• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

bharti singh
କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ଜାମିନ୍‌ ମିଳିଛି। ମୁମ୍ବାଇର ସ୍ୱତନ୍ତ୍ର NDPS କୋର୍ଟ ଉଭୟଙ୍କୁ ଆଜି ଜାମିନ୍‌ ପ୍ରଦାନ କରିଛନ୍ତି। ଉଭୟଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ କରିଥିଲା। ଶନିବାର ଦିନ ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରିଥିଲା NCB। ଏହି ସମୟରେ ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଉଭୟଙ୍କୁ ପଚରାଉଚରା ପାଇଁ ଏନ୍‌ସିବି ଅଫିସ ନିଆଯାଇଥିଲା। ଜେରା ସମୟରେ ଭାରତୀ […]

odisha
ବଢୁଛି କରୋନା; ୪ ରାଜ୍ୟକୁ ରିପୋର୍ଟ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସ୍ଥିତି ନେଇ ୪ ରାଜ୍ୟକୁ ରିପୋର୍ଟ ତଲବ କରିଛନ୍ତି ସୁପ୍ରିମକୋର୍ଟ। ଦିଲ୍ଲୀ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଠାରେ ବର୍ତ୍ତମାନର କରୋନା ସ୍ଥିତି, ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପରିଚାଳନା ସହ ସ୍ଥିତି ନିୟନ୍ତ୍ରଣ ଲାଗି କଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ଏ ନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି। ଦେଶରେ ଚଳିତ ମାସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଗତ […]

arjun-kapoor
କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

ମୁମ୍ବାଇ: କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଏକ ନୂଆ ଷ୍ଟାର୍ଡଅପ୍‌ ଆରମ୍ଭ କରିବା ନେଇ ଆଲୋଚନା କରୁଥିଲେ। ଏଥିରେ ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ସାମିଲ୍‌ ହେବ ବୋଲି ସୂଚନା ମିଳିଥିଲା। ଏହି ଷ୍ଟାର୍ଟ ଅପ୍ ମାଧ୍ୟମରେ ସେ ଲିଙ୍ଗଗତ ଅସମାନତା ହ୍ରାସ କରିବାକୁ ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବାକୁ ଚାହୁଁଥିଲେ। ଏହି ଷ୍ଟାର୍ଟଅପ୍‌ ମାଧ୍ୟମରେ ସେ ପ୍ରତି ମାସରେ ପ୍ରାୟ ୧୦୦୦ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାର ନିଷ୍ପତ୍ତି ନେଇଛନ୍ତି। ଅର୍ଜୁନ୍‌ଙ୍କ କହିବା ଅନୁଯାୟୀ ‘କରୋନା […]

01
ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ....

ରାଇପୁର:  ଅନ୍ଧ ବିଶ୍ୱାସ କୁହ କିମ୍ବା ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ଉପହାସ କରୁଛି ଏଇ ଭାଇରାଲ ଭିଡିଓଟି। ଭିଡିଓଟି ଛତିଶଗଡର ପାରମ୍ପରିକ ପର୍ବର । ଏଠାରେ ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି।  ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ […]

12
ଟ୍ରେନ୍‌ ତଳୁ ବଞ୍ଚିଗଲେ ମହିଳା

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଥିବା ମେଟ୍ରୋରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୪୦ ବର୍ଷୀୟ ଜଣେ ମହିଳାଙ୍କୁ ମେଟ୍ରୋ ଟ୍ରେନ୍‌ ଆସିବାର କିଛି ସମୟ ପୂର୍ବରୁ ଟ୍ରେନ୍‌ ଟ୍ରାକ୍‌କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଟ୍ରେନ୍‌ର ତଳକୁ ଆସିଯାଇଥିଲେ। ଏହି ଘଟଣାଟି ୧୪ ଷ୍ଟ୍ରୀଟ୍‌ ୟୁନିୟନ୍‌ ସ୍କୋୟାରର ମେଟ୍ରୋ ଷ୍ଟେସନ୍‌ରେ ଘଟିଥିବା ଜଣାପଡ଼ିଛି। ମହିଳାଙ୍କର ଭାଗ୍ୟ ତାଙ୍କୁ ସାଥ୍ ଦେଇଛି। ଟ୍ରେନ୍‌ର ଚକା ତଳକୁ ଆସିଯାଇଥିଲେ ମଧ୍ୟ ସେ […]

dokani
ମାସ୍କ ନପିନ୍ଧିବାରୁ ଦୋକାନି ଖାଇଲେ ମାଡ

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି। ଏ ପର୍ଯ୍ୟନ୍ତ କୋଭିଡ୍‌ରେ ଲକ୍ଷାଧିକ ଲୋକଙ୍କର ମଧ୍ୟ ମୃତ୍ୟୁ ଘଟିସାରିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକାଂଶ ସହରରେ କୋଭିଡ୍‌ ନିୟମ ଲାଗୁ କରାଯାଉଛି। ଏହି ନିୟମ ଅନୁକରଣ କରି ବିଭିନ୍ନ ଦୋକାନ ଏବଂ ଶିଳ୍ପଅନୁଷ୍ଠାନ ଖୋଲାଯାଉଛି। ସବୁଠି ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।  ନିକଟରେ ଦିଲ୍ଲୀରେ କାର ଚଳାଇବା ସମୟରେ ମାସ୍କ ଖୋଲିଲେ ୨୦୦ଟଙ୍କା ଜୋରିମନାର ନିଷ୍ପତ୍ତି ନିଆଯାଇଛି। ତେବେ ନିକଟରେ ସୋଶାଲ୍‌ […]

anupa-da
କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

ନୂଆଦିଲ୍ଲୀ: କେବିସି ଦ୍ୱାଦସ ସିଜନ୍‌ରେ ଏପର୍ଯ୍ୟନ୍ତ ଦୁଇଜଣ ମହିଳା ୧ କୋଟି ଟଙ୍କା ଜିତିଛନ୍ତି। ଏବେ ଏହି ସିଜନ୍‌ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।  ବର୍ତ୍ତମାନ କେବିସି ୧୨ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ପୁଣିଥରେ ଏହି ସିଜନ୍‌ରେ ଜଣେ କୋଟିପତି ହୋଇଛନ୍ତି। କେବିସିର ବସ୍ତରର ପ୍ରତିଯୋଗୀ ଅନୁପା ଦାସ ଏକ କୋଟି ଟଙ୍କା ଜିତିଯାଉଛନ୍ତି। ସେ ୧୫ ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ସଫଳତା ହାସଲ୍‌ କରିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ସିଜନ୍‌ରୁ ତୃତୀୟ ଥର […]

13
ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍‌ ଦେଲେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ଏହି ଆମେରିକୀୟ-ଭାରତୀୟ ମହିଳା ମାଲା ଆଗକୁ ଆମେରିକାର ହେବାକୁ ଥିବା ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ଙ୍କର ନୀତି ନିର୍ଦ୍ଦେଶକ ଭାବେ ଦ୍ୱାୟିତ୍ୱ ତୁଲାଇବେ। ଜିଲ୍‌ ଆମେରିକାରେ ଶିକ୍ଷା ଏବଂ କମ୍ୟୁନିଟି ଟିଚିଙ୍ଗ୍‌ ବା ସାମୂହିକ ଶିକ୍ଷାଦାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ତେଣୁ ଦେଶରେ ଶିକ୍ଷା ନୀତିକୁ ନେଇ ଅନୁଭବୀ […]

sonu
ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ କରି ରାତାରାତି ସୁପର୍‌ ଷ୍ଟାର ପାଲଟି ଯାଇଥିଲେ। ସେହି ସମୟରେ ସେ ଲୋକଙ୍କ ଦ୍ୱାରା ଏତେ ଆଦୃତ ହୋଇଯାଇଥିଲେ ଯେ ତାଙ୍କର ଫିଲ୍ମ କ୍ୟାରିୟରେ ସେତିକି ହୋଇ ନ ଥିଲେ। ସୋନୁଙ୍କ ପାଇଁ ତାଙ୍କ ଫ୍ୟାନ୍ସମାନେ ଯେମିତି ପାଗଳ ହୋଇ ଯାଇଛନ୍ତି! ସୋନୁଙ୍କର ଏମିତି କିଛି ଫ୍ୟାନ୍‌ ଅଛନ୍ତି ଯେଉଁମାନେ  ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି। ଏମିତି ଜଣେ ଫ୍ୟାନ […]

modi
କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ଆଜି କିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବରରେ ସଂକ୍ରମଣ ଏବଂ ମୃତ୍ୟ ହାର ବୃଦ୍ଧି ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଆଜିର ଭର୍ଚୁଆଲ ବୈଠକରେ ୮ରୁ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇପାରନ୍ତି। କରୋନା ସଂକ୍ରମଣ ବଢ଼ିଲେ କଣ ପଦକ୍ଷେପ ନିଆଯିବ? ମୁକାବିଲା ପାଇଁ କଣ ସବୁ ପ୍ରସ୍ତୁତି ହେବ? କିପରି ଅଧିକରୁ ଅଧିକ ସ୍ୱାସ୍ଥ୍ୟ ସେବାକୁ ମଜବୁତ […]

covia-3
କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: କରୋନା ନେଗେଟିଭ୍ ରିପୋର୍ଟ ନଥିଲେ ୪ ରାଜ୍ୟରୁ ମୁମ୍ବାଇକୁ ନୋ ଏଣ୍ଟ୍ରି । ଏସବୁ ରାଜ୍ୟ ଗୁଡ଼ିକ ହେଲା ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆ। ଅର୍ଥାତ୍ ଏହି ସହୁ ରାଜ୍ୟରୁ ବିମାନରେ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ନିୟମ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ବମ୍ବେ ମହାନଗର ନିଗମ ବା ବିଏମ୍ସି। ଆସନ୍ତା ନଭେମ୍ବର ୨୫ ତାରିଖରୁ ଏହି ନିୟମ ଲାଗୁ ହେବ। ଏସବୁ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ଅତିକମ୍‌ରେ […]

nnnn
ସ୍ଥଳ ଭାଗ ମୁହାଁ ସାମୁଦ୍ରିକ ଝଡ଼ 'ନିଭାର୍'

ନୂଆଦିଲ୍ଲୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ହେଉଛି ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ଏହା ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଗତ ୬ ଘଣ୍ଟା ଧରି ଏହାର ବେଗ ଘଣ୍ଟାକୁ ୪ କିଲୋମିଟର୍ ରହିଛି। ସ୍ଥଳ ଭାଗରେ ପହଞ୍ଚିବା ପରେ ଏହାର ବେଗ ବଢ଼ିବ। ଏପରିକି ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହେବା ସହ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିବ। ଭାରତୀୟ ପାଣିପାଗ […]

vaccine
ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଡୋଜ୍ କରୋନା ଭାକ୍ସିନ

ନୂଆଦିଲ୍ଲୀ: କରୋନା ଭାକ୍ସିନକୁ ନେଇ ଆସିଲା ଖୁସି ଖବର।  ଆସନ୍ତା ଜାନୁଆରୀ ସୁଦ୍ଧା କରୋନା ଟିକା କୋଭିସିଲ୍ଡର ଶହେ ମିଲିୟନ୍ ଡୋଜ୍ ପ୍ରସ୍ତୁତ ହୋଇ ସାରିଥିବ। ଅର୍ଥାତ ୨୦୨୧ ଜାନୁଆରୀ ସୁଦ୍ଧା ଦେଶରେ କୋଭିସିଲ୍ଡର ୧୦ କୋଟି ଡୋଜ୍ ପ୍ରସ୍ତୁତ କରିବ।  ଏନେଇ ସୂଚନା ଦେଇଛନ୍ତି ସେରମ୍ ଇନ୍‌ଷ୍ଟିଚ୍ୟୁଟ ସିଇଓ ଅଦର ପୁନାୱାଲା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କରୋନା ଟିକା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଛନ୍ତି ପୁନାୱାଲା। ସେ କହିଛନ୍ତି, ପୂର୍ବ ସୂଚନା ମୁତାବକ […]

trump
ଶେଷରେ ପରାଜୟ‌ ସ୍ୱୀକାର କଲେ ଟ୍ରମ୍ପ, ଛାଡ଼ିବେ ହ୍ୱାଇଟ ହାଉସ୍‌ !

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଶେଷରେ ହ୍ୱାଇଟ ହାଉସ୍‌ ଛାଡ଼ିବା ପାଇଁ ସଙ୍କେତ ଦେଇଛନ୍ତି। ସରକାରୀ ଏଜେନ୍ସି ପକ୍ଷରୁ ସୋମବାର କୁହାଯାଇଛି, କ୍ଷମତା ହସ୍ତାନ୍ତର ପାଇଁ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ହଟାଇଛନ୍ତି। ଜୋ ବାଇଡେନଙ୍କ ବିଜୟଙ୍କୁ ଧୀରେ ଧୀରେ ସ୍ୱୀକାର କରୁଛନ୍ତି ଟ୍ରମ୍ପ। ଜେନରାଲ ସର୍ବିସ ଆଡମିନିଷ୍ଟ୍ରେଶନକୁ ‘ଯାହା ଆବଶ୍ୟକ ତାହା କରିବା ଉଚିତ୍‌ ବୋଲି କହି ଟ୍ରମ୍ପ ହ୍ୱାଇଟ ହାଉସ୍ ଛାଡିବା ପାଇଁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି। ଯେଉଁମାନେ ଟ୍ରମ୍ପଙ୍କ ପରାଜୟଙ୍କୁ ସ୍ୱୀକାର […]

suitable-boy
ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

ମୁମ୍ବାଇ: ଓଟିଟି ପ୍ଲାଷ୍ଟଫର୍ମ ନେଟ୍‌ଫ୍ଲିକ୍ସ ୱେବସାଇଟ୍ ବିରୋଧରେ ମାମଲା। ଏଠିରେ ଷ୍ଟ୍ରିମିଂ କରୁଥିବା ଏକ ୱେବ୍‌ସିରିଜ୍‌ ‘ଏ ସୁଇଟେବଲ ବୟ’କୁ ନେଇ ଏବେ ଅଡୁଆରେ ନେଟ୍‌ଫ୍ଲିକ୍ସ। ଯେଉଁଥିପାଇଁ ମଧ୍ୟପ୍ରଦେଶର ରେଓ୍ୱାରେ କମ୍ପାନୀର ଦୁଇ ପ୍ରମୁଖ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କମ୍ପାନୀର କଣ୍ଟେଣ୍ଟ ଭାଇସପ୍ରେସିଡେଣ୍ଟ ମୋନିକା ଶେରଗିଲ ଏବଂ ନିର୍ଦ୍ଦେଶକ ଅମ୍ବିକା ଖୁରାନାଙ୍କ ନାଁରେ ଏହି ମାମଲା ହୋଇଛି। ଏହି ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ କପଲ୍‌ ଚୁମ୍ବନ କରୁଥିବାର ଏକ ସିନ୍‌ ରହିଛି ଆଉ ଏହାକୁ […]

governer
କରୋନା ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ରାଜ୍ୟପାଳ

ଡେରାଡ଼ୁନ୍‌: ଉତ୍ତାରାଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଉତ୍ତରାଖଣ୍ଡର ଗଭର୍ଣ୍ଣର ବେବି ରାନୀ ମୌର୍ଯ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ଆଇସୋଲେସନରେ ରହିଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସୋମବାର ବେବୀ ରାନୀ ମୌର୍ଯ୍ୟ ଋଷିକେଷ ସ୍ଥିତ ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ୫ ଜଣିଆ ଡାକ୍ତର ଟିମ୍‌ ତାଙ୍କର ଚିକିତ୍ସା କରୁଛନ୍ତି। ଜଣେ ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାଜ୍ୟପାଳ ନିଜର କରୋନା ଟେଷ୍ଟ […]

ashies
କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ମୁମ୍ବାଇ: ୨୦୨୦ରେ ପୁଣି ଜଣେ ହିନ୍ଦୀ ଅଭିନେତାଙ୍କ ପରଲୋକ। ଟିଭି ଅଭିନେତା ଆଶେଷ ରୟଙ୍କର ତାଙ୍କ ବାସଭବନରେ ଆଜି ଭୋର୍ ୩.୪୫ ସମୟରେ ଦେହାନ୍ତ ହୋଇଛି। ସେ କିଡ୍‌ନୀଜନିତ ରୋଗରେ ପୀଡ଼ିତ ଥିଲେ। କିଡ୍‌ନୀରେ ପାଣି ଜମିଯିବା ପରେ ମୁମ୍ବାଇର ଜୁହୁ ହସ୍‌ପିଟାଲରେ ଚିକିତ୍ସିତ ହେଉଥିଲେ। ଆଶେଷ ରହୁଥିବା ଜୋଗେଶ୍ୱରୀର ପାଟଳିପୁତ୍ର ବିଲ୍‌ଡିଂର ସିକ୍ୟୁରିଟି ଗାର୍ଡଙ୍କ କହିବାନୁସାରେ, ଭୋର ୩.୪୫ ସମୟରେ ଅଶେଷଙ୍କର ଦେହାନ୍ତ ହୋଇଛି। ଦୁଇଥର ହାକୁଟି ଦେବା ପରେ ଆଶିଷ ହଠାତ୍ ତଳେ ପଡ଼ିଯାଇଥିଲେ। […]

rich
୨ ସପ୍ତାହରେ ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇଥିବା ବିଶ୍ୱର ଏହି ଧନୀବ୍ୟକ୍ତିଙ୍କୁ ଜାଣନ୍ତି ?

ୱାଶିଂଟନ: ଆଜିକାଲି ଟେସ୍‌ଲାର ମୁଖ୍ୟ କୋଟିପତି ଏଲନ ମସ୍କ (Elon Musk)ଙ୍କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଏଲନ ଚର୍ଚ୍ଚିତ କୋଟିପତି ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ପୃଥିବୀର ୨ୟ ଧନୀ ବ୍ୟକ୍ତିର ଗୌରବ ପାଇଛନ୍ତି। ୪୯ ବର୍ଷର ଏଲନଙ୍କ ସମ୍ପତ୍ତିର ମୂଲ୍ୟ ୭.୨ ଅରବ ଡଲାରରୁ ବୃଦ୍ଧି ପାଇ ୧୨୭.୯ ଅରବ ଡଲାରରେ ପହଞ୍ଚିଛି। ଗତ ୨ ସପ୍ତାହ ମଧ୍ୟରେ ଏଲନ ଧନୀ ତାଲିକାର ୫ ନମ୍ବରରୁ ୨ ନମ୍ବରକୁ ଆସିଛନ୍ତି। ଏଲନଙ୍କ ଗତ ବର୍ଷ […]