• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

5
୧୦ଟି ନୂଆ କାରକୁ ୧୦୦ ଫୁଟ ତଳକୁ ଫିଙ୍ଗିଦେଲା କମ୍ପାନୀ, ଜାଣନ୍ତୁ କାହିଁକି

କାର ନିର୍ମାତା ଭାବେ ଭଲ୍‌ଭୋ କମ୍ପାନୀ ସାରା ଦୁନିଆରେ ପରିଚିତ। ଏହି କମ୍ପାନୀ ସାଧାରଣତଃ ଲକ୍‌ଜ୍ୟୁରୀ ଦାମୀ କାର ଉତ୍ପାଦନ କରିଥାଏ। ହଠାତ୍ ନିକଟରେ ଦେଖିବାକୁ ମିଳିଲା ଏହି କମ୍ପାନୀ ତାର ଲକ୍‌ଜ୍ୟୁରୀ କାରକୁ ୧୦୦ ଫୁଟ୍‌ ଉଞ୍ଚାରୁ ଏକ ଗହିରିଆ ଖାଲକୁ ଫିଙ୍ଗି ଦେଉଛି। ଦେଖିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ହେଲେ ପରେ ଜଣାପଡ଼ିଲା, କମ୍ପାନୀ ପକ୍ଷରୁ ଏହି ଅଜବ କାରନାମା ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ କରାଯାଉଛି। ଗ୍ରାହକଙ୍କ ସୁରକ୍ଷା ପରଖିବା ପାଇଁ ଏପରି କରାଯାଉଛି। […]

mati
ଜମି ଖୋଳୁ ଖୋଳୁ ବାହାରିଲା ୧୨୨ଟି ଘାତକ ବୋମା

ମଣିପୁର: ଘର ତିଆରି ପାଇଁ ମାଟି ଖୋଳୁଥିଲେ, ହେଲେ ମାଟି ଖୋଳୁ ଖୋଳୁ ମିଳିଲା ଗୋଟିଏ ପରେ ଗୋଟିଏ ଅଫୁଟା ବୋମା। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।   ଗତ ମଙ୍ଗଳବାର ଦିନ ଏହି ଘଟଣାଟି ମଣିପୁରର ମୋରେହ ସହରରେ ଘଟିଛି। ଯାହାକି ଭାରତ ଏବଂ ମିଆଁମାରର ସୀମା ଅଞ୍ଚଳ। ମଣିପୁର ମୋରେହର ଜାଙ୍ଗ ଭେଙ୍ଗ ନିକଟସ୍ଥ ଗାଣ୍ଟେ ଭେଙ୍ଗ ଅଞ୍ଚଳର ଏକ ଜାଗାରେ ଘର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଚାଲିଥିଲା। ହେଲେ ଖନନ […]

corona--vaccined
ଫାଇନାଲ୍‌ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ ୪୧ ହଜାରରୁ ଅଧିକ ଲୋକଙ୍କ ଦେହରେ ଟିକାର ଦୁଇଟି ଡୋଜ୍ ପ୍ରୟୋଗ କରିବା ପରେ ଏହି ରେଜଲ୍ଟ ଆସିଛି। ଫାଇଜର ଖୁବଶୀଘ୍ର ସର୍ବସାଧାରଣଙ୍କୁ ଟିକା ପ୍ରୟୋଗ ପାଇଁ […]

hild
ଖୁସିରେ କେକ୍ କାଟିଲା ଜିଲ୍ଲା ପୋଲିସ୍

ଦନ୍ତେଓ୍ୱାଡ଼ା: ଭୁଶୁଡୁଛି ଲାଲ୍‌ଗଡ଼। ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ଏପର୍ଯ୍ୟନ୍ତ ୨୦୦ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଖୁସିରେ କେକ୍ କାଟିଲା ଜିଲ୍ଲା ପୋଲିସ୍। ଆଜି ସିଆର୍‌ପିଏଫ୍ ଡିଆଇଜି ଓ ଦନ୍ତେଓ୍ୱାଡ଼ା ପୋଲିସ ଆଗରେ ୩ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ପୋଲିସ ଏଭଳି ଢଙ୍ଗରେ ଖୁସି ଜାହିର କରିଛି। ଏହି ତିନି ମାଓବାଦୀଙ୍କ ମୁଣ୍ଡରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ନନ୍ଦା ରାମ ସୋଢି, ଜୋଟେଲ ମରକାମ, ରଂଜିସ […]

encounter
ଗାଡ଼ି ଭିତରେ ଲୁଚି ରହିଥିଲେ ଆତଙ୍କୀ; ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀରର ନଗ୍ରୋଟା ଇଲାକାରେ ଗୁରୁବାର ସକାଳୁ ସକାଳୁ ଆତଙ୍କୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ୪ ଜଣ ଆତଙ୍କୀ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଜମ୍ମୁ କାଶ୍ମୀର ରାଜମାର୍ଗ ନଗ୍ରୋଟାର ବାନ ଅଞ୍ଚଳରେ ଟୋଲ ପ୍ଲାଜା ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଛି। ଜମ୍ମୁ ଜିଲ୍ଲାର ପୋଲିସ ଏସଏସପି ଶ୍ରୀଧର ପାଟିଲଙ୍କ କହିବା ଅନୁଯାୟୀ, ସକାଳ ପ୍ରାୟ ୫ଟାରେ ଆତଙ୍କବାଦୀମାନେ ଟୋଲପ୍ଲାଜା ନିକଟରେ ସୁରକ୍ଷାକର୍ମୀଙ୍କ ଉପରକୁ […]

sarua
ସାରୁଅ ଶିଳ୍ପାଞ୍ଚଳରୁ କାହିଁକି ହଜିଯାଉଛି ଶିଳ୍ପ ?

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ୱପ୍ନର ଶିଳ୍ପାଞ୍ଚଳ ଥିଲା ସାରୁଅ । ୨୩ ବର୍ଷ ପୂର୍ବେ ଅର୍ଥାତ୍ ୧୯୯୭ରେ ଖୋର୍ଦ୍ଧା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାରୁଅରେ ପଡିଥିଲା ଶିଳ୍ପ ଭିତ୍ତିଭୂମି। ୨୦ରୁ ଅଧିକ ଶିଳ୍ପସଂସ୍ଥା ବି ଏଠାରେ କାରବାର ଆରମ୍ଭ କରିଥିଲେ । ତେବେ ପ୍ରୋତ୍ସାହନ ଅଭାବରୁ ଏଠାରେ ଆରମ୍ଭ ହୋଇଥିବା ଅଧିକାଂଶ ଶିଳ୍ପନୁଷ୍ଠାନରେ ଏବେ ତାଲା ଝୁଲୁଛି। କଞ୍ଚାମାଲ ଅଭାବ ଓ ସ୍ଥାନୀୟ ଅଞ୍ଚଳର କିଛି ଖଳ ପ୍ରକୃତିର ଲୋକ ନିୟମିତ ବିଶୃଙ୍ଖଳା […]

salman khan
ବିଗ୍‌ ବସ୍‌ର ଆଗାମୀ ଏପିସୋଡ୍‌‌ରେ ନଜର ଆସିନପାରନ୍ତି ସଲମାନ୍‌

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ୍‌ ଖାନଙ୍କ ଡ୍ରାଇଭର ଓ ୨ଜଣ ଷ୍ଟାଫ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ସଲମାନ୍‌ ନିଜକୁ ଆଇସୋଲେଟ୍‌ କରିଥିବା ସୂଚନା ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସଲମାନ୍ ବିଗ୍‌ ବସ୍-୧୪ର ହୋଷ୍ଟ କରୁଛନ୍ତି। ତେଣୁ ଆଗାମୀ ଏପିସୋଡ୍‌ରେ ସେ ନଜର ଆସିନପାରନ୍ତି ବୋଲି କୁହାଯାଉଛି। ହେଲେ ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ସୂଚନାଥାଉ କି, ସଲମାନ୍‌ଙ୍କ ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ […]

Untitled-2
ସେନାଙ୍କ ପାଇଁ ଅତ୍ୟାଧୁନିକ ବିଲଡିଂ; ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ ଦେବ ସୁରକ୍ଷା

ନୂଆଦିଲ୍ଲୀ:  ପୂର୍ବ ଲଦାଖରେ ମୁତୟନ ଯବାନଙ୍କ ପାଇଁ ସେନା ପକ୍ଷରୁ ଅତ୍ୟାଧୁନିକ ବିଲଡିଂର ର୍ନିମାଣ ହୋଇଛି । ଏହି ବିଲଡିଂ ଅସହ୍ୟ ଥଣ୍ଡାରେ ଯବାନମାନଙ୍କ ସୁରକ୍ଷା କବଚ ସାଜିବ । ନଭେମ୍ବର ମାସ ପରେ ଏଠାରେ ପ୍ରତିବର୍ଷ ୪୦ ଫୁଟ ବରଫପାତ ହୋଇଥାଏ । ସେହିପରି ତାପମାତ୍ରା ମାଇନସ୍ ୩୦ରୁ ୪୦ ଡିଗ୍ରୀ ସେଲସିୟସ ହୋଇଯାଇଥାଏ । ହେଲେ ଭାରତୀୟ ସେନା ପାଇଁ ର୍ନିମାଣ ହୋଇଥିବା ଏହି ଅତ୍ୟାଧୁନିକ କୋଠରୀ ଯବାନଙ୍କୁ ମାଇନସ୍ ୪୦ ଡିଗ୍ରୀ ତାପମାତ୍ରାରୁ […]

laxmibilas
ଖୁସି ଖବର ! ଜମାକାରୀଙ୍କୁ ଟଙ୍କା ଫେରାଇବ ଲକ୍ଷ୍ମୀବିଳାସ ବ୍ୟାଙ୍କ

ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ ପଡ଼ିଛନ୍ତି। ଟଙ୍କା ମିଳିବ କି ନାହିଁ ସେ ସେମାନେ ସନ୍ଦିହାନ ହୋଇ ପଡ଼ିଛନ୍ତି। ବ୍ୟାଙ୍କକୁ ମୋରାଟୋରିୟମରେ ରଖିବା ନିଷ୍ପତ୍ତି ନିଆଯିବା ପରେ ଗତକାଲି ଏଟିଏମ୍ ଆଗରେ ଗ୍ରାହକଙ୍କ ଭିଡ଼  ଦେଖିବାକୁ ମିଳିଥିଲା। ତେବେ ଗ୍ରାହକଙ୍କ ପାଇଁ ଆଜି  ଏକ ଖୁସି ଖବର ଆସିଛି। ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ମିଳିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଶ୍ୱସ୍ତି ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ […]

mulla-umar
କୁଳଭୂଷଣଙ୍କୁ ଅପହରଣ କରିଥିବା ଆତଙ୍କୀ ନିହତ

ନୂଆଦିଲ୍ଲୀ: ଇରାନ୍‌ର ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ମୁଲ୍ଲା ଓମାରକୁ ପାକିସ୍ତାନ ପୋଲିସ ହତ୍ୟା କରିଛି। ବାଲୋଚିସ୍ତାନର ତୁର୍ବତ ସହରରେ ପାକ ପୋଲିସ ହତ୍ୟା କରିଛି। ମୁଲ୍ଲା ଓମାର ଭାରତର କୁଳଭୂଷଣ ଯାଦବଙ୍କୁ ଅପହରଣ କରି ପାକିସ୍ତାନକୁ ହସ୍ତାନ୍ତର କରିଥିଲା। ଏଥିସହିତ ଇରାନ୍‌ରେ ଅନେକ ସେନାଙ୍କୁ ହତ୍ୟା କରିଥିବା ଅରୋପ ମଧ୍ୟ ତା ବିରୋଧରେ ରହିଛି। ଇରାନ୍‌ର ବୈଦେଶିକ ମନ୍ତ୍ରୀ ଜାଭେଦ ଜାରିଫ  ପାକିସ୍ତାନ ଆର୍ମି ଅଧିକାରୀଙ୍କୁ ଭେଟିବାରକିଛି ଦିନ ପରେ ଆତଙ୍କବାଦୀ ମୁଲ୍ଲା ଓମାରକୁ ହତ୍ୟା କରାଯାଇଛି। ତେଣୁ […]

students
ତିନି ଦିନରେ ୧୫୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଲେ

ଚଣ୍ଡୀଗଡ଼:କରୋନାକୁ ଦୃଷ୍ଟିରେ ରଖି ଦେଶର ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ହେଲେ ହରିଆଣାରେ ସ୍କୁଲ ଖୋଲାଯିବା ପରେ ସେଠାରେ  ତିନି ଦିନରେ ସରକାରୀ ସ୍କୁଲର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ ଆସିଥିବା ଜଣାଯାଇଛି। ଏହାକୁ ଦେଖିବା ପରେ ସେସବୁ ଶିକ୍ଷାନୁଷ୍ଠାନକୁ କିଛି ଦିନ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପଜିଟିଭ ଆସିଥିବା ଅଧିକାଂଶ ଛାତ୍ରଛାତ୍ରୀ ୯ମରୁ ୧୨ଦଶ କ୍ଲାସରେ ପଢୁଛନ୍ତି। ସେମାନଙ୍କୁ ଆଇସୋଲେସନରେ ରହିବା ପାଇଁ କୁହାଯାଇଛି।  ଉକ୍ତ ବିଦ୍ୟାଳୟର ଅନ୍ୟଛାତ୍ରମାନେ ନମୁନା ପରୀକ୍ଷା ପାଇଁ […]

sah
ଶାହାରୁଖଙ୍କ ଘରେ ଗୋଟେ ରାତି ରହିବାର ମିଳୁଛି ସୁଯୋଗ

ମୁମ୍ବାଇ: ବଲିଉଡ୍‌ ବାଦସାହା କିଙ୍ଗ ଖାନ୍‌ଙ୍କର ଅଗଣିତ ପ୍ରଶଂସକ ରହିଛନ୍ତି। ଏମାନେ ଶାହାରୁଖଙ୍କର ଗୋଟେ ଝଲକ୍‌ ପାଇବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିରହିଛନ୍ତି। ଆଉ ଏବେ ପ୍ରଶଂସକଙ୍କୁ ଶାହାରୁଖଙ୍କ ଘରେ ଗୋଟେ ଦିନ ବିତାଇବାର ସୁଯୋଗ ଦେଉଛନ୍ତି କିଙ୍ଗ ଖାନ୍‌। ଶାହାରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ସେମାନଙ୍କ ଦିଲ୍ଲୀ ଘରେ ରହିବା ପାଇଁ ଏପରି ସୁଯୋଗଟିଏ ସୃଷ୍ଟି କରିଛନ୍ତି। ଏଥିପାଇଁ ଆପଣଙ୍କୁ ଗୋଟେ ପ୍ରତିଯୋଗିତାର ସାମ୍ନା କରିବାକୁ ହେବ। ଦେଖନ୍ତୁ ଏହି […]