• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

girl traffiking
ଚାଇନାକୁ ବିକ୍ରି ହୋଇଛନ୍ତି ୬୨୯ ଯୁବତୀ

ଲାହୋର : ଜଣେ ପରେ ଜଣେ କରି ୬୨୯ ପାକିସ୍ତାନୀ ଯୁବତୀ ଏବଂ ମହିଳାଙ୍କୁ ଚାଇନାକୁ କନ୍ୟା ଭାବେ ବିକ୍ରି କରାଯାଇଛି। କିଛି ପାକିସ୍ତାନ ତଦନ୍ତକାରୀଙ୍କ ଦ୍ୱାରା କରାଯାଇଥିବା ଏଭଳି ଏକ ତାଲିକା ବର୍ତ୍ତମାନ ଖବର ସରବରାହ ସଂସ୍ଥା ଆସୋସିଏଟେଡ୍‌ ପ୍ରେସ୍‌ର ହସ୍ତଗତ ହୋଇଛି। ପାକିସ୍ତାନର ଗରିବ ଏବଂ ପଛୁଆ ବର୍ଗର ଯୁବତୀଙ୍କୁ ଏଥିପାଇଁ ଟାର୍ଗେଟ୍‌ କରାଯାଇଛି। ତେବେ ପାକିସ୍ତାନ ସହ ଚାଇନାର ସୁସମ୍ପର୍କ ରହି ଆସିଥିବାରୁ ଏହି ଘଟଣାକୁ ସେଠାକାର ଗଣମାଧ୍ୟମ ଏବଂ ଅନ୍ୟ ସ୍ତରରେ […]

rape in police van
ପୁଲିସ ଗାଡ଼ିରେ ଗଣ ଦୁଷ୍କର୍ମ!

ମିର୍ଜାପୁର: ପୁଣି ଲଜ୍ଜା। ହାଇଦ୍ରାବାଦ, ରାଜସ୍ଥାନ, ପୁରୀ ପରେ ଉତ୍ତର ପ୍ରଦେଶ ମିର୍ଜାପୁରରେ ଦେଖିବାକୁ ମିଳିଛି ପୁଣି ଏକ ଲଜ୍ଜାଜନକ ଦୁଷ୍କର୍ମ। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ପୁଲିସ ଲୋଗୋ ଲାଗିଥିବା ଚାରି ଚକିଆ ଗାଡ଼ିରେ ଗଣ ଦୁଷ୍କର୍ମ କରାଯାଇଛି। ଉତ୍ତର ପ୍ରଦେଶ ପୁଲିସ ଏହି ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଯେଉଁଥିରେ ଏହି ସିଆରପିଏଫ ପୁଲିସ ଏବଂ ଅବସରପ୍ରାପ୍ତ ଜେଲରଙ୍କ ପୁଅ ଥିବା ଅଭିଯୋଗ ହୋଇଛି। ଗତକାଲି ଏହି କୁତ୍ସିତ କାରନାମା ଘଟିଥିଲା। […]

sudan
ସୁଦାନରେ ୧୮ ଭାରତୀୟ ମୃତ

ଖାରାତୌମ୍‌ : ସୁଦାନର ଏକ ସେରାମିକ୍‌ ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣରେ ୧୮ ଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୧୩୦ ଜଣ ଆହତ ହୋଇଛନ୍ତି। ତେବେ ମୋଟ ୨୩ ମୃତକଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି କୁହାଯାଇଛି। ମଙ୍ଗଳବାର ରାଜଧାନୀ ଖାରାତୌମ୍‌ଠାରେ ଘଟିଥିବା ଏହି ଘଟଣାରେ ସୀଲା ସେରାମିକ୍‌ ନାମକ ଏକ ଫ୍ୟାକ୍ଟ୍ରିରେ ଏହି ଅଘଟଣ ଘଟିଥିଲା। ଏଥିରେ ୧୬ ଜଣ ଭାରତୀୟ ନିଖୋଜ ହୋଇଥିବା ନେଇ ପ୍ରଥମେ […]

KOHLI
ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ କୋହଲି

ଦୁବାଇ: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ୍ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କ ରାଙ୍କିଙ୍ଗରେ ସୁଧାର ହୋଛି। ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୮ ପଏଣ୍ଟ ସହ […]

player
ଦ୍ୱିତୀୟ ଦିନରେ ଭାରତକୁ ୨୭ ପଦକ

କାଠମାଣ୍ଡୁ: ଚଳିତ ୧୩ତମ ସାଉଥ୍ ଏସିଆନ୍ ଗେମ୍ସର ଦ୍ୱିତୀୟ ଦିବସରେ ଭାରତର ଦମଦାର ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତ ୨୭ ପଦକ ଜିତିଛି, ଯେଉଁଥିରେ ୧୧ ସ୍ୱର୍ଣ୍ଣ ସାମିଲ୍ ଅଛି। ଏଥିସହ ଭାରତ ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ମୋଟ ୪୩ (୧୮ ସ୍ୱର୍ଣ୍ଣ, ୧୬ ରୌପ୍ୟ, ୯ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଆୟୋଜକ ନେପାଳ ୨୩ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ମୋଟ ୪୪ ପଦକ […]

one nation
ଜୁନ୍ ୧ରୁ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’

ନୂଆଦିଲ୍ଲୀ : ଆସନ୍ତା ବର୍ଷ ଜୁନରୁ ସାରା ଦେଶରେ ‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଆଜି ଲୋକସଭାରେ କେନ୍ଦ୍ର ଖାଦ୍ୟ ବ୍ୟାପାର ମନ୍ତ୍ରୀ ରାମ ବିଳାଶ ପାଶାଓ୍ୱାନ ଏହା କହିଛନ୍ତି। ଏହି ଏକକ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହେଲେ ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସାମଗ୍ରୀ  ଉଠାଇପାରିବେ । ଏଥିସହ ନକଲି ରାସନ କାର୍ଡ ଉପରେ ମଧ୍ୟ ତାଲା […]

2 years
ରାନୁଙ୍କ ପରେ ୨ବର୍ଷର ଶିଶୁ ଗାଇଲେ ଲତାଙ୍କ ଗୀତ, ସୋଶାଲ ମିଡିଆରେ ଭାଇରାଲ୍

 ନୂଆଦିଲ୍ଲୀ : ସୋଶାଲ ମିଡିଆ ଆଜିର ସମୟରେ ବହୁତ ଲୋକପ୍ରିୟ ପାଲଟିଛି। ପୁରା ବିଶ୍ୱକୁ ଗୋଟିଏ ସ୍ଥାନରେ କେନ୍ଦ୍ରିତ କରିରଖିଛି। ଆମ ଚାରିପାଖରେ ଯାହା ଆଶ୍ଚର୍ଯ୍ୟକର ଘଟଣା ଘଟୁଛି। ତାହା ଖୁବ୍‌ ଶୀଘ୍ର ଭାଇରାଲ୍ ହେଇଛି। ଏମିତି ଆପଣ ଅନେକ ଭାଇରାଲ୍ ଭିଡ଼ିଓ ଦେଖିଥିବେ । ଯାହାକି ଅନେକଙ୍କ ଜୀବନକୁ ବଦଳେଇ ଦେଇଛି ।  ଏହାର ସବୁଠୁ ବଡ଼  ଉଦାହରଣ ରାନୁ ମଣ୍ଡଳ । ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନରେ ଲତା ମଙ୍ଗେସକରଙ୍କର ‘ଏକ ପ୍ୟାର୍‌ କା ନଗମା […]

marriage
ଅଭିନେତ୍ରୀଙ୍କୁ ବିବାହ କଲେ କ୍ରିକେଟର

ମୁମ୍ବାଇ: ଟିମ୍ ଇଣ୍ଡିଆର ମିଡଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଏବଂ କର୍ଣ୍ଣାଟକା ଟିମର କ୍ୟାପଟେନ୍ ମନିଷ ପାଣ୍ଡେ ସୋମବାର ଏକ ନୂଆ ଇନିଂସ୍ ଆରମ୍ଭ କରିଛନ୍ତି। ରବିବାର ନିଜ ନେତୃତ୍ୱରେ କର୍ଣ୍ଣାଟକାକୁ ସୟଦ ମୁସ୍ତାକ୍ ଅଲୀ ଟି-୨୦ ଚାମ୍ପିୟନ୍ କରାଇଥିବା ମନିଷ ସୋମବାର ନିଜ ପ୍ରେମିକା ତଥା ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମନିଷ ବର୍ତ୍ତମାନ ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ଲଗାତାର କ୍ରିକେଟ୍ ଖେଳୁଛନ୍ତି। ଏଭଳି ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ସେ ନିଜ […]

woman
ନୌସେନାରେ ପ୍ରଥମ ମହିଳା ପାଇଲଟ୍

କୋଚି  : ଭାରତୀୟ ନୌସେନାରେ ସାମିଲ ହୋଇଛନ୍ତି ପ୍ରଥମ ମହିଳା ପାଇଲଟ୍ ସବ୍ ଲେଫ୍ଟନାଣ୍ଟ ଶିବାଙ୍ଗୀ । ଆଜି ବିଧିବଦ୍ଧ ଭାବେ କୋଚି ନେଭାଲ୍ ବେସ୍‌ରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ତାଙ୍କୁ ଭାରତୀୟ ନାଭିର ଡୋନିୟର୍ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଉଡ଼ାଇବାର ସୁଯୋଗ ମିଳିଛି। ନେଭିର କୌଣସି ମହିଳା ପାଇଲଟ୍ ଭାବେ ପ୍ରଥମର ଥର ପାଇଁ କକ୍‌ପିଟ୍‌ରେ ବସିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଶିବାଙ୍ଗୀ। ଭାରତୀୟ ନାଭାଲ ଏକାଡେମୀରେ ସମସ୍ତ ଟ୍ରେନିଂ ସାରିଛନ୍ତି ଶିବାଙ୍ଗୀ । ସେ […]

priyankagandhi-1575287727
ପ୍ରିୟଙ୍କା ଗାନ୍ଧିଙ୍କ ଘରେ ଲୋକଙ୍କ ଭିଡ଼ !

ନୂଆଦିଲ୍ଲୀ :ପ୍ରିୟଙ୍କା ଗାନ୍ଧିଙ୍କ ଲୋଧି ଇଷ୍ଟେଟ ବାସଭବନରେ ଲୋକଙ୍କ ଭିଡ଼ । ଧସେଇ ପସିବା ସହ ତାଙ୍କ ସହ ସେଲଫି ନେବାକୁ ଉଦ୍ୟମ କଲେ । କାରଣ କଣ ହୋଇପାରେ ? ପ୍ରକୃତ କଥା ଏୟା ଯେ, କେନ୍ଦ୍ର ସରକାର ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା କୋହଳ କରିବା ପରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ପ୍ରିୟଙ୍କା ଗାନ୍ଧିଙ୍କ ଅଫିସ ପକ୍ଷରୁ ସିଆରପିଏଫକୁ […]