• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

puri
ହାଜତ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ

ପୁରୀ: ତିନିଦିନ ପରେ ବି ଥମୁନି ପୁରୀ ହାଜତ ମୃତ୍ୟୁର ତାତି। ବିଧାନସଭା ହୁଲସ୍ତୁଲ। ରାଜରାସ୍ତାରେ ଜାରି ରହିଛି ଅଶାନ୍ତିର ନିଆଁ ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ହଲ୍ଲାବୋଲ୍। ଶୋଭାଯାତ୍ରା, ବିକ୍ଷୋଭ, କୁଶପୁତ୍ତଳିକା ଦାହ। ସମ୍ବିତ ପ୍ରଥମେ ମୃତ କେ.ରମେଶଙ୍କ ଘରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ କହିଥିଲେ, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା। ଦୋଷୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହେଉ। ପରିବାରକୁ ରାଜ୍ୟ […]

masud-ajx=zhar
ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପଛରେ ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ଅସ୍‌ଗର

ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍‌ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ମୃତ ୪ ଆତଙ୍କବାଦୀଙ୍କ ଠାରୁ ବିପୁଳ  ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିବା ବେଳେ ପାକିସ୍ତାନ ନିର୍ମାତ କ୍ୟୁ ମୋବାଇଲ୍‌ ସେଟ୍‌ ମଧ୍ୟ ମିଳିଛି। ତା ସହିତ […]

covid
ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ

ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା। କୋଭିଡ୍ ଟିକାର ବିକାଶ ଓ ବଣ୍ଟନ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ମନ୍ଥନ ପରେ ଦେଶରେ ଖୁବଶୀଘ୍ର ଟିକା ଉପଲବ୍ଧତା ଆଶା ବଢ଼ିଛି। ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ […]

t--20-world-cuip
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

ion-jone
ଏହି ବିଦେଶୀଙ୍କ ବେଳ ଖରାପ; କରୋନା, ଡେଙ୍ଗୁ ପରେ ମ୍ୟାଲେରିଆ, ଶେଷରେ କାମୁଡ଼ିଲା ନାଗ

ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା। ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍‌ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍‌ପିଟାଲକୁ ଆସିଥିଲେ। […]

bharati
ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]

moderna
ମହଙ୍ଗା ହୋଇପାରେ ମଡର୍ଣ୍ଣା ଟିକା

ଫ୍ରାଙ୍କଫର୍ଟ: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ପାଇଁ ଆଲୋଚନା ଚାଲିଛି। ପ୍ରତି ଡୋଜ୍‌ ପାଇଁ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ଟିକା ଯୋଗାଇ ଦିଆଯିବ ବୋଲି ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ୍‌ ଷ୍ଟିଭେନ୍ ବନ୍‌ସଲ୍‌ ସୂଚନା ଦେଇଛନ୍ତି। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୮୫୪ ଟଙ୍କାରୁ ୨୭୪୪ ଟଙ୍କା ମଧ୍ୟରେ ରହିବ। ୟୁରୋପୀୟ […]

sanas
ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଥିଲା। ଏବେ ସନା ଖାନ ଆଉ ଏକ କାରଣ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସନା ଗୁଜରାଟର ମୌଲାନା […]

mohan
୩ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା […]

jimut-patnaik-1
ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ

କଟକ: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କଟକ ସିଡିଏ ସେକ୍ଟର-୧୦ରେ ରହୁଥିଲେ। ଏକ ଟିଭି ସିରିଏଲ୍‌ ପାଇଁ ଶୁଟିଂ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ […]

lina
ଚାଲିଗଲେ ଅଭିନେତ୍ରୀ ଲୀନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଫେଲ୍‌ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର ଏକ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଶେଷରେ ଗତକାଲି  ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ‘ମେରି ହାନିକାରକ ବିବି’  ‘ସେଠ୍‌ ଜୀ’, ‘ଆପ କେ […]

prabhu-deba
ବିବାହ କଲେ ପ୍ରଭୁଦେବା

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍‌ ତଥା ସାଉଥ୍‌ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ […]

petrol diesel price hiked
ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୮୧ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୭୧ଟଙ୍କା ୦୭ ପଇସା ରହିଛି। ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୪୦ ପଇସା ବୃଦ୍ଧି ପାଇ […]

5
କେବୁଲ ବେଳାଭୂମିରେ ସାର୍କ ଆକ୍ରମଣ

ସିଡ୍‌ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ। ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍‌ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍‌ ସମୁଦ୍ର କୂଳରେ […]

covaxin
କୋଭାକ୍ସିନ୍ ନେଇ ବଢୁଛି ଆଶା

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି।  ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି।  ଭାରତ ବାୟୋଟେକ୍‌ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି […]