ହାଇଦ୍ରାବାଦ: ଫିଲ୍ମ ‘ବାହୁବଳୀ’ରେ ଅଭିନୟ କରିଥିବା ମଧୁପ୍ରକାଶଙ୍କ ପତ୍ନୀ ଭାରତୀଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମଙ୍ଗଳବାର ତାଙ୍କ ନିଜ ଘରୁ ପୁଲିସ୍ ଭାରତୀଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଅଭିନେତା ମଧୁଙ୍କ ସମ୍ପୃକ୍ତି ଥିବା ନେଇ ଗତକାଲି ଭାରତୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ମଧୁଙ୍କୁ ଗିରଫ କରିଛି। ଭାରତୀଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ମଧୁ ବାରମ୍ବାର ଭାରତୀଙ୍କୁ ଯୌତୁକ ନିର୍ଯାତନା ଦେବାସହ ମାର୍ପିଟ୍ ମଧ୍ୟ କରୁଥିଲେ। […]
ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି। ଆଜି ଭାରତୀୟ ବଜାରରେ ସୁନା ଦର ସବୁଠୁ ରେକର୍ଡ ଭାଙ୍ଗି ୩୮ ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି। ମୁମ୍ବାଇ ବଜାରରେ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବାବେଳେ ପାଖାପାଖି ଏହି ଦର ଅନ୍ୟ ରାଜ୍ୟରେ ରହିଛି। ଗତକାଲିଠୁ ଆଜି ମଧ୍ୟରେ ପ୍ରାୟ ହଜାରେ ଟଙ୍କା ସୁନାର ଦର ବଢ଼ିଛି। ଆମେରିକା ଏବଂ ଚୀନ୍ ମଧ୍ୟରେ […]
ଶ୍ରୀନଗର: ଧୀରେ ଧୀରେ ଜମ୍ମୁ ଓ କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ଦିନ ଧାରା ୩୭୦ ପ୍ରତ୍ୟାହାର ନେଇ ରାଜ୍ୟସଭାରେ ବିଲ୍ ଆଗତ ପୂର୍ବରୁ ସାରା ଜମ୍ମୁ ଓ କଶ୍ମୀରରେ ୧୪୪ ଧାରା ଲାଗୁ ହୋଇଥିଲା। ତେବେ ୧୪୪ ଧାରା ଲାଗୁ ହେବା ସତ୍ତ୍ୱେ ଜମ୍ମୁରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ଲୋକମାନେ ଘରୁ ବାହାରି ନିଜର ଅତ୍ୟାବଶ୍ୟକ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି। ଲୋକମାନେ ପନିପରିବା, କ୍ଷୀର ଭଳି ଖାଦ୍ୟ ସାମଗ୍ରୀ କିଣିବାକୁ […]
ନୂଆଦିଲ୍ଲୀ: ସମସ୍ତଙ୍କୁ ପ୍ରେମ, ସ୍ନେହ, ଶ୍ରଦ୍ଧାରେ ବାନ୍ଧିଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜ ଆଉ ନାହାନ୍ତି। ତାଙ୍କ ବିୟୋଗରେ ଆଜି କାନ୍ଦୁଛି ସାରା ଦେଶ। ପ୍ରତ୍ୟେକ ଭାରତୀଙ୍କ ହୃଦୟରେ ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ଯାଇଛନ୍ତି। ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫୋନ୍ ନମ୍ୱର ବଦଳରେ ସୋଶାଲ ମିଡିଆ ଟ୍ଵିଟରକୁ ହେଲ୍ପ ଲାଇନ ଭାବରେ ବ୍ୟବହାର କରୁଥିଲେ। ସେହିପରି ତାଙ୍କ ସହ ଯୋଡ଼ି ହେବା […]
ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଦିଲ୍ଲୀ ସ୍ଥିତ ଜନ୍ତର ମନ୍ତର ରୋଡ୍ରେ ଥିବା ସୁଷମାଙ୍କ ବାସଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ମୋଦି ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲ୍କୃଷ୍ଣ ଆଡ୍ଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନୋମହନ ସିଂ ପ୍ରମୁଖ ସୁଷମାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ସୁଷମା ସ୍ୱରାଜଙ୍କର ଗତକାଲି ରାତିରେ ୬୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। କାର୍ଡିଆକ୍ ଆରେଷ୍ଟ୍ (ଯେତେବେଳେ ହଠାତ୍ ହୃତ୍ପିଣ୍ଡ ଶରୀରକୁ ରକ୍ତପଠାଇବା ବନ୍ଦ କରି ଦିଏ) ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି। ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବୈଦେଶିକ […]