• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ମିଥୁନଙ୍କ ପୁଅଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା, କହିଲେ-ବଳପୂର୍ବକ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହଙ୍କ ବିରୋଧରେ ଓସିୱାରା ପୋଲିସ୍‌ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ମିମୋହଙ୍କ ମା’(ମିଥୁନଙ୍କ ସ୍ତ୍ରୀ)ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରିଣୀଙ୍କ କହିବା କଥା, ୨୦୧୫ରୁ ସେ ଅଭିନେତା ମିମୋହଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ଏପରିକି ବିବାହ ପାଇଁ ମିମୋହ ତାଙ୍କୁ ପ୍ରତିଶ୍ରୁତି […]

mohammad
ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଶିକ୍ଷକଙ୍କ ମୁଣ୍ଡ କାଟିଦେଲେ

ପ୍ୟାରିସ୍‌: ନିକଟରେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଛାତ୍ରଙ୍କୁ ଦେଖାଉଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ  ସ୍କୁଲରୁ ବାହାର କରି ଦିଆଯିବା ସହ ମୁଣ୍ଡ କାଟ କରାଯାଇଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏହି ଘଟଣାକୁ  ଇସଲାମିକ୍ ଆତଙ୍କବାଦୀ ଆକ୍ରମଣ ସହ ସମାନ ବୋଲି କହିଛନ୍ତି। ଶିକ୍ଷକଙ୍କ ମୁଣ୍ଡ କାଟିଥିବା ଆକ୍ରମଣକାରୀଙ୍କୁ ଗିରଫ କରିବାକୁ ଯାଇ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ପୋଲିସ ଗୁଳିରେ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ଠାରୁ ପ୍ରାୟ ୩୦ କିମି ଦୂର ଉତ୍ତର […]

tara
ବିବାହ କରିବେ ତାରା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତାରା ସୁତାରିଆ ବିବାହ କରିବାକୁ ଯାଇଛନ୍ତି। ଷ୍ଟୁଡେଣ୍ଟ ଅଫ୍‌ ଦି ୟିଅର -୨ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ତାରା ଏବେ ହାତକୁ ଦି ହାତ ହେବା ନେଇ ଚର୍ଚ୍ଚା ହେଉଛି। କରିନା କପୁରଙ୍କ ଭାଇ ଆଦର ଜୈନ୍‌ଙ୍କ ସହ ତାରା ବିବାହ କରିବାକୁ ଯାଉଛନ୍ତି। କପୁର ପରିବାରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ବିଷୟରେ ଆଲୋଚନା ହୋଇଥିବାବେଳେ ବର୍ତ୍ତମାନ ଆଦରଙ୍କର ମଧ୍ୟ ବିବାହ ହେବ ବୋଲି ଜଣାପଡିଛି। […]

ppe-kiit
ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ନୂଆଦିଲ୍ଲୀ: ନବରାତ୍ରି ଆରମ୍ଭ ହୋଇଯାଇଛି। ନବରାତ୍ରୀ ଆସିଲେ ମନେପଡେ ଦାଣ୍ଡିଆ ନାଚ। ବିଶେଷକରି ଗୁଜୁରାଟରେ ୯ ଦିନ ପାଇଁ ନବରାତ୍ରିରେ ଗରବା ନୃତ୍ୟ ଦେଖିବାକୁ ମିଳେ। ଏଥର ନବରାତ୍ରୀ ଅକ୍ଟୋବର ୧୭ରୁ କରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଯାଇଛି। କରୋନା ପାଇଁ ଲୋକମାନେ ଭୟଭୀତ ଥିବା ବେଳେ ପିପିଇ କିଟ୍‌ ପିନ୍ଧି କିଛି ପିଲା ଗରବା ଖେଳୁଥିବାର ଦେଖିବାକୁ ମିଳିଛି। ଗୁଜୁରାଟର କିଛି ଫ୍ୟାସନ୍‌ ଡିଜାଇନିଂ ପିଲା ଗରବା କଷ୍ଟ୍ୟୁମ୍‌ରେ ପିପିଇ କିଟ୍‌ ସାମିଲ୍‌ କରିଛନ୍ତି। ପ୍ରଥମେ […]

coronavirus
ଦେଶରେ କୋଭିଡ୍‌ ଆକ୍ଟିଭ କେସ୍ ତଳ ମୁହାଁ; ଦେଢ଼ ମାସ ପରେ ସଂଖ୍ୟା ୮ ଲକ୍ଷ ତଳେ

ନୂଆଦିଲ୍ଲୀ: ଏବେ ତଳ ମୁହାଁ ହୋଇଛି ଦେଶରେ କୋଭିଡ ଆକ୍ଟିଭ କେସ୍। ଦୀର୍ଘ ଦେଢ଼ ମାସ ପରେ କୋଭିଡ ଆକ୍ଟିଭ ସଂଖ୍ୟା ଖସି ୮ ଲକ୍ଷ ତଳେ ରହିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦.୭୦ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ସେପ୍ଟେମ୍ବର ୧ ତାରିଖରେ ଦେଶରେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ଟିଭ କେସ […]

durga-1
ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ନୂଆଦିଲ୍ଲୀ: ଉତ୍ସବ ମୁଖର ହେଉଛି କୋଲକାତା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଚଳଚଞ୍ଚଳ ହୋଇଛି ସହର। କୋଲକାତାରେ ଏଥର ଏକ ନିଆରା ଢଙ୍ଗରେ ମେଢ଼କୁ ସଜା ଯାଇଛି। ଲକ୍‌ଡାଉନ୍ ସମୟରେ କିପରି ଏକ ପ୍ରବାସୀ ମହିଳା ଶ୍ରମିକ ନିଜ ଛୁଆମାନକୁ ଧରି ସଂଘର୍ଷ କରିଥିଲେ ସେହି ଥିମ୍‌ରେ ମେଢ଼ ନିର୍ମାଣ ହୋଇଛି। ଏହି ମେଢରେ ମାଆ ନିଜ ଛୁଆକୁ ଧରିଥିବା ଦେଖିବାକୁ ମିଳିଛି। ଯାହା ମାଆ ଦୁର୍ଗାଙ୍କ ପ୍ରତିଫଳନ ଥିବା ପୂଜା କମିଟି ପକ୍ଷରୁ କୁହାଯାଇଛି। ଧରାପୃଷ୍ଟରେ […]

suji-ape
ସୁଜି ଆପେ

ଆବଶ୍ୟକ ସାମଗ୍ରୀ: ସୁଜି, ଦହି, ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର, କଟା ଟମାଟୋ, ଲୁଣ, ଖାଇବା ସୋଢ଼ା,  ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରି ସେଥିରେ ସୋରିଷ-ଜୀରା ବଟା, କଟା ପିଆଜ, କଞ୍ଚାଲଙ୍କା ବଟା, ଭୁର୍ସୁଙ୍ଗ ପତ୍ର ଓ କଟା ଟମାଟୋ ପକାଇ ଭାଜି ରଖନ୍ତୁ। ଏବେ ଆଉ ଏକ ପାତ୍ରରେ ଦହି ଓ ପାଣି ମିଶାଇ ସେଥିରେ ସୁଜି ପକାଇ ଭଲ ଭାବେ ଗୋଳାନ୍ତୁ। […]

k
କଙ୍ଗନା ଏବଂ ତାଙ୍କ ଭଉଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ୱାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱାତ୍ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାଣ୍ଡେଲଙ୍କ ନାଁରେ ମାମଲା ଦାଏର କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଲେ ମୁମ୍ବାଇ କୋର୍ଟ। ଉଭୟ ଭଉଣୀ ଟ୍ୱିଟ୍‌ କରି ସମ୍ପ୍ରାଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ କାଷ୍ଟିଂ ନିର୍ଦ୍ଦେଶକ ସାହିଲ ଆଶ୍ରାଫ ଅଲ୍ଲୀ ସୟିଦ ଏନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ ଜୟଦେଓ ୱାଇ […]

baba
୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ନୂଆଦିଲ୍ଲୀ: ଦିଲ୍ଲୀର ‘ବାବା କା ଢାବା’। ଗତ କିଛିଦିନ ତଳେ ଅଲୋଡା ଥିବା ଏହି ହୋଟେଲ୍‌ ସାମ୍ନା ଆଜି ଲୋକାରଣ୍ୟ। ହୋଟେଲ୍‌ ମାଲିକ କାନ୍ତା ପ୍ରସାଦଙ୍କ ହୋଟେଲ୍‌କୁ କେହି ଆସୁନାହାନ୍ତି କହି କାନ୍ଦିବାର ଏକ ଭିଡ଼ିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଯାହାକୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମ ସଂସ୍ଥା ସମସ୍ତେ ତାଙ୍କ ଢାବା ନିକଟକୁ ଧାଇଁଥିଲେ। ତେବେ ଏହି ଢାବାକୁ ଯଦି ଦେଖିବେ ତେବେ ସେଠାରେ ଆପଣ କେବଳ ମାଲିକ କାନ୍ତା ପ୍ରସାଦଙ୍କୁ ନୁହେଁ […]

rohan-jaitly
ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ନୂଆଦିଲ୍ଲୀ: ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ) ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ଦିବଙ୍ଗତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ପୁଅ ରୋହନ ଜେଟ୍‌ଲୀ। ୩୧ ବର୍ଷୀୟ ରୋହନ ଏହି ପଦରେ ୨୦୨୧ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ ଟ୍ରେସର୍‌ ଓ ନିର୍ଦ୍ଦେଶକ ପଦ ପାଇଁ ନଭେମ୍ବର ୫, ୬ ଓ ୮ତାରିଖରେ ନିର୍ବାଚନ ହେବ। ନଭେମ୍ବର ୯ରେ ଫଳାଫଳ ଘୋଷଣା ହେବ। ପେଷାରେ ଓକିଲ ଥିବା ରୋହନ ଡିଡିସିଏର ଅଧ୍ୟକ୍ଷ ପଦ ପାଇଁ ଶେଷ […]

kj
ଗଙ୍ଗ୍‌ନମ୍‌ ଷ୍ଟାଇଲ୍‌ ଗୀତରେ ଡ୍ୟାନ୍ସ ସହ ନୁଡୁଲ୍ସ ପ୍ରସ୍ତୁତ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲିର ଯୁବ ପିଢ଼ି ଘର ଖାଦ୍ୟ ଅପେକ୍ଷା ଫାଷ୍ଟ ଫୁଡ୍‌କୁ ଅଧିକ ଭଲପାଉଛନ୍ତି। ତେଣୁ ରାସ୍ତା କଡ଼ରେ ଅନେକ ଛୋଟବଡ଼ ଫାଷ୍ଟ ଫୁଡ୍‌ ଦୋକାନ ଖୋଲିବାରେ ଲାଗିଛି। ତେବେ କେତେକ ଫାଷ୍ଟଫୁଡ୍‌ ଦୋକାନୀ ସେମାନଙ୍କ ଖାଦ୍ୟ ତିଆରି କରିବାରେ ଶୈଳୀକୁ ନେଇ ଆଖପାଖ ଅଞ୍ଚଳରେ ବଶ୍‌ ଚର୍ଚ୍ଚିତ ହୋଇଥାନ୍ତି। ସେମିତି ଏକ ଲେଡି ଫାଷ୍ଟଫୁଡ୍‌ ଦୋକାନୀଙ୍କ ମଜାଦାର ନୁଡୁଲ୍ସ ତିଆରି କରିବାରେ ଭିଡିଓ ଭାଇରାଲ ହେଉଛି। ଏହି ଯୁବତୀ ଜଣକ ରାସ୍ତା କଡ଼ରେ ନୁଡୁଲ୍ସ ପ୍ରସ୍ତୁତ […]

s
ସ୍ପୁଟନିକ୍-'ଭି'ର ପରୀକ୍ଷଣ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଭାରତରେ ରୁଷର କୋଭିଡ ଟିକା ସ୍ପୁଟନିକ୍-ଭିର ପରୀକ୍ଷଣ ପାଇଁ ଅନୁମତି ମିଳିଲା। ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ। ପ୍ରଥମ ପ୍ରସ୍ତାବକୁ ଖାରଜ କରିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଡକ୍ଟର ରେଡ୍ଡୀକୁ DCGI ଲାବୋରାଟୋରୀ ଅନୁମତି ଦେଇଛନ୍ତି। ଏ ସଂପର୍କରେ ଡକ୍ଟର ରେଡ୍ଡୀ ଏବଂ ରସିଆନ୍ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ (RDIF) ପକ୍ଷରୁ ଏକ ମିଳିତ ବିବୃତି ଜାରି କରାଯାଇଛି। […]

pm-modi
କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ସଂକ୍ରମିତ ରାଜ୍ୟ ଭିତରେ ଟପ୍‌-୧୦ରେ ଓଡ଼ିଶା

ନୂଆଦିଲ୍ଲୀ: ନିର୍ବାଚନ ହେଉ କି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆୟୋଜନ ଭଳି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକସିନ୍ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଭ୍ୟାକସିନ୍‌ରି ସ୍ଥିତି, ବିତରଣ ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ଲୋକଙ୍କ ପାଖରେ ଯେତେ ଶୀଘ୍ର କରୋନା ଭ୍ୟାକସିନ ପହଞ୍ଚି ପାରିବ ସେଥିପାଇଁ ସ୍ୱତନ୍ତ୍ର ବିତରଣ ବ୍ୟବସ୍ଥା କରିବାକୁ କହିଥିଲେ। ନିର୍ବାଚନ ସମୟରେ ଯେଭଁଭଳି ଭାବେ ଆୟୋଜନ […]

lpg
ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍‌ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଏଲ୍‌ପିଜି ଗ୍ୟାସ୍‌ର ହୋମ୍‌ ଡେଲିଭରି ପାଇଁ ଓଟିପି(ୱାନ୍‌ ଟାଇନ୍‌ ପାସ୍‌ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍‌ କୋଡ୍‌(DAC) ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି। ଏହି ନିୟମ ଫଳରେ ସିଲିଣ୍ଡର ଚୋରି ରୋକିହେବା ସହିତ ଠିକ୍ ଗ୍ରାହକଙ୍କୁ ଠିକ୍ ଭାବେ ସିଲିଣ୍ଡର ମିଳିବ। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଲ୍‌ପିଜି ପାଇଁ ଲାଗୁହେବାକୁ ଥିବା DAC ସିଷ୍ଟମ ପ୍ରଥମେ ୧୦୦ଟି ସ୍ମାର୍ଟ […]