଲବାଣୀର ଶେଖ୍ ସାକିର। ସୂଚନା ଅନୁସାରେ ୩ଦିନ ତଳେ ଫୁଲବାଣୀ ଡାକ୍ତରଖାନାରେ ଡଗୁପଦର ଗାଁରେ ଜଣେ ପ୍ରସୂତି ଭର୍ତ୍ତି ହୋଇଥିଲେ। ତାଙ୍କ ଦେହରେ ହିମୋଗ୍ଲୋବିନ୍ କମ୍ ଥିବା ଜାଣିବା ପରେ ଡାକ୍ତର ତାଙ୍କୁ ରକ୍ତ ଦେବାକୁ କହିଥିଲେ। ମହିଳାଙ୍କ ବ୍ଲଡ ଗ୍ରୁପ AB ପଜିଟିଭ୍ ହୋଇଥିବାରୁ ରକ୍ତ ଯୋଗାଡ଼ କରିବା ପାଇଁ ପରିବାର ଲୋକଙ୍କ ପକ୍ଷେ କଷ୍ଟ ସାଧ୍ୟ […]

  • Saturday, 17 July 2021
lady
ଖୋର୍ଦ୍ଧା ଖଣି ଖାଦାନରେ ଲେଡି ଡନ୍ ରାଜ୍

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନରେ ଲେଡିଡନ୍। ଚଳାଇଛି କୋଟି କୋଟି ଟଙ୍କାର ଚୋରା କାରବାର। ଅପରାଧର ଜମାଇଛି ଆଡ୍ଡା। କେତେବେଳେ ଗୁଳିବନ୍ଧୁକର କାରବାର ତ ଆଉ କେତେବେଳେ ଧମକ ଚମକର ଆତଙ୍କ। ଲେଡି ଡନ୍‌ର ଆତଙ୍କରାଜ୍‌ରେ ଥରହର ହେଲାଣି ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ ଇଲାକା। ମିଳିଥିବା ସୂଚନା ଅନୁଯାୟୀ, ଟିଟୋ ଗ୍ୟାଙ୍ଗର ସହାୟତାରେ ୨୦ରୁ ୨୫ ସଦସ୍ୟଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାର ଖଣି ଖାଦାନ୍ ଇଲାକାରେ ରାଜ୍ କରୁଛନ୍ତି ଏହି ମଧ୍ୟ ବୟସ୍କା […]

  • Saturday, 17 July 2021
konark
ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ାକୁ ପାସୋରି ଦେଲା କି କେନ୍ଦ୍ର ?

ଭୁବନେଶ୍ୱର : ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନ ସ୍ଥଳୀରେ ଓଡ଼ିଶାର କୌଣସି ଗୋଟିଏ ବି ସ୍ଥାନ ନ ପାଇବାକୁ ନେଇ ସବୁ ମହଲରେ ଉଦ୍‌ବେଗ। ବିଶ୍ୱ ଐତିହ୍ୟ ମାନଚିତ୍ରରେ କୋଣାର୍କ ସ୍ଥାନ ପାଇଥିଲେ ବି କେନ୍ଦ୍ର ସରକାର ପ୍ରସ୍ତୁତ କରିଥିବା ଆଇକନିକ ଟୁରିଷ୍ଟ ଡେଷ୍ଟିନେସନରୁ ଏହା କିଭଳି ବାଦ୍ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି। ହୋଟେଲ୍ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଏହାର ପ୍ରତିବାଦ କରିଥିବା ବେଳେ କେନ୍ଦ୍ରର ଏଭଳି ନିଷ୍ପତ୍ତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରାଜ୍ୟ ସରକାର। […]

  • Saturday, 17 July 2021
road sefty
ରାଜ୍ୟରେ ବଢୁଛି ମଦ୍ୟପାନ ଜନିତ ଦୁର୍ଘଟଣା

ଭୁବନେଶ୍ୱର : ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ। ଏଥିପାଇଁ ବଢୁଛି ସରକାରଙ୍କ ଚିନ୍ତା। ଦିନକୁ ଦିନ ବଢୁଥିବା ଦୁର୍ଘଟଣାକୁ ରୋକିବା ଲାଗି ସଚିବାଳୟରେ ରୋଡ୍ ସେଫଟି କାଉନ୍‌ସିଲ୍ ପକ୍ଷରୁ ବୈଠକ ବସିଥିଲା। ବୈଠକ ପରେ ମିଳିଥିବା ତଥ୍ୟ ଆହୁରି ଚିନ୍ତାଜନକ ହୋଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ କେବଳ ଜାନୁଆରୀରୁ ଜୁନ, ୬ ମାସ ମଧ୍ୟରେ ରାଜ୍ୟରେ ଦୁର୍ଘଟଣା ହାର ୧୦ ପ୍ରତିଶତ ବଢିଛି। ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ଜନିତ […]

  • Saturday, 17 July 2021
minister
ସୌଖୀନ ନେତାଙ୍କ ଦାମୀ ଘର, ଜାଣନ୍ତୁ କେତେ କୋଟି ହେବ କାହା ଘର ?

ଆମ ଦେଶରେ କ୍ରିକେଟର, ଫିଲ୍ମଷ୍ଟାର କିମ୍ବା ଶିଳ୍ପପତିଙ୍କ ବିଳାସମୟ ଘରକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ରୋଚକ ଖବରମାନ ପ୍ରକାଶ ପାଏ। କିନ୍ତୁ ଆପଣ କେବେ ଆମ ସୌଖୀନ ନେତାମାନଙ୍କ ଘର ବିଷୟରେ ଭାବିଛନ୍ତି କି ? ବିଳାସମୟ ଜୀବନଶୈଳୀରେ ଆମ ନେତାମାନେ ଆଦୌ ପଛରେ ନାହାଁନ୍ତି। ଆସନ୍ତୁ ନଜର ପକାଇବା ଆମ ନେତାମାନଙ୍କ ସେହି ବିଳାସମୟ ବଙ୍ଗଳା ବିଷୟରେ। କଂଗ୍ରେସ ନେତା କମଲନାଥ ଏହି ନେତାଙ୍କର ଦିଲ୍ଲୀ ଫ୍ରେଣ୍ଡ […]

  • Saturday, 17 July 2021
odia couple help
ଆମେରିକାରେ ରହୁଥିବା ଓଡ଼ିଆ ଦମ୍ପତି ବଢାଇଲେ ସହାୟତାର ହାତ

ଆଳି  : ସୁଦୂର ଆମେରିକାରୁ ବଢ଼ାଇଲେ ସହାୟତାର ହାତ। ସହୃଦୟ ବ୍ୟକ୍ତି ଦେଲେ ସହାୟତା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ନୂଆପଡ଼ା ଗାଁର ତାପସ ଦୀର୍ଘ ଦିନ ହେବ ବୋନ୍ ଟିବିରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଘରେ ପଡିରହିଥିଲେ। ଭାଗ୍ୟକୁ ଆଦରି ଦିନ କାଟୁଥିଲେ। ହେଲେ ତାପସଙ୍କ ଏହି ଅସହାୟତାର ଖବର ଓଟିଭିରେ ପ୍ରସାରଣ ହେବା ପରେ ସମସ୍ତେ ଜାଣିବାକୁ ପାଇଲେ ତାଙ୍କ ଦୁଃଖର କାହାଣୀ। ଆମେରିକାରେ ରହୁଥିବା ଓଡ଼ିଆ ଦମ୍ପତି ପ୍ରତାପ […]

  • Saturday, 17 July 2021
patkura
ଜୁଲାଇ ୨୦ରେ ପାଟକୁରା ଭୋଟ୍

ଭୁବନେଶ୍ୱର :  ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଏଠାରେ ଭୋଟ କରାଇବା ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ରେ ଭୋଟ ଗଣତି ସହ ୨୬ ତାରିଖ ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ରେ ପାଟକୁରାରେ ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ୱାଲ୍‌ଙ୍କ […]

  • Saturday, 17 July 2021
blood donate
ରୋଗୀଙ୍କୁ ରକ୍ତ ଦାନ କଲେ ଆମ୍ବୁଲାନ୍ସ ଡ୍ରାଇଭର

ମାଲକାନଗିରି: ଏବେ ବି ବଞ୍ଚିଛି ମାନବିକତା। ରକ୍ତର ନ ହୋଇ ମଧ୍ୟ ଠିକ୍ ସମୟରେ ରକ୍ତଦାନ କରି ରକ୍ତର ସର୍ମ୍ପକ ଠାରୁ ଅଧିକ ନିଜର ହୋଇ ଦେଖାଇଛନ୍ତି ଜଣେ ଯୁବକ। ଆଜି ଯେଉଁଠି ମାନବିକତା,ମଣିଷପଣିଆ ଆଉ ବିବେକକୁ ଅନେକ ଜାଗାରେ ଖୋଜିବାକୁ ପଡ଼ୁଛି ସେଇଠି ମାଲକାନଗିରି ମାଥିଲିରେ ମଣିଷ ପଣିଆର ଉତ୍କୃଷ୍ଟ ଉଦାହରଣ ପାଲଟିଛନ୍ତି କ୍ରିଷ୍ଣା ରାଓ। ଯିଏକି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆମ୍ବୁାଲାନ୍ସର ଡ୍ରାଇଭର। ମାଥିଲିର  ମୌନାବତୀ ଧାଙ୍ଗଡାମାଝୀ ନାମକ ଜଣେ ମହିଳା କୌଣସି ଏକ […]

  • Saturday, 17 July 2021
patanjali
ଆସିଲା ପତଞ୍ଜଳି ସିମ୍‌ : 144 ଟଙ୍କାରେ ୨ଜିବି ଡାଟା ସହ ବୀମା

ନୂଆଦିଲ୍ଲୀ : ଟେଲିକମ୍‌ ଦୁନିଆକୁ ଓହ୍ଲାଇଲା ବାବା ରାମ ଦେବଙ୍କ ପତଞ୍ଜଳି ସଂସ୍ଥା। ରିଲାଏଲ୍ସ ଜିଓର ଧମାକା ଅଫର ପରେ ଏବେ ଟେଲିକମ୍‌ ସେକ୍ଟରରେ ଏହି ସ୍ୱଦେଶୀ କଂପାନୀ ପ୍ରବେଶ କରିଛି। ବାବା ରାମଦେବ ଏକ ଉତ୍ସବରେ ପତଞ୍ଜଳି ସିମ୍‌ କାର୍ଡ ଲଞ୍ଚ କରିଛନ୍ତି। ସୂଚନା ଅନୁସାରେ, ଏହି ସିମ୍‌ର ‘ସ୍ୱଦେଶୀ ସମୃଦ୍ଧି ସିମ୍‌ କାର୍ଡ’ ନାଁ ଦିଆଯାଇଛି। ଆଉ ଏହାକୁ ପତଞ୍ଜଳି ଓ ଭାରତ ସଞ୍ଚାର  ନିଗମ ଲିମିଟେଡ୍‌(BSNL) ଉଭୟ ମିଶି  ଲଞ୍ଚ କରିଛନ୍ତି। ପତଞ୍ଜଳି […]

  • Saturday, 17 July 2021
bhadrak hospital
ଅବ୍ୟବସ୍ଥା ମଧ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ। ଦୂରଦୁରାନ୍ତରୁ ଆସୁଥିବା ରୋଗୀଙ୍କୁ ନା ମିଳୁଛି ଆବଶ୍ୟକୀୟ ଚିକିତ୍ସା ନା ଆନୁସଙ୍ଗିକ ସୁବିଧା ସୁଯୋଗ। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପରିସ୍ଥିତିରେ ସୁଧାର ଆସୁ ନ ଥିବାବେଳେ ଜନ ଅସନ୍ତୋଷ ବଢି ବଢି ଚାଲିଛି। ବାହାର ଭିତର ସବୁଠି ରୋଗୀ ହାଉଜାଉ। କିନ୍ତୁ ଚିକିତ୍ସା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର ନା ଅଛି ସରଞ୍ଜାମ। ଅଲଟ୍ରା ସାଉଣ୍ଡ ରୁମ୍ ରେ ଝୁଲୁଛି ତାଲା। […]

  • Saturday, 17 July 2021
anganawadi
ଖୋଲା ଆକାଶ ତଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

କେନ୍ଦୁଝର( ପ୍ରଣୟ କୁମାର ପାଣି) : ଶିଶୁମାନଙ୍କ ମାନସିକ ବିକାଶ ପାଇଁ ଓଡିଶା ସରକାର ଅଙ୍ଗନବାଡି ଖୋଲିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏବେ ବି ବହୁ ସ୍ଥାନରେ ଏପରି ଯୋଜନାରୁ ବଞ୍ଚିତ ହେଉଛନ୍ତି ଶିଶୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦରବ୍ଲକ ଘୁଟୁରୁ ଗାଁର ମୁଣ୍ଡା ସାହିରେ। ଏଠାରେ ଶିଶୁ ମାନଙ୍କ ପାଇଁ ୧୦ ବର୍ଷ ତଳୁ ଅଙ୍ଗନବାଡି ଖୋଲାଯାଇଛି। କିନ୍ତୁ ଆଜିଯାଏ ସ୍ଥାୟୀ ଗୃହଟିଏ ହୋଇପାରି ନଥିବା […]

  • Saturday, 17 July 2021
pm-1
ଦେଶରେ କନଫ୍ୟୁଜନ ନୁହେଁ, କମିଟମେଣ୍ଟ ସରକାର ଚାଲିଛି : ମୋଦି

କଟକ : କଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ଜନ କଲ୍ୟାଣ ସମାବେଶରେ ଯୋଗ ଦେଇଛନ୍ତି। ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଆରମ୍ଭ କରିବା ସହ ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ନମସ୍କାର କହିଲେ ମୋଦି। ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି ‘ କଟକର ତାରକସୀ ,ଓଡ଼ିଶାର ସୂକ୍ଷ୍ମ କଳାର ପ୍ରତୀକ। ଦେଶର ଅନେକ ସ୍ୱତନ୍ତ୍ର ସେନାନୀଙ୍କ କର୍ମଭୂମି କଟକ। ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ଏହି କଟକରେ। ଆପଣଙ୍କର ସ୍ନେହ , ଆଶୀର୍ବାଦ, ଆକାଂକ୍ଷା […]

  • Saturday, 17 July 2021
student
ଛାତ୍ରୀ ଗର୍ଭବତୀ ଘଟଣା ; ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କଲା କମିଶନରେଟ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରରେ ଏସ୍‌ସି/ଏସ୍‌ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ସାଲିଆସାହି ଅଞ୍ଚଳର। ଉଲ୍ଲେଖନୀୟ ଯେ,  ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳ ଏଇ ନିର୍ଦ୍ଦିଷ୍ଟ ହଷ୍ଟେଲରେ ୧୦୧ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲା । ଆଉ ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ରୀଙ୍କ ପ୍ରେଗ୍ନାନ୍ସି […]

  • Saturday, 17 July 2021
ranapur jagannath temple
ରଣପୁର ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଦାବି

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ପୁରୀ ଶ୍ରୀମନ୍ଦିର ସହ ନୟାଗଡ଼ ରଣପୁର ସ୍ଥିତ ଜଗନ୍ନାଥ ମନ୍ଦିରର ରହିଛି ଅନେକ ସାମଞ୍ଜସ୍ୟ। ଏଠି ବି ପୁରୀରେ ଗଡୁଥିବା ରଥର ଉଚ୍ଚତା ଅନୁସାରେ ନିର୍ମାଣ ହୁଏ ରଥ, ସମାନ ଢଙ୍ଗରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ନୀତିକାନ୍ତି। ତେଣୁ ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷତ୍ର ମାନ୍ୟତା ଦେବାକୁ ଜୋର ଧରିଛି ଦାବି। ଲୋକକଥା ଅନୁସାରେ ସବୁବେଳେ ଶ୍ରୀକ୍ଷେତ୍ର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିବା ରଣପୁରର ରାଜା ଉଦ୍ଧବ ନରେନ୍ଦ୍ର ଏକଦା ପ୍ରବଳ ବନ୍ୟା […]

  • Saturday, 17 July 2021
balasore
ଦେହ ତୁଳନାରେ ବଢ଼ୁଛି ମୁଣ୍ଡ

ବାଲେଶ୍ୱର: ବୟସ ଅନୁସାରେ ନୁହେଁ, ଅପ୍ରାକୃତିକ ଭାବେ ବଢୁଛି ମୁଣ୍ଡ। ଚିକିତ୍ସା ପାଇଁ ଅର୍ଥ ନାହିଁ। ପ୍ରଶାସନକୁ ଅନେକ ଗୁହାରି ପରେ ବି ସାହାଯ୍ୟ ସହଯୋଗ ମିଳୁନି। ଏହା ହେଉଛି ବାଲେଶ୍ୱର ଜିଲ୍ଲା ପଦ୍ମପୁରର ପ୍ରକାଶ ପାତ୍ରଙ୍କ ପରିବାରର କରୁଣ କାହାଣୀ। ପ୍ରକାଶଙ୍କ ସାନ ଝିଅ ଝିଅ ଗାୟତ୍ରୀଙ୍କ ଅବସ୍ଥା ଯିଏ ବି ଦେଖିବ କାହାର ବି ଆଖିରେ ଲୁହ ଆସିଯିବ।  ଗାୟତ୍ରୀଙ୍କୁ ମାତ୍ର ୫ବର୍ଷ ବୟସ । ତାଙ୍କ ବୟସ ବଢିବା ସହିତ ଆଶ୍ଚର୍ଯ୍ୟଜନକ ଭାବେ […]

  • Saturday, 17 July 2021
Modi-1-1
ଚାରି ବର୍ଷର ଚର୍ଚ୍ଚିତ ମୋଦି ସରକାର

ଅଛେ ଦିନର ନାରା ଦେଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦି ଦେଶ ପାଇଁ କଣ କରିଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ବଡ଼ ପ୍ରଶ୍ନ । ୨୦୧୪ ମେ ମାସରେ ଶାସନ ଭାର ଗ୍ରହଣ କରିଥିବା ମୋଦି ସରକାର ପାଳନ କରୁଛନ୍ତି ସଫଳତାର ୪ ବର୍ଷ । ଏହି ଚାରି ବର୍ଷ ମଧ୍ୟରେ କେଉଁ କେଉଁ ପଦେକ୍ଷପ ନେଇ ନରେନ୍ଦ୍ର ମୋଦି ଚର୍ଚ୍ଚାରେ ରହିଛନ୍ତି ସେ ସମ୍ପର୍କରେ ଏକ ଅନୁଶୀଳନ ।   ବିମୁଦ୍ରାକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Saturday, 17 July 2021
car loot
ବନ୍ଧୁକ ମୁନରେ ଡ୍ରାଇଭରଙ୍କୁ ଆକ୍ରମଣ କରି ଲୁଟିଲେ କାର୍‌

ଭୁବନେଶ୍ୱର : କମିଶନରେଟ୍‌ ପୁଲିସକୁ ଲୁଟେରା କରିଛନ୍ତି ଖୋଲା ଚ୍ୟାଲେଞ୍ଜ। ନିର୍ଭୟରେ ରାଜଧାନୀ ଭୁବନେଶ୍ୱରରୁ ଖୁଲମଖୁଲା କାର୍‌ ଲୁଟୁଛନ୍ତି। ରାସ୍ତାରେ ନୁହେଁ, ସିଧା ନିଜ ଘର ପାଖରେ ବନ୍ଧୁକ ମୁନରେ ପୋଖରୀପୁଟ ଅନନ୍ତବିହାର ଫେଜ-୨ରେ ଡ୍ରାଇଭର ମକରଧ୍ୱଜ ନାୟକଙ୍କୁ ଲହୁ ଲୁହାଣ କରି କାର ଲୁଟ କରିଛନ୍ତି ଲୁଟେରା। ଯାହା ସିସିଟିଭିରେ କଏଦ ହୋଇଛି। ଗତକାଲି ରାତିରେ ଡ୍ରାଇଭର ମକରଧ୍ୱଜ କାର ରଖି ଘର ଭିତରକୁ ଯାଉଥିଲେ। ଠିକ୍‌ ଏତିକି ବେଳେ ବାଇକରେ ଲୁଟେରାମାନେ ଆସି ତାଙ୍କୁ […]

  • Saturday, 17 July 2021
women's college
ସରକାରୀ ମହିଳା ବିଜ୍ଞାନ କଲେଜରେ ବିନା ଅଧ୍ୟାପକରେ ଚାଲିଛି ପାଠପଢା

ବଲାଙ୍ଗିର : ବିନା ଅଧ୍ୟାପକରେ ଚାଲିଛି ପାଠପଢା। ବଲାଙ୍ଗିରର ଏକମାତ୍ର ସରକାରୀ ମହିଳା ବିଜ୍ଞାନ କଲେଜରେ ଏମିତି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ୨୦୧୫ ମସିହାରେ ବିଜ୍ଞାନ ପାଠ୍ୟକ୍ରମ ଲାଗି କଲେଜକୁ ଅନୁମତି ମିଲିଥିଲା। ହେଲେ ୪ ବର୍ଷ ବିତି ଯାଇଥିଲେ ବି ବିନା ଅଧ୍ୟାପକ ଓ କର୍ମଚାରୀରେ ଚାଲିଛି କଲେଜ। ଯେଉଁଥିପାଇଁ ନିଜ ଭବିଷ୍ୟତକୁ ନେଇ କରି ଆଶଙ୍କାରେ ବିଜ୍ଞାନ ଛାତ୍ରୀ। ବର୍ଷର ଅଧା ଦିନ କଲେଜ ଗେଟରେ ତାଲା ଝୁଲୁଛି। ଉଚ୍ଚ ଶିକ୍ଷା ବିଭାଗର ସ୍ୱୀକୃତି […]

  • Saturday, 17 July 2021
she team
ଆରମ୍ଭ ହେଲା ଗଜପତି ଏସ୍‌ପିଙ୍କ ସି-ଟିମ୍

ଗଜପତି(ଆଦର୍ସ ଦାସ) :  ବ୍ଲାକ ଟି ସାର୍ଟ ସାଙ୍ଗକୁ ଜିନ୍ ପ୍ୟାଣ୍ଟ ଏବଂ ହ୍ୱାଇଟ ସୁ। ରୋଡ୍ ରୋମିଓଙ୍କୁ ସାବାଡ କରିବା ପାଇଁ  ଏ ହେଉଛନ୍ତି ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପ୍ରସ୍ତୁତ ସି-ଟିମ୍।  ଶୁକ୍ରବାର ଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ଏହି ଟିମ୍। ଏଥିପାଇଁ ସ୍ୱତନ୍ତ୍ର ଲୋଗ ଉନ୍ମୋଚନ ସହ ସହାୟତା ପାଇଁ ସ୍ୱତନ୍ତ୍ର ନମ୍ବର ମଧ୍ୟ ଜାରି କରାଯାଇଛି। ଅସୁବିଧା ସମୟରେ ୯୪୩୮୯୧୬୭୦୭ ଏବଂ ୦୬୮୧୫-୨୨୨୩୮୮ ନମ୍ବରରେ କଲ୍ କରିବା ମାତ୍ରେ […]

  • Saturday, 17 July 2021
school
ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ସଜାଡିବାକୁ ପ୍ରୟାସ

ଭୁବନେଶ୍ୱର : ଘରୋଇ ସ୍କୁଲ ଭଳି କେମିତି ଭଲ ରେଜଲ୍ଟ କରିବେ ସରକାରୀ ସ୍କୁଲ ? ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ିବ କିପରି ? ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ପିତାମାତାଙ୍କ ଭୂମିକା କଣ ? ଏଭଳି କିଛି ମୌଳିକ ପ୍ରଶ୍ନର ସାମୁହିକ ଉତ୍ତର ଏବଂ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ଆଜି ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଅନୁଷ୍ଠିତ ହୋଇଛି ଶିକ୍ଷକ-ଅଭିଭାବକ ବୈଠକ। […]

  • Saturday, 17 July 2021
sushant-1
ଅକ୍ଷମତା ପାଖରେ ହାରିଯାଇ ନାହାଁନ୍ତି ସୁଶାନ୍ତ : ପରିବା ବିକି ବୃଦ୍ଧା ମାଆର ହୋଇଛନ୍ତି ସାହାରା

ଭୁବନେଶ୍ୱର (ପ୍ରଦେଶ ପ୍ରତ୍ୟୁଷ) :  ସମୟ ଓ ପରିସ୍ଥିତି ମଣିଷକୁ ଅନେକ କିଛି ଶିଖାଇଥାଏ। ଏହାକୁ ପାଥେୟ କରି ମଣିଷ ସବୁ ଦୁଃଖ ଓ ଅଭାବକୁ ସାମ୍ନା କରେ। ଦୃଢ ଇଚ୍ଛା ଶକ୍ତିରେ ଜୀବନ ଜିଇଁବା ଶିଖେ। ଏମିତି ଏକ ଘଟଣା ଘଟିଛି ସୁଶାନ୍ତଙ୍କ ଜୀବନରେ। ସୁଶାନ୍ତ କୁମାର ଗୌଡ଼। ରୁହନ୍ତି ଭୁବନେଶ୍ୱରର ଘାଟକିଆ ଅଞ୍ଚଳର ନାକା ଗେଟ୍‌ ତଳସାହିରେ। ବୟସ ୨୨ବର୍ଷ ହେବ। ନିଜର ମା ଛଡା ନିଜର ବୋଲି ଆଉ କେହି ନାହାନ୍ତି। ଗୋଟିଏ […]

  • Saturday, 17 July 2021
nurse
ଡ଼ାକ୍ତରଖାନାରେ ନର୍ସଙ୍କ ଟିକ୍‌ଟକ୍‌ ମସ୍ତି ; ୪ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି

ମାଲକାନଗିରି : ମୋବାଇଲ୍ ଭିଡ଼ିଓ ଆପ୍ ‘ଟିକ୍‌ଟିକ୍’ ମାୟାରେ ବାୟା ଯୁବପିଢ଼ି। ନା କୌଣସି ସ୍ଥାନକାଳ ମାନୁଛନ୍ତି ନା କୌଣସି ସୀମା ସରହଦ। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ କିଛି ବି କରି ବସୁଛନ୍ତି ଟିକ୍‌ଟିକ୍ ଭିଡ଼ିଓ ଜରିଆରେ। ଏହି ଟ୍ରେଣ୍ଡ ଭିତରେ ଏବେ ମାଲାକାନଗିରି ମେଡ଼ିକାଲରୁ ଆସିଛି ରୋଗୀସେବାରେ ନିୟୋଜିତ ନର୍ସଙ୍କ ଟିକଟକ୍ ଭିଡ଼ିଓ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି SNCU ଭିତରେ ଫୁଲ ମସ୍ତି କରିଛନ୍ତି କାର୍ଯ୍ୟରତ ନର୍ସ। […]

  • Saturday, 17 July 2021
anus choudhry
ଚର୍ଚ୍ଚାରେ ପାକିସ୍ତାନର ଏହି ସୁନ୍ଦରୀ ପୋଲିସ ଅଫିସରଙ୍କ ଫଟୋ

ଲାହୋର: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହୀନା ରବାନିଙ୍କ ପରେ ପାକିସ୍ତାନର ଆଉ ଜଣେ ସୁନ୍ଦରୀ ମହିଳାଙ୍କୁ ନେଇ ଚର୍ଚ୍ଚା I ସେ ହେଉଛନ୍ତି ପାକିସ୍ତାନର ପ୍ରଥମ ମହିଳା ପୋଲିସ ଏସପି ଡା. ଅନୁସ ମାସୁଦ ଚୌଧୁରୀ I ଅନୁସ କେବଳ ତାଙ୍କର ସୌନ୍ଦର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛନ୍ତି I ପୋଲିସ ଚାକିରି କରିବା ପୂର୍ବରୁ ଅନୁସ ଜଣେ ଡାକ୍ତର ଥିଲେ I ଅନୁସ ଜଣେ ପ୍ରତିଭା ସମ୍ପନ୍ନ ଛାତ୍ରୀ ଓ ସେ ବିଶ୍ୱ […]

  • Saturday, 17 July 2021