Advertisment

Mohan Charan Majhi: ବଦଳିଲା ସିଏମଙ୍କ ବାସଭବନ ଠିକଣା; ନୂଆ ଘରକୁ ଗଲେ ମୁଖ୍ୟମନ୍ତ୍ରୀ

ଗୃହ ପ୍ରବେଶ କରିବା ପୂର୍ବରୁ ୨ଟି ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସହ ଗୃହ ପ୍ରବେଶ କରିଥିଲେ। ଜେ.ବି ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ପରେ ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ୨୬ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି ପଡ଼ିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
CMO

CMO

ବଦଳିଲା ସିଏମଙ୍କ ବାସଭବନ ଠିକଣା। ଆଉ ଗାନ୍ଧି ମାର୍ଗ ନୁହେଁ ଏବେ ସିଏମ ରହିବେ ରାଜ ଭବନ ମାର୍ଗରେ ଥିବା ସରକାରୀ ବାସଭବନରେ। ଆଜି ନୂଆ ସରକାରୀ ବାସ ଭବନରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ରାଜଭବନ ମାର୍ଗରେ ଥିବା ସିଏମଙ୍କ ସରକାରୀ ବାସଭବନକୁ ନିର୍ଦ୍ଧାରିତ ଶୁଭ ସମୟ ୧୦ଟା ୪୭ ମିନିଟ୍‌ରେ ଆଜି  ଗୃହ ପ୍ରବେଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୋଟିପତି ଡେପୁଟି କମିଶନର; ବାବୁଙ୍କ ଘରେ କି ସୁନା?

ଗୃହ ପ୍ରବେଶ କରିବା ପୂର୍ବରୁ ୨ଟି ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ। ପରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସହ ଗୃହ ପ୍ରବେଶ କରିଥିଲେ। ଜେ.ବି ପଟ୍ଟନାୟକ ଓ ଗିରିଧର ଗମାଙ୍ଗ ପରେ ଏହି ସରକାରୀ ବାସଭବନ ଖାଲି ପଡ଼ିଥିଲା। ୨୬ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଖାଲି ପଡ଼ିଥିଲା।

ବିଜେପି ସରକାର କରିବା ପରେ ପ୍ରାୟ ୮ମାସ ପରେ ମୁଖ୍ୟମନ୍ତ୍ରୀ ସରକାରୀ ବାସଭବନକୁ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗାନ୍ଧୀ ମାର୍ଗରେ ଥିବା କ୍ୱାର୍ଟର୍ସରେ ରହୁଥିଲେ। ମୁଖ୍ୟମନ୍ତ୍ରୀ ବିଧାୟକ ଓ ମୁଖ୍ୟ ସଚେତକ ଥିବାବେଳେ ଯେଉଁଠି ରହୁଥିଲେ, ଏବେ ସେଠାରେ ରହୁଥିଲେ।

Advertisment

ଜଣେ ପୂଜକ କହିଛନ୍ତି, ପ୍ରଥମେ ଗୋମାତାକୁ ପୂଜା କରାଯାଇଥିଲା। ତା’ପରେ ପୂଜାର୍ଚ୍ଚନା ପରେ ମୁଖ୍ୟମନ୍ତ୍ରୀ ଗୃହ ପ୍ରବେଶ କରିଥିଲେ। ଏବେବି ପୂଜାର୍ଚ୍ଚନା ଚାଲିଛି।

ଅଧିକ ପଢ଼ନ୍ତୁ: ଅଧା ରହିଲା ମାଟ୍ରିକ ପରୀକ୍ଷା; କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

CMO Mohan Charan Majhi
Advertisment
Advertisment