ରାଜସ୍ଥାନ : ନର୍ସରୀ ବ୍ୟବସାୟ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ଯୁବକ । ୪ ବର୍ଷ ପୂର୍ବେ ବ୍ୟବସାୟ କରିବାକୁ ଚାକିରି ମେ।ହ ତ୍ୟାଗ କରି ବ୍ୟବସାୟ ଆରମ୍ଭ କରିଥିଲେ, ଆଉ ଆଜି ସଫଳ ହେଲେ । ରାଜସ୍ଥାନର ଉଦୟପୁର ଜିଲ୍ଲା ନିବାସୀ ଆକାଶଦୀପ ବୈଷ୍ଣବ ନର୍ସରୀ ବ୍ୟବସାୟ କରନ୍ତି । ତାଙ୍କ ନର୍ସରୀରେ ୨ ହଜାରରୁ ଅଧିକ ପ୍ରକାରର ଚାରା ଦେଖିବାକୁ ମିଳେ । କଠିନ ପରିଶ୍ରମ କରି ତିନିରୁ ଚାରି […]
୨୦୨୦ର ସ୍ମୃତି, ସମସ୍ତଙ୍କ ହୃଦୟରେ ସବୁଦିନ ପାଇଁ ତାଜା ରହିବ। କିଛି ଖଟା ଓ କିଛି ମିଠାର ଅନୁଭୂତି ନେଇ ଆଗକୁ ବଢ଼ୁଛି ମଣିଷ ସମାଜ । ଅଦୃଶ୍ୟ ଭାଇରସ୍ ଭୟ ସତ୍ତ୍ୱେ ସକରାତ୍ମକ ଦିଗରେ ଚିନ୍ତା କରିବା ମଣିଷର ସାଧାରଣ ପ୍ରବୃତ୍ତି । ଏ ବର୍ଷର ସ୍ମୃତି ସମସ୍ତଙ୍କର ମନରେ ରହିବ । ଭୁଲିବା ପାଇଁ ଚେଷ୍ଟା କଲେ ବି ଭୁଲି ହେବନି । ତେବେ କରୋନା କାଳର ଅସହାୟତାକୁ ମନେ ରଖିବା ଅପେକ୍ଷା ସଫଳତା […]
ଗାଈ ଗୁହାଳରୁ ସେସନ କୋର୍ଟର ଜଜ୍। ଗୁହାଳରେ ପାଠ ପଢ଼ି ବିଚାରପତି ହେଲେ ଅଭାବୀ ବାପାର ଗୁଣମତୀ ଝିଅ। ସବୁ ବାଧାବିଘ୍ନକୁ ଆଡ଼େଇ ଉଦୟପୁରର ସୋନଲ ଶର୍ମା ଲେଖିଲେ ସଫଳତାର କାହାଣୀ। ଘର ଘର କ୍ଷୀର ବାଣ୍ଟିବ। ସହ ଖତରେ ଲଟପଟ ହୋଇ ଗୁହାଳ ସଫା କରୁଥିବା ଝିଅ ଯେ ଦିନେ ବିଚାରପତି ହେବ କିଏ ଜାଣିଥିଲା ? ମେଧାକୁ ପାଥେୟ କରି ଗାଈ ଗୁହାଳରୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସୋନଲ୍। ଉଦୟପୁରର ପ୍ରତାପନଗର ଅଞ୍ଚଳ […]
କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ । ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର । ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ । ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି ।
ଅଳ୍ପ ବୟସରୁ ବିରଳ ସଫଳତା । ଦେଶର ସବୁଠାରୁ କନିଷ୍ଠ ମେୟର ହେବେ ଆର୍ଯ୍ୟା ରାଜେନ୍ଦ୍ରନ୍ । ଜାତୀୟ ସ୍ତରରେ ନିଆରା ରେକର୍ଡ଼ । ନିକଟରେ କେରଳର ମ୍ୟୁନିସିପାଲ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ୨୧ ବର୍ଷିୟା ଆର୍ଯ୍ୟା ମୁଡାବନମୁଗାଲ ଆସନରୁ ବିଜୟୀ ହୋଇଛନ୍ତି । ବାମ ଗଣତାନ୍ତ୍ରିକ ମେଣ୍ଟରୁ ବିଜୟ ଲାଭ କରିଥିବା ଆର୍ଯ୍ୟା ରାଜେନ୍ଦ୍ରନ ଥିରୁବନ୍ତପୁରମ୍ ଜିଲ୍ଲାର ମେୟର ହେବେ । ଦଳର ଜିଲ୍ଲା ସମିତି ଓ ରାଜ୍ୟ ସମିତି ତାଙ୍କୁ ସଭ୍ୟପଦକୁ […]
ଭେ।କିଲାଙ୍କ ପେଟ ଭରୁଛି ନୀଳ ରଙ୍ଗର ଫ୍ରିଜ୍ । ଆଉ ପରଦା ପଛର ନାୟକ ସାଜିଛନ୍ତି ଆହାନ୍ ଖାନ୍ । ପେଟ ପୂରାଇ ଦୁଇ ବେଳା ଦୁଇ ମୁଠା ଖାଇପାରୁନଥିବା ଲେ।କଙ୍କ ପାଇଁ କୌଣସି ଦେବଦୂତଙ୍କ ଠାରୁ କମ୍ ନୁହଁନ୍ତି ଏହି ମହାନ୍ ମଣିଷ ଜଣକ । ମାନବ ସେବା ହିଁ ମାଧବ ସେବା, ଏହି କଥାକୁ ସେ ଭଲଭାବେ ଅନୁଭବ କରିପାରିଛନ୍ତି । ହଂକଂ ଜେ।ର୍ଡ଼ାନର ବୁମନଷ୍ଟ୍ରିଟରେ ଆହାନ ଆରମ୍ଭ କରିଛନ୍ତି ଏହି ଅଭିନବ ପ୍ରୟାସ । […]
ନୂତନ ଆଶା ଓ ଉଦ୍ଦୀପନା ନେଇ ଆସୁଛି ନୂତନ ବର୍ଷ । କରୋନା ଭୂତାଣୁର ଭୟ ଭିତରେ ପାଖାପାଖି ୯ ମାସ ବିତାଇବା ପରେ ନବବର୍ଷକୁ ଜାକଜମକରେ ସ୍ୱାଗତ କରିବାକୁ ଚାହିଁ ବସିଛନ୍ତି ବିଶ୍ୱବାସୀ । ଚଳିତ ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେବ ବେ।ଲି ଅନେକ ଆଶା ଥିଲା । ହେଲେ ନବବର୍ଷ ୨୦୨୧କୁ ନେଇ ବୁଲଗେରିଆର ବାବା ଭାଙ୍ଗାଙ୍କ ଭିବଷ୍ୟତବାଣୀ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବର୍ଷ ମଧ୍ୟ ବିଶ୍ୱ ଅନକ ପ୍ରାକୃତିକ ବିପର୍ଯ୍ୟୟର […]
ଗାଟିଏ କୁକୁର ପାଇଁ ତିନି ଦଳ ମୁହଁ।ମୁହିଁ : ରକ୍ତରଞ୍ଜିତ ହେଲା ଘଟଣାସ୍ଥଳ
ନୂଆଦିଲ୍ଲୀ : ୱେବସାଇଟରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟିକେଟ ବୁକ୍ କରନ୍ତି । ହେଲେ ଅଧିକ ବ୍ୟବହାର ହେତୁ ବେଳେବେଳ ଇ-ଟିକେଟିଂ ୱେବସାଇଟ୍ ହ୍ୟାଙ୍ଗ କିମ୍ବା ସ୍ଲୋ ହୋଇଯାଏ । ଯଦ୍ୱାରା ଟିକେଟ ବୁକ୍ ହେଉ ହେଉ ଅଧାରୁ ଅଟକି ଯାଏ । କିନ୍ତୁ ଭାରତୀୟ ରେଳ (Indian Railways), IRCTC ଇ-ଟିକେଟିଂ ୱେବସାଇଟ୍ ଏବଂ ଆପ୍ ଉଭୟକୁ ଅପଗ୍ରେଡ଼୍ କରିବାକୁ ଯାଉଛି । ଆଜି ଏହି ୱେବସାଇଟକୁ ଲଞ୍ଚ କରିବେ ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ […]
ଭାରତର ଭିନ୍ନ ଜଣେ ସୁପରହିରୋ ’ହେଲମେଟ୍ ମ୍ୟାନ’ । ପ୍ରିୟ ବନ୍ଧୁର ମୃତ୍ୟୁ ପରେ ଭାଙ୍ଗିପଡ଼ିଥିବା ବିହାର ଯୁବକ ବାଇକ୍ ଚାଳକଙ୍କୁ ମାଗଣାରେ ହେଲମେଟ୍ ବାଣ୍ଟୁଛନ୍ତି । ସଡ଼କ ଦୁର୍ଘଟଣାରେ ଯେପରି କୌଣସି କଅଁଳ ନିଷ୍ପାପ ଜୀବନ ଅକାରଣରେ ଝରିନପଡେ, ସେଥିପାଇଁ ଚାକିରି ଛାଡ଼ି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି
ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି […]
ଛତିଶଗଡ : ଥାନା ପରିଭ୍ରମଣରେ ତିନି ଟିକିଆ ଭାଲୁ ଦଳ । ବିଳମ୍ବିତ ରାତ୍ରୀରେ ଛତିଶଗଡର କାଙ୍କେର ସହରର ଏକ ପୋଲିସ ଷ୍ଟେସନ ପରିସରରେ ତିନିଟି ଭାଲୁ ବୁଲୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯାହା ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଛି । ଭିଡ଼ିଓଟିକୁ ଯିଏ ଦେଖୁଛି ଆଶ୍ଚର୍ଯ୍ୟ ହେଉଛି ଏବଂ ସେୟାର ମଧ୍ୟ କରୁଛି । ଭିଡ଼ିଓରେ ସ୍ପଷ୍ଟ ଦେଖାଯାଉଛି ଗୋଟିଏ ଭାଲୁକୁ ଅନୁସରଣ କରି ପଛରେ ଆଉ ୨ଟି ଭାଲୁ ଥାନା ଭିତରକୁ […]
୨୧ ଜୁନ ୨୦୧୮ – ରାଧାଙ୍କ ପାଇଁ ଏକ କାଳ କ୍ଷଣ, ଯେଉଁଦିନ ତାଙ୍କର ସବୁକିଛି ଶେଷ ହେ।ଇଗଲା, ହୃଦଘାତରେ ଜୀବନ ହରାଇଥିଲେ ତାଙ୍କ ସ୍ୱାମୀ ୧୮ ଡିସେମ୍ବ – ତାଙ୍କ ଟ୍ରେନିଂ ପୁରା ହେଲା ଓ ତା’ପର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସାମ୍ନାରେ ଫ୍ଲାଇଂ ଅଫିସର ରୂପେ ଦାୟିତ୍ବ ଗ୍ରହଣ କଲେ ରାଧା ଜଣେ ବୀରଙ୍ଗନାଙ୍କ ବୀରତ୍ୱର କାହାଣୀ । ବୀର ଭୂଇଁର ସେବା ଉଦ୍ଦେଶ୍ୟରେ ନିଜକୁ ସମର୍ପି ଦେଲେ ଜମ୍ମୁର ବୀର ପୁତ୍ରୀ […]
ଚାକିରି ଶେଷ ହେଲେ ବାସଭବନ ଛାଡ଼, ଆଉ ବକେୟା ଅର୍ଥରାଶି ତୁରନ୍ତ ପଇଠ କର । ଆଉ କ୍ଷମତାର ଅପବ୍ୟବହାର କରିପାରିବେ ନାହିଁ ସରକାରୀ କିମ୍ବା ବେସରକାରୀ କର୍ମଚାରୀ । ଅବସର ପରେ ସରକାରୀ କିମ୍ବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ବାସଭବନରେ ରହିବା ଦଣ୍ଡନୀୟ ଅପରାଧ । ନିୟମ ନମାନି ନିର୍ଦ୍ଧାରିତ ସମୟରୁ ଅଧିକ ଦିନ ସରକାରୀ ବାସଭବନକୁ ବଳପୂର୍ବକ କବଜା କଲେ, ଜେ।ରିମାନା ସହ ଭଡ଼ା ଆଦାୟ କରାଯିବ ବେ।ଲି ସ୍ପଷ୍ଟ କରିଛନ୍ତି ସର୍ବେ।ଚ୍ଚ ନ୍ୟାୟାଳୟ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହ ପ୍ରାୟ ସମୟ ମାସ୍କ ଲଗାଇବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ମାସ୍କ ଲଗାଇବାକୁ ଆଦୌ ଭଲ ଲାଗୁନାହିଁ। ଯାହାର ବିକଳ୍ପରେ ସେମାନେ ପ୍ଲାଷ୍ଟିକ୍ର ଫେସ୍ କଭର ବ୍ୟବହାର କରୁଛନ୍ତି। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିର ଜଣେ ଯୁବକ ଏବଂ ଯୁବତୀ ମୁହଁରେ ପ୍ଲାଷ୍ଟିକ୍ ଫେସ୍ କଭର ଲଗାଇ ରାସ୍ତାରେ […]
ନୂଆଦିଲ୍ଲୀ: ଏକ ପାର୍କରେ ନିଆଁ ଲାଗି ଯାଇଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଅବିଶ୍ୱସନୀୟ। ଏହି ଘଟଣା ଦେଖିବାକୁ ମିଳିଛି ସ୍ପେନର କାଲାହୋରା ପାର୍କରେ । ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ନିଆଁର ପ୍ରକୋପ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଛି। ହେଲେ ଆଶ୍ଚର୍ଯ୍ୟ, ସେଠାରେ ଥିବା ନା ଗଛ ନା ଚେୟାର୍ କୌଣସିଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁନି। ଅର୍ଥାତ୍ ଗଛ, ଚେୟାର୍କୁ ନିଆଁ ଆଦୌ […]
ମାଲକାନଗିରି: ଭଲ କାମ ପାଇଁ ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲାର ଏସ୍ଆଇ ଶୁଭଶ୍ରୀ ଭବାନୀ ନାୟକ। ଏଥର ତାଙ୍କୁ ପ୍ରଶଂସା କରିଛନ୍ତି ସାଉଥ ମେଗାଷ୍ଟାର ଚିରଞ୍ଜୀବ। ଗତକାଲି ମଦର୍ସ ଡେ’ ଅବସରରେ ଚିରଞ୍ଜୀବ ନିଜ ଟ୍ୱିଟର୍ ପେଜ୍ରେ ଏକ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ସେ ଶୁଭଶ୍ରୀଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ପୁଲିସ୍ ଚାକିରି ଭଳି କଠୋର ଦାୟିତ୍ୱ ଭିତରେ ଜଣେ ଅସହାୟ ବୃଦ୍ଧାଙ୍କୁ ମା’ ଭଳି ସ୍ନେହ ଦେଇ ଖୁଆଇ ଦେବା ନେଇ ଶୁଭଶ୍ରୀଙ୍କୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ଅନେକ ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ବିଭିନ୍ନ ଦେଶରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବା ସହ ନଦୀର ପାଣି ଆହୁରି ସ୍ୱଚ୍ଛ ହୋଇଯାଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବେ ଶୂନ୍ଶାନ୍ ହୋଇଯାଇଛି। ଏସବୁ ଭିତରେ ଏକ ସମୁଦ୍ର ବେଳାଭୂମିରେ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ସମୁଦ୍ର ଲହଡିରୁ ନୀଳ ରଙ୍ଗର ଆଲୋକ ବାହାରିଥିବା ଦେଖିବାକୁ ମିଳିଛି। ଆମେରିକା ମେକ୍ସିକୋର Acapulco ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଥିଲା ଏପରି ନିଆରା […]
ଭୁବନେଶ୍ୱର: ଏବେ କରୋନା ସଙ୍କଟ ସମୟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଉ ଏକ ବିପଦ ଓଡିଶା ଉପରକୁ ଆସୁଛି। ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଫନି ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପୁଣେ ସ୍ଥିତ Indian Institute of Tropical Metrology (IITM), ଓ […]
ନୂଆଦିଲ୍ଲୀ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। କୁହାଯାଉଛି, ତାଙ୍କର cardiovascular ସମସ୍ୟା ରହିଛି। ଆମେରିକା ଟିଭି ଚ୍ୟାନେଲ ସିଏନଏନ ରିପୋର୍ଟ ଅନୁଯାୟୀ, କିମ୍ ଜୋଙ୍ଗଙ୍କର ସର୍ଜରୀ କରାଯାଇଥିଲା। ହେଲେ ଏହା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କିମ୍ ଜୋଙ୍ଗଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ ହେଲେ ତାଙ୍କ ସମ୍ପର୍କରେ କିଛି ରୋଚକ ତଥ୍ୟକୁ ହୁଏତ ଅଳ୍ପ ଲୋକ ଜାଣିଥିବେ। ତାହାହେଲେ ଆସନ୍ତୁ […]
ଭୁବନେଶ୍ୱର: କରୋନା ରେଜିଷ୍ଟ୍ରେସନ୍ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୦୪ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି l ହେଲେ କିଛି ଲୋକ ଏହି ଫୋନ ନମ୍ବରକୁ କଲ୍ କରି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ କହିବା ପରିବର୍ତ୍ତେ ଥଟ୍ଟାମଜା କରିବା ସହ ଯାହା ସବୁ କହୁଛନ୍ତି, ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏଭଳି କିଛି ଏକ୍ସକ୍ଲୁସିଭ୍ ଫେକ କଲ୍ ଆମ ହାତରେ ଲାଗିଛି। ଫେକ୍ କଲ୍-୧: ଜଣେ ବ୍ୟକ୍ତି ୧୦୪କୁ ଫୋନ […]
ନୂଆଦିଲ୍ଲୀ: ଫେସବୁକ୍ ଏହାର ଆପ ଓ ମେସେଞ୍ଜର(messenger)ରେ ଖୁବଶୀଘ୍ର ଦୁଇଟି ନୂଆ ଇମୋଜି ରିଆକ୍ସନ ଆଡ କରିବାକୁ ଯାଉଛି। ଏହି ନୂଆ ରିଆକ୍ସନ ଇମୋଜି କୋବିଡ-୧୯ ସହ ଜଡ଼ିତ। ଯାହାର ନାଁ ‘care’ ରଖାଯାଇଛି। ଏହା ମାଧ୍ୟମରେ ଜଣେ ୟୁଜର୍ସ ଅନ୍ୟ ଜଣଙ୍କ ୟୁଜର୍ସଙ୍କ ପୋଷ୍ଟରେ ସପୋର୍ଟ ଦେଖାଇ ପାରିବେ। Facebookରେ ଏହି ନୂଆ ଇମୋଜି ‘Face hugging’ ଭଳି କରାଯାଇଥିବାବେଳେ Messenger ରେ ‘Pulsing heart’ ଭଳି କରାଯାଇଛି। ଏହି ନୂଆ ଇମୋଜିକୁ ୟୁଜର୍ସ ପୂର୍ବରୁ […]
ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଘରେ ବସି ବୋର ହେଉଥିବା ଦର୍ଶକଙ୍କ ପାଇଁ ଡିଡି ନ୍ୟାଶନାଲ ଚାନେଲରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ପୁନଃ ପ୍ରସାରିତ ହୋଇଛି। ଦୀର୍ଘ ବର୍ଷ ପରେ ଟିଭି ପରଦାରେ ଏହି ମେଗା ସିରିଏଲ ‘ରାମାୟଣ’କୁ ଲୋକେ ବେଶ ଉପଭୋଗ କରୁଛନ୍ତି। ‘ରାମାୟଣ’ ପୁନଃ ପ୍ରସାରିତ ହେବାପରେ ପୁଣିଥରେ ରାମାୟଣର କାହାଣୀ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ‘ରାମାୟଣ’ରେ ଅଭିନୟ କରିଥିବା ଅନ୍ୟ କଳାକାରଙ୍କ ଭଳି […]
କେପୁହ(ଇଣ୍ଡୋନେସିଆ): ରାତିର ଅନ୍ଧକାର ଭିତରେ ରାସ୍ତା କଡ଼ରେ ବସିଛନ୍ତି ଭୂତ ! କେହିବି ଯଦି ସେଇ ବାଟ ଦେଇ ଯିବେ ମାଡ଼ି ବସିବ ଭୂତ ! ଇଣ୍ଡୋନେସିଆରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଆପଣମାନେ ଭାବୁଥିବେ ଆମେ ଆପଣଙ୍କୁ ଏସବୁ କ’ଣ କହୁଛୁ। ପ୍ରକୃତରେ ଘଟଣାଟି ହେଲା, ଏମାନେ କୌଣସି ଭୂତ ନୁହନ୍ତି। କିନ୍ତୁ ଭୂତ ଭଳି ନିଜକୁ ସଜାଇଛନ୍ତି। ଧଳା ରଙ୍ଗର ପୋଷାକ ପରିଧାନ କରିବା ସହ ପୂରା ଶରୀରକୁ ଢାଙ୍କି କି ରଖିଛନ୍ତି […]