ଥିରୁଭନନ୍ତପୁରମ୍ : ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆଜିଠୁ ଖୋଲିଛି କେରଳର ସାବରିମାଲା ମନ୍ଦିର। ସଂଧ୍ୟା ୫ଟାରେ ମନ୍ଦିର ମୁଖ୍ୟଦ୍ୱାର ଖୋଲିବା ପରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡଳ ପୂଜା ପାଇଁ ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲାଯାଇଛି। ସେପଟେ ଦର୍ଶନ ପାଇଁ ଆସିଥିବା ୧୦ ଜଣ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ପୁଲିସ ପକ୍ଷରୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଏକାଠି ହେଉଥିବା କାମ୍ପା ବେସ୍ କ୍ୟାମ୍ପରୁ ପରିଚୟ ପତ୍ର […]
ନୂଆଦିଲ୍ଲୀ : ଶେଷ ହୋଇଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ। ଆଜି ଶେଷ କାର୍ଯ୍ୟ ଦିବସରେ ସୁପ୍ରିମକୋର୍ଟ ପରିସରରେ ଅନ୍ୟ ବିଚାରପତି ଓ କର୍ମଚାରୀମାନେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେପଟେ ଜଷ୍ଟିସ ଗୋଗୋଇ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଷ୍ଟିସ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ମଧ୍ୟରେ ରହିଛି ଐତିହାସିକ ଅଯୋଧ୍ୟା ଜମି ବିବାଦ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ […]
ୱାଶିଂଟନ୍ : ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ ମଧ୍ୟ ଭୁଲିବାକୁ ନଥିବା ଅକୁହା କଥା। ୧୯୯୦ ମସିହାରେ କିଭଳି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଇସ୍ଲାମିକ୍ ଉଗ୍ରପନ୍ଥୀମାନେ କିଭଳି ଭୟଙ୍କର କାଣ୍ଡ ଭିଆଇଥିଲେ ସେ […]
ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି। ଭାରତୀୟ ସ୍ପିନରମାନେ ଘରୋଇ ୱେଷ୍ଟଇଣ୍ଡିଜକୁ ୨୦ ଓଭରରେ ୯ ୱିକେଟରେ ୫୯ ରନରେ ରୋକିଥିଲେ। ଏହା ପରେ ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ […]
ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ତେବେ ତାଙ୍କର ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା […]
ଦିମାପୁର : ଫୁଲ ନୁହେଁ ବର-କନ୍ୟା ହାତରେ ବନ୍ଧୁକ। ତାହା ପୁଣି ଅତ୍ୟାଧୁନିକ AK -56 ଏବଂ M16 ଭଳି ଅଟୋମେଟେଡ ବନ୍ଧୁକ । ନାଗାଲାଣ୍ଡର ବିଦ୍ରୋହୀ ନେତା କିଲୋ କିଲୋନସେରଙ୍କ ପୁଅ ବୋହୋତୋ କିବାଙ୍କ ବିବାହ ଉତ୍ସବ ପରେ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ସହ ସମାଲୋଚନା ହେଉଛି। ଗତ ଶନିବାର ଦିମାପୁରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଉ ଏହା ପରେ ମାରଣାସ୍ତ୍ର […]
ମୁମ୍ବାଇ: ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼ ଆସିଛି। ସଂଖ୍ୟା ଅଭାବରୁ ବିଜେପି ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ନିମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ବୃହତ ଦଳ ଶିବସେନା ଏଥିପାଇଁ ୩ ଦିନ ମାଗିବାରୁ ରାଜ୍ୟପାଳ ଏଥିରେ ଅମଙ୍ଗ ହେବା ସହ ସରକାର ଗଠନର ବଲ୍ ଏନ୍ସିପି କୋର୍ଟକୁ ଠେଲି ଦେଇଛନ୍ତି। ଏନ୍ସିପିର ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟପାଳ ସରକାର ଗଠନ ପାଇଁ […]
ନୂଆଦିଲ୍ଲୀ : ଭାରତ ତଥା ବିଶ୍ୱର ଭେଟରାନ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ଙ୍କୁ ବଡ଼ ଝଟ୍କା ଲାଗିଛି। ବିଶ୍ୱର ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ପେସ୍ ଏବେ ୧୦୧ ତମ ସ୍ଥାନକୁ ଖସି ଯାଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ପେସ୍ଙ୍କ ସହ ଏମିତି ଘଟିଛି। ପୂର୍ବରୁ ଏଟିପି ତାଲିକାରେ ୯୬ତମ ସ୍ଥାନରେ ଥିବା ପେସ୍କୁ ୫ଟି ସ୍ଥାନ ହରାଇବାକୁ ପଡ଼ିଛି। ଅନ୍ୟପକ୍ଷରେ ୮୫୬ ପଏଣ୍ଟ ସହ ପେସ୍ ଭାରତର […]
ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍ରେ ଏବେ ୨-୦ରେ ଆଗୁଆ ହୋଇଯାଇଛି। ଶେଫାଳୀ ବ୍ୟାଟରେ କମାଲ କରିଥିବା ବେଳେ ବୋଲିଂରେ ଦୀପ୍ତି ଶର୍ମା ନିଜର ଜଲୱା ଦେଖାଇଛନ୍ତି। ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ […]
ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ପଦବୀ […]