ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କର ଆଜି ଜନ୍ମଦିନ। ୧୬ ନଭେମ୍ବର ୧୯୮୫ରେ ମୁମ୍ବାଇରେ ସେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲଣ୍ଡନ୍ ଡ୍ରିମ୍ସ’ ମାଧ୍ୟମରେ ସେ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ତେବେ ୨୦୧୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆଶିକି-୨’ ଆଦିତ୍ୟଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ପିଲାଦିନୁ କିନ୍ତୁ ଆଦିତ୍ୟ କ୍ରିକେଟର ହେବାକୁ ଚାହୁଁଥିଲେ। ସେ କ୍ରିକେଟ୍ କୋଚିଂ ମଧ୍ୟ ନେଇଛନ୍ତି। ପ୍ରସିଦ୍ଧ ଫିଲ୍ମ ନିର୍ମାତା ସିଦ୍ଧାର୍ଥ ରୟ […]
ନୂଆଦିଲ୍ଲୀ: ଧନତେରାସ୍ ଓ ଦୀପାବଳି ସମୟରେ ସୁନା ଦରରେ କେତେବେଳେ ବୃଦ୍ଧି ତ ଆଉ କେତେବେଳେ ଅଳ୍ପ ହ୍ରାସ ଦେଖିବାକୁ ମିଳିଥିଲା। ଫେଷ୍ଟିଭ୍ ସିଜନରେ ସୁନାର ଡିମାଣ୍ଡ ଯେଉଁଭଳି ଭାବରେ ରହିବା ନେଇ ବ୍ୟବସାୟୀମାନେ ଆଶା କରିଥିଲେ, ତାହା ଦେଖିବାକୁ ମିଳିନଥିଲା। ଚଳିତ ବର୍ଷ ଅଗଷ୍ଟରେ ସୁନା ଦର ହ୍ରାସର ପ୍ରଭାବ ଫେଷ୍ଟିଭ୍ ସିଜନ୍ରେ ଦେଖିବାକୁ ମିଳିଛି। ଆପଣ କମ୍ ଦାମରେ ସୁନା କିଣିବାକୁ ଚାହୁଁଛନ୍ତି, ତା’ହେଲେ ଏବେ ହେଉଛି ସବୁଠୁ ଭଲ ସମୟ। ଯଦି ଆପଣଙ୍କ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏମାନଙ୍କର DA (Dearness Allowance) ବୃଦ୍ଧି କରିବାକୁ ଯାଉଛନ୍ତି। ପ୍ରାୟ ୪ ପ୍ରତିଶତ ଡିଏ ବଢିବାର ସମ୍ଭାବନା ରହିଛି । ଏହି ବର୍ଦ୍ଧିତ ଡିଏ ଆସନ୍ତା ବର୍ଷ ଜୁଲାଇରୁ ଉପଭୋକ୍ତାମାନେ ପାଇବେ ବୋଲି ଜଣାଯାଇଛି। ତେବେ ଏ ନେଇ ଅଧିକାରୀ ସ୍ତରରେ କୌଣସି ଘୋଷଣା କରାଯାଇ ନାହିଁ। ମନି କଣ୍ଟ୍ରୋଲରେ ପ୍ରକାଶିତ ଏକ […]
ମୁମ୍ବାଇ:ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ-ଐଶ୍ୱର୍ଯ୍ୟାଙ୍କ କନ୍ୟା ଆରାଧ୍ୟାର ଆଜି ଜନ୍ମଦିନ। ବଚ୍ଚନ ପରିବାର ସବୁଠାରୁ ଛୋଟ ଏବଂ ଗେହ୍ଲା ସଦସ୍ୟ ଆରାଧ୍ୟାର ଆଜି ୯ମ ଜନ୍ମଦିନ। ସେଥିପାଇଁ ଆଜି ଘରେ ଖୁସିର ମାହୋଲ। ତେବେ କରୋନା ପାଇଁ ଘରେ ସେପରି କୌଣସି ଗ୍ରାଣ୍ଡ ସେଲେବ୍ରେଶନ ହେଉନାହିଁ। ସମସ୍ତେ ନିଜ ନିଜ ଷ୍ଟାଇଲ୍ରେ ଆରାଧ୍ୟାକୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅମିତାଭ ମଧ୍ୟ ନିଜ ଗେହ୍ଲି ନାତୁଣୀକୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି ନିଆରା ଷ୍ଟାଇଲ୍ରେ। […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ ଜିତିବା ପରେ ବି ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଡୋନାଲ୍ଡ ଟ୍ରମ୍ପ। ପୁଣି ଏକ ଟୁଇଟ କରି ଏହି ବିବାଦକୁ ଆହୁରି ତେଜିଛନ୍ତି। ପୂର୍ବରୁ ଅର୍ଥାତ ରବିବାର ଟ୍ରମ୍ପ ଏକ ଟୁଇଟ କରି ନିଜର ପରାଜୟକୁ ସ୍ୱୀକାର କରି ନେଇଥିଲେ। ହେଲେ ଏବେ ଆଉ ଏକ ଟୁଇଟ କରି ରାଷ୍ଟ୍ରପତି ନିର୍ବାଚନରେ ସେ ଜିତିଛନ୍ତି ବୋଲି ଦାବି କରିଛନ୍ତି। ଏହି ଟୁଇଟ୍ରେ ଦାବି କରିଛନ୍ତି-‘I […]
ମୁମ୍ବାଇ: ଦୀପାବଳି ଅବସରରେ ଆମାଜନ ପ୍ରାଇମରେ ରିଲିଜ୍ ହୋଇଛି ନୁସରତ ଭାରୁଚା ଏବଂ ରାଜକୁମାର ରାଓଙ୍କ ଚଳଚ୍ଚିତ୍ର ‘ଛଲାଙ୍ଗ’। ଏହି ଚଳଚ୍ଚିତ୍ରକୁ ଲୋକମାନେ ବେଶ୍ ଭଲପାଇବା ଦେଇଛନ୍ତି। ନିକଟରେ ସୋଶାଲ୍ ମିଡିଆରେ ନୁସ୍ରତ-ରାଜକୁମାରଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି। ଭିଡିଓରେ ନୁସରତ୍ ଏବଂ ରାଜଙ୍କୁ ‘ଦିଲ୍ଲ ୱାଲେ ଦୁଲ୍ହନିଆ ଲେ ଯାଏଗେଁ’ ଫିଲ୍ମର ଶାହାରୁଖ ଏବଂ କାଜୋଲଙ୍କ ଷ୍ଟାଇଲ୍ରେ ସୋରିଷ କ୍ଷେତରେ ନାଚୁଥିବାର ଦେଖିବାକୁ ମିଳିଛି। ଭିଡିଓକୁ ନୁସରତ୍ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡିଓ […]
ପାଟନା: ବିହାର ମଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର। ରାଜ୍ୟପାଳ ଫାଗୁ ଚୌହାନ୍ ନୀତିଶ କୁମାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ NDA ୧୨୫ ସିଟ୍ ହାସଲ କରିବା ପରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର ୭ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଅବସରରେ ପାଟନା ରାଜଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ […]
ଇସ୍ଲାମବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର ଭୁଟ୍ଟୋ ଏବଂ ପୂର୍ବ ରାଷ୍ଟ୍ରପତି ଅସିଫ ଅଲି ଜରଦାରୀଙ୍କ ଝିଅ ବଖ୍ତାବର ଭୁଟ୍ଟୋ ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନଭେମ୍ବର ୨୭ ତାରିଖ ମହମ୍ମୁଦ ଚୌଧୁରୀଙ୍କ ସହ ତାଙ୍କର ନିର୍ବନ୍ଧ ହେବ। ପାକିସ୍ତାନର ଏକ ଖବରକାଗଜ ‘ଦ ଏକ୍ସପ୍ରେସ’ ଟ୍ରିବ୍ୟୁନ୍ର ଏକ ରିପୋର୍ଟ ଅନୁସାରେ ବଖ୍ତବାର ଭୁଟ୍ଟୋ ଜରଦାରୀଙ୍କ ଲାଇଫ ପାର୍ଟନର ଆମେରିକାର ପ୍ରଖ୍ୟାତ ବ୍ୟବସାୟୀ ୟୁନୁସ୍ ଚୌଧୁରୀଙ୍କ ପୁଅ। ଆଗାମୀ ୨୭ରେ ଉଭୟଙ୍କ ନିର୍ବନ୍ଧ ହେବ। […]
ବୁଲନ୍ଦଶହର: ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଜଣେ ୧୯ ବର୍ଷୀୟ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଅନୁପଶହର ଅଞ୍ଚଳରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ପୋଲିସ୍ ସୂଚନା ଦେଇଛି। ଆତ୍ମହତ୍ୟା ପାଇଁ ଯୁବତୀ ଜଣକ ୩ଜଣ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି, ଯାହା ସେ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ୍ IPC Section 306(ଆତ୍ମହତ୍ୟା ପାଇଁ ଉସୁକାଇବା) ଆଧାରରେ ଏକ ମାମଲା ରୁଜୁ କରିଛି। ଏହାସହ ଫେରାର ଥିବା […]
କାନପୁର: କାନପୁର ଜିଲ୍ଲାର ଘାଟମପୁର ଅଞ୍ଚଳରେ ଦୀପାବଳି ରାତିରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଜଣେ ୬ ବର୍ଷ ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପରେ ଶିଶୁର ଶରୀରରୁ ଲିଭର ଏବଂ ଲଂଗ୍ସକୁ କାଢି ନିଆଯାଇଛି। ସବୁଠାରୁ ଦୁଃଖର ବିଷୟ ଯେ, ତନ୍ତ୍ର ସାଧନା ପାଇଁ ଏକ ନୀରିହ ଶିଶୁକୁ ଏପରି ବିଭତ୍ସ ଭାବେ ହତ୍ୟା କରାଯାଇଛି। କାନପୁର ପୋଲିସ ଏହି ଘଟଣାରେ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କାନପୁର ପୋଲିସ ଅଧିକାରୀଙ୍କ ସୂତ୍ରରୁ […]
ପ୍ରୟାଗରାଜ: ଦୀପାବଳି ଅବସରରେ ବାଣ ଫୁଟାଉଥିବା ବେଳେ ଗୁରୁତର ଆହତ ହୋଇଥିବା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ୬ ବର୍ଷୀୟ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ଚିକିତ୍ସାଧୀନ ଅବସ୍ଥାରେ କିୟାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଘରର ଛାତ ଉପରେ ବାଣ ଫୁଟାଇବା ସମୟରେ ନିଆଁ ଲାଗି ଯିବାରୁ କିୟା ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ […]
ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସିଛନ୍ତି। ଭାରତୀୟ ସଂସ୍କୃତିର ପରିଚୟ ମହାଭାରତ ଓ ରାମାୟଣକୁ ସେ ଖୁବ୍ ପସନ୍ଦ କରନ୍ତି। ଓବାମାଙ୍କର ପିଲାଦିନ ଇଣ୍ଡୋନେସିଆରେ କଟିଥିଲା। ସେଠାରେ ତାଙ୍କର ଅଧିକାଂଶ ସମୟ ରାମାୟଣ ଓ ମହାଭାରତର କାହାଣୀ ଶୁଣିବାରେ କଟୁଥିଲା । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି ? ହେଲେ ସତ। କାରଣ ଏକଥା ଆଉ କେହି ନୁହେଁ, ନିଜେ ଓବାମା ସ୍ୱୀକାର କରିଛନ୍ତି। ନିକଟରେ […]