• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

nirbhaya
ନିର୍ଭୟା ମାମଲା: ନୂଆ ଡେଥ୍‌ ୱାରେଣ୍ଟ ଜାରି ପାଇଁ ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଦୋଷୀଙ୍କୁ ପୃଥକ ପୃଥକ ଭାବେ ଫାଶୀ ଖୁଣ୍ଟରରେ ଝୁଲାଇବା ଦାବି କରି କେନ୍ଦ୍ର ଓ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଏହି ଆବେଦନର ଜରୁରୀ ଶୁକ୍ରବାର ଏହାର ଶୁଣାଣି ହେବ। ହେଲେ ନିର୍ଭୟା ଘଟଣାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ବା ମୃତ୍ୟୁ ପରୱାନା ଜାରି କରିବାକୁ ତିହାର ଜେଲ୍‌ କର୍ତ୍ତୃପକ୍ଷ ଆଜି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ପୂର୍ବରୁ […]

pm
ରାହୁଲ୍‌ଙ୍କୁ ଟ୍ୟୁବ୍‌ ଲାଇଟ ସହ ତୁଳନା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଲୋକସଭାରେ ଏକ ଭିନ୍ନ ଅନ୍ଦାଜରେ ଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ଅବସରରେ ନିଜର ମତ ରଖିଥିଲେ। ମତ ରଖି ନ ଥିଲେ ତ, ଯେମିତି ବିରୋଧୀଙ୍କୁ ଉତ୍ତର ଦେବାକୁ ଏକ ମୌକା ପାଇଥିଲେ। ଉଦବୋଧନ ଦେବା ବେଳେ ଏକ ଭିନ୍ନ ଅନ୍ଦାଜରେ ବିରୋଧୀଙ୍କୁ ଉତ୍ତର ଦେଇଥିଲେ ମୋଦି ।  ନିଜ ସରକାରଙ୍କ ସଫଳତା ବକ୍ଷାଣିବା ସହ ଏକଦମ୍‌ ମଜାଳିଆ ଢଙ୍ଗରେ ବିରୋଧୀଙ୍କୁ ସମାଲୋଚନା କରିଥିଲେ। […]

murder-1
ବନ୍ଧୁଙ୍କ ସହ ଆଣ୍ଡାମାନ ବୁଲି ଯାଇଥିଲେ, ଇଞ୍ଜିନିୟରଙ୍କୁ ବାନ୍ଧିନେଲା ପୋଲିସ..

ବେଙ୍ଗାଲୁରୁ: ମା’ର ତୁଳନା ନାହିଁ। ସ୍ୱର୍ଗଠାର ମା’ ମହିଆନ୍‌। ହେଲେ ପିଲା ବଡ଼ ହୋଇଗଲେ କ’ଣ ଏସବୁର ମାନେ କିଛି ରୁହେନା ?  ଯଦି ଏହାକୁ ଅନୁଭବ କରୁଥାନ୍ତେ ତେବେ ଅମ୍ରିତା ଚନ୍ଦ୍ରଶେଖର କ’ଣ ଏପରି କରିପାରିଥାନ୍ତେ ? ନିଜ ମା’ଙ୍କୁ ହତ୍ୟା କରି, ସାନ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଆଣ୍ଡାମାନ୍‌ ବୁଲିବାକୁ ଯାଇଥାନ୍ତେ ? ଅମ୍ରିତା ବେଙ୍ଗାଲୁରୁର ଜଣେ ସଫ୍ଟଓୟାର ଇଞ୍ଜିନିୟର। ସେ ତାଙ୍କ ମା’ଙ୍କୁ ହତ୍ୟା କରିବା ସହ ସାନ ଭାଇକୁ ରକ୍ତାକ୍ତ […]

kerala
ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରୁଛି ମଦ

ଥିରୁଅନନ୍ତପୁରମ୍‌: ଟ୍ୟାପ୍‌ ଖୋଲିଲେ ପାଣି ନୁହେଁ, ବାହାରିବ ମଦ। ସତରେ ଯଦି ଏମିତି ହୁଅନ୍ତା, ମଦପ୍ରେମୀମାନେ କେତେ ଖୁସି ନ ହୁଅନ୍ତେ ! ତେବେ କେରଳରେ ଏମିତି ଏକ ଘଟଣା ଘଟିଛି। ତ୍ରିସୁର ଜିଲ୍ଲାର ସୋଲମନ ଏଭିନ୍ୟୁର ଫ୍ଲାଟରେ ଟ୍ୟାପ୍‌ ଖୋଲିଲେ ଆସୁଛି ମଦ। ସବୁଠାରୁ ମଜା କଥା ହେଉଛି ଏଥିପାଇଁ ସେମାନଙ୍କୁ ପଇସା ଦେବାକୁ ପଡ଼ୁନି। ଏହି ଖବର ଗୋଟିଏ ମୁହୂର୍ତ୍ତରେ ପ୍ରଚାର ହୋଇଗଲା। ସମସ୍ତେ ଆଶ୍ଚର୍ଯ୍ୟ । ରାତିରେ ଆସୁଥିଲା ପାଣି। ସକାଳୁ ମଦ […]

bhagirathi
୪ର୍ଥ ଶ୍ରେଣୀ ପାସ୍‌ କଲେ ଦେଶର ସବୁଠାରୁ ବୟସ୍କ ଶିକ୍ଷାର୍ଥୀ

ନୂଆଦିଲ୍ଲୀ:ଦେଶର ସବୁଠାରୁ ବୟସ୍କ ଛାତ୍ରୀ କିଏ ? ଜାଣନ୍ତି କି ଏହି ପ୍ରଶ୍ନର ଉତ୍ତର ? ଉତ୍ତର ହେଉଛି ଭଗୀରଥି ଅମ୍ମା। ସେ ନିକଟରେ ପାସ୍‌ କରିଛନ୍ତି ୪ର୍ଥ ଶ୍ରେଣୀ। ତାଙ୍କର ବୟସ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବୟସ ତାଙ୍କର ୧୦୫ ବର୍ଷ। ଗତବର୍ଷ ସେ ରାଜ୍ୟ ସାକ୍ଷରତା ଅଭିଯାନ ପକ୍ଷରୁ କୋଲ୍ଲମରେ ଆୟୋଜିତ ପରୀକ୍ଷାରେ ସାମିଲ୍‌ ହୋଇଥିଲେ। ଏହି ପରୀକ୍ଷାର ଫଳ ଗତ ବୁଧବାର ବାହାରିଛି। ଭଗୀରଥୀଙ୍କର ପିଲାବେଳୁ ପାଠପଢିବାକୁ ଚାହୁଁଥିଲେ। ହେଲେ ତାଙ୍କର ସ୍ୱପ୍ନ […]

carona
କରୋନା ଭୟ: ମୃତକଙ୍କ ସଂଖ୍ୟା ଲୁଚଉଛି ଚୀନ !

ନୂଆଦିଲ୍ଲୀ:ଚୀନ୍‌ରେ ଘାତକ କରୋନା ଭାଇରସ୍‌ରେ ବୁଧବାର ୭୩ ଜଣଙ୍କର ଜୀବନ ଯାଇଛି। ଏଥିସହିତ ମୃତ୍ୟୁ ସଂଖ୍ୟା ୫୬୩ରେ ପହଞ୍ଚିଛି। ପ୍ରାୟ ୨୮,୦୧୮ ଜଣ ଏହି ବିଷାକ୍ତ ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଚୀନ୍‌ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ପ୍ରାଣ ହରାଇଥିବା ୭୩ ଜଣଙ୍କ ମଧ୍ୟରୁ ୭୦ ଜଣ ବୁହାନ୍‌ର। ତେବେ ତାଇବାନ୍‌ର ଏକ ସମାଚାର ପତ୍ର ତାଇବାନ୍‌ ନ୍ୟୁଜ୍‌ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଚୀନ୍‌ କରୋନା ଭାଇରସ୍‌ରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା […]

money
ଫୁଲ ବିକାଳିଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା !

ବେଙ୍ଗାଲୁର: ଫୁଲବିକି ପରିବାର ଚଳାଉଥିଲେ। କଷ୍ଟମଷ୍ଟେ ଗୁଜରାଣ ମେଣ୍ଟୁଥିଲା। ଟଙ୍କା ସଞ୍ଚିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖିବାର ସ୍ୱପ୍ନ ତାଙ୍କ ଆଖିରେ ନ ଥିଲା। କାରଣ ସେମାନଙ୍କ ଆକାଉଣ୍ଟରେ ଟଙ୍କା ହିଁ ନ ଥିଲା। ପତ୍ନୀଙ୍କ ଆକାଉଣ୍ଟରେ ଥିଲା ମାତ୍ର ୬୦ ଟଙ୍କା। ହେଲେ ହଠାତ୍‌ ଏକ ଖବର ସେମାନଙ୍କୁ ସ୍ୱପ୍ନ ଦେଖିବାକୁ ବାଧ୍ୟ କଲା। ସେମାନେ ଜାଣିବାକୁ ପାଇଲେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଅଛି ୩୦ କୋଟି ଟଙ୍କା। ହଁ, ଗପ ନୁହେଁ, ଏକ୍‌ ଦମ […]

ayodhya
ମସ୍‌ଜିଦ୍‌ ପାଇଁ ଅଯୋଧ୍ୟାରେ ଜମି ଚହ୍ନଟ କଲେ ସରକାର

ନୂଆଦିଲ୍ଲୀ: ସୁପ୍ରିମ ନିର୍ଦ୍ଦେଶ ଅନୁସାରେ ସୁନ୍ନି ଓ୍ୱାକଫ ବୋର୍ଡ଼କୁ ପାଞ୍ଚ ଏକର ଜମି ଦେବା ପାଇଁ ସହମତି ପ୍ରକାଶ ପାଇସାରିଛି। ଉତ୍ତର ପ୍ରଦେଶ ସରକାର ଏଥିପାଇଁ ଜମି ଦେଇ ସାରିଛନ୍ତି। ମସଜିଦ ନିର୍ମାଣ ପାଇଁ ଉତ୍ତର ପ୍ରଦେଶ ସରକାର କେନ୍ଦ୍ରକୁ ତିନୋଟି ଜମି ବାବଦରେ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ତା ମଧ୍ୟରୁ ଗୋଟିଏ ବାଛିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ଅଯୋଧ୍ୟାରେ ପ୍ରସ୍ତାବିତ ରାମ ମନ୍ଦିରର ଟ୍ରଷ୍ଟ ‘ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର’ […]

sara-1
ଭଲ ହୋଇଛି, ମୋ ବାପା-ମା’ ଅଲଗା ରହୁଛନ୍ତି-ସାରା

ମୁମ୍ବାଇ:ସାରା ଅଲ୍ଲି ଖାନ୍‌। ବଲିଉଡରର ବେଫିକର, ବେଧଡକ ଆଉ ଜଣେ ଚମକ୍‌ଦାର ତାରକା। ଯାହା କୁହନ୍ତି, ମନ ଖୋଲି କୁହନ୍ତି। କେଦାରନାଥ ଏବଂ ସିମ୍ବା ଫିଲ୍ମ ପରେ ତାଙ୍କର ଫିଲ୍ମ ‘ ଲଭ ଆଜ କଲ’ ରିଲିଜ ଅପେକ୍ଷାରେ। ବାପା-ମା’ ଏମାନଙ୍କ ମଧ୍ୟରୁ କାହାର ପ୍ରଭାବ ଆପଣଙ୍କ ଉପରେ ବେଶି ପଡ଼ିଛି ? ଏପରି ଏକ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଦେଇ ସାରା ଇମୋଶନାଲ ହୋଇ ଯାଇଥିଲେ। କହିଥିଲେ, ‘ମୁଁ ମୋ ବାପାଙ୍କୁ ବହୁତ୍‌ ଭଲ ପାଏ। […]

kareena-1
ଭାଇଙ୍କ ରିସେପ୍‌ସନ ପାର୍ଟିରେ କରିସ୍ମା-କରୀନାଙ୍କ ଜବରଦସ୍ତ ଡ୍ୟାନ୍ସ

ନୂଆଦିଲ୍ଲୀ:କରୀନା କାପୁରଙ୍କ ଭାଇ ତଥା ବଲିଉଡ ଆକ୍ଟର ଅରମାନ ଜୈନଙ୍କ ବିବାହ ଗତ ୩ ତାରିଖରେ ଶେଷ ହୋଇ ଯାଇଛି। ସେ ଅନିଶା ମାଲ୍‌ହୋତ୍ରାଙ୍କୁ ବିବାହ କରିଛନ୍ତି। ରିସେପ୍‌ସନ ପାର୍ଟି ଥିଲା ବେଶ ଚମକ୍‌ଦାର। ଅରମାନ-ଅନିଶା ଯେତିକି ଚମକୁଥିଲେ, ତା’ଠଶରୁ ବେଶ  ଚମକୁ ଥିଲେ ବଲିଉଡ୍‌ର ତାରକାମାନେ। ତେବେ କରୀନା-କରିସ୍ମାଙ୍କ ନାଚ ସମସ୍ତଙ୍କ ଆଖି ଟାଣି ନେଇଥିଲା। ରିମା ଜୈନ, ରଣଧିର କପୁର(କରୀନା-କରିସ୍ମାଙ୍କ ବାପା) ଏବଂ ଋଷି କାପୁର ଭାଇ ଭଉଣୀ। ଅରମାନ ରିମାଙ୍କ ପୁଅ। ତେଣୁ […]

122333
ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲା କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ରାମମନ୍ଦିର ନିର୍ମାଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା । ରାମ ମନ୍ଦିର ନିର୍ମାଣ ପାଇଁ ଗଠନ କରାଗଲା ଏକ ଟ୍ରଷ୍ଟ। ଏହାକୁ ଆଜି କେନ୍ଦ୍ର କ୍ୟାବିନେଟର ମଂଜୁରୀ ମିଳିଛି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ଘୋଷଣା କରିଛନ୍ତି। ନୂତନ ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ରଖାଯାଇଛି। ଏହି ଟ୍ରଷ୍ଟ ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ନିଷ୍ପତ୍ତି ନେବା ସହ ମନ୍ଦିର ସମ୍ପର୍କିତ ଅନ୍ୟ ବିଷୟରେ ମଧ୍ୟ ଚୂଡାନ୍ତ ନିଷ୍ପତ୍ତି […]

election
ଦିଲ୍ଲୀ ନିର୍ବାଚନ: ୩ ଦଳଙ୍କ ମଧ୍ୟରେ ଚାଲିଛି ଏମିତି ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଲଢେଇ। ଆସନ୍ତାକାଲି ସରୁଛି ପ୍ରଚାର । ପ୍ରଚାର ପାଇଁ ସମୟ ସରି ସରି ଆସୁଥିବାରୁ ସବୁ ପ୍ରମୁଖ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ଦିଲ୍ଲୀରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ପ୍ରଚାର ମଇଦାନରେ ବେଶ କସରତ କରୁଛିି ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ୨୪୦ ଏମ୍ପି ବିଜେପି […]

delhi
ନିିର୍ଭୟା ମାମଲା:ଡେଥ୍ ୱାରେଣ୍ଟ ସ୍ଥଗିତ ଉପରେ ଆଜି ଶୁଣାଣି

ନୂଆଦିଲ୍ଲୀ: ନିିର୍ଭୟା ମାମଲାରେ କେନ୍ଦ୍ର ସରକାର ଓ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଆଜି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ତଳକୋର୍ଟରେ ୪ ଦୋଷୀଙ୍କ ଡେଥ୍ ୱାରେଣ୍ଟ ସ୍ଥଗିତ କରାଯିବା ନେଇ ହାଇକୋର୍ଟରେ ଚାଲେଞ୍ଜ କରାଯାଇଥିଲା ।ତଳକୋର୍ଟଙ୍କ ସ୍ଥଗିତାଦେଶ ଉପରେ ଚାଲେଞ୍ଜ କରିଥିଲେ କେନ୍ଦ୍ର ସରକାର।  ତିହାର ଜେଲ କର୍ତ୍ତୃପକ୍ଷ ମଧ୍ୟ ସ୍ଥଗିତାଦେଶ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ କରିଥିଲେ। ଦୋଷୀଙ୍କୁ ଅଲଗା ଅଲଗା ଫାଶି ଦିଆଯାଉ। ୪ ଦୋଷୀଙ୍କ ମଧ୍ୟରୁ […]

Capture
କେବଳ ଟ୍ୱିଟର ପାଇଁ ମୃତ୍ୟୁ ମୁହଁରୁ ଫେରି ଆସିଲା ଜୀବନ

ମୁମ୍ବାଇ:ସୋଶାଲ ମିଡିଆ ଯୋଗାଯୋଗ ପାଇଁ, ଭାବର ଆଦାନପ୍ରଦାନ ପାଇଁ…ସାଧାରଣତଃ ଏମିତି କିଛି ଧାରଣା ଅଧିକାଂଶ ଲୋକଙ୍କ ମନରେ ଥାଏ।  ହେଲେ ସୋଶାଲ ମିଡିଆ ଜୀବନକୁ ମୃତ୍ୟୁ ମୁହଁରୁ ଟାଣିଆଣେ। ଏମିତି ଏକ ଘଟଣା ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ। ରବିବାର ଦିନର ଘଟଣା। ମୁମ୍ବଇ ପୋଲିସର ସୋଶାଲ ମିଡିଆ ୱିଙ୍ଗରେ କାମ କରୁଥିବା ଜଣେ କନ୍‌ଷ୍ଟେବଲ ସମୀର ସାଲୱେ ଟ୍ୱିଟରରେ ଏକ ପୋଷ୍ଟ ଦେଖିଲେ। ପୋଷ୍ଟଟିକୁ ପଢି  ପ୍ରଥମେ ଚମକି ଉଠିଲେ। ପୋଷ୍ଟରେ ଲେଖା ଯାଇଥିଲା, ‘ଯଦି […]

21_01_2019-13hts_court_symble_18874980
ଖାକି ବର୍ଦ୍ଦି ତଳେ ହତ୍ୟାକାରୀ ଲୁଚିଥିଲେ ୧୯ ବର୍ଷ

ବରେଲି: ହତ୍ୟାକାଣ୍ଡ ପରି ଜଘନ୍ୟ ଅପରାଧରୁ ବର୍ତ୍ତିବା ଏତେ ସହଜ ନୁହେଁ। ଯେଉଁଠି ଲୁଚିଲେ ବି ପୋଲିସ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ହେଲେ ଯଦି ଜଣେ ଅପରାଧୀ ପୋଲିସ ପୋଷାକ ତଳେ ଲୁଚିବ, କେଉଁ ପୋଲିସ ତାକୁ ଖୋଜିବ ? ଉତ୍ତରପ୍ରଦେଶ ବରେଲିର ଜଣେ ହତ୍ୟା ଅପରାଧୀ ଦୀର୍ଘ ୧୯ ବର୍ଷ ଧରି ଖାକି ବର୍ଦ୍ଦି ଭିତରେ ନିଜକୁ ଲୁଚାଇ ରଖିଲେ, ହେଲେ ଶେଷରେ ଧରା ପଡ଼ିଛନ୍ତି। ମୁକେଶ କୁମାର ନାମକ ଏହି ଅପରାଧୀ […]

madhu-babu
ଦିନେ ମଧୁବାବୁଙ୍କ ଚୁଟି କାଟି ଦେଇଥିଲେ ଦୁଷ୍ଟ ସହପାଠୀ: ତା ପରେ...

ଉତ୍କଳର ବର ପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସ। ଯାହାଙ୍କୁ ସାରା ଓଡ଼ିଶା ମଧୁବାବୁ ଓ ମଧୁବାରିଷ୍ଟର ନାମରେ ଜାଣିଛି। ଓଡ଼ିଆ ଜାତିର ଅସ୍ମିତାର ବାର୍ତ୍ତାବହ ଏହି ସ୍ୱାଭିମାନି ପୁରୁଷଙ୍କ ପାଇଁ ରାଜ୍ୟ ସବୁବେଳେ ଗର୍ବ କରେ। ଆଜି ସେହି ମହାନ ଆତ୍ମାଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କରି ସ୍ମରଣାର୍ଥେ ମିହିର୍‌ ପଟ୍ଟନାୟକଙ୍କର ଏହି ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ। ଓଡ଼ିଆ ଘରେ କଥାଟାଏ ଅଛି, “ବୋପା ତେଲ ସାଥିରେ ନଣ୍ଡା, ପୁଅ ବେଣ୍ଟେଇ ବାଳ ରଖୁଛି।” ପିଲାବେଳେ ଏହି […]

siachin-facts-india
ଏମିତି ଦୟନୀୟ ସ୍ଥିତିରେ ସୀମାନ୍ତ ଜଗିଛନ୍ତି ଭାରତୀୟ ଯବାନ

ନୂଆଦିଲ୍ଲୀ: ଭାରତୀୟ ସେନାର ଦୟନୀୟ ଜୀବନଯାତ୍ରାର ଏକ କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ହିମାଳୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ନା ମିଳୁଛି ଆବଶ୍ୟକ ପରିମାଣ ଖାଦ୍ୟ, ନା ପୋଷାକ…। ତଥାପି କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି, ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି। ସିଆଚେନ ଭଳି ବରଫାଞ୍ଚଳରେ ମୁତୟନ ଥିବା ଯବାନଙ୍କୁ ଉପଯୁକ୍ତ ପରିମାଣର ଖାଦ୍ୟ ଯୋଗାଇ ଦିଆଯାଉନାହିଁ । ଶତ୍ରୁର […]

corana
ଡରାଉଛି କରୋନା; ମୃତ୍ୟୁ ସଂଖ୍ୟା ୪୨୫ ଛୁଇଁଲା

ନୂଆଦିଲ୍ଲୀ: ଚୀନ୍‌ରେ ଚିନ୍ତା ବଢାଇଛି କରୋନା ଭାଇରସ୍ । ବର୍ତ୍ତମାନ ସୁଦ୍ଧା ଚୀନ୍‌ରେ କରୋନାରେ ୪୨୫ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ରବିବାର ଗୋଟିଏ ଦିନରେ ୬୪ଜଣଙ୍କ ମୃତ୍ୟୁ ଘଟିଥିଲା। ଏ ଯାଏ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେବାପରେ ସାରା ଚୀନବାସୀଙ୍କ ନିଦ ହଜିଯାଇଛି। ଭାରତ ସମେତ ୨୫ରୁ ଅଧିକ ଦେଶକୁ ଡେଇଁଲାଣି ଏହି ଭୂତାଣ॥ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ମୁକାବିଲା ପାଇଁ ଗୃହ, ବେସାମରିକ ବିମାନ ଚଳାଚଳ […]