ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର ହାତ ବଢ଼ାଇ ଅନ୍ୟମାନଙ୍କ ଲାଗି ସାଜିଛନ୍ତି ଉଦାହରଣ। ହାତରେ ପେପର ତିଆରି ବାକ୍ସ। ଦୁଆର ଦୁଆର ବୁଲି ମାଗୁଛନ୍ତି ଭିକ। ଗୋଟିଏ କି ଦୁଇଟି ଗାଁ ନୁହଁ, […]
ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି ଉଠିଛନ୍ତି। ତାଙ୍କ ମନର କଥା ଶୁଣି କିଛି ସମୟ ସ୍ତବ୍ଧ ହୋଇଯାଇଛନ୍ତି ଅମିତାଭ । ଶୁକ୍ରବାର ଦିନ ଏହି ସ୍ପେଶାଲ ସୋ’ର ପ୍ରସାରଣ ହେବ । ଆଉ […]
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ ପଡି ରହିଛି। ମୁଁ ଆଉ କଷ୍ଟସହ୍ୟ କରିପାରୁନି। ତେଣୁ ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ। ଦୀର୍ଘ ବର୍ଷ ଧରି ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିରହିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କୋହଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲା ସର୍ଗିଗୁଡା ଗାଁର ଯୁବତୀ ଚମ୍ପା କାଲାକୁରା । ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ […]
ଜୟପୁର (ଟି.ଗୌରୀଶଙ୍କର) : ମା’ ପର କରିଦେଲା, ବାପା ଆରପାରିରେ। ବାପା ମାଆଙ୍କ ଅନୁପସ୍ଥିତିରେ ଦୁଇ ଭାଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ଏଡ୍ସରେ ଆକ୍ରାନ୍ତ ଦାଦା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ହାଟପଦାରେ ଜଣେ ଏଡ୍ସ ଆକ୍ରାନ୍ତ ଏମିତି ପରିସ୍ଥିତି ଦେଇ ଗତି କରୁଛନ୍ତି। କୁନି ପୁତୁରା ଓ ଦିବ୍ୟାଙ୍ଗ ଝିଆରୀଙ୍କ ଦାୟିତ୍ୱ ଏବେ ତାଙ୍କୁ ବୋଝ ଉପରେ ନଳିତା ବିଡ଼ା ସଦୃଶ । ଦୁଇ ପୁତୁରା ଝିଆରୀଙ୍କ ପ୍ରତିପୋଷଣରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆର୍ଥିକ ସହାୟତା ପାଇଁ […]
ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି ସମସ୍ତଙ୍କ ଧାରଣା। ତେବେ ଆମେ ଏଠି ଆପଣଙ୍କୁ କୌଣସି ରିଲ୍ ଲାଇଫର ସୁପରମ୍ୟାନ୍ ନୁହେଁ ବରଂ ରିୟଲ୍ ଲାଇଫର ସୁପରମ୍ୟାନ୍ଙ୍କ କଥା କହୁଛୁ। ପଢ଼ନ୍ତୁ ପୂରା ଘଟଣା… […]
ଆପଣ ଟ୍ରେନ୍ରେ ଯାତ୍ରା କରୁଛନ୍ତି କି ? ନିହାତି ଏହି କଥାକୁ ଜାଣି ରଖନ୍ତୁ । କାହିଁକି ନା ଆପଣ ନ ଜାଣିଲେ ଅସୁବିଧାରେ ପଡିପାରନ୍ତି। ଏଣୁ ନିଜର ଅଧିକାର ଗୁଡ଼ିକ ବିଷୟରେ ଅବଗତ ଥିଲେ ଯାତ୍ରା ସୁଖଦପୂର୍ଣ୍ଣ ହେବ । ଆଉ କୌଣସି ଅସୁବିଧାରେ ପଡିବେନି। ଏବେ ଆସନ୍ତୁ ଜାଣିବା ସେହି ଅଧିକାର ଗୁଡ଼ିକ କଣ – ୧ – ଯଦି ଆପଣ କୌଣସି କାରଣବଶତଃ ଟିକେଟ୍ ବୁକ୍ କରିପାରିନାହାଁନ୍ତି ତ ବ୍ୟସ୍ତ ନହୋଇ ପ୍ଲାଟଫର୍ମ […]
ମାଲକାନଗିରି/ଚିତ୍ରକୋଣ୍ଡା: ବାରମ୍ବାର ଡେଡ୍ ଲାଇନ ଟପିବା ପରେ ଶେଷରେ କାମ ସରିଛି। ହେଲେ ସରି ନାହିଁ ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ପ୍ରତୀକ୍ଷା। ଏବେ ରାଜନୀତିର ଚକ୍ରବ୍ୟୁହରେ ଯେମିତି ଫସି ଯାଇଛି ଗୁରୁପ୍ରିୟା ସେତୁ ଉଦ୍ଘାଟନ । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଫଟୋ ଛାଡ଼ି ଖୁବ୍ ଶୀଘ୍ର ସେତୁ ଉଦ୍ଘାଟନ ହେବ ବୋଲି ଜଣାଇଥିଲେ। କାମ ସରିବାର ଦେଢମାସରୁ ଅଧିକ ସମୟ ବିତି ଯାଇଥିଲେ ବି ମୁଖ୍ୟମନ୍ତ୍ରୀ କାହିଁକି ସେତୁ ଉଦ୍ଘାଟନ କରୁନାହାନ୍ତି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। […]
ଭୁବନେଶ୍ୱର: କିଟ୍ ଓ କିସ୍ ବିରୋଧରେ ଜମି ହଡ଼ପର ଆଉ ଏକ ସାଂଘାତିକ ଅଭିଯୋଗ । ଜଣେ ଆଦିବାସୀଙ୍କ ଜମିକୁ ବି ଜବରଦଖଲ କରିବାକୁ ପଛାଇନାହାନ୍ତି କିଟ୍ କର୍ତ୍ତୃପକ୍ଷ । ପୂର୍ବରୁ ବି ଏ ସଂସ୍ଥା ନାଁରେ ଜମି ହଡପ ଅଭିଯୋଗର ତାଲିକା ବେଶ୍ ଲମ୍ବା । ଏତେସବୁ ଘଟଣା ପରେ ବି ସରକାର କାହିଁକି ନିରବଦ୍ରଷ୍ଟା ତାକୁ ନେଇ ଉଠିଛି ପ୍ରଶ୍ନ । ପଢ଼ନ୍ତୁ ଓଟିଭିର ଅନୁସନ୍ଧାନମୂଳକ ରିପୋର୍ଟ… ମୌଜା- ପଥରଗାଡ଼ିଆ, ଖତିଆନ୍ ନମ୍ବର- ୪୫୫, […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ। ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍ ରେଷ୍ଟୁରାଣ୍ଟ। ଏଠି ଦେଖିବାକୁ ମିଳିବ ରୋବୋ ୱେଟର। ରେଷ୍ଟୁରାଣ୍ଟ ଭିତରେ ପ୍ରବେଶ କରିବା ମାତ୍ରେ ଅନ୍ୟ ରେଷ୍ଟୁରାଣ୍ଟ ଭଳି ଏଠି ଆପଣ ମେନୁ ଦେଖି ଅର୍ଡର ନେବେ ଓ […]
ପାରଳାଖେମୁଣ୍ଡି: ସରକାରଙ୍କ ହିସାବରେ ଦେଶର ସବୁ ଗାଁରେ ପହଂଚି ସାରିଛି ବିଜୁଳି। ହେଲେ ଏହାର ବାସ୍ତବତା କିନ୍ତୁ ଭିନ୍ନ। ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଲୋବା ଗାଁର ବିପିଏଲ ପରିବାର ପାଖରେ ପହଂଚି ପାରିନି ବିଜୁଳି। ଫଳରେ ଏଠିକାର ଲୋକଙ୍କର ଡିବିରି ଆଲୁଅରେ ହିଁ ଜୀବନ ବିତୁଛି। ଏହି ଗାଁ’କୁ ଦେଖିଲେ ଲାଗୁଛି ଯେମିତି ବିପିଏଲ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରତିଶ୍ରୁତି ପ୍ରହସନ ପାଲଟିଛି । ଗାଁରେ ରହୁଥିବା […]
ସାଲେପୁର: ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ତିନି ବର୍ଷ ହେଲାଣି ମନ୍ଦିର ବେଢାରେ ଚାଲିଛି ବିଦ୍ୟାଳୟ। ସ୍କୁଲ ପାଇଁ ଅର୍ଥ ମଂଜୁର ହୋଇଥିଲେ ମଧ୍ୟ ଜାଗା ଅଭାବରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଫଳରେ ଅନେକ ସମସ୍ୟା ଦେଇ ପାଠ ପଢୁଛନ୍ତି ପିଲାଏ। ଏ ହେଉଛି କଟକ ଜିଲ୍ଲା କିଶୋର ନଗର ତହସିଲ ମୁର୍କୁଣ୍ଡି ଗାଁର ବାଣେଶ୍ୱର ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ବେଢ଼ାରେ ଚାଲିଛି ସ୍କୁଲ। ସ୍କୁଲର ନାମ ଫଳକ […]
ଅମ୍ୱିକାପୁର : ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଏବେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ସାରା ଦେଶରେ । ବ୍ୟକ୍ତିଗତ ଭାବେ ସମସ୍ତେ ଏ ଦିଗରେ ସଚେତନ ହେବା ପାଇଁ ସରକାରୀ ଓ ବେସରକାରୀ ପଦକ୍ଷେପ ନିଆଯାଇଛି। ଆଉ ଏ ଦିଗରେ ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିଛି ଛତିଶଗଡ଼। ରାଜ୍ୟର ଅମ୍ୱିକାପୁର ଜିଲ୍ଲାରେ ଏକ ଗାର୍ବେଜ କାଫେର ଶୁଭାରମ୍ଭ ହୋଇଛି। ଏହି କାଫେରେ ଲୋକେ ପ୍ଲାଷ୍ଟିକ୍ ଦେଇ ମାଗଣା ଖାଦ୍ୟ ପାଇପାରିବେ। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ୍ […]
ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି ରାମଦେବ। ବିଶ୍ୱରେ ଯୋଗକୁ ନୂତନ ଦିଶା ଦେବାରେ ଏହା ସହାୟକ ହେବ। ଲୋକେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ରାମଦେବ। ମାଡେମ୍ […]
ନୂଆଦିଲ୍ଲୀ : ପରକୀୟା ପ୍ରେମକୁ ନେଇ ବଲିଉଡ୍ ଫିଲ୍ମ ‘ରୁସ୍ତମ’ର କାହାଣୀ ଥିଲା। ଯେଉଁଠି ନିଜ ପତ୍ନୀଙ୍କ ସହ ପରକୀୟା ସନ୍ଦେହ କରି କେମିତି ଅନ୍ୟ ଜଣଙ୍କ ଜୀବନ ନେଉଛନ୍ତି ଜଣେ ସେନା ଅଧିକାରୀ। ଦିଲ୍ଲୀର ରିୟଲ୍ ଷ୍ଟୋରୀରେ ବି ରହିଛି ସେମିତି ଜଣେ ସେନା ଅଧିକାରୀଙ୍କ କାହାଣୀ। ହେଲେ ଏଠି କିନ୍ତୁ ଚିତ୍ର ଅଲଗା। ବିବାହ ପାଇଁ ରାଜି ନହେବାରୁ ସେନା ଅଧିକାରୀଙ୍କ ମଡେଲ୍ ପତ୍ନୀଙ୍କୁ ଅନ୍ୟ ଜଣେ ସେନା ଅଧିକାରୀ କରିଛନ୍ତି ହତ୍ୟା । […]
ଭୋପାଳ : କୁହାଯାଏ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ବାରମ୍ବାର ବିଫଳତା ପରେ ବି ଯିଏ ମନକୁ ଦୃଢ କରି ସଫଳତାର ସ୍ୱପ୍ନ ଦେଖିଥାଏ, ଶେଷରେ ସେହିଁ ବିଜୟୀ ହୋଇଥାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ଥରେ ନୁହେଁ କି ଦୁଇ ଥର ନୁହେଁ, ପାଞ୍ଚ ପାଞ୍ଚ ଥର ବାୟୁସେନାର ପରୀକ୍ଷାରେ ଅସଫଳ ହୋଇ ମଧ୍ୟ ସେ ହାର ମାନି ନଥିଲେ। ଆଉ ଶେଷରେ ଆକାଶରେ ଉଡିବା ସ୍ୱପ୍ନକୁ ସେ ସାକାର କରି ଦେଖାଇଥିଲେ। […]
ନୂଆଦିଲ୍ଲୀ : ଏସି ଜରିଆରେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସରୁ କମ୍ ରଖି ହେବ ନାହିଁ । ଅର୍ଥାତ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍ ହିଁ ରହିବ। ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ବିଜୁଳି ଖର୍ଚ୍ଚ କମ୍ କରିବାକୁ ଏଭଳି ପ୍ରସ୍ତାବ ଦିଆଯାଇଛି। ଏସି ରଖିଥିବା ଅଧିକାଂଶ ଲୋକେ ଘର ଓ ଅଫିସର ସର୍ବନିମ୍ନ ତାପମାତ୍ରା ୧୮ରୁ ୨୦ ଡିଗ୍ରୀ ସେଲସିୟସରୁ କମ୍ ରଖୁଛନ୍ତି। ଏପରିକି ବେଳେ ବେଳେ ୧୫-୧୬ ଡିଗ୍ରୀ […]
ସାଉଦି ଆରବ : ସାଉଦି ଆରବରେ ନୂଆ ଯୁଗର ଆରମ୍ଭ। କାର୍ ଚଳାଇବାକୁ ମହିଳାଙ୍କୁ ମିଳିଲା ଅନୁମତି। ଜୁନ୨୩ ର ରାତି ସେମାନଙ୍କ ପାଇଁ ଏକ ଐତିହାସିକ ରାତି। ଏହି ରାତିରୁ ନିଜେ ନିଜେ କାର୍ ଡ୍ରାଇଭିଂ କରି ପାରିଛନ୍ତି ସାଉଦି ଆରବର ମହିଳା। କାରରେ ଯିବାକୁ ଡ୍ରାଇଭର ଦରକାର ନାହିଁ କି ସାଙ୍ଗରେ ପରିବାରର ଅନ୍ୟ ପୁରୁଷ ମଧ୍ୟ ଯିବା ଦରକାର ନାହିଁ। ଏହି ମହିଳାଙ୍କୁ ଲାଗୁଛି ସତେ ଯେମିତି ସେମାନେ ସ୍ୱାଧୀନତା ପାଇଛନ୍ତି। ପାଲଟିଛନ୍ତି […]
ଚାନ୍ଦବାଲି( ବାସୁଦେବ ଦାସ) : ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ ତିହିଡିର ଦୁଇ ଦିବ୍ୟାଙ୍ଗ କଣ୍ଠଶିଳ୍ପୀ ସୁଦାମ ଓ ଶ୍ରୀଧର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଶଗଡିଆ ଗାଁର ଜନ୍ମରୁ ଦିବ୍ୟାଙ୍ଗ ସୁଦାମ ନାୟକ। ସେ […]
ନୋଏଡ଼ା : ନୋଏଡ଼ାରେ ଏମିତି ଏକ ହୋଟେଲ୍ ଖୋଲିଛି , ଯାହାକି ଏଠି ଖାଇବାର ମଜା ନିଆରା। ଲୋକେ ମଧ୍ୟ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବହୁତ ପସନ୍ଦ କରିଛନ୍ତି। ଏହି ହୋଟେଲ୍ ଲୋକମାନଙ୍କୁ ଭୂମି ଠାରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ଖାଇବାକୁ ଦେଉଛି। ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ କରୁଥିବା ଲୋକଙ୍କ ମଧ୍ୟରେ ଏହି ହୋଟେଲ୍ଟି ଏବେ ଖୁବ୍ ଲୋକପ୍ରିୟ ପାଲଟିଛି। ଯେଉଁ ଲୋକମାନେ ଏବେ ସୁଧା ସ୍ଲାଇଡିଂ ଓ ସୁଇଙ୍ଗରେ ଆନନ୍ଦ ଉପଭୋଗ କରିଥିଲେ, ସେମାନେ […]
କୋରାପୁଟ (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ କୋରାପୁଟ ଜିଲ୍ଲା ଖୁଡ଼ିଗୁଡ଼ା ଗାଁର ୧୭ ବର୍ଷର ଝିଅ ଲକ୍ଷ୍ମୀ ଉପରେ ଏବେ ଚାରି ଚାରିଟି କୁନି ଭାଇ ଭଉଣୀଙ୍କ ଲାଳନ ପାଳନର ଦାୟିତ୍ୱ। ଏହା ସାଙ୍ଗକୁ […]
କନ୍ଧମାଳ : କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ ମନୋବଳ ଆଗରେ ହାରମାନେ ସବୁ ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଅନେକ ସଫଳ ବ୍ୟକ୍ତିତ୍ୱ। ଏହିପରି ଜଣେ ଦୃଢ଼ମନା ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସିମ୍ବାଲି ଗାଁର ଆଦିବାସୀ ଯୁବକ ଅଭିମନ୍ୟୁ ମଲ୍ଲିକ। ଯିଏକି ଏବେ ଇସ୍ରୋର ରକେଟ୍ ୱିଙ୍ଗରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଇସ୍ରୋରେ ବୈଜ୍ଞାନିକ ଅଭମନ୍ୟୁ । ଗାଁରୁ ଇସ୍ରୋକୁ ଯାତ୍ରା […]
କେରଳ : କଥାରେ ଅଛି ଘରକୁ ସ୍ୱର୍ଗ କରିଦିଏ ବୋହୂ। ଏମିତି ଜଣେ ବୋହୂର କାରନାମା ପଦାକୁ ଆସିଛି ଶୁଣିଲେ ଛାତି ଥରି ଉଠିବ। ବୋହୂ ସାଜିଛି ସିରିଏଲ୍ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି। ଆଉ ଏହି ତାଲିକାରେ ଅଛନ୍ତି ଖୋଦ୍ ସ୍ୱାମୀ, ଶାଶୂ, ଶ୍ୱଶୂରଙ୍କ ସହ ଜଣେ ବର୍ଷକର ନିଷ୍ପାପ ଶିଶୁ। କେରଳ କୋଝିକୋଡ୍ରୁ ସାମ୍ନାକୁ ଆସିଥିବା ଏ ଲୋମଟାଙ୍କୁରା ଘଟଣା […]
ନୂଆଦିଲ୍ଲୀ : ମୋବାଇଲ୍ ଉପଭୋକ୍ତାଙ୍କୁ ଝଟ୍କା ଦେଲା ଜିଓ ନେଟ୍ଓ୍ୱାର୍କ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍କୁ ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା। ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି […]
ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି । ଜୟପୁରହାଟ ଠାରେ ଚଢ଼ଉ କରି ପୁଲିସ୍ ଅଭିଯୁକ୍ତ ବବୁଲ ମଣ୍ଡଳଙ୍କୁ ଗିରଫ କରିଛନ୍ତି। ଗାଁ ଲୋକଙ୍କ ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୁଲିସ୍ କହିବା ଅନୁଯାୟୀ, ପତ୍ନୀଙ୍କ ପ୍ରସ୍ତୁତ ସକାଳ ଜଳଖିଆରେ […]
ଅନୁଗୁଳ( ବିରଜା ଦାସ) : ଅହିଂସାର ପୂଜାରୀଙ୍କ ଅନୁଗୁଳ କନେକ୍ସନ୍। ଜାତିର ଜନକ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ପାଇଁ ଯାତ୍ରା କରୁଥିବା ବେଳେ ୧୯୩୪ ମସିହା ମେ ୫ ଓ ୬ ତାରିଖରେ ଅନୁଗୁଳ ଓ ବାମୁରରେ ଅବସ୍ଥାନ କରିଥିଲେ। ସେଠାରେ ଆୟୋଜନ କରିଥିଲେ ଏକ ସଭା। ଲକ୍ଷ୍ୟ ଥିଲା, ଅସ୍ପୃଶ୍ୟତା ବିରୋଧରେ ସ୍ୱର ଉତ୍ତୋଳନ ସହ ସ୍ୱାଧୀନତା ଆନ୍ଦୋଳନ ପାଇଁ ଜନଜାଗରଣ ସୃଷ୍ଟି କରିବା। ଝାରସୁଗୁଡ଼ା ଓ ସମ୍ବଲପୁରର କାର୍ଯ୍ୟକ୍ରମ ସାରିବା ପରେ ଗାନ୍ଧୀ […]