• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

oppo
ଜାଣନ୍ତୁ କେବେଠୁ ଭାରତୀୟ ବଜାରରେ ମିଳିବ Oppo K3 ଫୋନ୍‌

ନୂଆଦିଲ୍ଲୀ: Oppo ଏହାର ନୂଆ ସ୍ମାର୍ଟ ଫୋନ୍‌ Oppo K3 ଭାରତରେ ଲଞ୍ଚ୍‌ କରି ସାରିଛି।  ଜୁଲାଇ ୨୩ରୁ ଭାରତୀୟ ବଜାରରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ଫାଷ୍ଟ୍‌ ଚାର୍ଜିଂ ପାଇଁ ଏହି ସ୍ମାର୍ଟ ଫୋନ୍‌ରେ VOOC 3.0 ସପୋର୍ଟ ରହିଛି। ଭାରତରେ Oppo ର ଏହି ନୂଆ ସ୍ମାର୍ଟ ଫୋନ୍‌ର ଦାମ୍‌ ୧୬ ହଜାର ୯୯୦ଟଙ୍କା ରହିଛି। ଏହି ଦାମ୍‌ରେ ଆପଣ ୬ GB RAM, ୬୪ GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ ସହ ଆହୁରି ଅନେକ ସୁବିଧା ପାଇ […]

accident
ଟ୍ରକ୍‌ ସହ ଧକ୍କା ହେଲା କାର୍‌; ଚାଲିଗଲା ୯ ଛାତ୍ରଙ୍କ ଜୀବନ

ପୁନେ: ମହାରାଷ୍ଟ୍ର ପୁନେ ନିକଟରେ ପୁନେ-ସୋଲାପୁର ହାଇୱେରେ ଏକ କାର୍‌ ଟ୍ରକ୍‌ ସହ ଧକ୍କା ହେବା ଫଳରେ ୯ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୩୦ ମିନିଟ୍‌ ବେଳେ ଏହି ଦୁର୍ଘଟଣା ଘଟିଥିଲା। ମୃତକଙ୍କ ବୟସ ୧୯ ବର୍ଷରୁ ୨୩ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି। ସେମାନେ ପୁନେର ୟାଭାତରେ ରହୁଥିଲେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମୃତ ଛାତ୍ରମାନେ କାର୍‌ରେ ସେମାନଙ୍କ ଗାଁ ରାଇଗଡ଼ରୁ ଫେରୁଥିବା ବେଳେ କଦମ୍‌ୱାକ୍‌ […]

kumarswami
କର୍ଣ୍ଣାଟକ ରାଜନୈତିକ ସଙ୍କଟ: ଆସନ୍ତା ୨୨ରେ ହୋଇପାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକ ନାଟକର କେବେ ପଡ଼ିବ ଯବନିକା? ଆସ୍ଥା ଭୋଟ୍‌ ପାଇଁ ତିନି ତିନି ଥର ରାଜ୍ୟପାଳଙ୍କ ଡେଡ୍‌ଲାଇନକୁ ବେଖାତିର କରି ‌ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ରଖିଛନ୍ତି। ବାଚସ୍ପତିଙ୍କ ମୁଲତବି ଘୋଷଣା ପରେ କୁମାରସ୍ୱାମୀ ସରକାରଙ୍କୁ ୨ ଦିନିଆ ଆଶ୍ୱସ୍ତି ମିଳିଥିବା ବେଳେ ଆସନ୍ତା ୨୨ରେ ଆସ୍ଥା ଭୋଟ୍ ହୋଇପାରେ। ବିଜେପି ବିଧାୟକମାନେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ପରେ ଗତ ଗୁରୁବାର ଆସ୍ଥା ଭୋଟ୍‌ ସାରିବା ପାଇଁ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। […]

high court
ହାଇକୋର୍ଟଙ୍କ ନିଷ୍ପତ୍ତି : ୧୯ ବର୍ଷର ପିଲାଙ୍କୁ ସାଥୀ ସହ ଲିଭ୍-ଇନରେ ରହିବାର ଅଧିକାର ଅଛି

୧୯ ବର୍ଷର ଯୁବକ ଓ ୨୧ ବର୍ଷୀୟ ଯୁବତୀ ଏକାଠି ରହିବା ପାଇଁ ଚାହୁଁଥିଲେ । କିନ୍ତୁ ଝିଅଙ୍କ ପରିବାର ପକ୍ଷରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୋହଲି ପୋଲିସରେ ମଧ୍ୟ ଆବେଦନ କରିଥିଲେ ୧୯ ବର୍ଷୀୟ ଯୁବକ । କାରଣ ପରିବାରର ପ୍ରତିଷ୍ଠା ଦୃଷ୍ଟିରୁ ଉଭୟଙ୍କୁ ମାରିବାକୁ ଧମକଚମକ ଦେଉଥିଲେ ଝିଅର ପରିବାର ଲୋକ । ଅନ୍ୟପଟେ ଆବେଦନକାରୀ ସାବାଳକ ହୋଇଥିଲେ ସୁଦ୍ଧା ବିବାହ ବୟସ ହୋଇନଥିବା ଦର୍ଶାଇଥିଲେ । ବିବାହ ବୟସ ହେବା ମାତ୍ରେ ଉଭୟେ ବିବାହ କରିବେ ବୋଲି ମଧ୍ୟ କହିଥିଲେ । ଏବେ କୋର୍ଟ ତାଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ଦମ୍ପତିଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।