ଧନ୍ବାଦ୍: JMM (Jharkhand Mukti Morcha) ନେତା ଶଙ୍କର ରୱାନି ଓ ତାଙ୍କ ପତ୍ନୀଙ୍କ ମୃତଦେହ ଘର ଭିତରୁ ମିଳିଛି। ଉଭୟଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ଉଭୟଙ୍କ ମୃତଦେହ ଧନ୍ବାଦ୍ ଜିଲ୍ଲାରେ ସେମାନଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ପୋଲିସ୍ ସୂଚନା ଅନୁସାରେ, ଶଙ୍କର ରୱାନି ଓ ତାଙ୍କ ପତ୍ନୀ ଉଭୟଙ୍କ ଶରୀରରେ ଗୁଳି ଓ ଛୁରାମାଡ଼ର ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ରବିବାର […]
ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆମେ ଏଟିଏମ୍ର ବ୍ୟବହାର କରୁ। କିନ୍ତୁ ଆପଣ ଜାଣନ୍ତି ଏହି ମେସିନ୍ର ଆବିଷ୍କାର କେବେ ହୋଇଥିଲା? ଏଟିଏମ୍ ଅର୍ଥାତ୍ ଅଟୋମେଟେଡ୍ ଟେଲର୍ ମେସିନ୍ ବ୍ୟାକିଂ ଜଗତରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିଥିଲା। ସର୍ବ ପ୍ରଥମେ ଲଣ୍ଡନରେ ଏଟିଏମ୍ର ବ୍ୟବହାର ହୋଇଥିଲା। ଯଦିଓ ଏଇଟା ମଧ୍ୟ ଶୁଣିବାକୁ ମିଳେ ଯେ, ଆଧୁନିକ ଏଟିଏମ୍ର ବ୍ୟବହାର ସର୍ବପ୍ରଥମେ ୧୯୬୯ରେ ଆମେରିକାରେ ହୋଇଥିଲା। କିନ୍ତୁ ୧୯୬୭ରେ ଲଣ୍ଡନର ବାରକ୍ଲେଜ୍ ବ୍ୟାଙ୍କର ଏକ ଶାଖାରେ ଏଟିଏମ୍ ଲଗାସରିଥିଲା। […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଅନୁଷ୍କାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ସଦସ୍ୟ ଶାହବାଜ ଅହମ୍ମଦଙ୍କ ସହ ଦେଖିବାକୁ ମିଳିଛି। ନିକଟରେ ଅନୁଷ୍କା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍ରେ ପହଞ୍ଚିଥିଲେ। ସେଠାରେ ସେ ଶାହବାଜଙ୍କ ସହ ଫଟୋ ଉଠାଇଥିଲେ। ଏହି ଫଟୋକୁ ଶାହବାଜ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ ଶେଆର କରି ସେ ଲେଖିଛନ୍ତି, […]
ହାଇଦ୍ରାବାଦ: ସୁପ୍ରିମକୋର୍ଟର ଜଣେ ବରିଷ୍ଠ ବିଚାରପତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀ। ଏନେଇ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍ଏ ବୋବ୍ଡେଙ୍କ ପାଖକୁ ଚିଠି ଲେଖି ଅଭିଯୋଗ କରିଛନ୍ତି। ଚିଠିରେ ବରିଷ୍ଠ ବିଚାରପତିଙ୍କ ବିରୋଧରେ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ରାଜ୍ୟରେ ନ୍ୟାୟପାଳିକାର ନିରପେକ୍ଷତା ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟରେ ସୁପ୍ରିମକୋର୍ଟଙ୍କ ଦ୍ୱିତୀୟ ମୁଖ୍ୟ ବିଚାରପତି ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛନ୍ତି ଜଗନମୋହନ। ଜଗନ […]
ନୂଆଦିଲ୍ଲୀ: ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂରେ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଗ୍ରାମାଞ୍ଚଳ ଲୋକଙ୍କୁ ସେମାନଙ୍କ ଜମିର ଅଧିକାର ସ୍ୱରୂପ ପ୍ରାୟ ଏକ ଲକ୍ଷ ଜମି କାଗଜପତ୍ର ପ୍ରଦାନ କରିଛନ୍ତି ମୋଦି। ଆଗମୀ ୪ ବର୍ଷ ମଧ୍ୟରେ ସମସ୍ତ କୃଷକଙ୍କୁ ସେମାନଙ୍କର ଜମି ପଟା ମିଳିଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନା ଗ୍ରାମାଞ୍ଚଳରେ ଜମିଜମା ନେଇ ଲାଗିରହିଥିବା ଦ୍ୱନ୍ଦ୍ୱ ଦୂର କରିବା ବୋଲି […]
ନୂଆଦିଲ୍ଲୀ: ଦେଶରେ କରୋନା ସୁସ୍ଥ ସଂଖ୍ୟାରେ ମାଇଲଖୁଣ୍ଟ ଅତିକ୍ରମ କରିଛି ଭାରତ। ଆଜି ସୁସ୍ଥ ସଂଖ୍ୟାକୁ ମିଶାଇ ଦେଶରେ ୬୦ ଲକ୍ଷରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଦେଶରେ ୭୦ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ଆମେରିକାର ଏହାର ସଂଖ୍ୟା ୭୬ ଲକ୍ଷ ରହିଛି। ଗତ ୨୪ ଘଣ୍ଟାରେ ୭୪,୩୮୩ ନୂଆ କରୋନା ଆକ୍ରାନ୍ତ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପାଇଁ ଲଦାଖ ସୀମାରେ ଚୀନ ଏପରି ଆକ୍ରମଣାତ୍ମକ ରୂପ ଦେଖଉଛି ବୋଲି କହିଛନ୍ତି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। ଧାରା ୩୭୦ ଉଚ୍ଛେଦକୁ ଚାଇନା ଆଦୌ ଗ୍ରହଣ କରି ନାହିଁ। ଏଥିପାଇଁ ଲଦାଖ ସୀମାରେ ଚୀନ ଏପରି ସ୍ଥିତି କରିଛି। ଚୀନ ସହଯୋଗରେ ପୁଣିଥରେ ଏହି ଧାରା ଲାଗୁ ହେବା ନେଇ ଆଶା କରୁଛି ବୋଲି ଫାରୁକ କହିଛନ୍ତି। ସେ କହିଛନ୍ତି “ଲଦାଖ ସୀମାରେ ଚାଇନା […]
ଦୁବାଇ: ଆଇପିଏଲର ୨୬ ତମ ମ୍ୟାଚ୍ରେ ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଷ୍ଟିଭ୍ ସ୍ମିଥ୍ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍ରେ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜସ୍ଥାନ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ତେବେ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍ର ଟାର୍ଗେଟ୍ ଦେଇଛି। ଆଜି ମ୍ୟାଚ୍ରେ ଖେଳୁଛନ୍ତି: ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ: ଡେଭିଡ ୱାର୍ଣ୍ଣର (କ୍ୟା), ଜନି ବେୟାରଷ୍ଟୋ […]
ବକ୍ସର: ଉତ୍ତରପ୍ରଦେଶ ପରେ ଏବେ ବିହାରରେ ବି ଛାତି ଥରାଇ ଦେଲା ଭଳି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରବିବାର ବିହାର ବକ୍ସର ଠାରେ ଜଣେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହିତ ତାଙ୍କ ୫ ବର୍ଷର ଝିଅକୁ ହତ୍ୟା କରି ମହିଳାଙ୍କ ଶାଢ଼ିରେ ବାନ୍ଧି ଉଭୟଙ୍କୁ ବୁଦା ଭିତରକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳ ଦେଇ ଯାଉଥିବା ଗାଁ ଲୋକେ ପ୍ରଥମେ ମହିଳାଙ୍କୁ ବେହୋସ୍ ଅବସ୍ଥାରେ ଦେଖିବା ପରେ ଖବର ବ୍ୟାପୀ ଯାଇଥିଲା। ଏହାପରେ ଉକ୍ତ […]
ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍ ପୂର୍ବରୁ ମ୍ୟାଚ୍କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍ରେ ରିୟାନ୍ ଏକ ଛକା ମାରି ମ୍ୟାଚ୍କୁ ଜିତାଇଥିଲେ। ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ […]
ଲକ୍ଷ୍ନୌ:ହଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ହେବ ଆଜି ଶୁଣାଣି । ଆଲହାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଏହି ମାମଲାର ଶୁଣାଣି ହେବ। ଜଷ୍ଟିସ ପଙ୍କଜ ମିତ୍ତଲ ଏବଂ ଜଷ୍ଟିସ୍ ରାଜନ ରାୟଙ୍କ ବେଞ୍ଚ ଶୁଣାଣି କରିବ। ଅପରାହ୍ନ ୨.୧୫ରେ ଶୁଣାଣି ଆରମ୍ଭ ହେବ। ଅକ୍ଟୋବର ୧ରେ ହାଇକୋର୍ଟ ଏହି ମାମଲାରେ ଏସିଏମ, ଡିଜିପି, ଏଡିଜି ( ଲ ଆଣ୍ଡ ଅର୍ଡର), ହାଥରସ ଡିଏମ ଏବଂ ଏସପିଙ୍କୁ କୋର୍ଟ ସମନ ଜାରି କରିଥିଲେ। ଏଥି ସହିତ ମୃତ […]
ଅହମଦାବାଦ: ପୋଲିସ୍ ହାତରେ ଧରାପଡ଼ିଲା କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ୫ ବର୍ଷର ଝିଅକୁ ଧମକ ଦେଇଥିବା ନାବାଳକ। ରବିବାର ଦିନ ଗୁଜରାଟ କଚ୍ଛ ଜିଲ୍ଲାରୁ ଏହି ୧୬ ବର୍ଷୀୟ ନାବାଳକଙ୍କୁ ପୋଲିସ୍ ଧରିବା ସହ ତାଙ୍କୁ ଅଟକ ରଖିଛି। ଚଳିତ ଆଇପିଏଲ୍ରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱ ଟିମ୍ ଚେନ୍ନାଇ ସୁପର୍ କିଙ୍ଗସ୍(CSK) ଭଲ ପ୍ରଦର୍ଶନ କରୁ ନ ଥିବା ଦେଖିବାକୁ ମିଳିଛି। ଲଗାତର ଭାବେ CSK ପରାଜୟର ସାମ୍ନା କରୁଥିବା ଯୋଗୁ ଏହାକୁ ନେଇ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଜାମିନ ମିଳିବା ପରେ ଓକିଲଙ୍କ ମୁହଁରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ରିୟା ଚକ୍ରବର୍ତ୍ତୀ। ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ଭ୍ରମାତ୍ମକ ଖବର ଦେଉଥିବା ତଥା ଉସ୍କାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୂଚନାଥାଉ କି, ଏହି ମାମଲାରେ ଏନସିବି ସେପ୍ଟେମ୍ବର ୮ ତାରିଖ ଡ୍ରଗ୍ସ କାରବାରରେ ଜଡ଼ିତ ଥିବା ଅଭିଯୋଗରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ କରୁଥିବା ସିବିଆଇ ପୁଣି ଥରେ ଆକ୍ସନ୍ ମୁଡକୁ ଆସିଛି। କିଛି ଦିନର ବ୍ୟବଧାନ ପରେ ମାମଲାକୁ ନେଇ ଖୋଲତାଡ଼ ଆରମ୍ଭ କରିଛି। ମୃତ୍ୟୁ ପୂର୍ବ ଦିନ ଅର୍ଥାତ ଜୁନ୍ ୧୩ରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଭେଟିଥିବା ଖବରକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ମୃତ୍ୟୁ ପୂର୍ବଦିନ ସୁଶାନ୍ତ ରିୟାଙ୍କୁ ଭେଟିଥିବା ନେଇ କିଛି ପଡ଼ୋଶୀ ଦାବି କରିଥିଲେ। ଏହି ଘଟଣାକୁ ନେଇ ଏବେ ସିବିଆଇ ଏମାନଙ୍କୁ […]
ନୂଆଦିଲ୍ଲୀ: ଏ ଜୀବନ ମାତୃଭୂମି ପାଇଁ। ଆଉ ଜୀବନର ପ୍ରତିଟି ମୁହୂର୍ତ୍ତ ମାଟି ମାଆର ସୁରକ୍ଷା କରୁଥିବା ଯବାନଙ୍କ ପାଇଁ। ଏହି ଉକ୍ତିକୁ ବେଶ ଭଲ ଭାବେ ବୁଝିଛି କୁନି ପିଲାଟି। ସେଥିପାଇଁ ବୋଧହୁଏ ଘର ସାମ୍ନା ଦେଇ ଯାଉଥିବା ଯବାନଙ୍କ କାର୍କେଡକୁ ପ୍ରତିଦିନ ସାଲୁଟ୍ କରୁଛି। ଏପରି କରିବାକୁ ନା ତାକୁ କିଏ ଶିଖେଇଛି ନା କିଏ ନିର୍ଦ୍ଦେଶ ଦେଇଛି। ତଥାପି ତା’ର ଡ୍ୟୁଟିରେ ସେ କେବେ ଖିଲାପ କରୁନି। ଲଦାଖର ଏହି ଭିଡିଓ ଏବେ […]
ମୁମ୍ବାଇ: ଜି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ସା ରେ ଗା ମା ପା ଲିଟିଲ୍ ଚାମ୍ପସ୍’ର ବିଜେତା ଘୋଷଣା କରାଯାଇଛି। କେରଳର ଆର୍ଯ୍ୟାନନ୍ଦା ବାବୁ ତାଙ୍କ ସ୍ୱରର ଯାଦୁ ଦେଖାଇ ଏହି ଟାଇଟେଲ୍ ହାତେଇ ନେଇଛନ୍ତି। ରବିବାର ଦିନ ଏହି ଶୋ’ର ଗ୍ରାଣ୍ଡ ଫିନାଲେ ଥିଲା। ଟପ୍ ୩ରେ ଆର୍ଯ୍ୟାନନ୍ଦାଙ୍କ ସହ ରଣିତା ବାନାର୍ଜୀ ଏବଂ ଗୁରୁକିରତ ସିଂ ରହିଥିଲେ। ଏହି ଦୁଇ ଜଣଙ୍କୁ ମାତ୍ ଦେଇ ଶେଷରେ ଆର୍ଯ୍ୟାନନ୍ଦା ଏହି ସିଜନ୍ର […]