• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

japan woman
ଏହି ଦେଶର କଂପାନୀରେ ମହିଳାଙ୍କୁ ଚଷମା ପିନ୍ଧିବା ମନା

ଜାପାନ : ଆଖିରେ କିଛି ସମସ୍ୟା ଦେଖାଦେଲେ ବା କୌଣସି ସମସ୍ୟା ନଆସିବା ପାଇଁ  ଲୋକେ ଚଷମା ବ୍ୟବହାର କରିଥାନ୍ତି। ଆଜିକାଲି ମୋବାଇଲ୍‌ ଓ କଂପ୍ୟୁଟରର ବହୁଳ ବ୍ୟବହାର ଯୋଗୁଁ ଆଖି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏଥିରୁ ମୁକ୍ତି ପାଇଁ ଲୋକେ ଚଷମା ମଧ୍ୟ ପିନ୍ଧିଥାନ୍ତି । କିନ୍ତୁ ଜାପାନରେ କିଛି କଂପାନୀ ଅଛି , ଯାହାକି ମହିଳାଙ୍କୁ ଚଷମା ପିନ୍ଧିବାକୁ ବାରଣ କରିଛି। ଜାପାନର ମିଡ଼ିଆ ରିପୋର୍ଟ ମୁତାବକ, କମ୍ପାନୀ ଗୁଡ଼ିକ ନିଜର ମହିଳା […]

teacher
୨୭ ବର୍ଷ ହେଲା ସଂସ୍କୃତ ପଢ଼ାଉଛନ୍ତି ଏହି ମୁସ୍‌ଲିମ୍ ଶିକ୍ଷୟିତ୍ରୀ

ଭୁବନେଶ୍ୱର : ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସଂସ୍କୃତି ବିଦ୍ୟା ଧର୍ମ ବିଜ୍ଞାନ(ଏସ୍‌ଭିଡିଭି)ରେ ଫିରୋଜ୍ ଖାନ୍‌ ନାମକ ଜଣେ ମୁସ୍‌ଲିମ୍‌ଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦିଆଯାଇଥିବାରୁ ବହୁତ ବଡ଼ ବିବାଦ ଦେଖାଯାଇଥିଲା। ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ଜଣେ ମୁସ୍‌ଲିମ୍ ଶିକ୍ଷକ ସଂସ୍କୃତ ପଢ଼ାଇବା କଥାକୁ ସେମାନେ ଗ୍ରହଣ କରି ପାରି ନଥିଲେ। ତେବେ ଦେବଗଡ଼ ଭଳି ଓଡ଼ିଶାର ଏକ ପଛୁଆ ଜିଲ୍ଲାରେ ଜଣେ ମୁସ୍‌ଲିମ୍ ମହିଳା ଦୀର୍ଘ ୨୭ ବର୍ଷ ହେଲାଣି ଶହ […]

maharas
ମହା ନାଟକର ଶେଷ ସିନ୍ ; ଉଦ୍ଧବଙ୍କ ପାଖକୁ ଫେରିଲା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ

ମୁମ୍ବାଇ: ସୁପ୍ରିମ୍‌କୋର୍ଟଙ୍କ ‘ଫ୍ଲୋରଟେଷ୍ଟ’ ନିର୍ଣ୍ଣୟ ମହାରାଷ୍ଟ୍ର ରାଜନୀତିର ଭୂଗୋଳ ବଦଳାଇ ଦେଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ବିଜେପିର ଦେବେନ୍ଦ୍ର ଫଡ଼ନାଭିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଅନ୍ୟପକ୍ଷରେ ବାଲ୍‌ ଠାକ୍‌ରେଙ୍କ ପରିବାରରୁ ପ୍ରଥମ ଥର ପାଇଁ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପାଖକୁ ପୁଣିଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁକୁଟ ଫେରିଛି। ଆସନ୍ତା ରବିବାର ଅର୍ଥାତ ଡିସେମ୍ବର ୧ ଅପରାହ୍ଣ ୫ଟାରେ ଶିବାଜୀ ପାର୍କଠାରେ ଶପଥ ନେବାକୁ ଥିବା ଉଦ୍ଧବ […]

barabati
ବାରବାଟୀରେ ମ୍ୟାଚ୍ : ୭ନଂ ଗ୍ୟାଲେରି ଟିକେଟ୍ ବିକ୍ରି ହେବନି

କଟକ : ଆସନ୍ତା ଡିସେମ୍ବର ୨୨ରେ ବାରବାଟୀରେ ହେବ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବିଲା । ଏଠାରେ ଖେଳାଯିବାକୁ ଥିବା ମ୍ୟାଚକୁ ସଫଳତାର ସହ ଆୟୋଜନ ପାଇଁ ଓସିଏ ଅଣ୍ଟାଭିଡ଼ିଛି । ଏଥିପାଇଁ ଜୋରଦାର ଚଳାଇଛି ପ୍ରସ୍ତୁତି।  ଏନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମ୍ୟାଚ୍‌ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ଜଳଯୋଗାଣ, ଗ୍ୟାଲେରୀ ଭିତରେ ଆବଶ୍ୟକ ଅନୁଯାୟୀ ଟଏଲେଟ ବ୍ୟବସ୍ଥା ସହ ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାର ମରାମତି […]

hhh
ହକି ଖେଳରେ ମାର୍‌ପିଟ୍

ନୂଆ ଦିଲ୍ଲୀ : ନେହରୁ କପ୍  ହକି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ମଧ୍ୟରେ ମାରପିଟ୍ ଘଟଣାକୁ ନେଇ କ୍ରୀଡା ଜଗତରେ ଉଦ୍‌ବେଗ।  ବହୁ ଅନ୍ତର୍ଜାତୀୟ ଓ ଜାତୀୟ ହକି ଖେଳାଳି ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତକାଲି ଦିଲ୍ଲୀସ୍ଥିତ ନ୍ୟାସନାଲ ଷ୍ଟାଡିୟମରେ ପଞ୍ଜାବ ପୁଲିସ ଏବଂ ପିଏନ୍‌ବି ଟିମ୍ ମଧ୍ୟରେ ନେହରୁ କପ୍ ହକି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳାଯାଉଥିଲା।  ଏଥିରେ ହଠାତ୍ ଦୁଇ ଦଳର ଖେଳାଳିଙ୍କ ମଧ୍ୟରେ କଥା କଟାକଟି ହୋଇ ଗଣ୍ଡଗୋଳ ହୋଇଥିଲା । ଏପରିକି ଦୁଇ […]

ଭାରତୀୟ ଟ୍ୟାକ୍ସି ଡ୍ରାଇଭରଙ୍କୁ ଡିନର୍ ପାଇଁ ନିମନ୍ତ୍ରଣ କଲେ ପାକିସ୍ତାନୀ କ୍ରିକେଟର

ବ୍ରିସ୍‌ବେନ : ଅଷ୍ଟ୍ରେଲିଆରେ ବାସ କରୁଥିବା ଜଣେ ଭାରତୀୟ ଟ୍ୟାକ୍ସି ଡ୍ରାଇଭର୍ କିଛି ପାକିସ୍ତାନ କ୍ରିକେଟରଙ୍କଠାରୁ ଭଡ଼ା ବାବଦରେ କୌଣସି ପାଉଣା ନେବାକୁ ମନା କରିଦେଇଛନ୍ତି। ଟ୍ୟାକ୍ସି ଡ୍ରାଇଭରଙ୍କ ଏହି ବ୍ୟବହାର ପାକିସ୍ତାନୀ କ୍ରିକେଟରଙ୍କ ହୃଦୟକୁ ଛୁଇଁଯାଇଥିଲା ଏବଂ ସେମାନେ ଏହା ବଦଳରେ ଉକ୍ତ ଟ୍ୟାକ୍ସି ଡ୍ରାଇଭରଙ୍କୁ ହୋଟେଲରେ ନିଜ ସହ ଡିନର୍ (ରାତ୍ର ଭୋଜନ) କରାଇଥିଲେ। ସୀମାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଜାରି ରହିଛି। ଏହି କାରଣରୁ ଉଭୟ ଦେଶ ମଧ୍ୟରେ […]

maharastra
ବିଜେପିକୁ ୧୪ ଦିନର ସମୟ

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେବେନ୍ଦ୍ର ଫଡ଼ନାଭିସ ନେତୃତ୍ୱାଧୀନ ବିଜେପି ସରକାରକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ୧୪ ଦିନର ସମୟ ଦେଇଛନ୍ତି। ଶନିବାର ସକାଳୁ ରାଜ୍ୟପାଳ କୋଶୟାରୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଫଡ଼ନାଭିସଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏହି ସମୟରେ ଏନସିପର ନେତା ଅଜିତ ପାୱାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେହି ଦିନ ହିଁ ରାଜ୍ୟପାଳ ବିଜେପି ନେତୃତ୍ୱାଧୀନଫଡ଼ନାଭିସ ସରକାରଙ୍କୁ ସଂଖ୍ୟା […]

mlas
ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା : ହୋଟେଲ ଗ୍ରାଣ୍ଡ ହୟାତରେ ତିନି ଦଳର ବିଧାୟକଙ୍କ ମେଳି

ମୁମ୍ବାଇ : ରୋମାଞ୍ଚକର ସ୍ଥିତିରେ ମହାରାଷ୍ଟ୍ର ଡ୍ରାମା। ଶକ୍ତି ପ୍ରଦର୍ଶନ ଲାଗି ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହୟାତ୍‌ରେ ଶିବସେନା ନେତୃତ୍ୱରେ ତିନି ଦଳର ବିଧାୟକଙ୍କ ମେଳି। ଶିବସେନା, ଏନସିପି ଓ କଂଗ୍ରେସର ୧୬୨ ବିଧାୟକ ଏଇ ହୋଟେଲରେ ଥିବା କୁହାଯାଉଛି। ଏ ତିନି ଦଳ ଏକାଠି ହୋଇ ‘ମହାରାଷ୍ଟ୍ର ବିକାଶ ଆଘାଡ଼ି’ ନାଁରେ ଏକ ନୂଆ ମେଣ୍ଟ ଗଠନ କରିଥିବା ଶିବସେନା ପକ୍ଷରୁ ଦାବି କରାଯାଇଛି। ଏ ମେଣ୍ଟ ପାଖରେ ୧୬୨ ବିଧାୟକ ଥିବା ଏକ ପୋଷ୍ଟର […]

pp
ଲିଫ୍ଟ ବ୍ୟବହାର କରୁଥିଲେ ଏହିସବୁ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ବଡ଼ ବଡ଼ ବିଲଡିଂ , ଆପାର୍ଟମେଣ୍ଟ, ଅଫିସ୍‌ ଓ ଡାକ୍ତରଖାନା ଆଦିରେ ଲିଫ୍ଟ ବହୁଳ ବ୍ୟବହାର ହେଉଥିବାର ଦେଖାଯାଏ । ପାହାଚରେ ଯିବା ପରିବର୍ତ୍ତେ ଅନେକ ଲିଫ୍ଟରେ ଯିବାକୁ ପସନ୍ଦ କରିଥାନ୍ତି । ଅନେକ ସମୟରେ ଏହି ସବୁ ଲିଫ୍ଟ ମଧ୍ୟ ବାରମ୍ବାର ଖରାପ ହୋଇଥାଏ । ଠିକ୍‌ରେ କାମ ବି କରେନି । ଆଉ ଏହାକୁ ନେଇ ଅନେକ ଦୁର୍ଘଟଣା ବି ଘଟେ । ଲିଫ୍ଟରେ ଫସି ଜୀବନ ବି ଚାଲିଯିବାର ଖବର ଆସେ […]

cow
ଗାଈମାନେ ପିନ୍ଧିବେ ଶୀତବସ୍ତ୍ର !

ଅଯୋଧ୍ୟା : ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଲାଣି। ସମସ୍ତେ ଶୀତବସ୍ତ୍ର ସଂଗ୍ରହରେ ବ୍ୟସ୍ତ। ଆଉ ଏହାରି ଭିତରେ ଅଯୋଧ୍ୟାର ପୌର ପାଳିକା  ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି। ଶୀତ ପ୍ରକୋପରୁ ଗାଈମାନଙ୍କୁ ସୁରକ୍ଷା ଦେବାକୁ ଭିନ୍ନ ପଦକ୍ଷେପ ଉଠାଇଛନ୍ତି । କର୍ତ୍ତୃପକ୍ଷ ଏହି ପବିତ୍ର ସହରର ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ଗାଈମାନଙ୍କ ପାଇଁ ଶୀତବସ୍ତ୍ର କିଣିବେ। ଏହାକୁ ନେଇ ଅଯୋଧ୍ୟା ନଗର ନିଗମ କମିଶନର ନୀରଜ ଶୁକ୍ଲା କହିଛନ୍ତି, ଆମେ ବର୍ତ୍ତମାନ ଗାଇମାନଙ୍କ ପାଇଁ କୋଟ୍‌ […]

marriage 1
ଆପଣ ବିବାହ କରୁଛନ୍ତି କି ? ଅଯଥା ଖର୍ଚ୍ଚାନ୍ତରୁ ମୁକ୍ତି ପାଇଁ ଏହି ୭ଟି ଟିପ୍ସକୁ ଆପଣାନ୍ତୁ

ସମସ୍ତଙ୍କ ଜୀବନରେ ସବୁଠୁ ବଡ଼ ଚିନ୍ତା ହୋଇଥାଏ , ବାହାଘର ଖର୍ଚ୍ଚର ବୋଝ । ଏହା ମଣିଷକୁ ଅର୍ଥଶୂନ୍ୟ କରିଦିଏ । ଯେତେ ଟଙ୍କା ସଂଚୟ କରି ରଖିଥିଲେ ବି ତାହା କମ୍‌ ପଡ଼ିଯାଏ । ଯଦି ଆପଣ ଏହି ସମୟରେ ଟିକେ ସାବଧାନ ହୋଇ ସବୁ ଆୟୋଜନ କରିବେ ତ ଆପଣଙ୍କ ଉପରେ ଅର୍ଥର ବୋଝ ବେଶୀ ପଡ଼ିବ ନାହିଁ । ଆସନ୍ତୁ ଜାଣିବା କେମିତି ବିବାହର ଇନଭେଷ୍ଟମେଣ୍ଟକୁ କମ୍‌ କରିପାରିବା। ୧ -ୱେଡିଂ ହଲ୍‌ର […]

jhili-9
ଝିଲି ଦଳବେହେରା ପାଇବେ ଚଳିତ ବର୍ଷର ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ଘୋଷଣା ହୋଇଛି। ଓଡ଼ିଶାର ଜଣାଶୁଣା ଭାରୋତ୍ତୋଳିକା ଝିଲି ଦଳବେହେରା ଚଳିତ ବର୍ଷ ପାଇବେ ଏକଲବ୍ୟ ପୁରସ୍କାର। ଏଥିପାଇଁ ପୁରସ୍କାର ସ୍ୱରୂପ ଝିଲିଙ୍କୁ ନଗଦ ୫ ଲକ୍ଷ ଟଙ୍କା ମିଳିବ। ଏକଲବ୍ୟ ପୁରସ୍କାର ଜୁରି କମିଟି ବୈଠକରେ ଝିଲିଙ୍କ ନାଁ ଚୂଡ଼ାନ୍ତ ହୋଇଛି। ଝିଲିଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରିବାକୁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ କ୍ରୀ଼ଡ଼ାବିତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯିବ । ସେମାନେ ହେଲେ ଫୁଟବଲ […]

supreme-court
ଆସନ୍ତାକାଲି ସୁପ୍ରିମ୍‌କୋର୍ଟରେ ‘ମହାରାଷ୍ଟ୍ର’ ଶୁଣାଣି

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଏନ୍‌ସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ସରକାର ଗଠନ କରିବାରେ ସମର୍ଥ ହେବାପରେ ଏହା ବିରୋଧରେ କଂଗ୍ରେସ, ଶିବସେନା ଏବଂ ଏନ୍‌ସିପି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରିବାର ପ୍ରକ୍ରିୟା ବିରୋଧରେ ସେମାନେ ଏକ ଆବେଦନ କରିଛନ୍ତି। ସୁପ୍ରିମ୍‌କୋର୍ଟ ଜରୁରୀକାଳୀନ ଭାବେ ରବିବାର ଏହି ଆବେଦନର ଶୁଣାଣି କରିବାର ଅଛି। ଏହି ଆବେଦନରେ ଦର୍ଶାଯାଇଛି, ବିଜେପି ଗଠନ କରିଥିବା ସରକାର ସମ୍ବିଧାନ ବିରୋଧୀ। ଫଡ଼ନାଭିସ୍‌ଙ୍କ ପ୍ରତି ୧୪୪ […]