• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

corona
ଆମେରିକାରେ କରୋନା ସ୍ଥିତି ଜଟିଳ, ୯୪୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମହାମାରୀ କରୋନାର ଶକ୍ତି ପାଖରେ ହାର ମାନିଛି ଶକ୍ତିଶାଳୀ ଆମେରିକା। ଦେଶରେ ଦ୍ରୁତ ଗତିରେ ଏହି ଭାଇରସ ତାର କାୟା ବିସ୍ତାର କରି ଚାଲିଥିବାବେଳେ ଆମେରିକାର ବିଶେଷଜ୍ଞ ଡାକ୍ତରମାନେ ଅସହାୟ ହୋଇପଡ଼ିଛନ୍ତି। କରୋନା ନେଇ ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ। ଇତି ମଧ୍ୟରେ ଆମେରିକାରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୯୪୪ରେ ପହଞ୍ଚିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୬୪ ଜଣଙ୍କର ମୃତ୍ୟୁ ଘଟିବା ପରେ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା […]

corona
ସଂକ୍ରମଣକୁ ରୋକିବା ପାଇଁ କରୋନା ଆକ୍ରାନ୍ତ ନର୍ସ କଲେ ଆତ୍ମହତ୍ୟା

ରୋମ୍‌: ମହାମାରୀ ରୂପ ନେଇଥିବା କରୋନା ଇଟାଲିରେ ତାଣ୍ଡବ ରଚୁଛି। ଏହି ମହାମାରୀ ଇଟାଲିରେ ବୁଧବାର ସୁଦ୍ଧା ୭ ହଜାର ଲୋକଙ୍କର ଜୀବନ ନେଲାଣି। ଏଠାରେ ସରକାର, ଡାକ୍ତର ଅସହାୟ ହୋଇପଡ଼ିଲେଣି। ଇତି ମଧ୍ୟରେ କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ନର୍ସଙ୍କ ରିପୋର୍ଟ ପଜେଟିଭ ଆସିବା ପରେ ସେ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ୩୪ ବର୍ଷିୟ ଏହି ନର୍ସ ଜଣକ ଯେତେବେଳେ ଜାଣିଲେ ଯେ ସେ କରୋନା ଆକ୍ରାନ୍ତ […]

corona
କରୋନାଠାରୁ ଦୂରେଇବାକୁ ହେଲେ ଆପଣାନ୍ତୁ ଏହି ତିନୋଟି ଉପାୟ

ନୂଆଦିଲ୍ଲୀ: କରୋନାକୁ ନେଇ ଡରନ୍ତୁ ନାହିଁ। ସଚେତନ ହୁଅନ୍ତୁ। ସାମାନ୍ୟ ସଚେତନ ହେଲେ ଆମେ କରୋନାକୁ ଆମେ ହରାଇ ପାରିବା। କରୋନ ସହ ଜଡିତ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲଜି ପକ୍ଷରୁ ଜାରି ସଦ୍ୟ ରିପୋର୍ଟ ଅନୁସାରେ ଯଦିଓ କରୋନା ଭାଇରସର ମୁକାବିଲା ପାଇଁ କୌଣସି ଭ୍ୟାକ୍ସିନ କିମ୍ବା ଔଷଧ ପ୍ରସ୍ତୁତ କରାଯାଇ ପାରିନାହିଁ, ତଥାପି ଏହି ତିିନୋଟି ଉପାୟ ଆପଣାଇଲେ ଆମେ ଏହାଠୁ ଜିତି ପାରିବା। ଆସନ୍ତୁ ଜାଣିବା, ଏହି ତିନୋଟି ଉପାୟ କ’ଣ.. ଲକ୍‌ଡାଉନ୍‌ […]

nimmi
ପରଲୋକରେ ବଲିଉଡ ଅଭିନେତ୍ରୀ ନିମ୍ମି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନିମ୍ମିଙ୍କର ବୁଧବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଦୀର୍ଘ ମାସ ଧରି ସେ ହ୍ୱିଲ୍‌ ଚେୟାରରେ ଯିବାଆସିବା କରୁଥିଲେ। ବୁଧବାର ସନ୍ଧ୍ୟାରେ ସାନ୍ତାକ୍ରୁଜ୍‌ର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି  ନିମ୍ମିଙ୍କର ଅନ୍ତିମ ସଂସ୍କାର କରାଯିବ। ୫୦ରୁ ୬୦ ଦଶକରେ ବଲିଉଡରେ ନିମ୍ମି ତାଙ୍କର ଜଲ୍ୱା ଦେଖାଇଥିଲେ। ଫିଲ୍ମ ବରସାତ୍‌ରେ […]

kejriwal
ଦିଲ୍ଲୀବାସୀଙ୍କୁ ମାଗଣାରେ ଖାଇବାକୁ ଦେବେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ଲକ୍ ଡାଉନ୍ ସମୟରେ କେହି ବି ଭୋକିଲା ରହିବେନ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବ୍ୟବସ୍ଥା। ଏକ ସମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ‌ଏକଡାଉନ୍‌ ପାଇଁ ଦିଲ୍ଲୀରେ ଏବେ ଦୋକାନ, ବଜାର ଓ ରୋସ୍ତୋରାଁ ବନ୍ଦ ରହିଛି । ତେଣୁ ଏହି ସମୟରେ ଯେଭଳି ସମସ୍ତଙ୍କୁ ଖାଦ୍ୟ ମିଳିବ ସେଥିପାଇଁ ‘ରେନ୍‌ ବସେରା’ ବ୍ୟବସ୍ଥାରେ ମାଗଣାରେ ଖାଇବାକୁ ଦିଆଯାଉଛିା ଏବେ କିଛି ଅଞ୍ଚଳରେ ଏହି ବ୍ୟବସ୍ଥା […]

lockdown-1
ଲକ୍‌ଡାଉନ; ନିୟମ ନ ମାନିଲେ ୨ ବର୍ଷ ଜେଲ୍‌

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟରାତ୍ରୀରୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଆଗାମୀ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ଏପରିକି  ନିୟମ ଭାଙ୍ଗିଥିବା ବ୍ୟକ୍ତି କିମ୍ୱା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ୨୧ ଦିନ ଭିତରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଧାରା ୫୧ ଆଧାରରେ ଉଭୟ ଜୋରିମାନା ଏବଂ ସଜା ବ୍ୟବସ୍ଥା ରହିଛି। ଏପରିକି ଉଲ୍ଲଘଂନକାରୀଙ୍କୁ ୨୦୦ ଟଙ୍କା […]

delhi
ଲକ୍‌ଡାଉନ; ଚଳଚଞ୍ଚଳ ରାସ୍ତା ଆଜି ଖାଁ ଖାଁ...

ନୂଆଦିଲ୍ଲୀ:ଆଜିଠୁ ଆସନ୍ତା ୨୧ ଦିନ ପାଇଁ ସାରା ଦେଶ ସଂପୂର୍ଣ୍ଣ ଲକ୍ ଡାଉନ୍।  ଦିଲ୍ଲୀରୁ ଚେନ୍ନାଇ…କୋଲକାତାରୁ ମୁମ୍ବାଇ…ସବୁ ବନ୍ଦ । ଚଳଚଞ୍ଚଳ ରାସ୍ତା ଖାଁ ଖାଁ। ଲକଡାଉନ ଯୋଗୁ ରାସ୍ତା ଘାଟ ବନ୍ଦ ରଖାଯାଇଛି । ବିମାନ ସେବା, ଟ୍ରେନ ଚଳାଚଳ, ବସ ସେବା ସବୁ ବନ୍ଦ ଛୋଟ ବଡ଼ ବ୍ୟବସାୟସ୍ଥଳୀ ଓ ତାସହ ଦୋକାନ ବଜାର ବି ବନ୍ଦ ରହିଛି। ଲୋକେ ଯେପରି ଘରୁ ବାହାରିବେନି ସେ ନେଇ ଦେଶର ବିଭିନ୍ନ ସହରରେ କଡ଼ାକଡ଼ି ବ୍ୟବସ୍ଥା […]

SupremeCourtofIndia
ଆଜି ସୁପ୍ରିମ୍‌କୋର୍ଟରେ ସବୁ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ:କରୋନା ଭୟାବହତା କମିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରି ଚାଲିଛି ଏହି ଭାଇରାସ। ଭାରତରେ ମଧ୍ୟ ସଙ୍ଗୀନ ଅବସ୍ଥା।  ୫୩୬କୁ ବଢିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା।  ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର ଓ କେରଳ ସର୍ବାଧିକ ପ୍ରଭାବିତ ହୋଇଛନ୍ତି।  ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ରାଜ୍ୟରେ ୩ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି କେରଳରେ ସଂକ୍ରମିତଙ୍କ ସଂଖ୍ୟା ୯୫କୁ […]

corona-11
କରୋନା ଅପ୍‌ଡେଟ; ବିଶ୍ୱରେ ମୃତ୍ୟୁସଂଖ୍ୟା ୧୮, ୨୫୦ ଛୁଇଁଲା

ନୂଆଦିଲ୍ଲୀ: କୋଭିଡ୍ ୧୯ର କହର ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବିଶ୍ୱରେ ୪ ଲକ୍ଷ ୭ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ୧୯୬ଟି ଦେଶକୁ ବ୍ୟାପିସାରିଥିବା କରୋନାରେ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୫୦ରେ ପହଞ୍ଚିଛି । ୟୁରୋପରେ କରୋନା ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୬ ହଜାର ୮୨୦କୁ ବୃଦ୍ଧି ପାଇଛି । ୬୯ ହଜାର ୧୭୬ ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । […]

କମ୍ଂ
ଲୁଚି ଲୁଚି ବାହା ହେଉଥିଲେ, ବାନ୍ଧିନେଲା ପୋଲିସ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଚରିଆଡେ ସତର୍କତା ଜାରି କରାଯାଇଛି। ଲୋକଙ୍କୁ ଏକାଠି ନ ହେବା ପାଇଁ କଡା ପଦକ୍ଷେପ ନିଆଯାଉଛି। ସାଂସ୍କୃତିକ କାର୍ଯ୍ୟକ୍ରମକୁ ବି ବାତିଲ କରାଯାଇଛି। ଏମିତି ସମୟରେ ଏକ ଅଜିବ ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ସିଆଲକୋଟ ଅଞ୍ଚଳରେ ଲୁଚାଛପାରେ ଚାଲିଥିଲା ବାହାଘର। ହେଲେ ପୋଲିସ ଜାଣିବା ପରେ ବରକୁ ବାନ୍ଧି ନେଇଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,   ଅଜିମ ନାୱାଜ ନାମକ ଜଣେ ବ୍ୟକ୍ତି ମସ୍‌ଜିଦ୍‌ ଛାତ ଉପରେ ଲୁଚି ଲୁଚି […]

୩୩୩୩
କରୋନା ମୁକାବିଲା; ଭାରତର ଉଦ୍ୟମକୁ ପ୍ରଶଂସା କଲା WHO

ନୂଆଦିଲ୍ଲୀ- କରୋନା ଭାଇରସ ଦ୍ରୁତ ଗତିରେ ତାର କାୟା ବିସ୍ତର କରି ଚାଲିଛି। ସାରା ବିଶ୍ୱ କରୋନା ବିରୁଦ୍ଧରେ ଜାରି ରଖିଛନ୍ତି ଲଢେଇ। ଭାରତରେ ମୃତ୍ୟୁ ସଂଖ୍ୟା ୯ ଥିଲେ ମଧ୍ୟ ଦେଶରେ କଠୋର ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଉ ଏଥିପାଇଁ ସଂକ୍ରମଣକୁ କିଛି ମାତ୍ରାରେ ରୋକା ଯାଇ ପାରିଛି।  ଭାରତର ଏପରି ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଛି। ଭାରତରେ ବର୍ତ୍ତମାନ ସୁଦ୍ଧା ୪୯୯ ମାମଲା ସାମ୍ନାକୁ ଆସିଛି। ସଂକ୍ରମଣ ରୋକିବା ପାଇଁ […]

corona
କରୋନା: ଦେଶରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା, ଦିନକରେ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରବିବାର ଜନତା କର୍ଫ୍ୟୁକୁ ମାନିବା ପରେ ସୋମବାର ଘରେ ରହିବାକୁ ଯେମିତି ଲୋକେ ପ୍ରସ୍ତୁତ ନ ଥିଲେ। ସୋମବାର  ଅଧିକାଂଶ ଲୋକ ଘରୁ ବାହାରି ଆସିଥିଲେ। ରାସ୍ତାଘାଟ ଥିଲା ଚଳଚଞ୍ଚଳ। ଏହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବେଗ ପ୍ରକାଶ କରିବା ସହ  ଲକ୍‌ଡାଉନ୍‌ କଡାକଡି ପାଳନ କରିବାକୁ ନିବେଦନ କରିଥିଲେ। ଏଥିସହ ରାଜ୍ୟ ସରକାରମାନେ ମଧ୍ୟ କଡା ପଦକ୍ଷେପ ନେଇଥିଲେ।  ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ  ନିର୍ଦ୍ଦେଶ ଦେଇଥିଲେ । ପରିସ୍ଥିତିକୁ ଦେଖି  […]

punjab
ମାନିଲେନି ଲକଡାଉନ୍; ଲାଗୁ ହେଲା କର୍ଫ୍ୟୁ

ଚଣ୍ଡିଗଡ:  କରୋନା ଭାଇରସର ମୁକାବିଲା କରିବା ଲାଗି ପଞ୍ଜାବ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ପଞ୍ଜାବରେ ୨୧ଟି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୋମବାର ସାରା ରାଜ୍ୟରେ କର୍ଫ୍ୟୁ ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହ। ଏହି କର୍ଫ୍ୟୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଦେଶର ପ୍ରଥମ ରାଜ୍ୟ ଭାବେ ପଞ୍ଜାବ ଏହି କର୍ଫ୍ୟୁ ଲାଗୁ କରିଛି। ମୁଖ୍ୟ ଶାସନ ସଚିବ ଏବଂ ଡିଜିପିଙ୍କ ସହିତ ସମୀକ୍ଷା ବୈଠକ କରିବା ପରେ ପଞ୍ଜାବ […]