• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

7
ଗୋଡ଼ାଇ ଗୋଡ଼ାଇ ୩ ଜଣଙ୍କୁ କାମୁଡ଼ିଲା ବାଘ

ଆସାମ: ଆସାମର ସୋନତିପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବାଘ ତିନି ଜଣ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛି। ଯାହାର ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣା ସୋନିତପୁର ଜିଲ୍ଲାର ତେଜପୁର ସହରର ବୋର୍ଗୁରୀ ନାପାମ ଅଞ୍ଚଳରେ ଘଟିଛି। ଗତ ମଙ୍ଗଳବାର ଦିନ ଗୋଟିଏ ବାଘ ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସି ଥିଲା। ଲୋକମାନେ ବାଘଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ଜଙ୍ଗଲକୁ […]

nurse
କରୋନାର ଏମିତି ପ୍ରଭାବ; ୮ ମାସରେ ବଦଳିଗଲା ନର୍ସଙ୍କ ଚେହେରା

ୱାଶିଂଟନ: କରୋନା ଭାଇରସ ସାରା ବିଶ୍ୱର ନରହତ୍ୟା ଚଳାଇଥିବା ବେଳେ କରୋନାକୁ ଦମନ କରିବାରେ ଲାଗିପଡ଼ିଥିବା ସ୍ୱାସ୍ଥ୍ୟକର୍ମୀମାନେ କେତେ ଯେ କଷ୍ଟ ସହୁଛନ୍ତି ତାର ଅନେକ ନିଦର୍ଶନ ଦେଖିବାକୁ ମିଳୁଛି। ଆମେରିକାର ଜଣେ ନର୍ସ ଏହାର ଏକ ଉତ୍ତମ ଉଦାହରଣ। ଆମେରିକାର ଟେନେସୀ ରାଜ୍ୟରେ ଏକ ନର୍ସ ଦୀର୍ଘ ୮ ମାସ ହେଲା କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଛନ୍ତି। ସିଏ ସିନା ଚିକିତ୍ସାରେ ଲଗିଛନ୍ତି, ହେଲେ କରୋନା ପ୍ରଭାବରୁ ନିଜେ ବର୍ତ୍ତିପାରି ନାହାନ୍ତି। ଏଇ ୮ ମାସ […]

11
ସମୁଦ୍ର କୂଳରେ ପଡ଼ି ମରିଗଲେ ୧୦୦ ଡଲ୍‌ଫିନ୍‌ ଓ ତିମି

ନ୍ୟୁଜ୍‌ଲାଣ୍ଡ: ନ୍ୟୁଜ୍‌ଲାଣ୍ଡର ଏକ ସମୁଦ୍ର କୂଳରେ ଆଜି ୧୦୦ରୁ ଅଧିକ ଡଲ୍‌ଫିନ୍‌ ଓ ତିମି ମାଛ ମିରି ପଡ଼ିଥିବାର ଦେଖିବାକୁ ମିଳିଛି।ଏହି ସାମୁଦ୍ରିକ ଜୀବଗୁଡ଼ିକର ମୃତ ଦେହ ନ୍ୟୁଜ୍‌ଲାଣ୍ଡର ପୂର୍ବତଟରୁ ୮୦୦ କିଲୋମିଟର ଦୂର ଚାଥମ ଦ୍ୱିପରେ ପଡ଼ିଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ମାଛ ଗୁଡ଼ିକ କୂଳକୁ ଆସି ବାଲିରେ ଲାଖି ଯାଇଥିଲେ। ଯାହାଫଳରେ ସେମାନେ ସମୁଦ୍ରକୁ ଫେରିପାରିନଥିଲେ ଏବଂ ଏ ଖବର ଦ୍ୱିପରେ ବାସ କରୁଥିବା ଲୋକ ମାନେ ଜାଣିବା ପୂର୍ବରୁ ମାଛମାନଙ୍କର ମୃତ୍ୟୁ […]

maradona
କିମ୍ବଦନ୍ତି ଫୁଟବଲର୍‌ ଡିଏଗୋ ମାରାଡୋନାଙ୍କ ପରଲୋକ

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତି ଫୁଟବଲ ତାରକା ଡିଏଗୋ ମାରାଡୋନାଙ୍କ ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ୬୦ ବର୍ଷ ବୟସ ହୋଇଥିଲା। ଜନ୍ମଦିନ ପାଳନ ପରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନଭେମ୍ବର ଆରମ୍ଭରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡିଏଗୋଙ୍କ ବ୍ରେନ୍‌ରେ ରକ୍ତ ଜମାଟ ବାନ୍ଧିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କର ସଫଳ ଚିକିତ୍ସା ମଧ୍ୟ କରାଯାଇଥିଲା। ଅପରେସନ ସଫଳ ହେବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ହେଲେ ବୁଧବାର ସକାଳେ ହଠାତ୍‌ […]

lalu-yadav
ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

ପାଟନା: ଝାଡ଼ଖଣ୍ଡ ଜେଲ୍‌ରେ ଥିବା ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ ହୋଇଛି। ଜେଲ୍‌ରେ ଥାଇ ଲାଲୁ ଫୋନ୍ ଯୋଗେ ବିହାରରେ ଏନ୍‌ଡିଏ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ବରିଷ୍ଠ ବିଜେପି ନେତା ସୁଶିଲ ମୋଦି ଅଭିଯୋଗ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ଫୋନ୍ ନମ୍ବର ସଂପର୍କରେ ଟ୍ୱିଟ୍ କରି ସେ କହିଛନ୍ତି ଯେ, ଲାଲୁ ଏହି ଫୋନ୍ ନମ୍ବରରୁ ଏନ୍‌ଡିଏର ବିଧାୟକଙ୍କୁ ଯୋଗାଯୋଗ କରୁଛନ୍ତି। ଫୋନ୍ କରି ସେମାନଙ୍କୁ ମନ୍ତ୍ରୀ ପଦର ଲୋଭ […]

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ଗତକାଲି ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ୍ ପରେ ‘ନିଭାର’ ଉତ୍ତର-ଉତ୍ତରପଶ୍ଚିମ ମୁହାଁ ହେଉଛି। ନିଭାର ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଥିଲା। ନିଭାର ପ୍ରଭାବରେ ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। କେତେକ ଅଞ୍ଚଳରେ କ୍ଷୟକ୍ଷତି ମଧ୍ୟ ହୋଇଥିବା ସୂଚନା ମିଳିଛି। ପୁଡୁଚେରୀରେ ଅନେକ ସ୍ଥାନରେ […]

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ସୁରତ: ଦାମୀ କାର୍‌ରେ ସୁନାର ପ୍ରଲେପ ଦେଇ ଚର୍ଚ୍ଚାରେ ଗୁଜରାଟ ସୁରତର ଜଣେ ବ୍ୟକ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଫ୍ରାନ୍ସର ଟେକ୍ନୋଲୋଜି ବ୍ୟବହାର କରି ତାଙ୍କର ଦାମୀ କାର୍‌ରେ ସୁନାର ପ୍ରଲେପ ଦେଇଛନ୍ତି। ସୋସିଆଲ୍‌ ମିଡିଆରେ ଏହାର ଫଟୋ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ବଡ଼ କଥା, ଏହି କାର୍‌ କୌଣସି ଉଦ୍ୟୋଗପତି କିମ୍ବା ବଡ଼ ବ୍ୟବସାୟୀଙ୍କର ନୁହେଁ। ବରଂ ଜଣେ ଚାଷୀଙ୍କର। ସୁରତର ଚାଷୀ ସମୀର ପଟେଲ ତାଙ୍କର ମର୍ସିଡିସ୍ କାର୍‌ରେ ୨୪ କ୍ୟାରେଟ ସୁନାର […]

husband-wife
ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ମୁମ୍ବାଇ: ସ୍ୱାମୀ ଅଫିସରୁ ବିଳମ୍ବରେ ଫେରିଲେ ସବୁ ସ୍ତ୍ରୀ ବିରକ୍ତ ହୁଅନ୍ତି, ରାଗନ୍ତି। ଅନେକ ସମୟରେ ଘରେ ଝଗଡ଼ା ବି ଲାଗିଯାଏ। ହେଲେ ସ୍ୱୀମୀ ବିଳମ୍ବରେ ଫେରିବାରୁ  ସ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହେବ, ଏପରି କଥା କେବେ ଶୁଣିଛନ୍ତି ? ହଁ, ଏମିତି ବି ଘଟେ। ଜଣେ ମହିଳା ଡାକ୍ତର ପତିଙ୍କ ଲମ୍ବା ଡ୍ୟୁଟିରେ ବିରକ୍ତ ହୋଇ ଶେଷରେ ବମ୍ବେ ହାଇକୋର୍ଟରେ FIR ଦାଏର କରିଛନ୍ତି। ମହିଳା ଜଣକ କହିଛନ୍ତି, କୋଭିଡ ସମୟରେ ୧୯ ଘଣ୍ଟାରୁ ଅଧିକ […]

bank
ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଭୁବନେଶ୍ୱର: ଆସନ୍ତାକାଲିଠାରୁ DBS ଇଣ୍ଡିଆ ବ୍ୟାଙ୍କ ଭାବେ ଖୋଲିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ଶାଖା । ଏହା ସହିତ ଗ୍ରାହକଙ୍କ ଆକାଉଣ୍ଟ ଚାଲୁ ହେବ ।  ଗ୍ରାହକମାନେ ଟଙ୍କା ଉଠାଇ ପାରିବେ । ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଥିଲା, ତାହା ପ୍ରତ୍ୟାହାର ହୋଇଯିବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଲକ୍ଷ୍ମୀ ବିଳାସ ବ୍ୟାଙ୍କ ତା’ର ଗ୍ରାହକଙ୍କୁ ଆଗ ପରି ସେବା ଯୋଗାଇ ଦେବ।  DBS ବ୍ୟାଙ୍କ ସବୁ […]

mistry
ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ରର ମରୁ ଅଞ୍ଚଳରେ ଏକ ରହସ୍ୟମୟ ଧାତୁ ସ୍ତମ୍ଭର ସନ୍ଧାନ ମିଳିଛି । ଖମ୍ବ ଆକୃତିର ଏହି ଧାତୁକୁ ଦେଖି ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କିଏ କହୁଛି ଏଲିଏନ୍ସ ପୃଥିବୀକୁ ପଳାଇ ଆସିନାହାନ୍ତି ତ ! ସୋଶାଲ ମିଡିଆରେ ମଧ୍ୟ ଏହି ଚିତ୍ର ହଇଚଇ ସୃଷ୍ଟି କରି ଦେଇଛି। ଏହି ଉଜ୍ଜ୍ଜଳ, ତ୍ରିକୋଣୀୟ ଧାତବ ସ୍ତମ୍ଭକୁ ଦକ୍ଷିଣ ଅଟାଓର ଲାଲ୍‌ ଚଟ୍ଟାଣରେ ପୋତାଯାଇଥିଲା ଯାହାର ଉଚ୍ଚତା ପ୍ରାୟ ୧୨ ଫୁଟ । […]

Capture
ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ନୂଆଦିଲ୍ଲୀ: ୨୬/୧୧ ଆତଙ୍କବାଦୀ ଆକ୍ରମଣକୁ ଆଜି ପୁରିଛି ୧୨ ବର୍ଷ। ୨୦୦୮ ଆଜିର ଦିନରେ ମୁମ୍ବାଇ ଦେଖିଥିଲା ଆତଙ୍କବାଦୀଙ୍କ ସେହି ବର୍ବରୋଚିତ ଘଟଣା। ପାକିସ୍ତାନର ସଶସ୍ତ୍ର ୧୦ ଲସ୍କର ଆତଙ୍କବାଦୀ ସମୁଦ୍ର ପଥରେ ମୁମ୍ବାଇରେ ପଶି ଭିଆଇଥିଲେ ଆତଙ୍କର ତାଣ୍ଡବ। ଲିଓପାଡ୍ କାଫେ, ସିଏସ୍‌ଟି ଷ୍ଟେସନ୍, ତାଜ୍ ପ୍ୟାଲେସ୍, ଓବରୟ ହୋଟେଲ୍, କାମା ହସ୍ପିଟାଲ୍, ନରିମାନ୍ ହାଉସ୍ ଉପରେ ଆକ୍ରମଣ ହୋଇଥିଲା। ଆରଡିଏକ୍ସ, ଏକେ-୪୭, ଆଇଇଡି, ଗ୍ରେନେଡ୍ ଧରି ଆତଙ୍କବାଦୀ ଆଖିବୁଜା ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। […]

delhi
ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦିଲ୍ଲୀରେ ବିରାଟ କୃଷକ ସମାବେଶ ପାଇଁ ଯୋଜନା ପଞ୍ଜାବ, ହରିଆଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଓ କେରଳରୁ ଆସିଥିବା ଚାଷୀମାନେ ଯୋଜନା କରିଥିବାବେଳେ ସେମାନଙ୍କୁ ଦିଲ୍ଲୀକୁ ଆସିବା ପାଇଁ ଅନୁମତି ଦେଇ ନାହାନ୍ତି ସରକାର।  କରୋନା ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ କୌଣସି ସମାବେଶ ଉପରେ କଟକଣା ଲଗାଇଛନ୍ତି ସରକାର। ଚାଷୀମାନେ ଯେପରି ଦିଲ୍ଲୀକୁ ପଶି ନ ପାରିବେ, ସେଥିଲାଗି ଦିଲ୍ଲୀକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଗୁଡ଼ିକୁ ସିଲ୍ କରାଯାଇଛି। […]