• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

pm-modi
ମୋଦିଙ୍କୁ ଚ୍ୟାଲେଞ୍ଜ କରିଥିବା ଏହି ବ୍ୟକ୍ତିଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ

ଲକ୍ଷ୍ନୌ: ୨୦୧୯ ନିର୍ବାଚନରେ ବାରଣସୀରୁ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ଚାହିଁଥିବା ପୂର୍ବତନ ବିଏସ୍‌ଏପ୍‌ କନଷ୍ଟେବଲଙ୍କ ଆବଦେନ ଖାରଜ କଲେ ସୁପ୍ରିମକୋର୍ଟ। ବିଏସ୍‌ଏଫ୍‌ କନଷ୍ଟେବଲ ପଦରୁ ବହିସ୍କାର ହୋଇଥିବା ତେଜବାହାଦୁର ନାମକ ଜଣେ ବ୍ୟକ୍ତି ଏହି ଆବେଦନ କରିଥିଲେ। ପ୍ରଥମେ ଆଲ୍ଲାହବାଦ କୋର୍ଟରେ ଆବେଦନ ଖାରଜ ହେବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ତେଜ୍‌ ବାହାଦୁର, ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବାରଣାସୀରୁ ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପାଇଁ ସେ ନାମାନଙ୍କନ ପତ୍ର […]

gun
ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

ରାୟପୁର: ମାଓବାଦୀଙ୍କ ପାଖରୁ ଜବତ ହେଲା ସୁରକ୍ଷାକର୍ମୀଙ୍କ ଇସ୍ରାଏଲ ନିର୍ମିତ ବନ୍ଧୁକ। ଛତିଶଗଡ଼ର କାଙ୍କେର ଜିଲ୍ଲାର ରାଓ୍ୱଘାଟରେ ହୋଇଥିବା ଏନକାଉଣ୍ଟର ପରେ ଏହି ଇସ୍ରାଏଲ ନିର୍ମିତ ବନ୍ଧୁକ ଜବତ କରିଛି ପୋଲିସ। ଗତକାଲି ମାଓବାଦୀ-ପୋଲିସ ମୁହାଁମୁହିଁ ହୋଇଥିଲେ।  ଏହି ଏନକାଉଣ୍ଟର ବେଳେ ଇସ୍ରାଏଲ ନିର୍ମିତ ଏହି ଅତ୍ୟାଧୁନିକ ବନ୍ଧୁକ ସହ ମୋଟ ୬ଟି ବନ୍ଧୁକ ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି କାଙ୍କେର ପୋଲିସ । ୨୦୧୮ ମସିହାରେ ସୁରକ୍ଷାକର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ କରି […]

astroed
ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା...

ନୂଆଦିଲ୍ଲୀ: ବର୍ଷ ୨୦୨୦ ପୃଥିବୀବାସୀଙ୍କ ପାଇଁ ବିପଦ ପରେ ବିପଦ ଆଣି ଦେଉଛି। କେତେବେଳେ ପାଗ ବିଗୁଡ଼ୁଛି ତ କେତେବେଳେ ଯୁଦ୍ଧ ପାଇଁ ପୋଡ଼ୋଶୀକୁ ନାଲି ଆଖି ଦେଖାଉଛି ପଡ଼ୋଶୀ। ସାରା ବିଶ୍ୱକୁ ଘାଣ୍ଟୁଛି କରୋନା। ପ୍ରତିଦିନ କୁଢ଼ କୁଢ଼ ଶବ ଯାଉଛି ମାଶାଣି। ଯୁଈର ଧୂଆଁରେ ଆକାଶ ବି ଆକ୍ତାମାକ୍ତା। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଶୁଣିଲେ ଚିନ୍ତା ଆହୁରି ବଢ଼ିଯାଉଛି। ବର୍ଷ ଶେଷ ବେଳକୁ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଛି […]

moid
କରୋନା ଟିକା ନେଇ କ'ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ନୂଆଦିଲ୍ଲୀ: ଦେଶର କୋଭିଡ-୧୯ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି। ଦେଶରେ କୋଭିଡ ସ୍ଥିତି ଭଲ ରହିଛି। କେତେକ ସ୍ଥାନରେ କରୋନା ସ୍ଥିତି ବଢ଼ିନାହିଁ ବୋଲି ଅନ୍‌ଲାଇନ୍ ବୈଠକରେ ପରେ କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି “କେନ୍ଦ୍ର ଓ ରାଜ୍ୟର ମିଳିତ ପଦକ୍ଷେପରେ ଭାରତ ବର୍ତ୍ତମାନ ମୃତ୍ୟୁ ଓ ସୁସ୍ଥ ହାରରେ ଅନ୍ୟ ଦେଶଗୁଡ଼ିକ ଅପେକ୍ଷା ଭଲ ସ୍ଥିତିରେ ରହିଛି।” ସେହିପରି କୋଭିଡ-୧୯ […]

china
ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଓ ଅଖଣ୍ଡତାକୁ ବିପଦ ଦର୍ଶାଇ ପୁଣି ୪୩ ଚାଇନିଜ୍ ମୋବାଇଲ୍ ଆପ୍ ବ୍ୟାନ କଲେ ଭାରତ ସରକାର। ସୂଚନା ପ୍ରଯୁକ୍ତିବିଦ୍ୟା ଧାରା 69A ଅନୁସାରେ ଆପ୍‌ଗୁଡ଼ିକୁ ବ୍ୟାନ୍‌ କରାଯାଇଛି। ଏହା ପୂର୍ବରୁ ପ୍ରଥମେ ୨୯ ଜୁନ୍‌ରେ ୫୯ ଆପ୍‌ ବ୍ୟାନ୍‌ କରିଥିଲେ ସରକାର। ପୁଣି ସେପ୍ଟେମ୍ବର ୨ ତାରିଖରେ ୧୧୮ଟି ଆପ୍‌ ବ୍ୟାନ୍‌ କରାଯାଇଥିଲା। ଏବେ ପୁଣି ୪୩ ଆପ୍‌ ବ୍ୟାନ୍ ହୋଇଛି। ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ସୁରକ୍ଷା ଦିଗରେ […]

cyclone
ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଡ଼ୁଚେରୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡ଼ୁଚେରିରେ ହାଇ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟ୍ରମ ପରିଣତ ହୋଇ ଆସନ୍ତାକାଲି ମଧ୍ୟାହ୍ନରୁ […]

cricketrr
ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

ମୁମ୍ବାଇ: ICC ପ୍ଲେୟାର ଅଫ୍‌ ଦି ଡିକେଡ୍‌ ବା ଦଶନ୍ଧିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଟିମ୍‌ ଇଣ୍ଡିଆଟର କ୍ୟାପ୍ଟେନ୍ ବିରାଟ କୋହଲି ମନୋନୀତ ହୋଇଛନ୍ତି। ବିରାଟଙ୍କ ସହିତ ଅନ୍ୟ ୫ ଜଣ ଖେଳାଳି ମଧ୍ୟ ICCର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରର ସହିତ କୋହଲି ଶ୍ରେଷ୍ଠ ବର୍ଗରେ ଚୟନ ହୋଇଥିଲେ ବି ଅନ୍ୟବର୍ଗ ଯଥା ODI, T20I, ଓ ଟେଷ୍ଟ ଖେଳାଳି ତଥା ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର ବର୍ଗରେ ବି […]

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଋଷ୍‌: କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଏବଂ ଗୋଟିଏ ଭଲ ବନ୍ଧୁ ଭାବେ ବିବେଚନା କରାଯାଏ। ଯାହାର ଉଦାହରଣ ଋଷ୍‌ରେ ଦେଖିବାକୁ ମିଳିଛି। ଋଷ୍‌ରେ ଗୋଟିଏ ଗର୍ଭବତୀ କୁକୁର ନିଜ ଜୀବନକୁ ବାଜିରେ ଲଗାଇ ଚାରିଜଣ ଲୋକଙ୍କ ଜୀବନ ବଞ୍ଚାଇଛି। ଏହି ସମୟରେ ସେ ନିଜେ ମଧ୍ୟ ଆହତ ହୋଇଛି। କୁକୁରଟିର ଦେହର କିଛି ସ୍ଥାନ ପୋଡ଼ି ଯାଇଛି। ସ୍ଥାନୀୟ ମିଡିଆ spbvasilek/vk.comର ରିପୋର୍ଟ ମୁତାବିକ ଋଷ୍‌ର ଏକ ଘରୋଇ ଧର୍ମଶାଳାରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଠାରେ […]

kangana-ranawat
କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ଆଶ୍ୱସ୍ତି। ରାଜଦ୍ରୋହ ମାମଲାରେ କଙ୍ଗନା ଓ ରଙ୍ଗୋଲୀଙ୍କ ଗିରଫ ପରୱାନା ବିରୋଧରେ ବମ୍ବେ ହାଇକୋର୍ଟ ଉଭୟ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ମାମଲାରେ କଙ୍ଗନା ପୋଲିସ୍‌ରେ ଅଭିଯୋଗ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଦୁଇ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି କୋର୍ଟ। ଏଥି ସହିତ କଙ୍ଗନାଙ୍କୁ ୮ ଜାନୁଆରୀରେ ପୋଲିସ ସମ୍ମୁଖରେ ହାଜର ହେବାକୁ […]

russia
ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ 'ସ୍ପୁଟନିକ୍-ଭି'

ମସ୍କୋ: ପୁଣି ବଢିଲା କରୋନା ଟିକା ଆଶା। ନିଜ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛି ରୁଷ୍। ଏମିତିକି ଷ୍ଟେଜ-୩ ପରୀକ୍ଷଣ ବେଳେ ସଫଳତା ମିଳିଥିବା ନେଇ ଦାବି କରିଛି ଏହି ଦେଶ। ଏମିତିକି ୧୮, ୭୯୪ ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଏହି ସଫଳତା ମିଳିଥିବା ଦାବି କରାଯାଇଛି। ଟିକା ନେବାର ୨୮ ଦିନ ପରେ ୯୧ ପ୍ରତିଶତ ଓ ୪୨ ଦିନ ପରେ ୯୫ ପ୍ରତିଶତ ଫଳପ୍ରଦ ହୋଇଥିବାର […]

Ahmed Patel
ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୩୦ ମିନିଟ୍‌ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ପରେ ଦେହାନ୍ତ ହୋଇଥିବା ତାଙ୍କ ପୁଅ ଫୈସଲ ପଟେଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅକ୍ଟୋବର ୧ ତାରିଖରେ ଅହମ୍ମଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। […]

cyclone
ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେଉଛି ବାତ୍ୟା ‘ନିଭାର’। ଘଣ୍ଟା ପ୍ରତି ୬ କି.ମି. ବେଗରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ମୁହାଁଉଛି। ଆଜି ରାତିରେ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁପାରେ ‘ନିଭାର’। ପୁଡୁଚେରୀର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ପବନର ବେଗ ୧୫୫ କିଲୋମିଟର […]

SC
ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଭଳି ନୋଟିସ୍ ଜାରି କରିଛନ୍ତି। କୋର୍ଟରେ ଆଇନଜୀବୀ ଅଜୟ ଅଗ୍ରୱାଲ ଆବେଦନ କରି କହିଥିଲେ ଯେ, ଦେଶରେ କରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି। ଆରଟିପିସିଆର ଟେଷ୍ଟ କିଟ୍ ଗୁଡିକ ମାତ୍ର ୨ ଶହ ଟଙ୍କାରେ ମିଳୁଛି। ତେବେ ହସପିଟାଲ ଏବଂ ବେସରକାରୀ ଲ୍ୟାବ ଗୁଡିକ ପରୀକ୍ଷା ପାଇଁ ଚଢା ଦର ନେଉଛନ୍ତି। ନାଗପୁରର ଜଣେ ବ୍ୟବସାୟୀ […]