• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

jharsuguda airport
ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ିବ ବିମାନ!

ଝାରସୁଗୁଡ଼ା: ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆରମ୍ଭ ହେବ ସିଡ୍ୟୁଲ୍‌ ବିମାନ ଉଡ଼ାଣ। ଏଥର ଛୋଟ ବିମାନ ନୁହେଁ, ବରଂ ବୋଇଂ ପ୍ରଭୃତି ବିମାନ ଝାରସୁଗୁଡ଼ା ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବ। ଚଳିତମାସ ଡିସେମ୍ବର ୩୧ ତାରିଖରେ ଟେଣ୍ଡର ଖୋଲା ହେବା ପରେ ଉଡ଼ାଣ ତାରିଖ ସ୍ପଷ୍ଟ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ. ଚୌହାନ୍ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କରାଯାଇଥିବା ସର୍ଭେରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ, କୋଲକାତା, […]

  • Tuesday, 20 July 2021
crop damage
‘ପେତାଇ’ ଧୋଇନେଲା ବର୍ଷକର ପରିଶ୍ରମ; ଚିନ୍ତାରେ ଚାଷୀ

ବଲାଙ୍ଗିର/ବୌଦ୍ଧ: ବର୍ଷାରେ ନଷ୍ଟ ହୋଇଗଲା ବର୍ଷକର ପରିଶ୍ରମ। ଅମଳ ବେଳେ ପେତାଇ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କ୍ଷେତଠାରୁ ଖଳା ଯାଏ ସବୁଠି ବର୍ଷା ପ୍ରଭାବରେ ଧାନ ଫସଲ ନଷ୍ଟ ହୋଇ ଯାଇଛି। କ୍ଷେତରେ କଟା ହୋଇ ପଡ଼ିଥିବା ଧାନ ଉଠାଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ସମୟ ନପାଇବା ଯୋଗୁ ବର୍ଷାରେ ପାଚିଲା ଧାନ ଭିଜି ଯାଇଛି। ଏପରିକି ଲଗାଣ ବର୍ଷାରେ କ୍ଷେତରେ ପାଣି ମଧ୍ୟ […]

  • Tuesday, 20 July 2021
cesu colony
କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି

କଟକ: କଟକର ସେସୁ କଲୋନୀ ପାଲଟିଛି ଭୂତ କୋଠି। ଆଉ ଅସୁରକ୍ଷିତ କୋଠାରେ ରହୁଛନ୍ତି କର୍ମଚାରୀ ଓ ତାଙ୍କ ପରିବାର। କେଉଁଠି ଛାତରୁ ସିମେଣ୍ଟ ଖସୁଛି ତ ଆଉ କେଉଁଠି ଘରର କାନ୍ଥରେ ଗଛ ଉଠି ଗଲାଣି। ତେବେ  ବାରମ୍ବାର ଅଭିଯୋଗ ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି। କୌଣସି ମୁହୂର୍ତ୍ତରେ ବି ଏହି କୋଠା ଭୁଶୁଡ଼ି ଯାଇପାରେ। କଟକ ବାଦାମବାଡ଼ି ନିକଟରେ ଏହି କଲୋନୀ ରହିଛି। ଏହି କଲୋନୀରେ ୧୮୦ କର୍ମଚାରୀ ନିଜ ପରିବାର […]

  • Tuesday, 20 July 2021
fall
ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ମହାଦେବ ମୁଣ୍ଡିଆ ପର୍ଯ୍ୟଟନ ସ୍ଥଳ

କେନ୍ଦୁଝର  : ପାହାଡ଼ ଜଙ୍ଗଲ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କେନ୍ଦୁଝର ଜିଲ୍ଲାରେ ରହିଛି ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ।  ହେଲେ ଜିଲ୍ଲାର ବାଂଶପାଳ ବ୍ଲକ ଚମ୍ପାଝରରେ ଥିବା ‘ମହାଦେବ ମୁଣ୍ଡିଆ’ ପାହାଡ଼ ପର୍ଯ୍ୟଟନ ମାନଚିତ୍ରର ଆଢୁଆଳରେ ରହିଯାଇଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳରେ ଦୁଇଟି ସୁନ୍ଦର ଜଳପ୍ରପାତ ରହିଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ହେଡ଼୍ କ୍ୱାର୍ଟରରୁ ୧୪ କିଲୋମିଟର ଦୂରରେ ଅବସ୍ଥିତ ବରଗୋଡ଼ା ଛକ। ଏହି ଠାରୁ ୪ କିଲୋମିଟର ମାଟି ରାସ୍ତାରେ […]

  • Tuesday, 20 July 2021
hostel2
ଅବ୍ୟବସ୍ଥା ଭିତରେ ଦେବଗଡ଼ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ

ଦେବଗଡ଼: ଅବ୍ୟବସ୍ଥା ଭିତରେ ଦେବଗଡ ଜିଲ୍ଲାର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରୀ ନିବାସ। ନାରୀ ଶିକ୍ଷା ପାଇଁ ଅନେକ ଯୋଜନା ହୋଇଥିଲେ ମଧ୍ୟ ଯୋଜନା କେମିତି ବାଟବଣା ହେଉଛି ତାହା ଏହି ଛାତ୍ରୀ ନିବାସକୁ ଦେଖିଲେ ସ୍ପଷ୍ଟ ହୋଇଯିବ। ଆଜ୍‌ବେଷ୍ଟସ୍‌ ଭାଙ୍ଗି ଯାଇଥିବା ବେଳେ ଦିନରେ ଖରା, ରାତିରେ ଶୀତର ପ୍ରକୋପ ଓ ବର୍ଷା ହେଲେ ଏଥିରୁ ପାଣି ଲିକ୍‌ ହେଉଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ କାନ୍ଥ ସନ୍ତସନ୍ତିଆ ରହୁଥିବାରୁ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଝଟ୍‌କା […]

  • Tuesday, 20 July 2021
Capture 5
ସାହୁକାର ପାଖରେ ବନ୍ଧା ପଡ଼ିଛି ଖାଉଟି କାର୍ଡ

କୋରାପୁଟ: ଖାଦ୍ୟ ନିରାପତ୍ତା ଅଭିଯାନ ମାଧ୍ୟମରେ ପ୍ରକୃତ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ପାଇଁ ଯୋଜନା ରହିଛି । ହେଲେ କୋରାପୁଟ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ସରକାରଙ୍କ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଫେଲ୍ ମାରିଥିବା ଦେଖିବାକୁ ମିଳିଛି । କେଉଁଠାରେ କାର୍ଡ ଥିଲେ ଭି ସୁବିଧା ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବାବେଳେ କେଉଁଠାରେ କେଜିଏ ଚାଉଳ ପାଇଁ ଖର୍ଚ୍ଚାନ୍ତ ହେଉଛନ୍ତି ଖାଉଟି । ଖାଉଟି କାର୍ଡ ଅଛି, […]

  • Tuesday, 20 July 2021
Capture 4
୪ ବଦଳରେ ଜଣେ ଡାକ୍ତରରେ ଚାଲିଛି ଚିକିତ୍ସା

ଗଜପତି: ଗଜପତି ଜିଲ୍ଲା ଆର.ଉଦୟଗିରିର ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏଠାରେ ୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ଚାଲିଛି ରୋଗୀ ସେବା। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକେ ସେବା ନ ପାଇ ନିରାଶ ହେଉଛନ୍ତି । ମେଡିକାଲ ଆଉଟଡୋରରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି ରୋଗୀ । ହେଲେ ଡାକ୍ତରଙ୍କ ଦେଖା ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ବି ଦୀର୍ଘ ସମୟ […]

  • Tuesday, 20 July 2021
farmer
ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତର ରୂପ ନେଇ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଏହା ଚେନ୍ନାଇଠାରୁ ୭୩୦ କିଲୋମିଟର ପୂର୍ବ ଓ ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ସେପଟେ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନେକ ସ୍ଥାନରେ ଧାନ କଟା ସରିଥିବାବେଳେ, କିଛି ଚାଷୀ ଖଳାରେ  ଧାନ ଗଦା କରିଛନ୍ତି। ଆଉ କିଛି ଚାଷୀ ଧାନ ଅମଳ କରିବାରେ ଲାଗିଛନ୍ତି। ତେବେ ଠିକ୍ ଏହି ସମୟରେ ଲଘୁଚାପ ବର୍ଷା ଚାଷୀଙ୍କ […]

  • Tuesday, 20 July 2021
ang
କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି

ଭଦ୍ରକ:  ରାଜ୍ୟସରକାରଙ୍କ ତରଫରୁ କୋଟି କୋଟି ଟଙ୍କା ଅନୁଦାନ ମିଳୁଥିଲେ ବି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗ୍ରାମାଞ୍ଚଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହୋଇପାରୁନି। ଏହାର କୌଣସି ବିକଳ୍ପ ବ୍ୟବସ୍ଥା ନିମନ୍ତେ ମଧ୍ୟ ତତ୍ପରତା ପ୍ରକାଶ ପାଉନି। ଫଳରେ ବର୍ଷ ବର୍ଷ ଧରି କେଉଁଠି ବାରଣ୍ଡା ତ କେଉଁଠି ଗଛ ତଳେ ଚାଲୁଛି ଅଙ୍ଗନବାଡ଼ି କେନ୍ଦ୍ର। ଭଦ୍ରକ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ୬ଟି ଅଙ୍ଗଓ୍ୱାଡି କେନ୍ଦ୍ରରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ତେବେ […]

  • Tuesday, 20 July 2021
snow fall
ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ

ଶିମ୍‌ଲା: ହିମ ଚାଦରରେ ଆଚ୍ଛାଦିତ ଉତ୍ତର ଭାରତ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ବରଫପାତ ହୋଇଛି। ବିଶେଷ କରି ହିମାଚଳ ପ୍ରଦେଶର ଶିମ୍‌ଲା, ମନାଲି, କୁଫ୍ରି, ନରକନ୍ଦା ଭଳି ବିଭିନ୍ନ ଅଞ୍ଚଳରେ ବରଫର ମୋଟା ଆସ୍ତରଣ ଦେଖିବାରକୁ ମିଳିଛି। ଏତେ ତୁଷାରପାତ ହେଉଛି ଯେ, ସତେ ଯେମିତି ବରଫରେ ଆଚ୍ଛାଦିତ ହୋଇଛି ପ୍ରକୃତି। ଗଛ ପତ୍ର, ଗାଡ଼ି ମୋଟର, ଘର ସବୁଆଡେ ବରଫର ଆସ୍ତରଣ। ପାରଦ ଚାରି ପାଞ୍ଚ ଡିଗ୍ରୀକୁ […]

  • Tuesday, 20 July 2021
bjp-up
୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା

ନୂଆଦିଲ୍ଲୀ : ୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା। ଛତିଶଗଡ଼ରେ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାର ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ମଧ୍ୟ ପ୍ରଦେଶରେ କଡ଼ା ସଂଘର୍ଷ ହୋଇଥିଲେ ବି ଆଗରେ ରହିଛି କଂଗ୍ରେସ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍। ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଫୋକସରେ ରହିଥିଲା […]

  • Tuesday, 20 July 2021
bolangir
ବଲାଙ୍ଗିରରେ ବଢୁଛି ରାଜନୀତି ତାତି

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ବଢୁଛି ରାଜନୀତିର ତାତି। ନେତାଙ୍କ କାରନାମା ଦେଖିଲେ, ନିର୍ବାଚନର ଭ୍ରମ ସୃଷ୍ଟି ହେଉଛି। ସହରର ରାସ୍ତାଘାଟ, ପୋଲ ଓ ଡ୍ରେନ୍‌ ଉଦ୍‌ଘାଟନ ପାଇଁ ପ୍ରତିଯୋଗିତା ଦେଖିବାକୁ ମିଳିଛି। ଆଗରୁ ଉଦ୍‌ଘାଟନକୁ ନେଇ ଛକାପଞ୍ଝା ଲାଗି ରହିଥିବା ବେଳେ, ଏବେ ଏକାଠି ବିଜେଡି ସାଂସଦ ଓ କଂଗ୍ରେସ ବିଧାୟକ ଉଦ୍‌ଘାଟନ କରୁଛନ୍ତି। ଆଉ ଦଳୀୟ ନାରାରେ ଗର୍ଜୁଛି ପୂରା ଅଞ୍ଚଳ। ଗତ ଶୁକ୍ରବାର ଦିନ ସହରର ବିଭିନ୍ନ ସାହି, ରାସ୍ତା ଉପରେ ଦଳୀୟ ସ୍ଲୋଗାନ […]

  • Tuesday, 20 July 2021
school
ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ

ସୁବର୍ଣ୍ଣପୁର: ପ୍ରହସନ ପାଲଟିଛି ସରକାରଙ୍କ ସର୍ବଶିକ୍ଷା ଅଭିଯାନ। କେଉଁଠି ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ତ ଆଉ କେଉଁଠି ପାଠ ପଢିବା ପାଇଁ ସ୍କୁଲ ଘର ନାହିଁ। ତେବେ ଏହା ଭିତରେ ଆଉ ଏକ ଅଭିଯୋଗ ସାମ୍ନାକୁ ଆସିଛି। ଶିକ୍ଷାବର୍ଷ ସରିବାକୁ ଆଉ କିଛି ମାସ ବାକି ଥିବାବେଳେ ଏ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ ଡ୍ରେସ୍‌ ମିଳିନି। ଫଳରେ ବାଧ୍ୟ ହୋଇ ଛାତ୍ରଛାତ୍ରୀ ପୁରୁଣା ନହେଲେ ଛିଣ୍ଡା ଡ୍ରେସ୍‌ରେ ସ୍କୁଲ୍‌ ଆସୁଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ ଅନ୍ତର୍ଗତ […]

  • Tuesday, 20 July 2021
khurda
ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ପୁଣି ଲେଉଟିଲା ସହିଦ୍ ସ୍ମାରକୀ ପ୍ରସଙ୍ଗ। ବରୁଣେଇରେ ସହିଦ୍ ସ୍ମାରକୀକୁ ନେଇ ରାଜନୀତି ତେଜିବାରେ ଲାଗିଛି। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବରୁଣେଇରେ ସହିଦ୍ ସ୍ମାରକୀ ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଆଇଓସିଏଲ ୯୦ କୋଟି ଟଙ୍କା ମଞ୍ଜୁର କରିଛି। ତେବେ ରାଜ୍ୟ ସରକାର ୫୦ ଏକର ଜାଗା କାହିଁକି ଯୋଗାଇ ଦେଉନାହାନ୍ତି, ତାକୁ ନେଇ ପ୍ରଶ୍ନ ଉଠିଛି। ଜୟୀ ରାଜଗୁରୁଙ୍କ ୨୧୨ ତମ ବଳିଦାନ […]

  • Tuesday, 20 July 2021
food fest
ସୋନାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଗୋଟିଏ ପଟେ ବିଭିନ୍ନ ଦେଶର ସୁସ୍ୱାଦ ବ୍ୟଞ୍ଜନ ଓ ଅନ୍ୟପଟେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଡଟ୍ ଫେଷ୍ଟର ତୃତୀୟ ଦିନ ବି ବେଶ୍ ଜମିଛି। କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସଙ୍ଗୀତର ଯାଦୁରେ ଝୁମିଛନ୍ତି ଦର୍ଶକ। ଶୀତୁଆ ସନ୍ଧ୍ୟା ସାଙ୍ଗକୁ ସୋନାଙ୍କ ସଙ୍ଗୀତ, ଯାହାକି ଯୁବପିଢିଙ୍କୁ ବାନ୍ଧି ରଖିଥିଲା। ଗୋଟିଏ ପରେ ଗୋଟିଏ ହିଟ୍ ବଲିଉଡର ଗୀତ ପରିବେଶଣ କରି ଦର୍ଶକଙ୍କ ମନ ଜିଣି ଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ରଙ୍ଗୀନ ଆଲୋକ ଓ ରଙ୍ଗବତୀ […]

  • Tuesday, 20 July 2021
train
ଭାରତରେ ଗଡ଼ିଲା ପ୍ରଥମ ଇଞ୍ଜିନ୍‌ ବିହୀନ ରେଳଗାଡ଼ି

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଥମ ଇଞ୍ଜିନ୍ ବିହୀନ ରେଳ ଗାଡ଼ି ଟ୍ରେନ୍-୧୮ ଘଣ୍ଟାପ୍ରତି ୧୮୦କିମି ବେଗରେ ଗତି କରିଛି। ଗତକାଲି ଏନେଇ ପରୀକ୍ଷାମୂଳକ ଭାବେ ଟ୍ରେନ-୧୮ କୋଟା- ସାୱାଇ ମାଧୋପୁର ଷ୍ଟେସନରେ ଚଲାଯାଇଥିଲା। ଟ୍ରେନ୍‌ଟି ତ୍ରୁଟିଶୂନ୍ୟ ଭାବେ ଗତି କରିଥିଲା ବୋଲି ଜେନେରାଲ ମ୍ୟାନେଜର ଏସ.ମଣି ସୂଚନା ଦେଇଛନ୍ତି। ଆସନ୍ତା ଜାନୁଆରୀରୁ ଏହା ବ୍ୟବସାୟିକ ଭିତ୍ତିରେ ଟ୍ରାକ୍‌ରେ ଗଡିବ ବୋଲି ଆଶା କରାଯାଉଛି। ଚେନ୍ନାଇ ଆଇଅଫ୍‌ସିଏଫ୍‌ରେ ନିର୍ମାଣ ହୋଇଥିବା ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ […]

  • Tuesday, 20 July 2021
baliyatra
କଟକ ବାଲିଯାତ୍ରାରେ ଶୁଖୁଆର ଚାହିଦା

କଟକ: ଶେଷ ହେବାକୁ ଆସିଲାଣି ଐତିହାସିକ କଟକ ବାଲିଯାତ୍ରା। ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ, ଚଳିତବର୍ଷ ଶୁଖୁଆ ବଜାରର ବେଶ୍‌ ଚାହିଦା ରହିଛି। ଇଲିସି, ଖଇଙ୍ଗା, ଜଳକାଠାରୁ ଆରମ୍ଭ କରି କୋକିଲି, ଶାବଳା  ରାସ୍ତା କଡ଼ରେ ୨୫ରୁ ୩୦ ପ୍ରକାରର ଶୁଖୁଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି ହେବା ସହ ଶୁଖୁଆ ବଜାର ମଧ୍ୟ ବସିଥାଏ। ବାଲିଯାତ୍ରା ବୁଲା ସାଙ୍ଗକୁ ଗୋଟିଏ ଜାଗାରେ […]

  • Tuesday, 20 July 2021
baliyatra
ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଦହିବରା ଆଳୁଦମ୍‌ ଷ୍ଟଲ୍‌

କଟକ: ଚାଲିଛି ଐତିହାସିକ କଟକ ବାଲିଯାତ୍ରା। ସନ୍ଧ୍ୟା ନଇଁ ଆସିଲେ ଅସମ୍ଭାଳ ଗହଳି। ଯାତ୍ରା ବୁଲା ସାଙ୍ଗକୁ ସୁଆଦିଆ ଖାଦ୍ୟର ମଜା ନେବାକୁ ଆଦୌ ଭୁଲୁ ନାହାନ୍ତି ଫୁଡ୍‌ ଲଭର୍‌। ଦେଶୀ ଚଟ୍‌ପଟି ଖାଦ୍ୟ ଗୁପଚୁପ୍ ଓ ଦହିବରା ଆଳୁଦମ୍ ହେଉ କି ରାଜସ୍ଥାନୀ ଖାଦ୍ୟର ପସରା ସବୁଠି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କଟକ ବାଲିଯାତ୍ରାରେ ଖାଦ୍ୟ ପ୍ରେମୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଦହିବରା ଆଳୁଦମ୍‌ ଷ୍ଟଲ୍‌। ବ୍ୟବସାୟୀ ତ୍ରିନାଥ ସାହୁଙ୍କ ଦହିବରା ଷ୍ଟଲ୍‌ ପାଖରେ […]

  • Tuesday, 20 July 2021
kharvela-up
ବିଗୁଡୁ ଥିବା ଛବି ସୁଧାରିବାକୁ ନବୀନ ସରକାରର ପ୍ରୟାସ

ଭୁବନେଶ୍ୱର : ବିଗୁଡୁ ଥିବା ଛବି ସୁଧାରିବାକୁ ନବୀନ ସରକାରର ପ୍ରୟାସ। ତିନି ତିନି ଥର ଅାକ୍ରମଣ ପରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ସୁରକ୍ଷା ଯୋଗାଇ ଦିଅାଯିବ। ପୁଲିସ୍ ଡିଜି ଅାଜି ଏହି ସୂଚନା ଦେଇଛନ୍ତି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ କାଶୀପୁରରେ ଅାକ୍ରମଣ। ଗତ ୨୪ ତାରିଖର ଏ ଅାକ୍ରମଣ ପୂର୍ବରୁ କେନ୍ଦ୍ରାପଡ଼ାର ଅାଳି ଓ ବାଲେଶ୍ୱରର ଖଇରାରେ ଅାକ୍ରୋଶର ଶିକାର ହୋଇଥିଲେ। ଖାରବେଳ ତିନି-ତିନି ଥର ଅାକ୍ରମଣ ପରେ ଚେତିଲା […]

  • Tuesday, 20 July 2021
flower
ଚଳିତବର୍ଷ କଟକ ବାଲିଯାତ୍ରାରେ କୃତ୍ରିମ ଫୁଲ ସାଜିଛି ଅାକର୍ଷଣ

କଟକ: ଜମୁଛି ଐତିହାସିକ କଟକ ବାଲିଯାତ୍ରା। ଚଟ୍‌ପଟା ଖାଦ୍ୟ ସହ ଘରକରଣା ଜିନିଷ ଏବଂ ଦୋଳିର ମଜା ଉଠାଉଛନ୍ତି ଲୋକେ। ତେବେ ବାଲିଯାତ୍ରାର ଉପର ଏବଂ ତଳ ପଡ଼ିଆରେ ଲାଗିଥିବା ବିଭିନ୍ନ ଦୋକାନ ମଧ୍ୟରୁ କୃତ୍ରିମ ଫୁଲ ଦୋକାନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଭିନ୍ନ ରଙ୍ଗର କୃତ୍ରିମ ଫୁଲ ଗ୍ରାହକଙ୍କ ମନ ମୋହିବାରେ ଲାଗିଛି। ତୁଲିପ୍, ଜିନିଆ, ଲିଲି, ଗୋଲାପ ଏମିତି ଅନେକ ପ୍ରକାରର ଫୁଲ ଦେଖିବାକୁ ମିଳିଛି ଚଳିତବର୍ଷ କଟକ ବାଲିଯାତ୍ରାରେ। ଘର ସାଜସଜ୍ଜା ଜିନିଷ […]

  • Tuesday, 20 July 2021
titli
ତିତ୍‌ଲି ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ କ୍ଷତିପୂରଣ ମିଳିବ କେବେ ?

ଭୁବନେଶ୍ୱର: ‘ତିତ୍‌ଲି’ ବାତ୍ୟାକୁ ମାସେରୁ ଅଧିକ ସମୟ ବିତିଲାଣି। ପ୍ରକୃତିର ଏହି ପ୍ରକୋପ ନେଇଛି ୭୯ ଜୀବନ। ଉଜାଡ଼ି ଦେଇଛି ଦକ୍ଷିଣ ଓଡ଼ିଶାର ହଜାର ହଜାର ହେକ୍ଟର ଜମିରେ ସୁନାର ଫସଲ। ଅଧିକ ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଏଯାଏ ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ଦେବାର ନାଁ ଗନ୍ଧ ଧରୁନି। ସେପଟେ ଚକଡ଼ା ପୋକ ଓ ମରୁଡ଼ିରେ ଜୁଝୁଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଚାଷୀଙ୍କ ଅବସ୍ଥା ବି ଅସମ୍ଭାଳ ହେଲାଣି। ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳର […]

  • Tuesday, 20 July 2021
bbsr
ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍‌ରେ ବିଭିନ୍ନ କଳାକୃତି

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ସଜେଇ ହେଉଛି ରାଜଧାନୀ। କଳାକୃତିରେ ଝଲସୁଛି ମନ୍ଦିର ମାଳିନୀ ସହର। ସହରର ବିଭିନ୍ନ ସ୍ଥାନରେ 3D ପେଣ୍ଟିଂ ଚାଲିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଆକର୍ଷଣୀୟ କଳାକୃତି। ବାଉଁଶ, ମାଟି ଦୀପ, ଲାଟେରାଇଟ୍ ଷ୍ଟୋନ୍‌ରେ ତିଆରି ହୋଇଛି ବିଭିନ୍ନ କଳାକୃତି। ଏଭଳି ଏକ ନିଆରା ଉଦ୍ୟମ କରିଛି ଭୁବନେଶ୍ୱର ଆର୍ଟ ଟ୍ରେଲ୍‌। ଯାହାକି କଳାପ୍ରେମୀଙ୍କୁ ବେଶ୍ ଆକୃଷ୍ଟ କରୁଛି। କେଉଁଠି ମହାପ୍ରସାଦ କୁଡୁଆରେ ନିର୍ମିତ ମନ୍ଦିର ତ […]

  • Tuesday, 20 July 2021
cotton
ଧାନ ପରେ କପା ଚାଷକୁ ନେଇ ଚିନ୍ତାରେ ଚାଷୀ

କଳାହାଣ୍ଡି: ଧାନ ପରେ କପା ଚାଷରେ କ୍ଷତି ହୋଇଥିବା ଅଭିଯୋଗ ହୋଇଛି। ପାଗ ଅନୁକୂଳ ନଥିବାରୁ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଞ୍ଚଳର କପା ଚାଷ ପ୍ରଭାବିତ ହୋଇଛି। ଏହାସହ ମଣ୍ଡିର ମଧ୍ୟ ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। କପା ବିକ୍ରି ପାଇଁ ମଣ୍ଡି ଖୋଲିବା ଲାଗି ଚାଷୀ ଦାବି କରିଛନ୍ତି। ଏକର ଏକର ଜମିରେ କପା ଚାଷ ହୋଇଥିଲେ ମଧ୍ୟ ପାଗ ଅନୁକୂଳ ନଥିବାରୁ ଏବର୍ଷ କପା ଚାଷ କରି ଚିନ୍ତାରେ ପଡିଛନ୍ତି ଚାଷୀ। ଗଛରେ ଯେତିକି […]

  • Tuesday, 20 July 2021
scientist
ଗାଁକୁ ଫେରି ପୁରୁଣା ଦିନର ସ୍ମୃତି ସାଉଁଟିଲେ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ

ଗଞ୍ଜାମ: ବିଜ୍ଞାନ ଦ୍ୱାରା ଆକାଶଗଙ୍ଗାରେ ଥିବା ତାରାର ଓଜନ ମାପିବା ସମ୍ଭବ। ଏଭଳି ସିଦ୍ଧାନ୍ତ ଦେଇଥିଲେ ନାସାର ବିଖ୍ୟାତ ବୈଜ୍ଞାନିକ ଡଃ କୈଳାସ ଚନ୍ଦ୍ର ସାହୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ବେଲଗାଁରୁ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଯାଏ ତାଙ୍କ ଯାତ୍ରା ଥିଲା ଅଦ୍ଭୂତପୂର୍ବ। ରାତି ଅନ୍ଧାରରେ ଯେଉଁ ତାରାକୁ ଦେଖୁଥିଲେ ତାହା ଉପରେ ଗବେଷଣା କରି ଆଜି ବନିଯାଇଛନ୍ତି ବିଖ୍ୟାତ ବୈଜ୍ଞାନିକ। ସେତେବେଳ ସମୟରେ ଲଣ୍ଠନର ମିଞ୍ଜିମିଞ୍ଜି ଆଲୁଅରେ ପାଠ ପଢ଼ୁଥିବା […]

  • Tuesday, 20 July 2021
tiger death
ମହାବଳ ବାଘର ମୃତ୍ୟୁକୁ ନେଇ ଖୁଲାସା ହେଲା ଏମିତି କିଛି

ଭୁବନେଶ୍ୱର: ସାତକୋଶିଆରେ ମୃତ ମହାବଳ ବାଘର ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଆପତ୍ତି ଉଠିଛି। କୌଣସି ଧାରୁଆ ଅସ୍ତ୍ରରେ ବାଘ ବେକରେ କ୍ଷତ ଯୋଗୁଁ  ହିଁ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଦର୍ଶାଯିବା ପରେ ଏବେ ପ୍ରଶ୍ନ କ୍ଷତ ହେଲା କେମିତି ? ଏ ନେଇ ଖୋଳତାଡ଼ରେ ବନ ବିଭାଗର ଆନ୍ତରିକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶବ ବ୍ୟବଚ୍ଛେଦ ଠିକ୍ ଭାବେ ହୋଇ ନ ଥିବା ବିଶେଷଜ୍ଞ ଅଭିଯୋଗ କରୁଥିବା ବେଳେ ମହାବଳ […]

  • Tuesday, 20 July 2021