• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

bhanu-athiyaa
ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନରଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଓସ୍କାର ବିଜୟିନୀ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା। ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ହେବା ପରେ ଶେଷରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଭାନୁ। ଶୋଇଥିବା ବେଳେ ଭାନୁଙ୍କ ବିୟୋଗ ହୋଇଛି। ତାଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ଭାନଙ୍କୁ ଝିଅ ରାଧିକା ଗୁପ୍ତା। ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡୀ ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ନେଇ ରାଧିକ ସୂଚନା ଦେଇଛନ୍ତି। ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଗାନ୍ଧି ଫିଲ୍ମରେ […]

narvabe
ଶୀତ ପୂର୍ବରୁ ଭାରତକୁ ଆତଙ୍କବାଦୀ ପଠାଇବାକୁ ଉଦ୍ୟମ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଭାରତକୁ ଆତଙ୍କବାଦୀ ପଠାଇବାକୁ ଜୋର୍‌ଦାର ଉଦ୍ୟମ କରୁଛି ପାକିସ୍ତାନ। ଶୀତ ଋତୁ ପୂର୍ବରୁ ପାକିସ୍ତାନ ଆତଙ୍କାଦୀ ଓ ଅସ୍ତ୍ରଶସ୍ତ୍ର ଭାରତକୁ ପଠାବାକୁ ଯୋଜନା କରୁଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭଣେ ସୂଚନା ଦେଇଛନ୍ତି। କିନ୍ତୁ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ଭାରତୀୟ ସେନା ଭୁଣ୍ଡରୁ କରୁଛି। ଏଥିସହ ଏହି ଉଦ୍ୟମର ଜୋରଦାର ଜବାବ ମଧ୍ୟ ଭାରତୀୟ ସେନା ପକ୍ଷରୁ ଦିଆଯାଉଛି। ଗଣମାଧ୍ୟମକୁ ସୂଚନା ଦେଇ ନରଭଣେ କହିଛନ୍ତି, ପାକିସ୍ତାନ ତା’ର ପ୍ରକୃତିରେ କୌଣସି ସୁଧାର ଆଣିନାହିଁ। […]

mana patel
ଟୋକିଓ ଅଲମ୍ପିକ ପାଇଁ କ୍ୱାଲିଫାଏ କଲେ ଏଇ ମହିଳା ସ୍ୱିମର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସ ଲାଗି ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ । ଏହି କ୍ରମରେ ଭାରତର ଆଉ ଜଣେ ସନ୍ତରଣକାରୀଙ୍କୁ ମିଳିଛି ଅଲିମ୍ପିକ୍ସ ଟିକେଟ୍। ଦେଶର ପ୍ରଥମ ମହିଳା ସୁଇମର ଭାବେ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ବ୍ୟାକ୍…

eourp
ୟୁରୋପରେ ଫେରିଲା କି କରୋନା ସଂକ୍ରମଣ ?

ନୂଆଦିଲ୍ଲୀ: ୟୁରୋପରେ ପୁଣି କରୋନା ଆତଙ୍କ ଦେଖା ଦେଇଛି। ସବୁଠୁ ଅଧିକ ପ୍ରଭାବିତ ଆମେରିକା, ଭାରତ ଓ ବ୍ରାଜିଲ୍ ଭଳି ଦେଶରେ ଯେତିକି ପଜିଟିଭ୍ ଚିହ୍ନଟ ହେଉଛନ୍ତି, ୟୁରୋପରେ ଦୈନିକ ତାଠାରୁ ଅଧିକ ନୂଆ ସଂକ୍ରମିତ ହେଉଛନ୍ତି। ବ୍ରିଟେନରେ ସ୍ଥିତି ସଂଗୀନ ହେବାରେ ଲାଗିଛି। ଖରା ଯାଇ ଶୀତ ଆସିବା ପରେ ସଂକ୍ରମଣ ପୁଣି ଉଗ୍ର ରୂପ ଧାରଣ କରିଛି। ଫଳରେ ପୁଣି ଲକ୍‌ଡାଉନ ଘୋଷଣା କରିବାକୁ ବାଧ୍ୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ବଢୁଥିବା ସଂକ୍ରମଣକୁ […]

Untitled-1
ପଞ୍ଜାବକୁ ୧୭୨ ରନ୍‌ର ଟାର୍ଗେଟ ଦେଲା ବେଙ୍ଗାଲୁରୁ

ଶାରଜା: ଚଳିତ ଆଇପିଏଲର ୩୧ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କିଙ୍ଗସ ଏକାଦଶ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ପଞ୍ଜାବ ବୋଲିଂ ଭାର ସମ୍ଭାଳିଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୧ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ବିରାଟ କୋହଲି ୩୯ ବଲ୍‌ ଖେଳି ସର୍ବାଧିକ […]

corona-infection-in-newsbor
ନବଜାତଙ୍କୁ କରୋନା ଭୟ; ମା' ଗର୍ଭରୁ କିମ୍ବା ପ୍ରସବ ସମୟରେ ହୋଇପାରେ ସଂକ୍ରମଣ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଅଧିକରୁ ଅଧିକ ଗବେଷଣା ଜାରି ରହିଛି। ବିଭିନ୍ନ କ୍ଷେତ୍ରରେ ଗବେଷଣା ଚାଲିଛି। ନବଜାତ ଶିଶୁ ଓ ସଂକ୍ରମିତ ମା’ଙ୍କୁ ନେଇ ମଧ୍ୟ ଏକ ସର୍ଭେ ହୋଇଥିଲା। ଏହି ସର୍ଭେରେ ଚମକାଇ ଦେବା ଭଲି ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ଫ୍ରାନ୍ସରେ କରାଯାଇଥିବା ଏକ ସର୍ଭେରୁ ଜଣା ପଡ଼ିଛି ଯେ, ୩୦ ପ୍ରତିଶତ ନବଜାତ ଶିଶୁ ମା’ ଗର୍ଭରେ କିମ୍ବା ପ୍ରସବ ସମୟରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସର୍ଭେରେ କରୋନା ସଂକ୍ରମିତ […]

u
ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ ଆଜିର ମ୍ୟାଚ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏହା ରନ୍‌ କରି ନୁହେଁ ବରଂ ପଡ଼ିଆରେ ତାଙ୍କର ନାଚ ପାଇଁ। ଆଶ୍ଚର୍ଯ୍ୟ ହୋଇଗଲେ କି, ହଁ ଆପଣ ଠିକ୍‌ ପଢ଼ିଛନ୍ତି। ଥରେ ଏହି ଭିଡିଓ ଦେଖନ୍ତୁ… https://twitter.com/LogicalBakwaas/status/1316732878714142721?s=20 ଏହି ଭିଡିଓଟି ଜତିନ୍‌ ନାମକ ଜଣେ ଟ୍ୱିଟର୍ ବ୍ୟବହାରକାରୀ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓଟିରେ ଆଜିର ମ୍ୟାଚ୍‌ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବା ପୂର୍ବରୁ ପ୍ରାକ୍ଟିସ୍‌ […]

t
ମହଙ୍ଗା ପଡ଼ିଲା କୁମ୍ଭୀର ସହ ଗାଧୋଇବା

ନୂଆଦିଲ୍ଲୀ: ଆପଣ ଦେଖିଥିବେ ସାଧାରଣତଃ ଲୋକମାନେ କୁକୁର ଏବଂ ନିଜ ପିଲାମାନଙ୍କ ସହ ଗାଧୋଉଥାନ୍ତି। ବେଳେ ବେଳେ ଡଲ୍‌ଫିନ୍‌ ଭଳି ସାମୁଦ୍ରିକ ଜୀବ ସହ ମଧ୍ୟ ଗାଧୋଇଥାନ୍ତି। କିନ୍ତୁ କେବେ ମଣିଷକୁ କୁମ୍ଭୀର ସହ ଗାଧୋଉଥିବାର ଦେଖିଛନ୍ତି କି? କେବେ ନୁହେଁ। କାରଣ କୁମ୍ଭୀର ଗୋଟେ ହିଂସ୍ର ପ୍ରାଣୀ। କୁହାଯାଏ କୁମ୍ଭୀର ମୁହଁରୁ ଶୀକାର ଛଡ଼ାଇବା ସହଜ କଥା ନୁହେଁ। ତା ସହ ଗାଧୋଇବା ପାଇଁ ଲୁହାର ସୁଟ୍ ଦରକାର। ଏବେ ଏମିତି ଏକ ଭିଡିଓ ସାମ୍ନାକୁ […]

kumar sanu
ପ୍ରସିଦ୍ଧ ଗାୟକ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟକ କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ କୁମାର ସାନୁଙ୍କ ସୋସିଆଲ୍‌ ମିଡିଆ ଟିମ୍‌ ଗୁରୁବାର ଦିନ ତାଙ୍କ ଅଫିସିଆଲ୍‌ ଫେସ୍‌ବୁକ୍‌ ପେଜ୍‌ରେ ଏ ସମ୍ପର୍କରେ ଜଣାଇଛନ୍ତି। କୁମାର ସାନୁଙ୍କ ଟିମ୍‌ ଏହି ପୋଷ୍ଟ ଶେଆର କରି ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ ସାନୁ ଦା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୟାକରି ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରନ୍ତୁ।’ https://www.facebook.com/legend.sanuda/posts/2959048530989659 କୁମାର ସାନୁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା […]

g
ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଶାରଜା: ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ଓ୍ୱିକେଟରେ ପରାସ୍ତ କରିଛି  କିଙ୍ଗସ୍‌ ଇଲେଭେନ ପଞ୍ଜାବ।  ଶାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ମ୍ୟାଚର  ଦ୍ୱିତୀୟ ପାଳିରେ ବ୍ୟାଟିଂ କରୁଥିବା  ପଞ୍ଜାବ ୧୭୨ ରନର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୨ଟି ଓ୍ୱିକେଟ ହରାଇ ୧୭୭ ରନ୍ କରି ବିଜୟ ହାସଲ କରିଛି। ଲଗାତର୍ ୫ଟି ମ୍ୟାଚ୍‌ ହାରିବା ପରେ ଦଳ ୱିନିଂ ଟ୍ରାକ୍‌କୁ ଫେରିଛି। ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରଓ୍ୱାଲ […]

1
କିପରି କରିବେ ଆମ୍ବ ମିଠା…

ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡ଼ିକ ଭିତରୁ ଆମ୍ବର କଥା ଭିନ୍ନ। ଅନେକ ଲୋକ ଏହାର ଉତ୍କୃଷ୍ଟ ସ୍ୱାଦକୁ ବେଶ ପସନ୍ଦ କରନ୍ତି। ଏପରିକି ଭାରତୀୟ ଆମ୍ବଗୁଡ଼ିକର ଚାହିଦା ବିଦେଶରେ ବି ରହିଛି। ଆମ୍ବରୁ ଅନେକ ପ୍ରକାରର ଡିସ୍, ମିଠା, ଶେକ୍ ଓ…

madhya pradesh
୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ଅନ୍‌ଲାଇନ୍‌ ଗେମ୍‌ ମାଧ୍ୟମରେ ହୋଇଥିଲା ଫ୍ରେଣ୍ଡ୍‌ଶିପ୍‌

ଭୋପାଳ: ଜଣେ ୧୪ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ ଓ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ମଧ୍ୟପ୍ରଦେଶ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ବୟସ ୧୮ରୁ ୧୯ ବର୍ଷ ମଧ୍ୟରେ ହେବବୋଲି ଜଣାପଡ଼ିଛି। ସେମାନଙ୍କର ଘର ରମ୍ଭା ନଗର ଅଞ୍ଚଳରେ। ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏସି ମେକାନିକ୍‌, ଜଣେ ପେଣ୍ଟର ଓ ଆଉ ଜଣେ ଆର୍କିଟେକ୍ଟ୍‌ ବୋଲି ଜଣାପଡ଼ିଛି।ଅନ୍‌ଲାଇନ୍‌ ଗେମ୍ PUBG‌ ମାଧ୍ୟମରେ ଏହି ୩ ଯୁବକଙ୍କ ସହ ନାବାଳିକାଙ୍କର ବନ୍ଧୁତ୍ୱ ସ୍ଥାପନ ହୋଇଥିଲା […]

dg
କୁକୁର ସାଜିଛି ଜିମ୍‌ ଟ୍ରେନର୍‌

ନୂଆଦିଲ୍ଲୀ: ଆଜିକାଲିର ବିଳାସମୟ ଜୀବନରେ ମଣିଷ, ମଣିଷ ଅପେକ୍ଷା କୁକୁରକୁ ଅଧିକ ଭଲପାଉଛି। ସେହିଭଳି କୁକୁର, ମାଲିକର ଏତେ ବିଶ୍ୱସ୍ତ ହେଇଯାଉଛି ଯେ ସେ ତା ଉପରେ ବିଭିନ୍ନ କ୍ଷେତ୍ରରେ ନିର୍ଭର କରୁଛି। କେତେବେଳେ କୁକୁର ମାଲିକ ପାଇଁ ଖାଇବା ଆଣି ଦେଉଛି ତ ଆଉ କେତେବେଳେ ମାଲିକ ସହ ପାଣିରେ ପହଁରୁଛି। ଆପଣ କୁକୁର ଏବଂ ମାଲିକକୁ ନେଇ ଏମିତି ଅନେକ ଭିଡିଓ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କୁକୁର, ମାଲିକର ଜିମ୍‌ ଟ୍ରେନର୍‌ ହୋଇ […]

କରୋନା ମୃତ୍ୟୁ ରୋକି ପାରୁନି ରେମ୍‌ଡେସିଭିର !

ନୂଆଦିଲ୍ଲୀ: କରୋନା ମୃତ୍ୟୁ ରୋକି ପାରୁନି ଆଣ୍ଟି ଭାଇରାଲ ଡ୍ରଗ୍‌ ରେମ୍‌ଡେସିଭିର (Remdesivir)। କ୍ଲିନିକାଲ୍‌ ଟ୍ରାଏଲ ପରେ ଏଭଳି ତଥ୍ୟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଏହି ଆଣ୍ଟିଭାଇରାଲ ମେଡିସିନ୍‌ କରୋନା ଚିକିତ୍ସା କ୍ଷେତ୍ରରେ ପ୍ରଥମେ ପ୍ରୟୋଗ କରାଯାଇଥିଲା। ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଥିଲେ, ଚିକିତ୍ସା କ୍ଷେତ୍ରରେ ଏହି ରେମ୍‌ଡେସିଭିର ପ୍ରୟୋଗ କରାଯାଇଥିଲା। ୩୦ଟି ଦେଶରେ ୧୧ ହଜାର ୨୬୬ ରୋଗୀଙ୍କ ଶରୀରରେ ପରୀକ୍ଷା ହୋଇଥିଲା। ତେବେ ଏଥିରୁ ଜଣାପଡ଼ିଛି ଯେ, ରେମ୍‌ଡେସିଭିର […]

h
ଦୁଇ ଦିନର ବର୍ଷାରେ ତେଲଙ୍ଗାନାରେ ୫୦ ମୃତ

ହାଇଦ୍ରାବାଦ: ଦୁଇ ଦିନର ବର୍ଷା ବିତ୍ପାତରେ ତେଲଙ୍ଗାନାରେ ୫୦ ଜଣଙ୍କ ଜୀବନ ଯାଇଛି। କେବଳ ଗ୍ରେଟର ହାଇଦ୍ରାବାଦ ଅଞ୍ଚଳରେ ୩୧ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଲଗାଣ ବର୍ଷା କାରଣରୁ ୬ ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଏବେ ବି ୬୪ରୁ ଅଧିକ ରିଲିଫ୍ କ୍ୟାମ୍ପରେ ୪୪ ହଜାରରୁ ଅଧିକ ବିପନ୍ନ ରହିଛନ୍ତି। ସେମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ୪୫ ହଜାର ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। […]

bridge collapse
ଭୁଶୁଡ଼ି ପଡ଼ିଲା ଓଭରବ୍ରିଜ୍‌

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ଫୁଟ୍‌ ଓଭରବ୍ରିଜ୍‌। ମୁମ୍ବାଇର ଅନ୍ଧେରି ଷ୍ଟେସନ୍‌ରେ ଆଜି ସକାଳୁ ଓଭରବ୍ରିଜର କିଛି ଅଂଶ ଭୁଶୁଡ଼ି ଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏସ୍‌ଭି ରୋଡ଼୍‌ର ଏହି ଗୋଖେଲ ବ୍ରିଜ୍‌ ଅନ୍ଧେରି…

Capture
ଇମ୍ରାନଙ୍କ ପିଟିଆଇକୁ ସର୍ବାଧିକ ଆସନ, ପ୍ରଥମ ପତ୍ନୀ କହିଲେ ‘ମୋ ପୁଅର ବାପା ହେବେ ପ୍ରଧାନମନ୍ତ୍ରୀ’

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନରେ ନିର୍ବାଚନ ପରେ ଆଜି ଔପଚାରିକ ଭାବେ ଘୋଷିତ ହୋଇଛି ଫଳାଫଳ। ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ- ଏ- ଇନସାଫ୍‌କୁ ସର୍ବାଧିକ ଆସନ ମିଳିଥିବା ଆଜି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି। ପାକିସ୍ତାନ ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାୟୀ ୨୭୨…

result
ଆସନ୍ତାକାଲି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପଙ୍କ ଟ୍ୱିଟ୍ ଯୋଗେ ସୂଚନା। Results of CBSE Class 10 examinations for 2017-18 to be declared by 4 pm…

naveen-patnaik
ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ପବିତ୍ର ରଥଯାତ୍ରାରେ ତିନି ଠାକୁରଙ୍କୁ ମୋର ଭକ୍ତିପୁତ୍ତ ପ୍ରଣାମ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ରାଜ୍ୟର ପ୍ରଗତି ଓ ସମସ୍ତଙ୍କ ସୁଖ, ସମୃଦ୍ଧି କାମନା କରୁଛି। ଜୟ ଜଗନ୍ନାଥ। Warm wishes on occasion of holy #RathYatra. May…

ପିଠି କୁଣ୍ଡାଉଛି ଜେସିବି, ଭିଡିଓ ଭାଇରାଲ

ଜେସିବି ମାଟି ତାଡ଼େ, ଗାତ ଖୋଳେ, ପଥର ତାଡ଼େ, କେତେ କ’ଣ କାମ କରେ। ହେଲେ ଜଣେ ବ୍ୟକ୍ତି ଜେସିବିକୁ ଏମିତି ପ୍ରକାରେ ବ୍ୟବହାର କରିଛନ୍ତି, ଯାହା ଆପଣ କେବେ ଭାବିନଥିବେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ପିଠି କୁଣ୍ଡାଇ ହେଲେ ଆଉ ନିସ୍ତାର ମିଳିନଥାଏ। ଆଉ ଯଦି ଜୋର୍‌ରେ ପିଠି କୁଣ୍ଡାଇ ହେଉଥିବା, ସେପଟେ ପିଠିକୁ ହାତ ପାଉନଥିବ ଅବସ୍ଥା କଣ ହୁଏ, ଯିଏ ଭୋଗିଛି ସିଏ ଜାଣିଛି। ଭାଇରାଲ୍‌ ହୋଇଥିବା […]