ନୂଆଦିଲ୍ଲୀ: ଲକଡାଉନ ଅବଧି ମେ ୩ ଯାଏ ବୃଦ୍ଧି ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରେଲୱେ ବୋର୍ଡ ପକ୍ଷରୁ ସମସ୍ତ ଟ୍ରେନ ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି। ଦେଶରେ ମେ ୩ ଯାଏ ସମସ୍ତ ଯାତ୍ରୀବାହୀ ଟ୍ରେନ ବାତିଲ କରିବାକୁ ରେଲୱେ ବୋର୍ଡ ନିଷ୍ପତ୍ତି ନେବା ସହ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ କଟାଯାଇଥିବା ଟିକେଟର ମୂଲ୍ୟ ଯାତ୍ରୀଙ୍କୁ ଫେରସ୍ତ ମିଳିବ ବୋଲି ବୋର୍ଡ ଜଣାଇଛି । ପରବର୍ତ୍ତୀ ଆଦେଶ ଯାଏ […]
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଥମଶ୍ରେଣୀର ପୂର୍ବତନ କ୍ରିକେଟର ଜାଫର ସରଫରାଜଙ୍କର କରୋନା ଭାଇରସରେ ମୃତ୍ୟୁ ଘଟିଛି। ଜାଫର କୋଭିଡ-୧୯ ନମୁନା ପଜେଟିଭ ଆସିଥିଲା। ୫୦ ବର୍ଷ ବୟସ୍କ ସରଫରାଜ ଭେଣ୍ଟିଲେଟରରେ ଥିଲେ। ତାଙ୍କୁ ତିନି ଦିନ ତଳେ ପେଶବାର ର ଏକ ଘରୋଇ କ୍ଲିନିକ୍ରେ ଆଇସିୟୁରେ ରଖାଯାଇଥିଲା। ୧୯୮୮ରେ ସର୍ଫରାଜ କ୍ରିକେଟରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ବାମହାତୀ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଭାବେ ୬ଟି ଅନ୍ତରାଷ୍ଟ୍ରିୟ ୱାନ୍ଡେ ମ୍ୟାଚ୍ରେ ୯୬ ରନ୍ ସଂଗ୍ରହ କରିଥିଲେ। ୧୯୯୪ରେ […]
ନୂଆଦିଲ୍ଲୀ: କରୋନା ମହାମାରୀ ସହ ଲଢିବା ପାଇଁ ହେଲେ ଲକ୍ଡାଉନ ଅବଧିକୁ ଆହରି ବଢାଇବାକୁ ପଡ଼ିବ। ସେଥିପାଇଁ ଲକଡାଉନ ଅବଧି ୩ ତାରିଖ ପର୍ଯ୍ୟନ୍ତ ବଢାଇବା ସହ ଗାଇଡଲାଇନ କଡକଡି ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, କରୋନା ମୁକାବିଲା ପାଇଁ ଦେଶବାସୀ ୨୧ ଲକ୍ଡାଉନ୍କୁ ବହୁତ୍ ସଂଯମତାର ସହ ପାଳନ କରିଛନ୍ତି। ଦେଶବାସୀଙ୍କ ଏହି ତ୍ୟାଗ […]
ନୂଆଦିଲ୍ଲୀ: ୨୧ ଦିନିଆ ଲକଡାଉନ୍ ଅବଧି ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ ୧୦ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଏହି ଲକ୍ଡାଉନ ଅବଧି ସମୟରେ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କଷ୍ଟ ସହିଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଲକଡାଉନ ନିୟମକୁ ପାଳନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ମୋଦି କହିଥିଲେ, ଏହି ଲକ୍ ଡାଉନ ସମୟରେ ଆପଣମାନେ ବହୁତ କଷ୍ଟ ସହିଛନ୍ତି। ଆଉ ସେଥିପାଇଁ ଦେଶ […]
ୱାଶିଂଟନ: ସାରା ବିଶ୍ୱରେ ଏବେ ସାଂଘାତିକ ସ୍ଥିତି। କରୋନା ସଂକ୍ରମଣ ଏବେ ବିଶ୍ୱର ୨୧୦ ଦେଶରେ ତାର କାୟା ବିସ୍ତାର କଲାଣି। ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିଶ୍ୱର ସବୁଠୁ ଧନୀ ରାଷ୍ଟ୍ର ଆମେରିକା। ଗତକାଲି ପୁଣି ଥରେ ଗୋଟିଏ ଦିନରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟ ସଂଖ୍ୟା ସାଢ଼େ ୨୩ ହଜାରରେ ପହଞ୍ଚିଛି। କେବଳ ନ୍ୟୁୟର୍କରେ ଏବେ ସୁଦ୍ଧା ୧୦ ହଜାର ଲୋକ କରୋନା ଯୋଗୁ ପ୍ରାଣ ହରାଇଲେଣି। ଆମେରିକାରେ […]
ମୁମ୍ବାଇ: ଦେଶର ବାଣିଜ୍ୟିକ କ୍ୟାପିଟାଲ୍ରେ କାୟା ବିସ୍ତାର କରି ଚାଲିଛି କରୋନା। ମୁମ୍ବାଇ ସମେତ ପୁରା ମହାରାଷ୍ଟ୍ରରେ ଏବେ କରୋନା ସ୍ଥିତି ଭୟଙ୍କର ରୂପ ନେଇଛି। ଦେଶର ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଗତକାଲି ରାଜ୍ୟରେ ୩୫୨ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୩୪ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ଯାଏ ୧୬୦ ଜଣଙ୍କ ପ୍ରାଣ […]
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ୨୧ ଦିନିଆ ଲକ୍ଡାଉନ୍ ଅବଧି ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜି ଶେଷ ହେଉଛି। ହେଲେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲକ୍ଡାଉନ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ନବୀନଙ୍କ ଏପରି ପଦକ୍ଷେପକୁ ଅନ୍ୟରାଜ୍ୟମାନେ ମଧ୍ୟ ଆପଣେଇଛନ୍ତି। ଆଜି ସକାଳ ୧୦ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଲକ୍ଡାଉନକୁ ନେଇ କିଛି ବଡ ଘୋଷଣା କରିପାରନ୍ତି। ହେଲେ ତା‘ ପୂର୍ବରୁ କରୋନା ସଂକ୍ରମଣ […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ହେଲେ ମୋଦିଙ୍କ ସମ୍ବୋଧନର ଠିକ୍ ୩ ଘଣ୍ଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ କଂଗ୍ରେସର ଟ୍ୱିଟର ହାଣ୍ଡେଲ୍ରେ ସେୟାର କରାଯାଇଛି। ଭିଡିଓରେ ସୋନିଆ କହିଛନ୍ତି,“କରୋନା […]
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ଆଜି ସକାଳ ୧୦ଟା ବେଳେ ସାରା ଦେଶକୁ ସମ୍ଭୋଧନ କରିବେ ପ୍ରଧାନମନ୍ତ୍ରୀ। ତେଣୁ ମୋଦିଙ୍କ ବାର୍ତ୍ତାକୁ ଏବେ ସାରା ଦେଶବାସୀ ଅପେକ୍ଷା କରିଛନ୍ତି। କୋଭିଡ୍ ବିରୋଧୀ ମହାସଂଗ୍ରାମରେ ମୋଦିଙ୍କ ପରବର୍ତ୍ତୀ ରଣନୀତି ଏବଂ ଘୋଷଣାକୁ ନେଇ […]
ଭୁବନେଶ୍ୱର: ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩ଶହ ଟପିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଲାଣି। ଦେଶରେ ମୋଟ ୮ ହଜାର ୩୫୦ ଜଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ୭୧୬ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ୭,୯୮୭ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଦୈନିକ ୧୫ ହଜାର ସାମ୍ପଲ ପରୀକ୍ଷା କରାଯାଉଛି। ଦେଶର ୨୧୯ଟି ସ୍ଥାନରେ କରୋନା ପରୀକ୍ଷା ପାଇଁ […]
ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଟ୍ରକକୁ ରୋକାଯାଇ ପାରିବନି। ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରକ, ରାଜ୍ୟ ଭିତରେ ଚଳାଚଳ କରୁଥିବା ଟ୍ରକ୍ ଉପରେ କଟକଣା ରହିବନି। ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛି କେନ୍ଦ୍ର ଗୃହ ବିଭାଗ। ସେହିପରି ଖାଲି ଟ୍ରକ୍ ଗୁଡ଼ିକ ଜିନିଷ ପରିବହନ କରିବା ପାଇଁ କିମ୍ବା ଫେରିବା ବେଳେ ବି ଏହାକୁ ରୋକିବେନି ପ୍ରଶାସନ। ଟ୍ରକ୍ ଚଳାଚଳ ନେଇ ଆବଶ୍ୟକ ହେଉଥିବା ପାସ୍ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛିି କରୋନା ସଂକ୍ରମଣ। ବିଶ୍ୱର ୨୧୦ ଦେଶରେ ବ୍ୟାପିଥିବା କରୋନା ଜନିତ ମୃତ୍ୟୁ ୧ ଲକ୍ଷ ୧୪ ହଜାର ଟପିଗଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୧୮ ଲକ୍ଷକୁ ପାର କରିଛି। ବିଶେଷ କରି ଆମେରିକା, ସ୍ପେନ, ଇଟାଲି ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଆମରିକାରେ କରୋନା ଜନିତ ମୃତ୍ୟୁ ୨୨ […]
ଜୟପୁର: ରାଜସ୍ଥାନରୁ ମୁମ୍ବାଇ ଗଲା ୨୦ ଲିଟର୍ ଓଟ କ୍ଷୀର। ଲକ୍ ଡାଉନ୍ ବେଳେ ସ୍ୱତନ୍ତ୍ର ଭାବେ ରେଳ ବିଭାଗ ପକ୍ଷରୁ ଏହି କ୍ଷୀରକୁ ରାଜସ୍ଥାନରୁ ଆଣି ମୁମ୍ବାଇରେ ପହଞ୍ଚାଯାଇଛି । ଏଠି ସାଧାରଣ ଭାବେ ଏକ ପ୍ରଶ୍ନ ଉଠେ, ରେଳବାଇ ୨୦ ଲିଟର କ୍ଷୀରକୁ କାହିଁକି ଏତେ ଗୁରୁତ୍ୱ ଦେଇ ମୁମ୍ବାଇ ଆଣିଲା ? ହଁ, ଏହି ପ୍ରଶ୍ନର ଉତ୍ତର ଖାଲି ଆଶ୍ଚର୍ଯ୍ୟଜନକ ନୁହେଁ, ଖୁବ୍ ମର୍ମସ୍ପର୍ଶୀ ମଧ୍ୟ। ଗୋଟିଏସାଢେ ୩ ବର୍ଷ ଶିଶୁର ଜୀବନ […]
ପଟିଆଲା: ୮ ଘଣ୍ଟାର ଅପରେସନ୍ ପରେ ଏବେ ସୁସ୍ଥ ହୋଇଛନ୍ତି ପଞ୍ଜାବ ପଟିଆଲାର ଏଏସ୍ଆଇ ହରଜିତ୍ ସିଂହ। ଚଣ୍ଡିଗଡ଼ PGI ହସ୍ପିଟାଲ୍ରେ ହୋଇଥିବା ଅପରେସନ୍ରେ ତାଙ୍କ କଟା ହାତକୁ ପୁଣି ଥରେ ଲଗାଯାଇଛି। ଯାହା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ୍ କର୍ତ୍ତୃପକ୍ଷ କହିଛନ୍ତି। ଗତକାଲି ସାଢ଼େ ୭ ଘଣ୍ଟା ଧରି ହରଜିତ୍ଙ୍କ ହାତର ପ୍ଲାଷ୍ଟିକ୍ ସର୍ଜରୀ କରାଯାଇଥିଲା। ଯାହା ବେଶ ସଂଘର୍ଷପୂର୍ଣ୍ଣ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ତେବେ ଅପରେସନ୍ର କିଛି ମାସ […]