Advertisment

Khandagiri Mela: ହରହର ମହାଦେବ ଡାକରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ଗୁମ୍ଫା

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ପାହାଡ ଉପରେ ଥିବା ମାଆ ବାରଭୂଜାଙ୍କ ରୀତିନୀତି ଓ ପୂଜାର୍ଚ୍ଚନା। ପ୍ରତିଦିନ ଏକ ହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ସହ ସାଧୁ ସନ୍ଥଙ୍କ ଲାଗି ଟେଣ୍ଟ ବ୍ୟବସ୍ଥା କରାଯାଇଛି।

author-image
Manoranjan Sial
Khandagiri

Khandagiri

ଆଜି ପବିତ୍ର ମାଘ ସପ୍ତମୀ। ଖଣ୍ଡଗିରି ଗୁମ୍ପାରେ ହରହର ମହାଦେବ ଡାକ। ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ଚତୁର୍ଦ୍ଦିଗ। ଯଜ୍ଞ କୁଣ୍ଡରେ ଚାଲିଛି ହୋମ ଯଜ୍ଞ। ନାଗା ଅଘୋରି, ସାଧୁସନ୍ଥମାନେ ଆସି ସାରିଲେଣି। ସେମାନଙ୍କ ପାଖରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଗହଳି ଜମିଲାଣି। ଚଳିତବର୍ଷ ଖଣ୍ଡଗିରିରେ ହଜାରେରୁ ଅଧିକ ସାଧୁସନ୍ଥଙ୍କ ସମାଗମ ହୋଇଛି। ଆଜି ସାଧୁସନ୍ଥମାନେ କଳସ ଯାତ୍ରାରେ ଯାଗମରା ବଡ ପୋଖରୀକୁ ଯାଇ ଜଳ ଆଣି ଥିଲେ। ଖଣ୍ଡଗିରି ଗୁମ୍ପାରେ ଥିବା ରାଧାକୁଣ୍ଡରୁ ମଧ୍ୟ ପାଣି ଆଣି କୁମ୍ଭ ବସିବା ପରେ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯାଇଥିଲା।

Advertisment

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ଖଣ୍ଡଗିରି ପାହାଡ ଉପରେ ଥିବା ମାଆ ବାରଭୂଜାଙ୍କ ରୀତିନୀତି ଓ ପୂଜାର୍ଚ୍ଚନା। ପ୍ରତିଦିନ ଏକ ହଜାର ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ସହ ସାଧୁ ସନ୍ଥଙ୍କ ଲାଗି ଟେଣ୍ଟ ବ୍ୟବସ୍ଥା କରାଯାଇଛି। ଏହାସହ ପିଇବା ପାଣି, ଶୌଚାଳୟ ଓ ଲାଇଟ୍‌ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଦେବ କୁଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା ହୋଇଥିବାରୁ ସନ୍ଧ୍ୟାରେ ସ୍ଥାନଟି ବେଶ ଆକର୍ଷଣୀୟ ଦେଖା ଯାଉଛି।

ଅଧିକ ପଢ଼ନ୍ତୁ: ସ୍ତ୍ରୀ ଓ ୩ ପିଲା ଅଛନ୍ତି, ତଥାପି ମାଟ୍ରିମୋନୀରେ ବିବାହ ପାଇଁ କରୁଥିଲେ ଆବେଦନ, ତା’ପରେ...

Advertisment

ସେପଟେ ଖଣ୍ଡଗିରି ମେଳାରେ ପାରମ୍ପରିକ ବାଉଁଶ, ବେତ ତିଆରି ଘରକରଣା ଜିନିଷର ପସରା ମେଲାଇ ବସିଲେଣି ବ୍ୟବସାୟୀ। ଆସନ୍ତା ୬ ତାରିଖରୁ କମ୍ପିବ ଯାତ୍ରା ପେଣ୍ଡାଲ। ଶୁଭିବ ଯାତ୍ରା ନାୟକ, ନାୟିକା, ଖଳନାୟକଙ୍କ ସଂଳାପ। ୭ଟି ସାଂସ୍କୃତିକ ଅନୁଷ୍ଠାନ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୩ଟି ନାମୀଦାମୀ ଯାତ୍ରା ପାର୍ଟିକୁ ଆଣି ନାଟକ ମଞ୍ଚସ୍ଥ କରାଇବେ। ଏନେଇ ଭୁବନେଶ୍ୱର କମିଶନରେଟ ପୋଲିସ ଓ BMC ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ଅଧିକ ପଢ଼ନ୍ତୁ: ଶୀତଳ ଭଣ୍ଡାର ନାହିଁ, କମ୍ ଦାମ୍‌ରେ କିଣି ନେଉଛନ୍ତି ବେପାରୀ...ମୂଳଖର୍ଚ୍ଚ ପାଉନି ଚାଷୀ

Bhubaneswar Khandagiri Mela
Advertisment
Advertisment