• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

ambulance
ଆସିବ ନୂଆ ମୋଟରଯାନ ଆଇନ: ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। କଡ଼ା ନିୟମ ଥିବା ଏହି ବିଧେୟକ ସଂସଦରେ ଆଗତ ହୋଇଛି। ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ରାଷ୍ଟ୍ରପତି ଗୃହୀତ କଲା ପରେ ଆଇନରେ ପରିଣତ ହେବ। ଏହି ନୂତନ ଆଇନରେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଏହି ଆଇନ ଅନୁସାରେ ଆମ୍ବୁଲାନ୍ସକୁ ରାସ୍ତାରେ ଯେଉଁମାନେ ଅଟକାଇବେ ସେମାନଙ୍କ ପାଇଁ କଡ଼ା ଅର୍ଥଦଣ୍ଡ ବ୍ୟବସ୍ଥା କରାଯାଇଛି। ଆମ୍ବୁଲାନ୍ସକୁ ରାସ୍ତାରେ ଅଟକାଇଲେ ୧୦ ହଜାର ଟଙ୍କା […]

bihar flood
ଟ୍ରକ୍ ପାଲଟିଛି ଘର : ଭିଟାମାଟି ଛାଡ଼ି ରାଜରାସ୍ତାରେ ରହୁଛନ୍ତି ଗାଁ ଲୋକ

ମୁଣ୍ଡ ଉପରେ ଛାତ ନାହିଁ, ଘର ଛାଡ଼ି ରାଜରାସ୍ତାରେ ଗାଁ ଲୋକ । ସେମାନଙ୍କ ପାଇଁ ସ୍ଥାୟୀ ବାସସ୍ଥାନ ବୋଲି କିଛି ନାହିଁ । କିଏ ଟ୍ରକରେ ତ ଆଉ କିଏ ଗଛ ମୂଳେ ଜୀବନ କାଟୁଛି । ମୁଜାଫରପୁରର ଗାଁର କିଛି ପରିବାର ଘର ଛାଡ଼ି ଜାଜାବର ଜୀବନ ବିତାଉଛନ୍ତି । ଟ୍ରକରେ ରହିବା ପାଇଁ ବାଧ୍ୟ ହେଉଛନ୍ତି । ନିଜର ଘରବାଡ଼ି ସବୁ କିଛି ଅଛି, ମାତ୍ର ପାଣି ଘେରରେ । ଫଳରେ ଭିଟାମାଟି ଛାଡ଼ି ଲୋକଙ୍କୁ ବାରଦ୍ୱାର ହେବାକୁ ପଡ଼ୁଛି । କିଛି ଲୋକ ତ ଟ୍ରକରେ ଦୋକାନ ମଧ୍ୟ ଖୋଲିଛନ୍ତି ।

shami
ଟିକ୍‌ଟକ୍‌ରେ ଅଧିକାଂଶ ଝିଅଙ୍କୁ ଫଲୋ କରୁଥିବାରୁ ଶାମିଙ୍କୁ ନିର୍ଲଜ-ଲଫଙ୍ଗା କହିଲେ ପତ୍ନୀ ହସୀନ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମରେ ପୁଣିଥରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପତ୍ନୀ ହସୀନ୍‌ ଜାହାନ। ସେ ଶାମିଙ୍କୁ ନିର୍ଲଜ ଏବଂ ଲଫଙ୍ଗା କହିବାକୁ ମଧ୍ୟ ପଛାଇ ନାହାନ୍ତି। ଗୋଟିଏ ଝିଅର ବାପା ହେଲା ପରେ ମଧ୍ୟ ଶାମି ଝିଅଙ୍କ ପଛରେ ମାତିବା ଛାଡ଼ିନାହାନ୍ତି ବୋଲି ସେ ଫେସବୁକ୍‌ ଜରିଆରେ ଅଭିଯୋଗ ଆଣିଛନ୍ତି। ଶାମି ଓ ହସୀନ୍‌ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ମନୋମାଳିନ୍ୟ ଲାଗିରହିଥିବା ବେଳେ ଏବେ ହସୀନ୍‌ ଆଣିଥିବା ଅଭିଯୋଗ […]

wall collapse
ଲଗାଣ ବର୍ଷାରେ ଭୁଶୁଡ଼ି ପଡ଼ିଲା କାନ୍ଥ; ୧୭ ମୃତ

ପୁଣେ: ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ କାନ୍ଥ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇନ୍ତି। ମୃତକଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି। ମୃତାହତମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲଗାଣ ବର୍ଷା ଯୋଗୁ ଗତ ରାତିରେ କୋଣ୍ଡଓ୍ୱାର ତାଲାବ ମସଜିଦ ନିକଟରେ ଥିବା ଏକ ଆପାର୍ଟମେଣ୍ଟର ପ୍ରାୟ ୬୦ […]

pm modi
ରାଜ୍ୟସଭାରେ ବହୁମତ ପାଇବାକୁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଲ୍ ପାସ୍ କରିବା ପାଇଁ ଆଞ୍ଚଳିକ ଦଳ ଉପରେ ବିଜେପିର ନଜର। ଏବେ ବିଜେପି ପାଖରେ ମୋଟ ୭୫ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି। ଏନ୍‌ଡିଏ ସହଯୋଗୀଙ୍କୁ ମିଶାଇଲେ ଏହି ସଂଖ୍ୟା ୧୧୦ ହେବ। ଗୃହରେ ବିଲ୍ ପାସ୍‌ କରାଇବା ପାଇଁ ମ୍ୟାଜିକ ନମ୍ୱର ହେଉଛି ୧୧୯। ଅର୍ଥାତ୍ ଏବେ ବି ଆଉ ୯ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେଣୁ ଏବେ ଏନ୍‌ଡିଏ ଆଞ୍ଚଳିକ ଦଳ- ବିଜୁ ଜନତା ଦଳର ୫ ରାଜ୍ୟସଭା ସାଂସଦ, ଟିଆରଏସ୍‌ର […]

pm modi
ଜି-୨୦ ଶିଖର ସମ୍ମିଳନୀରେ ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ:  ଜାପାନର ଓସାକାରେ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ‌ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଟ୍ରମ୍ପ କହିଛନ୍ତି,“ ମୋଦି ମୋର ଭଲ ବନ୍ଧୁ। ଆଗରୁ କେବେ  ଦୁଇ ଦେଶ ମଧ୍ୟରେ  ସଂପର୍କ ଏତେ ନି‍ବିଡ଼ ନ ଥିଲା। ଏବେ ଆମ ସଂପର୍କରେ ବହୁ ସୁଧାର ଆସିଛି। ଆମେ ସାମରିକ କ୍ଷେତ୍ରରେ ମିଳି ମିଶି କାମ କରିବୁ।” ଏହାସହ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ନେଇ ଟ୍ରମ୍ପ ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ମୋଦିଙ୍କ […]

cloudy
ଦୁର୍ବଳ ମୌସୁମୀ ଯୋଗୁ ପ୍ରଭାବିତ ହୋଇପାରେ ଦେଶର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ଜୁନ ୮ରେ  ମୌସୁମୀ କେରଳ ଛୁଇଁଥିଲେ ମଧ୍ୟ ହେଲେ ସାରା ଦେଶରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇନାହିଁ। ଯଦି ଆହୁରି ଦୁଇ ତିନି ସପ୍ତାହ ଏଭଳି ବର୍ଷାଶୂନ୍ୟ ସ୍ଥିତି ଲାଗି ରହେ, ତା’ହେଲେ ଦେଶର ଅର୍ଥନୀତି ପ୍ରଭାବିତ ହୋଇପାରେ ବୋଲି ଅର୍ଥନୀତିଜ୍ଞ ଆକଳନ କରିଛନ୍ତି। ଗତ ଚାରି ବର୍ଷ ଧରି ଦେଶର ଅର୍ଥନୀତି ଦୁର୍ବଳ ରହିଥିବା ବେଳେ ଚଳିତ ବର୍ଷର ପ୍ରଥମ ତିନି ମାସରେ ଦେଶର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇଛି। ଭାରତୀୟ ପାଣିପାଗ […]