ଉତ୍ତର ପ୍ରଦେଶ : ଆଜିକାଲି ଅଜବ ଧରଣର ଘଟଣା ସବୁ ଘଟୁଥିବାରୁ ଦେଖିବାକୁ ମିଳେ । ଯାହାକି ଆମକୁ ଅବିଶ୍ୱସନୀୟ ମନେହେଉଥିଲେ ବି ବାସ୍ତବିକ ସତ୍ୟ କଥା ହୋଇଥାଏ। ଏବେ ଏମିତି ଏକ ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା । ଉତ୍ତର ପ୍ରଦେଶର ହମିରପୁର ଜିଲ୍ଲାର ଜାଖେଡି ଗାଁରେ ଏକ ଅଜବ ଧରଣ କଥା ଦେଖିବାକୁ ମିଳିଛି । ଏକ ନଳକୂପରୁ ପାଣି ତ ବାହାରୁଛି , ତାସହ ରକ୍ତ, ମାଂସର ଟୁକୁଡ଼ା ଓ ଛୋଟ ଛୋଟ […]
ନୂଆଦିଲ୍ଲୀ: ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲ୍(ସିଏବି) ଆଜି ଲୋକସଭାରେ ପାରିତ ହୋଇଛି। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ବିତର୍କ ହେବା ପରେ ଲୋକସଭାରେ ଏହି ବିଲକୁ ମଞ୍ଜୁରୀ ମିଳିଛି। ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୮୦ ଖଣ୍ଡ ଭୋଟ ଯାଇଛି। ବିତର୍କରେ ୪୮ ଜଣ ସଦସ୍ୟ ଭାଗ ନେଇଥିଲେ। ତେବେ […]
ଚେନ୍ନାଇ: ତିହାର ଜେଲରେ ଘାତକ ନଥିବାରୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକମାନେ କେମିତି ଫାଶୀରେ ଝୁଲିବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏସବୁ ଭିତରେ ତାମିଲନାଡୁ ପୁଲିସ୍ରେ ହେଡ୍ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିବା ଏସ୍ ସୁଭାଷ ଶ୍ରୀନିବାସନ ତିହାର ଜେଲରେ ଘାତକ ଚାକିରି ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିସହ ସେ ନିର୍ଭୟା ଦୋଷୀଙ୍କୁ ଫାଶୀରେ ଝୁଲାଇବାକୁ ଚାହୁଁଛନ୍ତି ବୋଲି ତିହାର ଜେଲର ଡିଜିପିଙ୍କୁ ଚିଠି ଲେଖି […]
ନୂଆଦିଲ୍ଲୀ: ବିଜୟୱାଡାରେ ରଣଜୀ ଟ୍ରଫି ଗ୍ରୁପ୍-ଏ’ର ଏକ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆନ୍ଧ୍ର ଓ ବିଦର୍ଭ। ମ୍ୟାଚର ପ୍ରଥମ ଦିବସରେ କିଛି ଏଭଳି ଘଟିଛି, ଯାହା ଦେଖି ଖେଳାଳି ଭୟଭୀତ ହୋଇପଡ଼ିଥିଲେ। ମ୍ୟାଚ୍ ଚାଲିଥିବା ବେଳେ ହଠାତ୍ ଗ୍ରାଉଣ୍ଡ ଭିତରକୁ ସାପ ପଶିଆସିଥିଲା। ବିସିସିଆଇର ଡୋମେଷ୍ଟିକ୍ ଅଫିସିଆଲ୍ ଟ୍ୱିଟର୍ ପେଜରେ ଏକ ଭିଡିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ଗ୍ରାଉଣ୍ଡରେ ସାପ ଚାଲୁଥିବାର ଦେଖିବାକୁ ମିଳିଛି। ସାପକୁ ଦେଖି ଖେଳାଳିମାନେ ସାମାନ୍ୟ ଡରି ଯାଇଥିଲେ। ସାପକୁ ବାହାର କରିବା […]
ମୁମ୍ବାଇ : ୨୮ ଦିନ ଡାକ୍ତରଖାନାରେ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର୍। ରବିବାର ଘରକୁ ଫେରି ଲତା ଦିଦି ସୋଶାଲ୍ ମିଡିଆ ଯୋଗେ ତାଙ୍କର ଚିକିତ୍ସା କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ଅସୁସ୍ଥ ଥିବା ସମୟରେ ତାଙ୍କ ଆରୋଗ୍ୟ କାମନା କରିଥିବା ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। Namaskaar, A special thank you, again to the team of doctors who treated […]
ନୂଆଦିଲ୍ଲୀ : ରାଜ୍ୟରେ ପରସ୍ପରକୁ ବିରୋଧ କରୁଥିବା ବିଜେପି ଓ ବିଜେଡିର ଦୋସ୍ତି ଆଜି ସଂସଦରେ ଦେଖିବାକୁ ମିଳିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଣିଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ଲୋକସଭାରେ ବିଜେଡି ସମର୍ଥନ କରିଛି। ଅନେକ ଦଳ ଏହି ବିଲକୁ ଅସମ୍ବିଧାନିକ କହି ବିରୋଧ କରୁଥିଲେ ହେଁ ବିଜେଡିର ସମର୍ଥନ ପଛରେ କିଛି ଡିଲ୍ ନା ଚାପ ରହିଛି ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]
କାଠମାଣ୍ଡୁ (ନେପାଳ) : ଭାରତୀୟ ମହିଳା ଫୁଟବଲ୍ ଟିମ୍ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ କ୍ରମାଗତ ତୃତୀୟଥର ଲାଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳା ଫୁଟବଲର ଫାଇନାଲ୍ ମୁକାବିଲାରେ ଭାରତ ଆୟୋଜକ ନେପାଳକୁ ୨-୦ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିଲେ ବାଲା ଦେବୀ, ଯିଏ ମ୍ୟାଚରେ ଦୁଇଟି (୧୮ତମ, ୫୬ତମ) ଯାକ ଗୋଲ୍ ଦେଇଛନ୍ତି। ୨୯ ବର୍ଷୀୟ ଏହି ଷ୍ଟ୍ରାଇକର ଚଳିତ ଟୁର୍ଣ୍ଣାମେଣ୍ଟର ଟପ୍-ସ୍କୋରର […]
ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଆଜି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏହା ମଧ୍ୟକୁ ଜୋରଜବରଦସ୍ତି ପଶିବାକୁ ଉଦ୍ୟମ କରିଛନ୍ତି। ତେବେ ସେ ସଂସଦର ବିଲଡିଂ ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ି ଯାଇଛନ୍ତି। ସୁରକ୍ଷାକର୍ମୀ ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଦିଲ୍ଲୀ ପୁଲିସ୍ ହେପାଜତରେ ଛାଡ଼ିଛି। ଦିଲ୍ଲୀ ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କ ପରିଚୟ କିମ୍ବା ସେ କାହିଁକି ଏହା ମଧ୍ୟକୁ ପ୍ରବେଶ […]
କଟକ : ଚଳିତ ମାସ ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଥିବା ଇଣ୍ଡିଆ-ଇଣ୍ଡିଜ୍ ଦିନିକିଆ ପାଇଁ ଦର୍ଶକଙ୍କୁ ବିନା ପରିଚୟ ପତ୍ରରେ ଦିଆଯିବନି ଟିକେଟ । ଯେ କୌଣସି ପରିଚୟପତ୍ର ଦେଖାଇଲେ ହିଁ କାଉଣ୍ଟରରେ ଟିକେଟ୍ ଦିଆଯିବ ଦର୍ଶକଙ୍କୁ । ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ଏକ ପ୍ରେସ୍ମିଟ୍ କରି ଏହି ସୂଚନା ଦିଆଯାଇଛି । କାଉଣ୍ଟରରୁ ଜଣେ କେବଳ ୨ଟି ଟିକେଟ୍ ହିଁ କିଣିପାରିବେ ବୋଲି ଓସିଏ କହିଛି । ଆସନ୍ତା ୧୬ ଓ […]
ହାଇଦ୍ରାବାଦ: କ୍ୟାପଟେନ୍ ବିରାଟ୍ କୋହଲି ଓ ଲୋକେଶ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଶିମରନ୍ ହେଟମେୟର୍ ଓ କ୍ୟାପଟେନ୍ କାଇରନ୍ ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ […]
ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ପୁଲିସ୍ ଆଜି ଏନକାଉଣ୍ଟର କରି ହତ୍ୟା କରିଛି। ତେବେ ଏହି ଖବର ଅଭିଯୁକ୍ତଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସେ କେବଳ ଭାଙ୍ଗି ପଡ଼ିନାହାନ୍ତି ବରଂ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ଚେନ୍ନାକେଶୁଭଲୁଙ୍କ ପତ୍ନୀ ନିଜର କୋହର ଭରା କଣ୍ଠରେ ନିଜର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ମୋ ସ୍ୱାମୀକୁ ମାରି ଦେଲେ। ଏବେ […]
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ। ଘଟଣାଟି ହେଉଛି ବାହାଘର ଉତ୍ସବରେ ନାଚିବାକୁ ମନା କରିବାରୁ ଜଣେ ମହିଳାଙ୍କୁ ଗୁଳି ହୋଇଛି। ସୂଚନା ମୁତାବକ, ଗତ ସପ୍ତାହରେ ଏକ ବାହାଘର ଚାଲିଥିବା ବେଳେ ୨ ଜଣ ଯୁବତୀ ନାଚୁଥିଲେ । ତେବେ ଡିଜେ ବନ୍ଦ ହେବାରୁ ନାଚ ମଧ୍ୟ ବନ୍ଦ ହୋଇଥିଲା। ଏହାକୁ ନେଇ ତଳେ ଥିବା ଜଣେ ଲୋକ ନାଚ ବନ୍ଦ […]
ହାଇଦ୍ରାବାଦ : ପୁଲିସ୍ ଏନକାଉଣ୍ଟରରେ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତ ପ୍ରାଣ ହରାଇଛନ୍ତି। ଆଜି ଚେତନପାଲ୍ଲୀ ଓଭରବ୍ରିଜ୍ ନିକଟରେ ହିଁ ପୁଲିସ୍ ଏନକାଉଣ୍ଟର କରିଛି। ଏହିଠାରେ ସେମାନେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ଦେଇଥିଲେ। ପୁଲିସ୍ ସେମାନଙ୍କୁ କ୍ରାଇମ ସେନ୍ସକୁ ଆଣିଥିବା ବେଳେ ଏଠାରେ ସେମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ର କାର୍ଯ୍ୟାନୁଷ୍ଠାନରେ ସେମାନଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ […]
ଉନ୍ନାଓ : ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡିତା ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ସେ ଭେଣ୍ଟିଲେଟରରେ ରହିଛନ୍ତି। ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସୁନୀଲ ଗୁପ୍ତା କହିଛନ୍ତି, ‘ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ବଞ୍ଚିବା ସମ୍ଭାବନା ବହୁତ କମ୍। ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ପୀଡ଼ିତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଛି। ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି’। ପୁଲିସ କହିଛି, ପୀଡ଼ିତାଙ୍କ ଦେହରେ କିରୋସିନି ଢ଼ାଳି ନିଆଁ […]
ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ମିଳିବ ଫାଶି। ନିର୍ଭୟା କାଣ୍ଡରେ ଦୋଷୀଙ୍କୁ ଫାଶି ମିଳିବା ସ୍ପଷ୍ଟ ହୋଇଛି। ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଆବେଦନ ଖାରଜ ସହ ରାଷ୍ଟ୍ରପତିଙ୍କ ପାଖକୁ ଫେରାଇଲା ଫାଇଲ। ସୁପ୍ରିମକୋର୍ଟରେ ଦଣ୍ଡ କାଏମ ପରେ ରାଜକ୍ଷମା ଆବେଦନ କରାଯାଇଥିଲା। ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ଆବେଦନ କରିଥିଲେ ଦୋଷୀ। ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟକୁ ପଠାଇଥିଲେ ରାଷ୍ଟ୍ରପତି।
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମମତା ବାନାର୍ଜୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ବିଧାନସଭା ପରିସରକୁ ପ୍ରବେଶ କରୁଥିବାବେଳେ ତାଙ୍କ ପାଇଁ ଫାଟକ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଓ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଗେଟ୍ ବନ୍ଦ ରହିଥିବାରୁ ସେ ଅନ୍ୟ ଗେଟରେ ବିଧାନସଭା ଭିତରକୁ ପ୍ରବେଶ କରିଥିଲେ। ଫାଟକ ବନ୍ଦ ରହିଥିବାରୁ ରାଜ୍ୟପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ଫାଟକ ବନ୍ଦକୁ ନେଇ ସେ ପ୍ରଶ୍ନ […]