ମୁମ୍ୱାଇ: ମୁମ୍ବାଇରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣାରୁ ସ୍ପାଇସ୍ ଜେଟର ଏକ ବିମାନ ଅଳ୍ପକେ ବର୍ତ୍ତି ଯାଇଛି। ଜୟପୁରରୁ ମୁମ୍ୱାଇ ଆସିଥିବା ଏହି ବିମାନ ମୁମ୍ୱାଇ ଏୟାରପୋର୍ଟରେ ଅବତରଣ କରିବା ବେଳେ ରନ୍ଓ୍ୱେରୁ ବାହାରି ଯାଇଥିଲା। ଏହାପରେ ପାଇଲଟ୍ ସଙ୍ଗେସଙ୍ଗେ ବିମାନକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ।। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଲଗାଣ ବର୍ଷା ପାଇଁ ମୁମ୍ୱାଇ ଏୟାରପୋର୍ଟର ମୁଖ୍ୟ ବିମାନ ବନ୍ଦର ବନ୍ଦ […]
ପୁଣେ: ମୁମ୍ବାଇ ଓ ପୁଣେରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇର ପିମ୍ପିରିପଡ଼ା ଅଞ୍ଚଳରେ ଥିବା ଏକ ବସ୍ତିରେ କାନ୍ଥ ଭୁଶୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇ ଥିବାବେଳେ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏବେ ବି ମାଟି ଅତଡ଼ା ତଳେ ବହୁ ଲୋକ ଫସି ରହିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ, ପୁଲିସ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ସେହିପରି […]
ଲକ୍ଷ୍ନୌ: ଖୁବ୍ ଶୀଘ୍ର ଲକ୍ଷ୍ନୌ ସହର ଭିକାରି ମୁକ୍ତ ହେବାକୁ ଯାଉଛି। କାରଣ ଲକ୍ଷ୍ନୌ ମ୍ୟୁନିସିପାଲ କର୍ପୋରେସନ୍ ଏବେ ସୁସ୍ଥ ଭିକାରି ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି। ଶାରୀରିକ ଭାବେ ସୁସ୍ଥ ଭିକାରି ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏକ ସର୍ଭେରୁ ଜଣାପଡ଼ିଛି, ଲକ୍ଷ୍ନୌ ସହରରେ ପ୍ରାୟ ୪୫୦୦ ଭିକାରି ଅଛନ୍ତି। ପ୍ରଶାସନ ପକ୍ଷରୁ କୁହାଯାଇଛି, ସେମାନେ ସବୁ […]