ଅହମ୍ମଦାବାଦ: ଗୁଜୁରାଟର ରାଜଧାନୀରେ ଦିନକୁଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତାକାଲିଠାରୁ ଅହମ୍ମଦାବାଦ ମୁନିସ୍ପାଲ କର୍ପୋରେଶନ୍ କର୍ଫ୍ୟୁ ଲାଗୁକରିବାକୁ ଯାଉଛି। ଏହି କର୍ଫ୍ୟୁ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଗୁଜୁରାଟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଅହମ୍ମଦାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ହଜାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ସୁସ୍ଥ ହୋଇଥିବାବେଳେ ୨ ହଜାର ଆକ୍ରାନ୍ତ କାଜୁଆଲ୍ଟିରେ ଅଛନ୍ତି। ସେହିପରି ସରକାରୀ କୋଭିଡ୍ ୧୯ ଡ୍ୟାସ୍ବୋର୍ଡ […]
ନୂଆଦିଲ୍ଲୀ: ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡିବ। କରୋନା ମୁକାବିଲା ଲାଗି ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ। ସର୍ବଦଳୀୟ ବୈଠକ ପରେ ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ। ମାସ୍କ ନ ପିନ୍ଧିଲେ ଜରିମାନା ୫୦୦ରୁ ୨ ହଜାରକୁ ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ ସବୁବେଳେ ମାସ୍କ ପିନ୍ଧିବା ସହ ଅନ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। […]
ନୀଳଗରି: ନୀଳଗିରିରେ ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି। କାରଣ ଏକ ଶୌଚାଳୟକୁ ସେ ନୂଆ ରୂପ ଦେଇଛନ୍ତି। ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି। ଏହି ଶୌଚାଳୟରେ ଲାଗିଛି ଟିଭି, ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ ଏବଂ ରଙ୍ଗବେରଙ୍ଗର ଲାଇଟ୍। ଏଥିସହ ସୁନ୍ଦର ସୁନ୍ଦର ଫୁଲରେ ବି ସଜାଯାଇଛି। ଭିତରକୁ ପୁରା ସଫା ସୁତରା କରାଯାଇଛି। ସାନିଟାଇଜର ମଧ୍ୟ ରଖାଯାଇଛି। ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏହି ଟଏଲେଟ୍। ଯାହାର ସଫେଇ ଦାୟିତ୍ୱରେ […]
ଗଙ୍ଗା ନଦୀ ପରେ ଏବେ ସିନ୍ଧୁ ନଦୀରୁ ଉଦ୍ଧାର ହୋଇଛି ସାର୍କମାଉଥ କ୍ୟାଟ ମାଛ। ଏହାମଧ୍ୟପ୍ରଦେଶ ଭୀଣ୍ଡ ନିକଟସ୍ଥ ସିନ୍ଧ ନଦୀରୁ ମିଳିଛି। ଏହି ମାଛକୁ ଭୋଲେ ନାମକ ଜଣେ ବ୍ୟକ୍ତି ସିନ୍ଧୁ ନଦୀର ମେହେଡା ଘାଟରୁ ଧରିଛନ୍ତି। ସାର୍କମାଉଥ କ୍ୟାଟ ଦକ୍ଷିଣ ଆମେରିକାରେ ମିଳୁଥିବା ଏକ ମାଂସାହାରୀ ମାଛ। ଏହା ପ୍ରାୟତଃ ଦକ୍ଷିଣ ଆମେରିକାର ଆମାଜନ୍ ନଦୀରେ ଦେଖାଯାଆନ୍ତି। ତେବେ ଏହି ମାଛ ଦକ୍ଷିଣ ଆମେରିକାରେ ଦେଖାଯାଉଥିବାବେଳେ କିପରି ଚମ୍ୱଲ ଅଞ୍ଚଳକୁ ଆସିଲା ସେ ନେଇ […]
ଅହମ୍ମଦାବାଦ: ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ସାଂଘାତିକ ହେଉଥିବା ବେଳେ ଗୁଜରାଟ ଅହମ୍ମଦାବାଦରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ ହେବାକୁ ଯାଉଛି। ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ପରବର୍ତ୍ତୀ ନିଷ୍ପତ୍ତି ନ ଆସିବା ଯାଏ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ଅହମ୍ମଦାବାଦରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। […]
ଲକ୍ଷ୍ନୌ: ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ଶିଶୁ ଅଛନ୍ତି। ବୋଲେରୋ ସହ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ବିବାହ ଭୋଜିରେ ଯୋଗଦେଇ ବୋଲେରୋରେ ନବାବଗଞ୍ଜ ଶେଖପୁରରୁ ଫେରୁଥିଲେ। ଏହି ସମୟରେ ମାଣିକପୁର ଥାନା ଅନ୍ତର୍ଗତ ପ୍ରୟାଗରାଜ-ଲକ୍ଷ୍ନୌ ହାଇୱେରେ ବୋଲେରୋଟି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଟ୍ରକ୍କୁ ଧକ୍କା […]
ପାଟନା: ବିହାର ନିର୍ବାଚନ ସରିଯାଇଛି। ଏନଡିଏ ମେଣ୍ଟ ବିହାରରେ ନିର୍ବାଚନ ଜିତିବା ପରେ ନିତିଶ କୁମାର ବିଧାୟକଙ୍କ ପାଇଁ ଏକ ସ୍ପେଶାଲ ଗିଫ୍ଟ ଦେଇଛନ୍ତି। ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ବିହାରରେ ଏକ ହୋଟେଲ ଏକ ସପ୍ତାହ ପାଇଁ କିଣି ନେଇଛନ୍ତି ନିତିଶ କୁମାର । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରାୟ ୩୮ ପ୍ରତିଶତ ବିଧାୟକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏହି ବିଧାୟକଙ୍କ ପାଇଁ ପାଟନାର ଏକ ହୋଟେଲ୍ରେ ୧୦୦ଟି ରୁମ୍ […]
ମୁମ୍ବାଇ: ଜଣେ ୟୁଟ୍ୟୁବରଙ୍କ ନାଁରେ ୫ ଶହ କୋଟି ଟଙ୍କାର ମାନହାନୀ ନୋଟିସ୍ ଜାରି କରିଛନ୍ତି ବଲିଉଡ୍ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ନେଇ ବିହାରର ୟୁଟ୍ୟୁବର ରସିଦ୍ ସିଦ୍ଦିକିଙ୍କ ନିକଟକୁ ଏହି ନୋଟିସ୍ ପଠାଇଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ବିରୋଧରେ ମିଛ କହିବା, ତାଙ୍କ ଛବିକୁ ମଳିନ କରିବା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି। ରସିଦ୍ ଜଣେ ସିଭିଲ୍ ଇଞ୍ଜିନିୟର […]
ଜେରୁଜେଲମ: ବାର୍ଦ୍ଧକ୍ୟରେ ଫେରି ଆସିବ ଯୌବନ। ସମୟ ସ୍ରୋତରେ ହଜିଯିବ ବୟସର ପାଦଚିହ୍ନ। ଏଠି ଖାଲି ହସିବ ଯୌବନ ଆଉ ଯୌବନ..। ଏମିତି କରି ଦେଖାଇ ପାରିବେ ବୋଲି ଦାବି କରିଛନ୍ତି ଇସ୍ରାଏଲର ବୈଜ୍ଞାନିକ। ଆମ ଶରୀରରେ ଗୋଟିଏ ସେଲ ଯେତେବେଳେ ବାରମ୍ବାର ତିଆରି ହେଉଛି, ସେତେବେଳେ ଯୌବନର ଚମକ କମି କମି ଯାଉଛି। ଶରୀରରେ Telomerase ହ୍ରାସ ପାଇବା କାରଣରୁ ଏପରି ହୋଇଥାଏ। ହେଲେ ଇସ୍ରାଏଲର ବୈଜ୍ଞାନିକ ୩୫ ଜଣ ରୋଗୀଙ୍କୁ ନେଇ ଏକ ଷ୍ଟଡି […]
ନୂଆଦିଲ୍ଲୀ: ଏପ୍ରିଲ ସୁଦ୍ଧା ଦେଶର ସାଧାରଣ ବ୍ୟକ୍ତିଙ୍କୁ ମିଳିପାରେ କରୋନା ଟିକା। ସେରମ କମ୍ପାନୀ ପ୍ରସ୍ତୁତ ଏହି ଟିକା ୨ଟି ଡୋଜର ଦାମ ପ୍ରାୟ ହଜାରରୁ ୧୨ ଶହ ଟଙ୍କା ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା। ତେବେ ସଠିକ କେତେ ରହିବା ଶେଷ ଟ୍ରାଏଲ ଓ ଅନୁମତି ପରେ ଜଣାପଡ଼ିବ ବୋଲି ପୁନାଓ୍ବାଲା କହିଛନ୍ତି। ତେବେ ଦେଶର ସମସ୍ତ ଲୋକଙ୍କୁ ଟିକା ପ୍ରଦାନ କରିବାକୁ ୨୦୨୪ ହୋଇଯିବ ବୋଲି […]
ମୁମ୍ୱାଇ: ମୁମ୍ୱାଇ ସହରରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ୱର ୨୩ରୁ ଖୋଲାଯିବାକୁ ଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି( Brihanmumbai Municipal Corporation)। ବିଏମ୍ସି ଅଧିନରେ ଆସୁଥିବା ସମସ୍ତ ବିଦ୍ୟାଳୟକୁ ୩୧ ଡିସେମ୍ୱର ପର୍ଯ୍ୟନ୍ତ ବନ୍ଦ ରଖାଯିବ। କିଛିଦିନ ହେବ ମୁମ୍ୱାଇ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ନଭେମ୍ୱର ୨୩ରେ ସ୍କୁଲ ଗୁଡ଼ିକ ଖୋଲାଯିବ ନାହିଁ ବୋଲି ମୁମ୍ୱାଇର ମେୟର କିଶୋରି ପେଡ୍ନେକାର କହିଛନ୍ତି। ମହାରାଷ୍ଟ୍ର ସରକାର ପୂର୍ବରୁ […]