• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

saru
କରୋନା ମୁକାବିଲା ପାଇଁ ଶାହରୁଖଙ୍କ ନିଆରା ସହାୟତା: ଏମିତି ପ୍ରଶଂସା କଲେ ଫ୍ୟାନ

ମୁମ୍ୱାଇ: କରୋନା ମୁକାବିଲା ପାଇଁ ବଲିଉଡ୍ କଳାକାର ହୃଦୟ ଖୋଲି ସହାୟତା ଅଜାଡି ଦେଉଛନ୍ତି। କୋଟି କୋଟି ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦେଉଛନ୍ତି ଅନେକ ନାମୀ ଦାମୀ ବଲିଉଡ କଳାକାର। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ ବାଦଶାହ ଶାହରୁଖ ଖାନ୍‌। କରୋନା ସଙ୍କଟ ବେଳେ ସେ ଯେଉଁ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖ। ଶାହରୁଖ ଏବଂ ତାଙ୍କ ପତ୍ନୀ ଗୌରୀ ତାଙ୍କର ୪ ମହଲା ବିଶିଷ୍ଟ କୋଠା ବିଏମସି (BMC)କୁ ଦେଇଛନ୍ତି। […]

pm modi
'କେବଳ ଲାଇଟ୍ ଅଫ୍ କରିବାକୁ ମୋଦି କହିଛନ୍ତି, ଘରୋଇ ଇଲେକ୍ଟ୍ରୋନିକ୍ସ ନୁହେଁ'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିବା ବ୍ଲାକ ଆଉଟ ସମୟରେ ଯେ କୌଣସି ସମସ୍ୟାର ସମାଧାନ ପାଇଁ ଲୋଡ ଡେସ୍‌ପାଚ୍‌ ସେଣ୍ଟର ପ୍ରସ୍ତୁତ ଅଛନ୍ତି । ଗ୍ରୀଡ୍‌ ଉପରେ ଆସିବାକୁ ଥିବା ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସେମାନେ ମୁକାବିଲା କରିପାରିବେ ବୋଲି ଶନିବାର Union Ministry of Power ପକ୍ଷରୁ କୁହାଯାଇଛି । ଏପ୍ରିଲ ୫ ତାରିଖ ରାତି ୯ଟାରେ ୯ ମିନିଟ୍‌ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚ କିମ୍ବା […]

usa
କରୋନାକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବାବେଳେ କୁଖ୍ୟାତ ଆତଙ୍କୀକୁ ଏମିତି ସୁଯୋଗ ଦେଲା ପାକିସ୍ତାନ

ଇସଲାମବାଦ- ଆମେରିକା ସାମ୍ବାଦିକ ଡେନିଅଲ ପର୍ଲଙ୍କ ହତ୍ୟା ମାମଲାରେ ଗତ ୧୮ ବର୍ଷ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଖ୍ୟାତ ଆତଙ୍କବାଦୀ ଅହମ୍ମଦ ଉମର ଶେଖ ସଇଦ ଖୁବ୍ର ଶିଘ୍ର ମୁକ୍ତି ପାଇବ । ପାକିସ୍ତାନର ଏକ ଅଦାଲତ ସଇଦଙ୍କ ଫାଶୀ ଦଣ୍ଡକୁ ଜେଲ୍‌ ଦଣ୍ଡରେ ପରିଣତ କରି ଦେଇଛନ୍ତି । ଏଠି ମନେ ପକେଇ ଦେବୁ, ସଇଦ ସେଇ ଆତଙ୍କବାଦୀ, ଯାହାକୁ  ଅପହୃତ କାନ୍ଦାହାର ବିମାନକୁ ଛାଡ଼ିବା ପାଇଁ ୧୯୯୯ ମସିହାରେ ଭାରତ ମୁକ୍ତି […]

world bank
କୋଭିଡ ୧୯ ବିରୋଧି ଲଢ଼େଇରେ ସାମିଲ ହେଲା ବିଶ୍ୱବ୍ୟାଙ୍କ, ଏସବୁ ଦେଶକୁ ଦେବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଲଢ଼େଇରେ ଭାରତ ଓ ଭାରତ ଭଳି ଦେଶମାନଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛି ବିଶ୍ୱବ୍ୟାଙ୍କ। ବିଶ୍ୱବ୍ୟାଙ୍କର ଉଚ୍ଚକ୍ଷମତା ସମ୍ପନ୍ନ ବୋର୍ଡ ବୈଠକ ପରେ ଭାରତ ଲାଗି ଏକ ବିଲିୟନ ଆମେରିକୀୟ ଡଲାରର ଆପତକାଳୀନ ଅର୍ଥରାଶି ସହାୟତା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁସାରେ ଆସନ୍ତା ୧୫ ମାସ ପାଇଁ ଭାରତ ଭଳି ୨୫ଟି ଦେଶକୁ ମୋଟ ୧ ଦଶମିକ ୯ ବିଲିୟନ ଆମେରିକୀୟ ଡଲାର […]

corona
ଗୁଜରାଟ ଓ ହରିଆଣାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ମହାମାରୀ କରୋନା ଭାଇରସ ଗୁଜରାଟରେ ଜଣେ ଏବଂ ହରିଆଣାର ଜଣଙ୍କର ମୁଣ୍ଡ ନେଇଛି। ଗୁଜରାଟରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ଜଣଙ୍କ ନିକଟରେ ଶ୍ରୀଲଙ୍କା ଗସ୍ତରୁ ଫେରିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ପରିବାରର ଅନ୍ୟ ୪ ଜଣଙ୍କ ଶରୀରରେ ବି କୋଭିଡ-୧୯ ଭୂତାଣୁ […]