• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

vlcsnap-error360
ଦଶହରାରେ ରିଲିଜ୍‌ ହେବ ନୂଆ ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ୍‌’

ଭୁବନେଶ୍ୱର: ଦିନ ଥିଲା ପିନ୍ଧିବା ପାଇଁ ତାଙ୍କ ପାଖରେ କପଡା ନ ଥିଲା। ପ୍ୟାଣ୍ଟ୍‌ ବଦଳରେ ଗାମୁଛା ପିନ୍ଧୁଥିଲେ। ସ୍କୁଲରେ ଦିଆ ଯାଉଥିବା ମକା ଖିରି ଖାଇବା ପାଇଁ ଲାଇନରେ ଛିଡା ହେଉଥିଲେ। ଯେଉଁ ବୟସରେ ଖଡ଼ି ସିଲଟ ଧରିବା କଥା ସେଇ ବୟସରେ ସେ କଇଁଚି ଆଉ କପଡା ଧରିଲେ।  ଆଉ ଏବେ ସେ ଦିଲ୍ଲୀରେ ଜଣେ ପ୍ରତିଷ୍ଠିତ ଉଦ୍ୟୋଗପତି। ବାଲେଶ୍ୱରର ଅବଦୁଲ ଅମିନ ଖାନ୍‌ଙ୍କ ଏଭଳି ଏକ ସଂଘର୍ଷମୟ ଜୀବନୀକୁ ନେଇ ପ୍ରସ୍ତୁତ ହେଉଛି […]

vlcsnap-error120
ଦକ୍ଷିଣ ଓ ପଶ୍ଚିମ ଭାରତରେ ବନ୍ୟା ବିଭୀଷିକା; ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ପରେ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତାମିଲନାଡୁରେ ବନ୍ୟାର ବିଭୀଷିକା ଦେଖିବାକୁ ମିଳିଛି। ଏଥିରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର, କେରଳ ଏବଂ କର୍ଣ୍ଣାଟକରେ କେବଳ ମୃତ୍ୟୁ ସଂଖ୍ୟା ୭୯କୁ ଛୁଇଁଛି। ଗତକାଲି କେରଳରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି।  ଓ୍ୱାୟନାଡ୍‌ ଓ ମଲ୍ଲାପୁରମ୍‌ରେ ବଡ ଧରଣର ମାଟି ଅତଡା ଧସି ଯିବା ଫଳରେ ମାଟି ଅତଡ଼ା ତଳେ ୪୦ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। […]

Capture
ମୁକୁଲ ୱାସନିକ୍‌ ହୋଇପାରନ୍ତି କଂଗ୍ରେସର ନୂଆ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ମୁଖିଆ ବିହୀନ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷଙ୍କ ନାଁ ଆସନ୍ତାକାଲି ଘୋଷଣା ହୋଇପାରେ। ବରିଷ୍ଠ କଂଗ୍ରେସ ନେତା ମୁକୁଲ ୱାସନିକ ଏହି ପଦବୀ ପାଇଁ ପ୍ରବଳ ଦାବିଦାର ରହିଛନ୍ତି ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବାସଭବନରେ ବସିଥିବା ବୈଠକରେ କଂଗ୍ରେସ ନେତାମାନେ ସର୍ବସମ୍ମତିକ୍ରମେ ମୁକୁଲଙ୍କ ନାଁରେ ମୋହର ମାରିଛନ୍ତି। ଏବେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା […]

under water train
ଖୁବ୍‌ଶୀଘ୍ର ଭାରତରେ ଗଡ଼ିବ ଅଣ୍ଡର ୱାଟର୍‌ ଟ୍ରେନ୍‌

କୋଲକାତା: ଖୁବ୍‌ଶୀଘ୍ର ଭାରତରେ ପ୍ରଥମ ଅଣ୍ଡର୍‌ ୱାଟର୍‌ ଟ୍ରେନ୍‌ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏନେଇ ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍‌ ଘୋଷଣା କରିଛନ୍ତି। କୋଲକାତାର ହୁଗ୍‌ଲୀ ନଦୀରେ ଏହି ଟ୍ରେନ୍‌ ଗଡ଼ିବ। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଟ୍ୱିଟ୍‌ ମଧ୍ୟ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି, ‘ଭାରତର ପ୍ରଥମ ଅଣ୍ଡର୍‌ ୱାଟର୍‌ ଟ୍ରେନ୍‌ ଖୁବ୍‌ଶୀଘ୍ର କୋଲକାତାର ହୁଗଲୀ ନଦୀରେ ଗଡ଼ିବ। ଉତ୍କୃଷ୍ଟ ଇଞ୍ଜିନିୟରିଂର ଉଦାହରଣ କୁହାଯାଉଥିବା ଏହି ଟ୍ରେନ୍‌ ଦେଶର ରେଳ ବିକାଶର ଏକ ପ୍ରତୀକ।ଏହାଦ୍ୱାରା କୋଲକାତାବାସୀଙ୍କୁ ସୁବିଧା ମିଳିବା […]

andhadhun
ଜାତୀୟ ଫିଲ୍ମ ପୁରସ୍କାର ୨୦୧୯: ଆୟୁଷ୍ମାନ୍‌, ଭିକି ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୬୬ତମ ଜାତୀୟ ଫିଲ୍ମ ପୁରସ୍କାର ବିଜେତାଙ୍କ ନାମ ଆଜି ଘୋଷଣା କରାଯାଇଛି। ସାଧାରଣତଃ ଏପ୍ରିଲ ମାସରେ ଏହାର ଘୋଷଣା କରାଯାଉଥିଲେ ମଧ୍ୟ ନିର୍ବାଚନ କାରଣରୁ ଏହା ସ୍ଥଗିତ ରହିଥିଲା। ଚଳିତ ବର୍ଷ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ୍‌’ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟକୁ ‘ବେଷ୍ଟ ଫିଲ୍ମ ଫ୍ରେଣ୍ଡଲି’ ରାଜ୍ୟ ସମ୍ମାନ ମିଳିଛି। ସେହିପରି ସାମଜିକ ସମସ୍ୟା ବିଭାଗରେ ‘ପ୍ୟାଡ୍‌ମ୍ୟାନ୍‌’କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନୀତ […]

supreme-court
ଅଯୋଧ୍ୟା ମାମଲା: ୫ ଦିନିଆ ଶୁଣାଣିକୁ ସମର୍ଥନ କଲାନି ମୁସଲିମ୍ ବୋର୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ଶୀଘ୍ର ଶୁଣାଣି ସାରିବା ପାଇଁ ସପ୍ତାହକରେ ୫ ଦିନ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ଏପରି ନିଷ୍ପତ୍ତିକୁ ମୁସଲିମ୍ ବୋର୍ଡ୍ ସମର୍ଥନ କରିନାହିଁ। ସୁପ୍ରିମକୋର୍ଟରେ ମୁସଲିମ୍‌ ପକ୍ଷର ଓକିଲ ରାଜୀବ ଧାୱନ କହିଛନ୍ତି ଏହା କେବେ ସପ୍ତାହକର ମାମଲା ନୁହେଁ। ଲମ୍ୱା ସମୟ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣି ଚାଲିବ। ପ୍ରତିଦିନ ଅନେକ କାଗଜ ପତ୍ର ପଢ଼ିବା ସହ ଅନ୍ୟ କାମ ମଧ୍ୟ ରହିଛି । […]

bjp
ଧାରା ୩୭୦କୁ ନେଇ ସାରା ଦେଶରେ ବିଜେପି କରିବ ସାମ୍ବାଦିକ ସମ୍ମିଳନୀ

ନୂଆଦିଲ୍ଲୀ: ଧାରା ୩୭୦କୁ ନେଇ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ବାବଦରେ ଲୋକଙ୍କ ପାଖକୁ ଯିବ ଶାସକ ଦଳ ଭାରତୀୟ ଜନତା ପାର୍ଟି। ଏଥିପାଇଁ ବିଜେପି ଦେଶର ସମସ୍ତ ଜିଲ୍ଲାରେ ସାମ୍ବାଦିକ ସମ୍ମିଳନୀ କରିବ।ଏନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ସମସ୍ତ ରାଜ୍ୟର ଦଳୀୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଗାମୀ ଦୁଇ ତିନ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କରିବ ବିଜେପି। ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ […]

flood
କେରଳରେ ବନ୍ୟା ବିଭୀଷିକା; ଚାଲିଗଲା ୨୨ ଜୀବନ

ନୂଆଦିଲ୍ଲୀ: ଲଗାଣ ବର୍ଷା ପରେ ଦକ୍ଷିଣ ଭାରତ ଓ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। କେରଳ, କର୍ଣ୍ଣାଟକ ଓ ତାମିଲନାଡ଼ୁର ବିଭିନ୍ନ ନଦୀରେ ବନ୍ୟା ଆସିବା ଫଳରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି। ତେବେ ସବୁଠାରୁ କେରଳ ଅଧିକ ପ୍ରଭାବିତ ହୋଇଛି। କୋଚିନ୍ ଏୟାରପୋର୍ଟ ଜଳମଗ୍ନ ହୋଇଥିବାରୁ ବିମାନବନ୍ଦରକୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ବିମାନ ବନ୍ଦର ନିକଟରେ ଥିବା ପେରିୟାର ନଦୀ ଏବଂ କେନାଲର ଜଳସ୍ତର ବୃଦ୍ଧି ପାଉଛି। କେରଳର ବିଭିନ୍ନ […]

MS Dhoni
ସ୍ୱାଧୀନତା ଦିବସରେ ପତାକା ଉଡ଼ାଇବେ ଏମ୍.ଏସ୍ ଧୋନି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସ୍ୱାଧୀନତା ଦିବସ ଅବସରରେ ଲଦାଖରେ ପତାକା ଉଡ଼ାଇବେ। ଭାରତୀୟ ସେନାର ଲେଫ୍ଟନେଣ୍ଟ କର୍ଣ୍ଣେଲ୍‌ ଉପାଧି ପାଇ ସାରିଛନ୍ତି ଧୋନି। ଏବେ ସେ ଟେରିଟରିଆଲ ଆର୍ମିର ଯବାନଙ୍କ ସହ ପ୍ରଶିଷଣ ନେଉଛନ୍ତି। ଟେରିଟରିଆଲ୍ ଆର୍ମି ସହ କାମ କରିବା ପାଇଁ ଧୋନି ଜୁଲାଇ ୩୦ରୁ ଅଗଷ୍ଟ ୧୫ ଯାଏ କ୍ରିକେଟରୁ ଛୁଟି ନେଇଛନ୍ତି। ସେଥିପାଇଁ ସେ ୱେଷ୍ଟ ଇଣ୍ଡିଜ୍ ଗସ୍ତରେ ସାମିଲ୍ ହୋଇନାହାନ୍ତି। ଜଣେ […]

BeFunky-collage
ପାକିସ୍ତାନ୍‌ ଚଳାଇଛି ନୂଆ ଷଡ଼ଯନ୍ତ୍ର ; ଏଲ୍‌ଓସିରେ ନିର୍ମାଣ କରୁଛି ସୁଡ଼ଙ୍ଗ

ଇସଲାମାବାଦ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ ମୋଦି ସରକାରଙ୍କ ଐତିହାସିକ ନିଷ୍ପତ୍ତି ପରେ ପାକିସ୍ତାନ ଏକ ପ୍ରକାର ବିଭ୍ରାନ୍ତ ହୋଇଯାଇଛି। ଏହି ଘଟଣା ପରେ ପାକିସ୍ତାନ ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ରାଗରେ ବିଳିବିଳେଇ ହେଉଛି। ଏପରିକି ଭିତରେ ଭିତରେ ଷଡ଼ଯନ୍ତ୍ର ରଚିବାରେ ଲାଗି ପଡ଼ିଛି। ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ପାକିସ୍ତାନ ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିପଡ଼ିଛି। ଏନେଇ ଗୃହ ମନ୍ତ୍ରାଳୟକୁ ସୁରକ୍ଷା ଏଜେନ୍ସି ରିପୋର୍ଟ ପ୍ରଦାନ କରିଛନ୍ତି। […]

Capture
କାଶ୍ମୀର ପ୍ରସଙ୍ଗରେ ପାକ୍‌ର ଆବେଦନକୁ ଜାତିସଂଘର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଆବେଦନକୁ ଜାତିସଂଘ ପ୍ରତ୍ୟାଖ୍ୟାନ କରି ଦେଇଛି। ଉଭୟ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ଜାତିସଂଘ ପରାମର୍ଶ ଦେଇଛି। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲା ପରେ ସେଠାକାର ସ୍ଥିତି ଗମ୍ଭୀର ରହିଛି। ତେଣୁ ଏପରି ପରିସ୍ଥିତିରେ  ଉଭୟ ଦେଶ ଯଥା ସମ୍ଭବ ସଂଯମତା ରଖିବାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେର୍‌ସ୍‌ ପରାମର୍ଶ ଦେଇଛନ୍ତି। ତେବେ କାଶ୍ମୀର ମାମଲାରେ କୌଣସି ଅନ୍ତର୍ଜାତୀୟ ଭୂମିକା ବା […]