• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

TOPSHOT-CHINA-HEALTH-VIRUS
ଅଣାୟତ୍ତ ହେଉଛି କରୋନା; ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ:ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି। ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା […]

Coro660
ଦିଲ୍ଲୀରେ କରୋନା; ୩ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଚାଇନାରେ ଜୀବନ ନେଉଥିବା ପ୍ରାଣଘାତୀ କରୋନା ଭାଇରସର ଭୟ ଭାରତର ଦିଲ୍ଲୀରେ ଦେଖିବାକୁ ମିଳିଛି। ଆଜି ଏହି ଭୟଙ୍କର ଭାଇରସରେ ସଂକ୍ରମଣ ହୋଇଥିବା ସନ୍ଦେହରେ ୩ ଜଣଙ୍କୁ ଦିଲ୍ଲୀର ରାମ ମନୋହର ଲୋହିଆ(ଆରଏମଏଲ) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଚାଇନା ନାଗରିକ। ଏହି ଚାଇନିଜ ନାଗରିକ ଦ୍ୱୟ ଜାନୁଆରୀ ୧ ଓ ଜାନୁଆରୀ ୨୯ରେ ଭାରତ ଆସିଥିଲେ। ସେହିପରି ତୃତୀୟ ସନ୍ଦିଗ୍ଧ ଜଣଙ୍କ ବୟସ ୩୪ ବର୍ଷ। ସେ ଗତବର୍ଷ ନଭେମ୍ବରରୁ […]

note
ଭାରତକୁ ନକଲି ନୋଟ ପଠାଉଥିଲା ପାକିସ୍ତାନ, ଧରିଲା କ୍ରାଇମ୍‌ବ୍ରାଞ୍ଚ

ମୁମ୍ୱାଇ: ମୁମ୍ୱାଇରୁ ଜବତ ହେଲା ନକଲି ନୋଟ। କ୍ରାଇମ ବ୍ରାଞ୍ଚ ଟିମ୍ ଆଜି ମୁମ୍ବାଇ ବିମାନ ବନ୍ଦରରୁ  ୨୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଦୁବାଇରୁ ଆସୁଥିବା ଜଣେ ବ୍ୟକ୍ତି ଏହି ନକଲି ନୋଟ ନେଇ ଆସିଥିଲେ। ସେ  ମୁମ୍ୱାଇ ବିମାନ ବନ୍ଦରର ବସ ଷ୍ଟପରେ ଛିଡ଼ା ହୋଇଥିବା ବେଳେ ତାଙ୍କ ବ୍ୟବହାର ଦେଖି କ୍ରାଇମବ୍ରାଞ୍ଚ ଟିମ୍ ସନ୍ଦେହ ପ୍ରକାଶ କରି ଧରିଥିଲା।  କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ମୁମ୍ୱାଇର […]

1234567
ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ; ୨ ଯବାନ ସହିଦ

ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ମାଓବଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ  ଗୁଳି ବିନିମୟ ହୋଇଛି। ଏଥିରେ ସିଆରପିଏଫ୍‌ କୋବ୍ରା ବାଟାଲିୟନର ୨ ଯବାନ ସହିଦ ହୋଇଛନ୍ତି। ତେବେ ପାଲଟା ଆକ୍ରମଣରେ ଜଣେ ନକ୍ସଲ ନିହତ ହୋଇଛି। ସିଆରପିଏଫ ଯବାନଙ୍କ ପକ୍ଷରୁ ଇରାପାଲ୍ଲି ଗାଁରେ ଆଜି ସକାଳେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସେଠାରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ହଠାତ୍ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ […]

sc-1
ବିକ୍ଷୋଭ ପାଇଁ ରାସ୍ତା ବନ୍ଦ କରିପାରିବନି-ଶାହୀନ ବାଗ ମାମଲାରେ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଶାହୀନ ବାଗ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟ ଫେବ୍ରୁଆରୀ ୧୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ତେବେ ଶାହୀନବାଗରେ ଗତ ଦୁଇ ମାସ ହେଲା ନାଗରିକତା ସଂଶୋଧନ ଆଇନ ଏବଂ ନ୍ୟାଶନାଲ ରେଜିଷ୍ଟର ଫର୍ ସିଟିଜେନ (ଏନଆରସି) ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟ କୌଣସି ନିର୍ଦ୍ଦେଶ ତ ଦେଇ ନାହାନ୍ତି ତେବେ ଏହା ଉପରେ ଟୀପ୍ପଣି ଦେଇ କହିଛନ୍ତି କୌଣସି ସାବଜନୀନ ସ୍ଥାନ ବିକ୍ଷୋଭ ପାଇଁ ବନ୍ଦ କରିପାରିବ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ […]

suicide
ଦୁଇ ଛୁଆଙ୍କୁ ମାରି ମେଟ୍ରୋ ଟ୍ରେନ୍ ସାମ୍ନାକୁ ଡେଇଁ ପଡ଼ିଲେ ବ୍ୟବସାୟୀ

ନୂଆଦିଲ୍ଲୀ:ଦିଲ୍ଲୀର ଶାଲିମାରବାଗ୍‌ରେ ୪୪ବର୍ଷୀୟ ଜଣେ ବ୍ୟକ୍ତି ନିଜ ପୁଅ ଓ ଝିଅକୁ ହତ୍ୟା କରିବା ପରେ ନିଜେ ମେଟ୍ରୋ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମଧୂର ମଲାନୀ ନାମକ ଏହି ବ୍ୟକ୍ତି ଜଣକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିଲେ। ଏ ନେଇ ସେ ବହୁତ୍‌ ଡିପ୍ରେସନ୍‌ରେ ଥିଲେ। ସଂଯୋଗ ବଶତଃ ତାଙ୍କର ପତ୍ନୀ ଘରେ ନ ଥିବାରୁ ବର୍ତ୍ତି ଯାଇଛନ୍ତି। ହେଲେ କିଛି ସମୟ ପରେ ଘରକୁ ଫେରି ନିଜର ଉଜୁଡ଼ା ସଂସାରକୁ […]

rahul
ବିଜେପି ଦେଶରୁ ସଂରକ୍ଷଣ ଶେଷ କରିବାକୁ ଚାହୁଁଛି-ରାହୁଲ

ନୂଆଦିଲ୍ଲୀ: ପଦୋନ୍ନତିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଗତ ସପ୍ତାହରେ ରାୟ ଶୁଣାଇବା ପରେ ତାତିଛନ୍ତି ବିରୋଧୀ । ଏ ନେଇ ମୋଦି ସରକାରକୁ ଘେରିବା ଆରମ୍ଭ କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ମୋଦି ସରକାର ସଂରକ୍ଷଣ ବା କୋଟା ବ୍ୟବସ୍ଥା ବିରୋଧୀ । ଦେଶରୁ ସଂରକ୍ଷଣ ‍ବ୍ୟବସ୍ଥା ଉଠାଇ ଦେବାକୁ ଚାହୁଁଛି ବିଜେପି। ସରକାର ପୁଣିଥରେ ସୁପ୍ରିମ କୋର୍ଟଙ୍କ ରାୟ ବିରୋଧରେ ଆବେଦନ କରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି। ରାହୁଲ […]

sc
କାଏମ ରହିଲା ସଂଶୋଧିତ ଏସସି/ଏସଟି ଆଇନ

ନୂଆଦିଲ୍ଲୀ: ଶୁକ୍ରବାର ସୁପ୍ରିମ୍‌କୋର୍ଟଙ୍କ ରାୟ କେନ୍ଦ୍ର ସରକାରଙ୍କୁ ଏକପ୍ରକାର ଆଶ୍ୱସ୍ତି ଦେଇଛି। ୨୦୧୮ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ସଂଶୋଧିତ ଏସ୍‌ସି/ଏସ୍‌ଟି ଆଇନକୁ ସୁପ୍ରିମ କୋର୍ଟ କାଏମ ରଖିଛନ୍ତି।  ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।  ଜଷ୍ଟିସ୍‌ ଅରୁଣ ମିଶ୍ରା, ଜଷ୍ଟିସ ବୀନୀଶ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏହି ଆବେଦନର ରାୟ ୨-୧ରେ ଶୁଣାଇଛନ୍ତି। ସୁପ୍ରିମ୍‌ […]

corona
ଚୀନ୍‌ରେ ୭୦୦ଙ୍କ ଜୀବନ ନେଲାଣି କରୋନା

ବେଜିଂ: ଦିନକୁ ଦିବ ଭୟଙ୍କର ହେଉଛି କରୋନା ଭାଇରସ । ଆତଙ୍କ ଖେଳାଇ ଦେଇଛି ଚାଇନାରେ । ଟଳି ପଡ଼ୁଛି ଗୋଟିଏ ପରେ ଗୋଟିଏ ଜୀବନ। ଶୁକ୍ରବାର ସୁଦ୍ଧା କରୋନା ଭାଇରସ ୬୩୬ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ଏହିସଂଖ୍ୟା ୭୦୦ ଅତିକ୍ରମ କରିଛି।  ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୩୪,୫୪୬ରେ ପହଞ୍ଚି ଯାଇଛି। ପ୍ରତିକାର କରାଯାଇ ପାରୁ ନ ଥିବାରୁ ଚୀନରେ ନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି  ଡିସେମ୍ବର ମାସରୁ ଚାଇନାରେ […]

aap-9
ବରଯାତ୍ରୀଙ୍କୁ ନେଇ ଭୋଟ ଦେବାକୁ ଆସିଲେ ବର

ନୂଆଦିଲ୍ଲୀ:ସକାଳୁ ସକାଳୁ ଆରମ୍ଭ ହୋଇ ଯାଇଛି ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ। ସକାଳ ୮ଟାରୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମତଦାନ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସୀ। ନିଜ ମନ ପସନ୍ଦର ନେତାଙ୍କୁ ବାଛୁଛନ୍ତି। ନୂଆଦିଲ୍ଲୀ ସମେତ ଦିଲ୍ଲୀର ଅନ୍ୟ ଅଞ୍ଚଳରେ ସୁରଖୁରେ ଭୋଟ୍ ଗ୍ରହଣ ଚାଲିଛି ।  ବିଭିନ୍ନ ବୁଥ୍‌ରେ ଚଳିତ ଥର ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଦିଲ୍ଲୀର ୭୦ଟି ଆସନର ୧୩ ହଜାର ୭୫୦ଟି ବୁଥରେ ୬୭୨ ପ୍ରାର୍ଥୀଙ୍କ […]

bajrakapta-111
ବଜ୍ରକାପ୍ତା ପାଇଁ ବ୍ୟାପୁଛି କରୋନା ଭାଇରସ !

ବେଜିଂ:ଭୟଙ୍କର ହେଉଛି କରୋନା। ଚୀନରେ ୭୦୦ ଜଣଙ୍କ ଜୀବନ ନେଲାଣି କରୋନା। ତେବେ କରୋନା ବ୍ୟାପିବା ପଛର କାରଣ ଖୋଜି ପାଇଛନ୍ତି ବୈଜ୍ଞାନିକ।  ଶୁକ୍ରବାର ଏ ନେଇ ବୈଜ୍ଞାନିକ ସୂଚନା ଦେଇ କହିଛନ୍ତି, ମରଣାନ୍ତକ ଭାଇରସ୍‌ କରୋନା ବ୍ୟାପିବା ପଛରେ ବଜ୍ରକାପ୍ତାର ଭୂମିକା ରହିଥିବା ଆଶଙ୍କା କରାଯାଉଛି। ଏମାନଙ୍କୁ ହିଁ ଏହି ଭୟଙ୍କର ଭୂତାଣୁ ବାହକ ବୋଲି କହିଛନ୍ତି ବୈଜ୍ଞାନିକ। ଏହାର ଅନ୍ୟତମ କାରଣ ସ୍ୱରୂପ କୁହାଯାଉଛି,  ପ୍ରତିବର୍ଷ ହଜାର ହଜାର ବଜ୍ରକାପ୍ତାଙ୍କୁ ସେମାନଙ୍କ ଔଷଧୀୟ ଗୁଣ […]

13242566
ଗୋଟିଏ ଶରୀର, ଦୁଇଟି ହୃଦୟ- ଶିବରାମ ଓ ଶିବନାଥ

ରାୟପୁର: ଜୀବନ ସେମାନଙ୍କ ପାଇଁ ଥିଲା ଏକ ଚ୍ୟାଲେଞ୍ଜ। ହସି ହସି ଗ୍ରହଣ କରି ନେଇଥିଲେ। ଆଉ ଆଜି ଏଇ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି ଦୁଇ ଭାଇ ଶିବନାଥ ଓ ଶିବରାମ। ଛୋଟ ପିଲା, ହେଲେ ଦମ୍‌ କମ୍‌ ନୁହେଁ। ଭାଗବାନ ତାଙ୍କ ପ୍ରତି ନିର୍ଦ୍ଦୟ ହୋଇଗଲେ। କିନ୍ତୁ ସେମାନଙ୍କ ମନରେ ଦୁଃଖ, କ୍ଷୋଭ କି ଅଭିମାନ-ଅଭିଯୋଗ କିଛି ନାହିଁ। ହସି ହସି ଜୀବନକୁ ଉପଭୋଗ କରୁଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏଇ […]

prpose
ଏମିତି ଗିପ୍ଟ ଦେଇ ପ୍ରପୋଜ କରନ୍ତୁ...

ଚାଲିଛି ପ୍ରେମ ସପ୍ତାହ। ଗୋଲାପର ସୁଗନ୍ଧରୁ ଆରମ୍ଭ ହୋଇଥିବା ଏହି ସପ୍ତାହର ଦ୍ୱିତୀୟ ଦିନ ଆଜି-ପ୍ରପୋଜ ଡେ’।  ଏକଥା ସତ ଯେ, ପ୍ରେମକୁ ଜାହିର କରିବାକୁ ପଡେନାହିଁ। ଆଖିରେ ଆଖି ମିଶିଲେ ପଢି ହୋଇଯାଏ ପ୍ରେମର ଭାଷା। ତଥାପି ଏଇ ପ୍ରେମ ସପ୍ତାହକୁ ଟିକେ special କରିବା ପାଇଁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି। ପ୍ରେମ ସପ୍ତାହର ଏଇ ଦ୍ୱିତୀୟ ଦିନଟି ବେଶ ମହତ୍ୱପୂର୍ଣ୍ଣ। ପ୍ରଥମ ଥର ପାଇଁ ନିଜର ମନର କଥା ମନର ମଣଷକୁ ଜଣାଇବ। […]

kartik
ଅର୍ଚ୍ଚନାଙ୍କୁ କୋଳରେ ଉଠାଉଥିଲେ..ସେଟ୍‌ ଉପରେ ଏମିତି ଟଳି ପଡ଼ିଲେ କାର୍ତ୍ତିକ

ନୂଆଦିଲ୍ଲୀ:କାର୍ତ୍ତିକ ଆର୍‌ୟନ ଆଜିକାଲି ସାରା ଅଲି ଖାନ୍‌ଙ୍କ ସହ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ଲଭ୍ ଆଜ କଲ୍‌ର ପ୍ରମୋଶନକୁ ନେଇ ଖୁବ୍‌ ବ୍ୟସ୍ତ। ଆଉ ବେଶି ଡେରି ନାହିଁ। ଭାଲେଣ୍ଟାଇନ୍ସ ଡେ’ ଅବସରରେ ରିଲିଜ୍‌ ହେବାକୁ ଯାଉଛି ଏହି ଫିଲ୍ମ। ଫିଲ୍ମର ପ୍ରମୋଶନ ପାଇଁ ସାରା ଓ କାର୍ତ୍ତିକ ପହଞ୍ଚିଥିଲେ ‘ଦ କପିଲ ଶର୍ମା ସୋ’ରେ। ଶୋର କଳାକାରଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ ଦୁହେଁ । ଏହି ସମୟରେ କପିଲ ଶର୍ମା କାର୍ତ୍ତିକଙ୍କୁ ଏକ […]

adhir
କଶ୍ମୀର ମାନସିକ ଭାବେ ଭାରତ ସହିତ ନାହିଁ -ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶୁକ୍ରବାର ପୁଣିଥରେ କଶ୍ମୀର ପ୍ରସଙ୍ଗରେ ସରକାରକୁ ସମାଲୋଚନା କରିଛନ୍ତି। କଶ୍ମୀରରେ ଦୁଇ ବରିଷ୍ଠ ନେତାଙ୍କୁ ଅଟକ ରଖିବା ନେଇ ସେ ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି, କାଶ୍ମୀରରେ ସରକାର ଯେଉଁଭଳି ଶାସନ ଚଳାଇଛନ୍ତି, ତାହା କେବେ ଗ୍ରହଣୀୟ ନୁହେଁ। କାଶ୍ମୀର ଭୌଗଳିକଭାବେ ଭାରତ ସହ ମିଶି ରହିଛି ହେଲେ ମାନସିକ ଭାବେ ଆମ ସହିତ ନାହିଁ ବୋଲି ଅଧୀର ରଞ୍ଜନ କହିଛନ୍ତି। ଗୁରୁବାର ରାତିରେ ଜମ୍ମୁ […]

lotery
୭ କୋଟିର ମାଲିକ ହେଲେ ବର୍ଷକର ଶିଶୁ

ନୂଆଦିଲ୍ଲୀ:ବର୍ଷକର ଶିଶୁ ଏବେ ୭ କୋଟି ଟଙ୍କାର ମାଲିକ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା ସତ। ଏହି ଭାଗ୍ୟବାନ ଶିଶୁଙ୍କ ନାଁରେ ତାଙ୍କ ବାପା ୟୁଏଇ(ୟୁନାଇଟେଡ୍‌ ଆରବ ଏମିରେଟ୍‌)ରେ ଏକ ଲଟେରୀ ଟିକେଟ କିଣିଥିଲେ। ଆଉ ଏହି ଲଟେରୀରେ ସେ ୭ ଲକ୍ଷ ଟଙ୍କା ଜିତିଛନ୍ତି। ୟୁଏଇ ମିଡିଆ ରିପୋର୍ଟ ଅନୁସାରେ, ଭାରତର ରସିମ ରେହମାନଙ୍କ ଏକ ବର୍ଷର ଶିଶୁପୁତ୍ର ମୋହମ୍ମଦ ସଲାହ।  ପ୍ରାୟ ବର୍ଷେ ହେବ ରସିମ୍‌ ଦୁବାଇ ଡ୍ୟୁଟି ଫ୍ରି ପ୍ରମୋଶନରେ […]

china
କରୋନାର ପ୍ରତିଷେଧକ ବାହାର କଲେ ପ୍ରବାସୀ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ:ଚୀନରେ ଭୟଙ୍କର ଭାବେ କାୟା ବଢାଇ ଚାଲିଛି କରୋନା ଭାଇରସ। ଗୁରୁବାର ୭୩ ଜଣଙ୍କର ମୃତ୍ୟୁ ଘଟିବା ପରେ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୬୩୬ରେ ପହଞ୍ଚିଛି। ୩୧ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । କରୋନା ଉତ୍ପତ୍ତିସ୍ଥଳ ୟୁହାନରେ ପରିସ୍ଥିତି ଅଧିକ ସଙ୍ଗୀନ ହୋଇଛି । ଏଠାରେ ସ୍କୁଲ କଲେଜ, ଅଫିସ, ସପିଂ ମଲ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳୁଛି । ଲୋକଙ୍କୁ ଅତ୍ୟାବଶ୍ୟକ କ୍ଷେତ୍ରରେ ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । […]

sisidiya
ଲାଞ୍ଚ ନେବାବେଳେ ଧରାପଡ଼ିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଅଫିସର ସ୍ୱତନ୍ତ୍ର ଅଧିକାରୀ

ନୂଆଦିଲ୍ଲୀ: ଦିନକ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ହେଲେ ତା ପୂର୍ବରୁ ଆପ୍‌ ପାର୍ଟିକୁ ଲାଗିଛି ବଡ ଝଟ୍‌କା। ସିବିଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସର ଜଣେ ସ୍ୱତନ୍ତ୍ର ଅଧିକାରୀ (ଓଏସଡି)ଙ୍କୁ ଗୁରୁବାର ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ସଂପୃକ୍ତ ଅଧିକାରୀଙ୍କ ନାମ ଗୋପାଳ କୃଷ୍ଣ ମାଧବ। ଟାକ୍ସ ଛାଡ଼ ସମ୍ପର୍କିତ କୌଣସି ମାମଲାରେ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ତାଙ୍କୁ ଗିରଫ କରିଛି। […]