ନୋଏଡ଼ା: ନୋଏଡ଼ା ସେକ୍ଟର ୧୩୫ର ଏକ କଂପାନୀକୁ ଗୌତମବୁଦ୍ଧନଗର ଜିଲ୍ଲା ପ୍ରଶାସନ ସିଲ୍ କରିଦେଇଛି । କଂପାନୀରେ କାର୍ଯ୍ୟରତ ୧୬ ଜଣଙ୍କଠାରେ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏହାସହ ଉତ୍ତରପ୍ରଦେଶ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଂପାନୀ ମାଲିକ ଓ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ମାଲିକ ଏବଂ ଅଧିକାରୀ ବିଦେଶ ଯାଇ ଫେରିଥିଲେ ବି ଟ୍ରାଭେଲ ହିଷ୍ଟ୍ରି ଲୁଚାଇଥିଲେ ଓ ପରେ […]
ନୂଆଦିଲ୍ଲୀ: ନୂଆଦିଲ୍ଲୀର ହଜରତ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସଭା ବା ତବ୍ଲିଗି ଜମାତରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୯ ଜଣଙ୍କର କରୋନାରେ ମୃତ୍ୟୁ ଘଟବା ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ମାର୍ଚ୍ଚ ୧ରୁ ୧୫ ଯାଏଁ ହୋଇଥିବା ଏହି ଇସ୍ଲାମୀୟ ଧାର୍ମିକ ସଭାରେ ଯୋଗଦେଇଥିବା ଦେଶର ଅନେକ ଲୋକ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ତେଲେଙ୍ଗାନାରେ ୬ ଜଣ, ଜାମ୍ମୁ ଓ କାଶ୍ମୀରରେ ଜଣେ, ତାମିଲନାଡୁ […]
ଟୋକିଓ: କରୋନାଭାଇରସ୍ ପାଇଁ ସ୍ଥଗିତ ଥିବା ଟୋକିଓ ଅଲିମ୍ପିକ୍ସର ନୂଆ ତାରିଖ ସୋମବାର ଘୋଷଣା କରାଯାଇଛି। ନୂଆ ତାରିଖ ଅନୁଯାୟୀ ଏବେ ଏହି କ୍ରୀଡ଼ା ମହାକୁମ୍ଭ ୨୦୨୧, ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏ ନେଇ ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରୋ ମୋରି ସୂଚନା ଦେଇଛନ୍ତି। ସୋମବାର ଉଭୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ତାରିଖର ଘୋଷଣା କରାଯାଇଛି। ଟୋକିଓ […]
ଭୁବନେଶ୍ୱର: କୌଣସି ରନ୍ଧନ ଗ୍ୟାସ୍ ବିତରଣକାରୀଙ୍କ ମୃତ୍ୟୁ ହେଲେ ମିଳିବ ସହାୟତା। କରୋନାରେ ଆକ୍ରାନ୍ତ ହୋଇ କୌଣସି ବିତରଣକାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ଇଣ୍ଡିଆନ୍ ଅଏଲ୍, ବିପିସିଏଲ୍ ଏବଂ ଏଚପିସିଏଲ୍ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସୋ ରୁମ୍ କର୍ମଚାରୀ, ଗୋଦାମ କର୍ମଚାରୀ, ମେକାନିକ ଏବଂ ଡେଲିଭରି ବୟଙ୍କ କ୍ଷେତ୍ରରେ ଏହି ଆର୍ଥିକ ସହାୟତା ଦେବେ ଏସବୁ କମ୍ପାନୀ। କମ୍ପାନୀ ଗୁଡ଼ିକ ପକ୍ଷରୁ ନିଆଯାଇଥିବା ଏହି […]
ନୂଆଦିଲ୍ଲୀ: ଲକ୍ ଡାଉନ୍ ଘୋଷଣା ହେବାର ସାତ ଦିନ ମଧ୍ୟରେ ଗତକାଲି ଦେଶରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ୨୨୭ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୧୦୨ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୩୨ଜଣଙ୍କ ମୃତ୍ୟ ହୋଇଛି । ୧୧୧୭ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଦିଲ୍ଲୀରେ ସବୁଠୁ […]
ହାଇଦ୍ରାବାଦ୍: କରୋନାର ମୁକାବିଲା କରିବା ପାଇଁ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଦରମା କାଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ କର୍ମଚାରୀ, ପ୍ରଶାସକ ଓ ଜନ ପ୍ରତିନିଧିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦରମା ମଧ୍ୟ କଟାଯିବ ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ସୂଚନା ଦେଇଛନ୍ତି । ଲକ୍ଡାଉନ୍ର ୬ ଦିନ ପୂରଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ, ବିଧାୟକ, ବିଧାନ ପରିଷଦ ସଦସ୍ୟ, ବିଭିନ୍ନ […]
ବାଲେଶ୍ୱର: ଏନ୍ଏଚ୍- ୬୦ ଫୁଲାଡ଼ି ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍କୁ ପିଟିଲା କାର୍, ଚାଳକ ମୃତମଗ
ରୋମ: ମହମାରୀ କରୋନା ଏବେ ସ୍ପେନ୍ରେ ଭୟାବହ ରୂପ ନେଇଛି। ଏପରିକି ଚାଇନା ତୁଳନାରେ ଏବେ ସ୍ପେନର ସ୍ଥିତି ଅଧିକ ଜଟିଳ ହୋଇଯାଇଛି। ଏହାପୂର୍ବରୁ ଆମେରିକା ଓ ଇଟାଲିର କରୋନା ଆକ୍ରାନ୍ତ ଏବଂ ମୃତ୍ୟୁ ହାର ଅଧିକ ଥିଲା। ହେଲେ ଏବେ ସ୍ପେନ ଏହି ଦୁଇ ଦେଶକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ ୨୪ ଘଣ୍ଟାରେ ୫,୦୮୫ ଜଣ କରୋନା ମାମଲା ସାମ୍ନାକୁ ଆସିଛି। […]
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଇଲାକାରେ ଏକ ମସଜ୍ଜିଦ୍ରେ ଥିବା ୮୬୦ରୁ ଅଧିକ କରୋନା ସନ୍ଦଗ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହୁରି ୩୦୦ ଲୋକଙ୍କୁ ଡାକ୍ତରଖାନା ଆଣିବା ପାଇଁ ଚେଷ୍ଟା ଚାଲିଛି। ଏହି ମସଜିଦ୍ ମଧ୍ୟରେ ମାଲେସିଆ, ଇଣ୍ଡୋନେସିଆ, ସାଉଦିଆରବ ଏବଂ କିର୍ଗିସ୍ଥାନ ସମେତ ଅନେକ ଦେଶର ୨୦୦୦ରୁ ଅଧିକ ପ୍ରତିନିଧି ଥିଲେ। ଏଠାରେ ଚାଲିଥିବା ଏକ ଧାର୍ମିକ ସଭାରେ ଯୋଗ ଦେବାପାଇଁ ଆସିଥିଲେ। ଦିଲ୍ଲୀ ସରକାର ଏହି ମସଜିଦ୍ର ମୌଲାଙ୍କ ବିରୋଧରେ ମାମଲା ରୁଜୁ […]
ନୂଆଦିଲ୍ଲୀ: ଲକ୍ଡାଉନରେ ବି ଚାଲିବ ସମ୍ବାଦପତ୍ର ବଣ୍ଟନ । ୨୧ ଦିନିଆ ଲକଡାଉନ ପିରିୟଡରେ ଦେଶରେ ସମ୍ବାଦପତ୍ର ବଣ୍ଟନ ଜାରି ରହିବା ନେଇ ସ୍ପଷ୍ଟ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ପ୍ରିଣ୍ଟ ମିଡିଆକୁ ଲକଡାଉନ କଟକଣାରୁ ବାଦ୍ ଦିଆଯାଇଥିବାରୁ ଖବରକାଗଜ ନେଇ ଯାଉଥିବା ଗାଡ଼ିଗୁଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏ ନେଇ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ସେହିପରି ସମସ୍ତ ପ୍ରକାର […]
ନୂଆଦିଲ୍ଲୀ:ଲକ୍ ଡାଉନ୍କୁ ଦେଖି ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଅନେକ ଭୟରେ ରୋଷେଇ ଗ୍ୟାସ୍ ବୁକ୍ କରି ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ରୋଷେଇ ଗ୍ୟାସ୍ ଯୋଗାଣରେ କୌଣସି ବ୍ୟତିକ୍ରମ ହେବନି। ତେଣୁ ଲୋକେ ଆଗୁଆ ଗ୍ୟାସ୍ ବୁକ୍ ନ କରିବାକୁ କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି, ୧୫ ଦିନ ମଧ୍ୟରେ ରୋଷେଇ ଗ୍ୟାସ ବୁକିଂ କରିପାରିବେ। ଏକ ଭିଡିଓ କ୍ଲିପ୍ରେ IOC ( ଇଣ୍ଡିଆନ ଅଏଲ […]
ନୂଆଦିଲ୍ଲୀ:କରୋନା ଭାଇରସ୍ ପୃଥିବୀବାସୀଙ୍କ ନିଦ ହଜାଇ ଦେଇଛି। ଭାଇରସ୍ର ଉତ୍ପତିସ୍ଥଳ ଚୀନ ହୋଇଥିଲେ ହେଁ ଆମେରିକାର ସ୍ଥିତି ସବୁଠାରୁ ବେଶି ବିଗିଡ଼ି ଯାଇଛି। ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ରରେ ଏବେ କରୋନା ସ୍ଥିତି ଅଣାୟତ୍ତ । ଅନ୍ୟ ସମସ୍ତ ରାଷ୍ଟ୍ରଠାରୁ ସବୁଠୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଆମେରିକାରେ । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୨ ହଜାରରୁ ଅଧିକ ହେଲେଣି। ସେହିପରି ମୃତକଙ୍କ ସଂଖ୍ୟା ଦୁଇ ହଜାର ପାର ହୋଇଛି । ଗତକାଲି ଗୋଟିଏ ଦିନରେ […]
ନ୍ୟୁୟର୍କ: ଉନ୍ନତଧରଣର ମାରଣାସ୍ତ୍ର ରହିଛି । ଅର୍ଥବ୍ୟବସ୍ଥା ଆହୁରି ମଜବୁତ୍ । ନିଜ ଦମ୍ରେ ଯିଏ ସାରା ଦୁନିଆରେ ନିଜର ପ୍ରଭାବ ବିସ୍ତାର କରିପାରିଛି ଆଜି ସେଇ ଦେଶ ଆମେରିକା କୋଭିଡ-୧୯ ସାମ୍ନାରେ ଶୋଚନୀୟ ଭାବେ ହାରି ଯାଇଛି । ଟ୍ରମ୍ପ ସରକାରଙ୍କ ସବୁ ଚେଷ୍ଟା ସତ୍ତ୍ୱେ ସଂକ୍ରମଣକୁ ରୋକା ଯାଇ ପାରୁନାହିଁ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ବଢି ଚାଲିଛି । ପୃଥିବୀର ସବୁଠାରୁ ଅଧିକ କରୋନା ସଂକ୍ରମିତ ଦେଶ ହେଉଛି […]