ନୂଆଦିଲ୍ଲୀ: ଗତକାଲି ସିଆଚେନ୍ ଗ୍ଲାସିଅରରେ ଦେଶର ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ ବରଫ ଅତଡ଼ା ଖସିଥିଲା। ଏହି ଘଟଣାରେ ୪ ଯବାନ ଶହୀଦ ହୋଇଛନ୍ତି। ଦୁଇ ସ୍ଥାନୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୩ଟା ବେଳେ ଭୂପୃଷ୍ଠରୁ ୧୮ ହଜାର ଫୁଟ୍ ଉପରେ ଏହି ଅଘଟଣ ଘଟିଛି। ବରଫ ଅତଡ଼ା ଖସିବାରୁ ୮ ଜଣ ଯବାନ ଫଶି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ […]
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ଆବଟ୍ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ। ନୂଆଦିଲ୍ଲୀ ସ୍ଥିତ ବୈଜୟନ୍ତଙ୍କ ବାସଭବନରେ ଟୋନି ଆବଟ ଏକ ଭାରତୀୟ-ଅଷ୍ଟ୍ରେଲୀୟ ପ୍ରତିନିଧି ଦଳ ସହ ସାକ୍ଷାତ ଆଲୋଚନା କରିଥିଲେ। ଏହି ଅବସରରେ ଦ୍ୱିପାକ୍ଷିକ ସଂପର୍କ, ଭାରତ ସରକାରଙ୍କ ବୈଦେଶିକ ନୀତି ତଥା ଏଦିଗରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଅନ୍ୟପକ୍ଷରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କକୁ ଆହୁରି ସୁଦୃଢ କରିବା […]
ଅହମଦାବାଦ: ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଲୋକେ ଭୂକମ୍ପର ଝଟକା ଅନୁଭବ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିଲା। ଝଟକା ମାତ୍ର କିଛି ସେକେଣ୍ଡ ପାଇଁ ହୋଇଥିଲେ ହେଁ ଲୋକେ ବେଶ କିଛି ଘଣ୍ଟା ଧରି ଆତଙ୍କିତ ହୋଇ ଉଠିଥିଲେ। କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୨୩ କିମି ଉତ୍ତର-ଉତ୍ତର-ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଛି। ସନ୍ଧ୍ୟା ପ୍ରାୟ ୭.୦୧ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏଯାଏ ପ୍ରଶାସନ ପାଖରେ […]
ହାଇଦ୍ରାବାଦ: କ୍ରିକେଟ୍ ମଇଦାନରେ ଅନେକ ଅଘଟଣ ଘଟିଥାଏ ଏବଂ ଖେଳାଳିଙ୍କ ଜୀବନ ଚାଲିଯାଇଥାଏ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏକ ଇଂରାଜୀ ଖବରକାଗଜ ଡେକାନ୍ କ୍ରୋନିକିଲର ରିପୋର୍ଟ ଅନୁଯାୟୀ, ରବିବାର ହୋଇଥିବା […]
ନୂଆଦିଲ୍ଲୀ: ବିଜେପିର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଶରଦ ପାୱାରଙ୍କ ଏନ୍ସିପିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ପ୍ରଶଂସା କରିଛନ୍ତି। ଅନ୍ୟ ସବୁ ଦଳଙ୍କ ତୁଳନାରେ ଏହି ଦୁଇ ରାଜନୀତିରୁ ଉପରେ ରହି ବିକାଶକୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ମୋଦି ମଧ୍ୟ କହିବାକୁ ପଛାଇ ନାହାନ୍ତି। ତେବେ ମୋଦିଙ୍କ ଏଭଳି ପ୍ରଶଂସାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରରେ ୫୦: ୫୦ ଫର୍ମୁଲାକୁ ଆଳ କରି ଶିବସେନା […]
ତାଡ଼ାସନ ହେଉଛି ଯୋଗର ଏକ ମୌଳିକ ଆସନ । ଏହି ଆସନଟି ଗର୍ଭବତୀ ମହିଳାଙ୍କ ପାଇଁ ବେଶ୍ ଲାଭଦାୟକ । ଏହା ମହିଳାଙ୍କ ଶରୀରରେ ସନ୍ତୁଳନ ରକ୍ଷା କରିଥାଏ । ଏହା ଶରୀରର ହାଡ଼କୁ ମଜବୁତ କରିବା ସହ ପିଠି ବିନ୍ଧାରୁ ମୁକ୍ତି ଦେଇଥାଏ। ଏହି ଆସନ ଗର୍ଭଧାରଣର ୬ମାସ ଯାଏଁ କରିବା ଉଚିତ୍। ଏହି ଆସନ କଲେ ଶରୀର ମଜଭୁତ ହୁଏ। ଜଙ୍ଘ, ଆଣ୍ଠୁ ଓ ଗୋଇଠି ମଜଭୁତ ହୋଇଥାଏ। ଏହାକୁ ମାତ୍ର ୧୦/୧୫ ସେକେଣ୍ଡ […]
ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍ ବିବାଦ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବ ଏଆଇପିଏମ୍ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍ ଦାଖଲ କରିବେ। ଏଆଇପିଏମ୍ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନେ କେନ୍ଦ୍ର ପକ୍ଷରୁ ଦିଆଯିବାକୁ ଥିବା ୫ ଏକର ଜମି ମଧ୍ୟ ଗ୍ରହଣ କରିବେ ନାହିଁ। ଏଆଇପିଏମ୍ଏଲବି ପକ୍ଷରୁ ଓକିଲ ରାଜୀବ ଧୱନ୍ ଏହି ମାମଲାର […]
ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ। ଗତବର୍ଷ ଅକ୍ଟୋବର ୩ରେ […]
ନୂଆଦିଲ୍ଲୀ: ଇଣ୍ଟରନ୍ୟାଶନାଲ୍ ଆସୋସିଏସନ୍ ଅଫ୍ ଆଥଲେଟିକ୍ସ ଫେଡେରେସନ୍ (ଆଇଏଏଏଫ୍)କୁ ଏବେ ୱାର୍ଲ୍ଡ ଆଥଲେଟିକ୍ସ ନାଁରେ ସମ୍ବୋଧିତ କରାଯିବ। ଏହି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଗଭର୍ଣ୍ଣିଂ ବଡି କେବଳ ତା’ର ଟ୍ୱିଟର୍ ହ୍ୟାଣ୍ଡଲ୍ ନାଁ ପରିବର୍ତ୍ତନ କରିନାହିଁ, ବରଂ ତା’ର ଅଫିସିଆଲ୍ ୱେବସାଇଟର ୟୁଆରଏଲ୍ ମଧ୍ୟ ପରିବର୍ତ୍ତନ କରିଛି। ୱେବସାଇଟରେ ଉଲ୍ଲେଖ ହୋଇଛି, ନୂଆ ୱାର୍ଲ୍ଡ ଆଥଲେଟିକ୍ସ ୱେବସାଇଟକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଏହା ଏଭଳି ଏକ ସ୍ଥାନ, ଯେଉଁଠାରେ ଆପଣଙ୍କୁ ସବୁ ଖେଳର ସୂଚନା ମିଳିଛି। ଆମେ ଆପଣଙ୍କ […]
ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ […]