ଲଣ୍ଡନ: ଶେଷରେ ହାରିଲା କରୋନା। ଜିତିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ। ବୋରିସ ଜୋନସନ ଆଜିଠାରୁ କାମରେ ଯୋଗ ଦେଇଛନ୍ତି। କରୋନାରୁ ସୁସ୍ଥ ହେବା ପରେ ଆଜି ସେ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଗତକାଲି ସେ ନିଜ ଲଂଲଣ୍ଡ ସ୍ଥିତ ଡାଉନିଂ ଷ୍ଟ୍ରିଟ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। କରୋନା ମୁକାବିଲା ନେଇ ସମୀକ୍ଷା କରିବା ସହ ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଥିବା ୟୁକେ ବିଦେଶ ସଚିବ ଡୋମିନିକ୍ ରାବ୍ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୋରିସ୍ […]
ଅହମ୍ମଦାବାଦ: ଅହମ୍ମଦାବାଦର ଜଣେ କର୍ପୋରେଟର ତଥା ବରିଷ୍ଠ କଂଗ୍ରେସ ନେତା ବଦ୍ରୁଦ୍ଦିନ ଶେଖଙ୍କର ରବିବାର ରାତିରେ କରୋନାରେ ମୃତ୍ୟୁ ଘଟିଛି। ବଦ୍ରୁଦ୍ଦିନ ଗୁଜୁରାଟ କଂଗ୍ରେସରେ ଜଣେ ପୁରୁଖା ନେତା ଓ ପ୍ରବୀଣ ରାଜନୀତିଜ୍ଞ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ପ୍ରାୟ ଏକ ସପ୍ତାହ ତଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। […]
ସଂଯୁକ୍ତ ରାଷ୍ଟ୍ର:କରୋନାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ବିଶ୍ୱାସ କରାଯାଉଥିଲା, ଛୋଟ ପିଲାଙ୍କ ପାଖରେ କରୋନା ରିସ୍କ କମ୍ । କିନ୍ତୁ ୟୁନିସେଫ ପକ୍ଷରୁ ଚେତାବନୀ ଦିଆଯାଇଛି, କରୋନାର ପ୍ରଭାବ ଛୋଟ ପିଲାଙ୍କ ପାଇଁ ଏକ ଭୟଙ୍କର ବିପଦ ନେଇ ଆସୁଛି। ସଂଯୁକ୍ତ ରାଷ୍ଟ୍ର ଚିଲ୍ଡ୍ରେନ୍ସ ଫଣ୍ଡ ପକ୍ଷରୁ କୁହାଯାଇଛି, କୋଭିଡ଼ -୧୯ ମହାମାରୀ ଯୋଗୁ ଛୋଟ ପିଲାମାନେ ମିଜିଲ୍ସ, ଡିପ୍ଥେରିଆ ଏବଂ ପୋଲିଓ ପରି ଜୀବନରକ୍ଷକ ଟୀକା ନେବାରୁ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ସେମାନଙ୍କ […]
ବିଜୟୱାଡ଼ା:ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିକ୍ୟୁରିଟି ଅଫିସର ଏବଂ ଜଣେ ଷ୍ଟାଫ ନର୍ସ ମଧ୍ୟ ଅଛନ୍ତି। ଏ ନେଇ ସ୍ୱତନ୍ତ୍ର ଚିଫ ସେକ୍ରେଟେରୀ (ହେଲଥ୍) KS Jawahar Reddy ସୂଚନା ଦେଇଛନ୍ତି। ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହିତ ରାଜଭବନକୁ ବିଶୋଧିତ କରାଯାଉଛି। ମ୍ୟୁନିସିପାଲଟି କର୍ତ୍ତୃପକ୍ଷ ଡ୍ରୋନ ସାହାଯ୍ୟରେ ସ୍ପ୍ରେ କରି ରାଜଭବନ ପରିସରକୁ ବିଶୋଧିତ କରୁଛନ୍ତି। ମିଳିଥିବା ଶେଷ […]
ମୁମ୍ବଇ: କରୋନା ଭାଇରସର ସଂକ୍ରମଣରୁ ମୁକ୍ତି ପାଇଁ ସାରା ଦେଶ ଆଜି ଲକ୍ଡାଉନ୍। ପ୍ରଥମେ ୨୧ ଦିନଆ ଲକ୍ଡାଉନ୍, ତା’ପରେ ଏହାର ଅବଧି ବୃଦ୍ଧି ପାଇ ଘୁଞ୍ଚିଲା ମେ’ ୩ ତାରିଖକୁ। ଦେଶବାସୀଙ୍କ ସୁରକ୍ଷା ପାଇଁ ଏହି ଲକ୍ଡାଉନ୍ର ଆବଶ୍ୟକତାକୁ ଏଡାଇ ଦେଇ ହେବନି। କିନ୍ତୁ ଲକଡାଉନ୍ରେ ଶ୍ରମିକ, ଘରୋଇ କମ୍ପାନୀରେ କାମ କରୁଥିବା କର୍ମଚାରୀ ଏବଂ ଛୋଟ ଛୋଟ ବ୍ୟବସାୟୀ ମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତାହାକୁ ଅସ୍ୱିକାର କରି ହେବନି। ଏପରିକି ନିଜର […]
କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ହଜାର ହଜାର ଲୋକଙ୍କ ମୁଣ୍ଡ ନେଉଛି। କିବା ଶକ୍ତିଶାଳି ଆମେରିକା କିବା ଚାଇନା ସମସ୍ତେ ଏହି ଭାଇରସ ଆଗରେ ନଃସହାୟ ପରି ମନେ ହେଉଛନ୍ତି। କରୋନା ଭାଇରସ୍କୁ ମୁକାବିଲା କରିବା ପାଇଁ ବିଶ୍ୱ ସମେତ ସାରା ଭାରତ ଏବେ ଘରେ ବନ୍ଦ। ଚାରିଆଡ଼େ ଖାଁ ଖାଁ। ରାସ୍ତଘାଟ ଶୂନଶାନ୍। ପୁରୀ ବଡ଼ଦାଣ୍ଡରେ ବି ସମାନ ଅବସ୍ଥା। ଦିନେ ଯେଉଁ ବଡ଼ଦାଣ୍ଡ ଭକ୍ତଗହଳିରେ ପୂରିଉଠୁଥିଲା ଆଜି ସେଠି ଶୁଭୁନି ଭକ୍ତଙ୍କ […]
ନୂଆଦିଲ୍ଲୀ: ସୂର୍ଯ୍ୟକିରଣ କରୋନା ଭାଇରସ ସଂକ୍ରମଣକୁ କମାଇବ। ଏପରି ଏକ ଆଶ୍ୱାସନାମୂଳକ ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି। ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି, ମୌସୁମୀର ଆଗମନ ସହ କରୋନା କମବ୍ୟାକ କରିପାରେ। ବିଶେଷଜ୍ଞମାନେ ଏହାକୁ ସେମାନେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ, ବିଳମ୍ବିତ ଜୁଲାଇ-ଅଗଷ୍ଟରେ ଦେଶରେ କରୋନା ସଂକ୍ରମଣ ଦ୍ୱିତୀୟ ପର୍ଯ୍ୟାୟ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ତେବେ ସେତେବେଳେ କରୋନା ଆକ୍ରାନ୍ତଙ୍କ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ କରାଯାଇଛି। ଇତି ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଛୋଟ ଛୋଟ ଦୋକାନ ଖୋଲିବା ପାଇଁ ଇତି ମଧ୍ୟରେ ଅନୁମତି ମିଳିଛି। ତେବେ ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନରେ ଦୋକାନବଜାର ଖୋଲିବ ନାହିଁ। ଲକ୍ ଡାଉନ ପାଇଁ ସବୁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ କରି ଦିଆଯାଇଥିଲା । କେବଳ ଜରୁରୀ ସାମଗ୍ରୀ ମିଳୁଥିବା ଦୋକାନ ଯେପରି ଫଳ, ପନିପରିବା, ଔଷଧ ଦୋକାନ ଖୋଲିବାକୁ […]
ନୂଆଦିଲ୍ଲୀ:ଉତ୍ତର କୋରିଆ ବାଦଶାହ କିମ୍ ଜୋଙ୍ଗ ଉନ୍ଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସୋଶାଲ ମିଡିଆରେ ତାଙ୍କର ମୃତ୍ୟୁକୁ ନେଇ ଅନେକ ଖବରର ଦେଖିବାକୁ ମିଳୁଛି। ଏପରିକି ଚାଇନା ପରିଚାଳିତ ଏକ ଟିଭି ଚ୍ୟାନେଲ ପକ୍ଷରୁ ବ୍ରେନ ଡେଡରେ ରହିଥିବା କିମ ଜଙ୍ଗ ଉନ ପ୍ରାଣ ହରାଇଥିବା କୁହାଯାଇଛି। ଚାଇନାର ଏହି ଟିଭି ଚ୍ୟାନେଲର ଉପ ନିର୍ଦ୍ଦେଶକ ହେଉଛନ୍ତି ଚାଇନା ବୈଦେଶିକ ମନ୍ତ୍ରୀଙ୍କ ସମ୍ପର୍କୀୟ। ତେଣୁ ଏହି ଖବରକୁ କେହି କେହି ବିଶ୍ୱାସ କରୁଥିଲେ ହେଁ […]
ନୂଆଦିଲ୍ଲୀ:ଭାରତୀୟ ଫ୍ୟାଶନ ୱାର୍ଲଡର ସବୁଠାରୁ ଚର୍ଚ୍ଚିତ ନାମ ଅନିତା ଡୋଙ୍ଗରେ । ଏଇ ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ଷ୍ଟାଇଲ, ସୋଶାଲ ସର୍କଲ ଏବଂ ଲାଇଫ ଷ୍ଟାଇଲକୁ ଦେଖିଲେ କେହି ବିଶ୍ୱାସ ବି କରିପାରିବେନି ଯେ, ସେ ତାଙ୍କ ଜୀବନରେ ଏମିତି ଦୁର୍ଦ୍ଦିନ ଦେଇ ଗତି କରିଥିବେ। ଅଭାବକୁ ସାମ୍ନା କରିବା, ସହାୟତା ପାଇଁ ହାତ ବଢାଇ ଖାଲି ହାତରେ ଫେରିବା ପରି ଅନେକ ଦୁଃସମୟ ତାଙ୍କ ଜୀବନରେ ଆସିଛି । ହେଲେ ଶେଷରେ ସେ ସଫଳତା ପାଇଛନ୍ତି […]
ପେଇଚିଂ: କେମିତି ଅଛନ୍ତି ଉତ୍ତର କୋରିଆ ବାଦଶାହ ? ସେ ସୁସ୍ଥ ଅଛନ୍ତି ତ ? ପ୍ରକୃତରେ କୌଣସି ଶାରୀରିକ ରୋଗ ସହ ଲଢୁନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ଏ ନେଇ ମିଡିଆ ପାଖରେ ମଧ୍ୟ କୌଣସି ଖବର ନାହିଁ। କାରଣ କିଛି ଦିନ ତଳେ ଉତ୍ତର କୋରିଆ ବାଦଶାହ କିମ୍ ଜୋଙ୍ଗ ଉନ୍ ବ୍ରେନ ଡେଡ ଥିବା ମିଡିଆରେ କୁହାଯାଉଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିମ୍ ଜୋଙ୍ଗଙ୍କ […]
ଶ୍ରୀନଗର:ଜମ୍ମୁ-କାଶ୍ମୀରର ଅୱନ୍ତିପୁରାରେ ସୁରକ୍ଷାକର୍ମଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। ଏଥିସହିତ ସେମାନଙ୍କୁ ସହଯୋଗ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି। ଘଜୱତ-ଇ-ହିନ୍ଦର କିଛି ଆତଙ୍କୀ ସ୍ଥାନୀୟ ଗୋରିପୁରାରେ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ-ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ଓ ତାଙ୍କ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଟପ୍ କମାଣ୍ଡର ରହିଛି। କରୋନା ମୁକାବିଲା ପାଇଁ […]
ନୂଆଦିଲ୍ଲୀ: ଲକ ଡାଉନକୁ ପୂରିଲା ମାସେ। ମାର୍ଚ୍ଚ ୨୫ ତାରିଖରୁ ହୋଇଥିବା ୨୧ ଦିନିଆ ଲକ୍ଡାଉନକୁ ପ୍ରଧାନମନ୍ତ୍ରୀ ପରବର୍ତ୍ତୀ ସମୟରେ ମେ’ ୩କୁ ବୃଦ୍ଧି କରିଲେ। ଉଦ୍ଦେଶ୍ୟ ଥିଲା କରୋନା ସଂକ୍ରମଣ ରୋକିବା । ଆଉ ଆଜି ଲକ ଡାଉନର ଠିକ ମାସକ ପରେ ଏହି ଉଦ୍ଦେଶ୍ୟ ସଫଳ ହୋଇଥିବା ଦେଖିବାକୁ ମିଳିଛି। ସେତେବେଳେ ଅର୍ଥାତ୍ ଲକଡାଉନ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ପାଖାପାଖି ଥିଲା। ୨୪ ମାର୍ଚ୍ଚରେ ଦେଶରେ କରୋନା ରୋଗୀଙ୍କ ଦୈନକ ବୃଦ୍ଧି […]
ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]
ଭୋପାଳ: ୬ବର୍ଷର ଶିଶୁକୁ ବଳାତ୍କାର। ଖାଲି ବଳାତ୍କାର ନୁହେଁ, ବଳାତ୍କାର ପରେ ଶିଶୁର ଆଖିକୁ ପୁଟାଇ ଦେଇଛନ୍ତି ଦୁର୍ବୃତ୍ତ। ଏମିତି ଏକ ବର୍ବର, ଅମାନବୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରେ। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ୬ ବର୍ଷର ଶିଶୁଟି ଘର ସାମ୍ନାରେ ଅନ୍ୟ ପିଲାଙ୍କ ସହ ଖେଳୁଥିଲା। କେତେକ ଅଚିହ୍ନା ଲୋକ ଆସି ତାକୁ ଉଠାଇ ନେଇଥିଲେ। ଶିଶୁର ଘର ପାଖରେ ଏପରି ଘଟଣା ଘଟିଥିଲେ ହେଁ କେହି ଜାଣି […]
ନୂଆଦିଲ୍ଲୀ: କରୋନା ସହ ଲଢିବାକୁ ସମର୍ଥ ବୋଲି କୁହାଯାଉଥିବା ଭ୍ୟାକ୍ସିନର ପ୍ରଥମ ହ୍ୟୁମାନ ଟ୍ରାଏଲ ଲଣ୍ଡନର ପ୍ରସିଦ୍ଧ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି । ଏଲିସା ଗ୍ରାନାଟୋ ନାମକ ଜଣେ ମହିଳାଙ୍କ ଠାରେ ଗତକାଲି ଏହାର ପ୍ରଥମ ପରୀକ୍ଷଣ କରାଯାଇଛି। ଶାରୀରିକ ରୂପେ ସଂପୂର୍ଣ୍ଣ ସୁସ୍ଥ ଥିବା ପ୍ରାୟ ୮ଶହରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ସାରା ଗିଲବର୍ଟଙ୍କ ନେତୃତ୍ୱରେ ରିସର୍ଚ୍ଚ ଟିମ୍ ଏହି ଭ୍ୟାକସିନ ପ୍ରସ୍ତୁତ […]