ମୁମ୍ବାଇ: ସମସ୍ତେ ଜାଣନ୍ତି, ବଲିଉଡ୍ର ଖିଲାଡି ଅକ୍ଷୟ କୁମାର ହାଇଏଷ୍ଟ ପେଡ୍ ଷ୍ଟାର। ସେଥିପାଇଁ ଫୋବର୍ସ ମାଗାଜିନ୍ ପକ୍ଷରୁ ନିକଟରେ ଏକ ଲିଷ୍ଟ ପ୍ରକାଶ ପାଇଛି, ଯେଉଁଥିରେ ଅକ୍ଷୟ କୁମାର ସବୁଠୁ ଅଧିକ ଇନ୍କମ୍ କରୁଥିବା ଅଭିନେତା ବୋଲି କୁହାଯାଇଛି। ମାଗାଜିନ୍ରେ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ୨୦୧୮ ମସିହା ଜୁନ୍ରୁ ୨୦୧୯ ମସିହା ଜୁନ୍ ପର୍ଯ୍ୟନ୍ତ ଅକ୍ଷୟ ୪୪୪ କୋଟି ଟଙ୍କା ଇନ୍କମ୍ କରିଛନ୍ତି। ଏ କ୍ଷେତ୍ରରେ ରିହାନା, ସ୍କାରଲେଟ୍ ଜୋହନସର୍ ଓ ବ୍ରେଡ୍ଲି କୁପରଙ୍କ ଭଳି […]
ନୂଆଦିଲ୍ଲୀ: ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନକୁ ପାକିସ୍ତାନ ଡରିବା ଆରମ୍ଭ କରିଛି। କାଳେ ଭାରତ ଆଉ ଥରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିବ, ସେଥିପାଇଁ ଇସ୍ଲାମାବାଦ ଭାରତ ପାଇଁ ତା’ର ବାୟୁସୀମାକୁ ବନ୍ଦ କରିଦେଇଛି। ଭାରତକୁ ଆସୁଥିବା କିମ୍ବା ଭାରତରୁ ଯାଉଥିବା କୌଣସି ବିମାନ ପାକିସ୍ତାନ ଆକାଶ ମାର୍ଗକୁ ବ୍ୟବହାର କରିପାରିବ ନାହିଁ। କିନ୍ତୁ ପାକିସ୍ତାନ ଏବେ ଭାରତ ପାଇଁ ତା’ର ଆକାଶ ମାର୍ଗ ଖୋଲିବା ନିମନ୍ତେ ନୂଆଦିଲ୍ଲୀ ଆଗରେ ସର୍ତ୍ତ ଉପସ୍ଥାପନ […]
ନୂଆଦିଲ୍ଲୀ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ୍ ଗୁରୁବାର ଅଭିନେତ୍ରୀଙ୍କ ଘରକୁ ଯାଇଥିବା ଜଣାପଡ଼ିଛି। ଚଳିତ ବର୍ଷ ଫେବୃଆରୀରେ ବଲିଉଡ୍ର ଏହି ଟପ୍ ଅଭିନେତ୍ରୀଙ୍କ ସମେତ ୪ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ଏକ ଇଭେଣ୍ଟ ପାଇଁ ସୋନାକ୍ଷୀ ୨୪ ଲକ୍ଷ ଟଙ୍କା ନେଇଥିଲେ ହେଲେ ଇଭେଣ୍ଟକୁ ଆସି ନଥିଲେ। ଇଭେଣ୍ଟଟି ୨୦୧୮ ମସିହା ସେପ୍ଟେମ୍ବର ମାସରେ ହେବାର ଥିଲା। ଠକେଇ […]
ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ୍ ମ୍ୟାଚ୍ରେ ହାରି ଆଇସିସି ବିଶ୍ୱକପ୍ରୁ ଭାରତ ବିଦାୟ ନେଇଛି। ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍ ହେବା ପରେ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ତେବେ ଦଳ ଏହି ମ୍ୟାଚ୍ ହାରିବା ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଖୁବ୍ ଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ସଂପର୍କରେ ଅବଗତ ହେବା ପରେ ବଲିଉଡ୍ର ଲୋକପ୍ରିୟ ଗାୟିକା ତଥା ଭାରତରତ୍ନ ଲତା ମଙ୍ଗେଶକର୍ ଟ୍ୱିଟ୍ କରି […]
ଔରଙ୍ଗାବାଦ: ୩୦ ବର୍ଷ ପରେ ଜଣେ କେନିଆ ନାଗରିକ ଭାରତର ଔରଙ୍ଗାବାଦ ଫେରିଛନ୍ତି। ଅଶୀ ଦଶକରେ ପାଠ ପଢ଼ିବାକୁ ଭାରତ ଆସିଥିବା ରିଚାର୍ଡ ଟୋଙ୍ଗୀ ନାମକ ଏହି ବ୍ୟକ୍ତି ବର୍ତ୍ତମାନ କେନିଆର ଜଣେ ସାଂସଦ। ସେ ଔରଙ୍ଗାବାଦ ଆସିବାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ସେ ଏକ ତେଜରାତି ଦୋକାନରେ ୨୦୦ ଟଙ୍କା ବାକି ରଖିଥିଲେ। ଆଉ ଏହି ଟଙ୍କା ଫେରାଇବା ପାଇଁ ୩ ଦଶକ ପରେ ରିଚାର୍ଡ ଔରଙ୍ଗାବାଦ ଫେରିଛନ୍ତି। ରିଚାର୍ଡ ଏତେ […]