ନୂଆଦିଲ୍ଲୀ: ସଂସଦରେ ଅନୁପସ୍ଥିତ ରହୁଥିବା ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷୁବ୍ଧ ହୋଇଛନ୍ତି। ଯେଉଁ ମନ୍ତ୍ରୀମାନେ ସଂସଦରେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କ ତାଲିକା ପ୍ରତିଦିନ ସନ୍ଧ୍ୟାରେ ଦେବାକୁ ଆଜି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନୁପସ୍ଥିତ ମନ୍ତ୍ରୀଙ୍କ ତାଲିକା ଦେବାକୁ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦଳର ସାଂସଦମାନଙ୍କୁ ସରକାରୀ ଅଧିକାରୀଙ୍କ ସହ ବସି ଲୋକଙ୍କ ସମସ୍ୟା କେମିତି ସମାଧାନ ହୋଇପାରିବ […]
ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ସକାଳ ୧୧ଟା ୪୦ ମିନିଟ୍ରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏନ୍ଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କୋଠା ଭୁଶିଡ଼ା ସ୍ଥାନଟି ଏକ ଛୋଟିଆ ଗଳି ମଧ୍ୟରେ […]
ଶିମଲା: ହିମାଚଳ ପ୍ରଦେଶରେ ଏକ କୋଠା ଭୁଶୁଡ଼ି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ଯବାନ ଓ ୩ଜଣ ସାଧାରଣ ନାଗରିକ ଅଛନ୍ତି। ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାର କୁମାରହଟ୍ଟୀ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରବଳ ବର୍ଷା ହେବାରୁ କୋଠାର ମୂଳଦୁଆ ମାଟିରେ ଦବି ଯାଇଥିଲା। ଫଳରେ ଏହା ଭୁଶୁଡ଼ି ପଡ଼ିଥିଲା। ଏବେ ବି ଅନେକ ଲୋକେ ମାଟି ଅତଡ଼ା ତଳେ ଫଶି ରହିଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମ୍ […]
ମୁମ୍ବାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର କ୍ରିକେଟ୍ର ବହୁତ ବଡ଼ ଫ୍ୟାନ୍ ହୋଇଥିଲେ ମଧ୍ୟ ତାଙ୍କ ପୁଅ ଆରଭ ଏହି ଖେଳକୁ ପସନ୍ଦ କରନ୍ତି ନାହିଁ। ଜାଣନ୍ତି କାହିଁକି? କାରଣ ଅକ୍ଷୟ କ୍ରିକେଟ୍ ମ୍ୟାଚ୍ ବହୁତ ଦେଖନ୍ତି। ଆଉ ଏହାକୁ ତାଙ୍କ ପୁଅ ଏହାକୁ ପସନ୍ଦ କରନ୍ତି ନାହିଁ। କଥାଟା ଶୁଣିକି ଅଜବ ଲାଗୁଥିଲେ ମଧ୍ୟ ଏହା ସତ। ତେବେ ଏସବୁ ସେତେବେଳେ ପର୍ଦ୍ଦାଫାସ ହୋଇଥିଲା ଯେତେବେଳେ ଷ୍ଟାର ସ୍ପୋର୍ଟସ୍ ଫିଲିପ୍ସ ହୁଇ କ୍ରିକେଟ୍ ଲାଇଭ୍ରେ ଅକ୍ଷୟ […]
ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ଦେଶର ପ୍ରଥମ ଇଥାନଲ ବାଇକ୍ ବଜାରକୁ ଆଣିଛି। ଏହି ବାଇକ୍ ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ। ଏହା ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ କମ୍ ପ୍ରଦୂଷଣ କରିବ। ଆପାଚି ଆରଟିଆର ମଡେଲର ୨୦୦ ସିସିରେ ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ତେବେ ମୁଖ୍ୟତଃ […]
ଭୋପାଲ: ପରିବାର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିବା ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରା ନିକଟରେ ଏକ ଭାବ ପ୍ରବଣ ଭିଡ଼ିଓ ଜାରି କରିଥିଲେ। ଏହି ଭିଡିଓ ମାଧ୍ୟମରେ ସେ ତାଙ୍କ ବାପାଙ୍କୁ ଗୁଣ୍ଡା ପଠାଇବା ବନ୍ଦ କରନ୍ତୁ ବୋଲି ଗୁହାରି କରିଥିଲେ। ଏହି ଘଟଣାର ମାତ୍ର କିଛି ଦିନ ପରେ ବାପା ମା’ଙ୍କ ବିରୋଧ ସତ୍ତ୍ୱେ ନିଜ ପସନ୍ଦର ବିବାହ କରିଥିବା ଆଉ ଜଣେ ମହିଳା ଭିଡିଓ ଜାରି କରି ନିଜ ପାଇଁ […]
ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ମହିଳା ସାମ୍ବାଦିକ ‘ବିଗ୍ ବସ୍’ ତେଲୁଗୁ କାର୍ଯ୍ୟକ୍ରମ ନାଁ’ରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ଏହି ଶୋ’ର ତୃତୀୟ ସଂସ୍କରଣ ପାଇଁ ସେ ମନୋନୀତ ହୋଇଥିଲେ। ତେବେ ଶୋ’ର ଫାଇନାଲ୍ ସିଲେକ୍ସନ୍ ରାଉଣ୍ଡକୁ ଯିବାକୁ ହେଲେ ପ୍ରଥମେ ‘ବସ୍’ଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ହେବ ବୋଲି କାର୍ଯ୍ୟକ୍ରମର ଆୟୋଜକ ତାଙ୍କୁ କହିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅଧାରରେ ଏହି ରିଅଲିଟି ଶୋ’ର ଆୟୋଜକମାନଙ୍କ ନାମରେ […]