ଫ୍ଲୋରିଡା: ଆମେରିକା ମାଟିରୁ ଐତିହାସିକ ମହାକାଶ ଯାତ୍ରା। ବିଶ୍ୱରେ ପ୍ରଥମ ଥର ପାଇଁ ଘରୋଇ କମ୍ପାନୀ ସହାୟତାରେ ମହାକାଶକୁ ପଠାଗଲା ମଣିଷ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ‘ହ୍ୟୁମାନ୍ ସ୍ପେସ୍ ମିଶନ୍’ ଲଞ୍ଚ୍ କରିଛନ୍ତି। ଏଥିସହ ପ୍ରାୟ ୯ ବର୍ଷ ପରେ ପୁଣିଥରେ ମହାକାଶକୁ ମଣିଷ ପଠାଇବାରେ ସଫଳ ହୋଇଛି ଆମେରିକା। ଘରୋଇ ସ୍ପେସ୍ ଏଜେନ୍ସି ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇ ଥିବାବେଳେ ତିନିଟି ପର୍ଯ୍ୟାୟରେ ଲକ୍ଡାଉନ୍ କଟକଣା ହଟିବ। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ଜାରି ହୋଇଛି। ନୂଆ ଗାଇଡଲାଇନ୍ସ ଅନୁସାରେ, କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ କଟକଣା ବଳବତ୍ତର ରହିଛି। ତେବେ କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। କଣ୍ଟେନ୍ମେଣ୍ଟ୍ ଜୋନ୍ […]
ମେରୁଟ: କରୋନା ସାମ୍ପଲ୍ ନେଇ ପଳାଇଲା ମାଙ୍କଡ଼ ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, ଏଭଳି କିଛି ବିଚିତ୍ର ଘଟଣା ଉତ୍ତରପ୍ରଦେଶର ମେରୁଟ୍ରେ ଘଟିଛି। ଲାବ୍ ଟେକ୍ନିସିଆନଙ୍କୁ ଆକ୍ରମଣ କରି ଗୋଟିଏ ମାଙ୍କଡ ୩ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ନେଇ ପଳାଇଥିବା ଜଣାପଡ଼ିଛି। ମେରୁଟ ମେଡିକାଲ କଲେଜରେ ଶୁକ୍ରବାର ଦିନ ଏହି ଘଟଣା ଘଟିଛି। କରୋନାରେ ଆକ୍ରାନ୍ତ କି ନୁହେଁ ଏହା ଜାଣିବା ପାଇଁ ୩ ଜଣ କରୋନା ସନ୍ଦିଗ୍ଧଙ୍କ ନିକଟରୁ ରକ୍ତ ନମୁନା […]