• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

first-doct
ପ୍ରଥମ କରୋନା ରୋଗୀଙ୍କୁ ଚିକିତ୍ସା କରିଥିବା ଚୀନ୍‌ ଡାକ୍ତର ବଖାଣିଲେ ତାଙ୍କର ହୃଦୟଥରା ଅନୁଭୂତି

ଉହାନ: କରୋନା ଅଧିକରୁ ଅଧିକ ରାଜ୍ୟରେ ନିଜର କାୟା ବିସ୍ତାର କରିସାରିଲାଣି।  ୟୁରୋପ ଓ ଆମେରିକାରେ ଏହି ଭାଇରସ ଆତଙ୍କ ଖେଳାଇ ଦେଇଛି। ଏହି ଭାଇରସର ଉତ୍ପତିସ୍ଥଳ ଚୀନର ଉହାନ ସହର ସ୍ଥିତ ଭେଟ ମାର୍କେଟ ବୋଲି କୁହାଯାଉଛି।  ତେବେ ଆମେରିକା ସମେତ ଅନେକ ରାଷ୍ଟ୍ର ଉହାନର ଏକ ଲ୍ୟାବକୁ ଏହାର ଉତ୍ପତି ସ୍ଥଳ ବୋଲି ଭାବୁଛନ୍ତ। ଇତିମଧ୍ୟରେ ଚୀନରେ ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା ଯେଉଁ ଡାକ୍ତର କରିଥିଲେ ସେ ତାଙ୍କର ହୃଦୟଥରା ଅନୁଭୂତି ବଖାଣିଛନ୍ତି। […]

jawan
ସେନା ଗୁଳିରେ ୨ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସେନାକୁ ମିଳିଛି ସଫଳତା। ଯବାନଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି। ଗତକାଲି ରାତିରୁ ସୋପିଆନ୍ ଜିଲ୍ଲା ଡାଇରୋ  ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଡାଇରୋ ଗାଁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସିଆରପିଏଫ୍, ୪୪ ରାଷ୍ଟ୍ରୀୟ ରାଇଫଲ୍ ସହ ରାଜ୍ୟ ପୋଲିସ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ତେବେ ଆଜି ଭୋରରୁ ସେନା ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ସୁରକ୍ଷାକର୍ମୀଙ୍କ ଉପରେ ଗୁଳି […]

2543637
ଲକଡାଉନ୍ ବେଳେ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି କଲେଜ

ନୂଆଦିଲ୍ଲୀ: ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ଆର୍କିଟେକଚର ଡିପ୍ଲୋମା ଏବଂ ଡିଗ୍ରୀ କଲେଜ ଗୁଡ଼ିକ ଲକଡାଉନ୍ ବେଳେ କୋର୍ସ ଫି’ ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେନି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ (ଏଚଆରଡି)ର ନିର୍ଦ୍ଦେଶକ୍ରମେ ଅଲ୍ ଇଣ୍ଡିଆ କାଉନସିଲ୍ ଫର ଟେକ୍ନିକାଲ ଏଜୁକେସନ (ଏଆଇସିଟିଇ) ସମସ୍ତ ଡିଗ୍ରୀ ଏବଂ ଡିପ୍ଲୋମା କଲେଜକୁ ଏହି ନିର୍ଦ୍ଦେଶ ଦେଇଛି। ଏଥିସହ କଲେଜରେ ନିୟୋଜିତ ଥିବା ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦରମା ନକାଟିବା ସହିତ ଛଟେଇ ନକରିବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଛି। […]

Untitled-1
ରାସ୍ତାରେ ଉଡ଼ୁଥିଲା ୫୦୦ ଟଙ୍କିଆ ନୋଟ୍‌, କେହି ଛୁଇଁଲେନି: ଶେଷରେ ପୋଲିସକୁ ଡାକିବାକୁ ପଡ଼ିଲା

ନୂଆଦିଲ୍ଲୀ:ପଇସା ପାଇବାର ଲା଼ଳସା କାହାର ବା ନାହିଁ ! ୫୦ ପଇସାର କଏନ୍‌ଟିଏ ରାସ୍ତାରେ ପଡ଼ିଥିଲେ ବି ଛାଡି ଆସିବାକୁ ମନ ହୁଏନି। ହେଲେ ଏବେ ଲାଗୁଛି ଯେମିତି ଟଙ୍କାର ଲୋଭ ମଣିଷ ମନରୁ ପୋଛି ହୋଇଯାଇଛି। ରାସ୍ତାରେ ଟଙ୍କା ଉଡୁଥିଲେ ବି ଧରିବାକୁ ହାତ ଯାଉନି । ମନରେ ପ୍ରଶ୍ନ ଉଠେ, ସତରେ କ’ଣ ମଣିଷ ଏତେ ନିର୍ଲୋଭ ହୋଇଗଲା ? ନା କରୋନା ଭୟ ? ଗୁରୁବାର ରାଜଧାନୀ ଦିଲ୍ଲୀର କେଶବପୁରମ ଅଞ୍ଚଳର ଏକ […]

RBI
କରୋନା ସମୟରେ ଭାରତର ଆର୍ଥିକ ସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଅଛି-RBI

ନୂଆଦିଲ୍ଲୀ: କରୋନା ସଂକଟରେ ବିଗିଡ଼ିଥିବା ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରିବାକୁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ । NHB, ନାବାର୍ଡ, ସିଡବିକୁ ମୋଟ ୫୦ ହଜାର କୋଟିର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ୫୦ ହଜାର କୋଟି ଟଙ୍କାର ପ୍ୟାକେଜରୁ ନାବାର୍ଡକୁ ୨୫ ହଜାର କୋଟି, ସିଡବିକୁ ୧୫ ହଜାର କୋଟି ଓ NHBକୁ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । MSME କ୍ଷେତ୍ର କରୋନା […]

flight
ବିମାନ ଟିକେଟ ବାତିଲ କରିଥିବା ଯାତ୍ରୀ ଟଙ୍କା ଫେରସ୍ତ ପାଇବେ

ନୂଆଦିଲ୍ଲୀ:କୋଭିଡ୍-୧୯ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ବିମାନ ଟିକେଟ୍ ଟଙ୍କା ଫେରାଇବାକୁ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-ଡିଜିସିଏ। ଯଦି କୌଣସି ଯାତ୍ରୀ ଟଙ୍କା ଫେରାଇବାକୁ ଦାବି କରନ୍ତି, ତେବେ ବିନା ବାତିଲ୍ ଶୁଳ୍କରେ ଟଙ୍କା ଫେରାଇବାକୁ ଡିଜିସିଏ କହିଛନ୍ତି।  ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ଲକ୍‌ଡାଉନର ପ୍ରଥମ ପର୍ଯ୍ୟାୟରେ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ଫେରସ୍ତ ପାଇଁ ଡିଜିସିଏ ପକ୍ଷରୁ ସମସ୍ତ ବିମାନ କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।  […]