ନୂଆଦିଲ୍ଲୀ: ଆଇପିସି ଧାରା ୩୭୭କୁ ନେଇ ଗତବର୍ଷ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଥିଲେ। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ କହିଥିଲେ। ଆଇପିସି ଧାରା ୩୭୭କୁ ଉଚ୍ଛେଦ ନେଇ ୨ଜଣ ଭାରତୀୟ ମହିଳା ଓକିଲ ବହୁତ ସଂଘର୍ଷ କରିଥିଲେ। ସେତେବେଳେ ଏହି ଦୁଇ ମହିଳା ଓକିଲଙ୍କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏବେ ଏଇ ପ୍ରସଙ୍ଗକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ […]
କଳାହାଣ୍ଡି: ସୁଇଜରଲାଣ୍ଡରେ ଅନୁଷ୍ଠିତ ଆଇରନ୍ ମ୍ୟାନ୍ ପ୍ରତିଯୋଗିତାରେ କଳାହାଣ୍ଡିର ଅଭିଷେକ ପାଟ୍ଟଯୋଶୀ ଚାମ୍ପିଅନ ହୋଇଛନ୍ତି। ଓ୍ୱାର୍ଲଡ୍ ଟ୍ରାଇଆଥଲନ କର୍ପୋରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶହ ଶହ ଖେଳାଳିଙ୍କୁ ପଛରେ ପକାଇ ଅଭିଷେକ ଏହି ସଫଳତା ପାଇଛନ୍ତି। ପ୍ରତିଯୋଗୀଙ୍କୁ ୧୮ ଘଣ୍ଟା ଭିତରେ ସମୁଦ୍ରରେ ୩.୮ କିଲୋମିଟର ପହଁରିବା, ୧୮୦ କିଲୋମିଟର ସାଇକେଲ ଚଲାଇବା ଓ ୪୨.୨ କିଲୋମିଟର ଦୌଡ଼ିବା ଶେଷ କରିବାକୁ ପଡ଼ିଥାଏ। ହେଲ ଘଣ୍ଟାଏ ପୂର୍ବରୁ ଅର୍ଥାତ୍ ୧୭ ଘଣ୍ଟାରେ ଅଭିଷେକ […]
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା […]
ୱାଶିଂଟନ୍: କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଗ୍ରହୀ। ଆମେରିକା ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସହ ହ୍ୱାଇଟ୍ ହାଉସରେ ଆଲୋଚନା ବେଳେ ଆମେରିକା ରାଷ୍ଟ୍ରପତି ଏହି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବେଳେ ଇମ୍ରାନ୍ ଖାନ୍ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଟ୍ରମ୍ପ କହିଥିଲେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କଶ୍ମୀର ପ୍ରସଙ୍ଗରେ ସହାୟତା ପାଇଁ କହିଥିଲେ। ତେବେ ଯଦି ଏହି […]
ରାୟପୁର: ଛତିଶଗଡ଼ ପୁଲିସ୍ ଏକ ବଡ଼ ଧରଣର ମାଓବାଦୀ ଆକ୍ରମଣ ଯୋଜନାକୁ ଭଣ୍ଡୁର କରିଛି। ମିଳିଥିବା ସୂଚନା ଅନୁସାରେ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍ପିଏଫ୍)ର ୨୩୧ ବାଟାଲିୟନର କ୍ୟାମ୍ପ୍ ଠାରୁ ମାତ୍ର ୪ଶହ ମିଟର ଦୂରରେ ଏକ ଆଇଇଡି ପ୍ଲାଣ୍ଟ୍ କରାଯାଇଥିଲା। ଆଉ ଟାର୍ଗେଟ୍ରେ ଥିଲା ଏହି କ୍ୟାମ୍ପ। ହେଲେ ଲାଲ୍ ବାହିନୀର ଏହି ଘାତକ ଯୋଜନାକୁ ପୁଲିସ୍ ଫେଲ୍ କରିବାରେ ସଫଳ ହୋଇଛି। ସିଆର୍ପିଏଫ୍ର ଏହି କ୍ୟାମ୍ପ ଦାନ୍ତେଓ୍ୱାଡ଼ା ଜିଲ୍ଲାର ଅରନପୁର-ଜଗରଗୋଣ୍ଡା ରୋଡ୍ରେ ଅବସ୍ଥିତ। ପୁଲିସ୍ […]